STORYMIRROR

Sunanda Mohanty

Children Stories Thriller Children

3  

Sunanda Mohanty

Children Stories Thriller Children

ଚିଠି ମହକ

ଚିଠି ମହକ

2 mins
2

ପିଲାଦିନେ ଜଣା ଅଜଣାରେ ଅନେକ ଭୁଲ ହୋଇଥାଏ. ତା ଭିତରୁ ଥରେ ଆଜିର ସୋନା ଗୁରୁମା ଙ୍କ ଘରେ କାମ ଦାମ ରେ ବୋଉକୁ ସାହାଯ୍ୟ କରୁଥିବା ସେବତୀ ବୁଢୀକୁ ବୋଉ ଗୋଟେ ନୂଆ କାମ ଦେଇଥାନ୍ତି. ମୋ ବାପାଙ୍କ ସହ ଆମେ ପାରିକୁଦ ବ୍ଲକ ର ଚିଲିକା ନୂଆପଡା ବ୍ଲକ କ୍ଵାଟର ରେ ରହୁଥିଲା ବେଳେର କଥା ଏଇଟା ବୋଲି କହି ସୋନା ଗୁରୁମା କହିଚାଲିଥାଆନ୍ତି. ସେବତୀ ବୁଢ଼ୀ ଆମ ଘରକୁ ଆସୁଥିବା ଚୁଙ୍ଗୁଡ଼ି କେଳାନ୍ତି. ଶୀତ ଦିନ ପୁଣି ବୁଢ଼ୀ ଲୋକ. ତାଙ୍କୁ ଭୀଷଣ ଥଣ୍ଡା ତଥାପି ସେ ରାଜି ହୋଇ ଚୁଙ୍ଗୁଡ଼ି ପ୍ରସେସିଙ୍ଗ କାମଟା କଲାବେଳେ କିଛି କିଛି ଚୁଙ୍ଗୁଡ଼ି ଅଣ୍ଟିକୁ ଡିଆଁଇ ଦିଅନ୍ତି. ତ ଥରେ କି ଦି ଥର ନୁଁହଁ ବରଂ ଏକାଧିକ ଥର ସେ ଏପରି କରୁଥିବାର ଦେଖି ସୋନା ପ୍ରଥମେ ତାଙ୍କ ବୋଉକୁ କହିଥିଲେ ମଧ୍ୟ ସେ କହିଥିଲେ. ଦେଖ ଝିଅ ମୁଁ ଏତେ କାମ କରିପାରୁନି ବୋଲି ସେ ମତେ ସାହାଯ୍ୟ କରୁଛନ୍ତି. ଏଠାରେ ପ୍ରବଳ ଚୁଙ୍ଗୁଡ଼ି ମିଳୁଥିଲେ ମଧ୍ୟ ସେ ହୁଏତ କିଣି ପାରୁନଥିବେ କି ମତେ ମାଗି ପାରୁନଥିବେ ତେଣୁ ଏତେ ସାହାଯ୍ୟ ସହଯୋଗ ଭିତରେ ଯଦି କେଇଟା ଚୁଙ୍ଗୁଡ଼ି ନେଉଛନ୍ତି ନିଅନ୍ତୁ ତୁ ଆଖି ମୁଜିଦେ. ସେ ବୁଢ଼ୀ ଲୋକ. ସୋନା ପ୍ରତିବାଦ ବାଢିଥିଲେ. ଏଇଟା ଚୋରୀ. ଚୋର ବା ଚୋରାଣୀ ଙ୍କୁ ପ୍ରଶୟ ଦେବା କଥା ନୁଁହଁ. ପୁଣି ତୁ ତାଙ୍କୁ ଭାତ ଚୁଙ୍ଗୁଡ଼ି ତରକାରୀ ଖାଇବାକୁ ଦେଉଛୁ. ପୁଣି ସେ ଆମିଷ ଭଳି ଜିନିଷକୁ ଅଣ୍ଟିରେ ପୁରେଇ ଚୋରୀ କଣ ପାଇଁ କରିବେ? ବୋଉ ବୁଝେଇ ଦେଇଥିଲେ ହଉ ବୁଝିବା କହି କିନ୍ତୁ ଆଖି ମୁଜି ଦେଇଥିଲେ.
    ସୋନା ସେଦିନ ଦେଖିଲେ ସେବତୀ ବୁଢ଼ୀ ସେମିତି ହିଁ ପୂର୍ବ ଭଳି କରିଚାଲିଛି ତ ସୋନା ସେଠି ପହଁଞ୍ଚି ସେବତୀବୁଢୀଙ୍କୁ ଅଣ୍ଟି ଖୋଲି ଦେଖେଇବା ପାଇଁ କହିଥିଲେ. ମୁକୁଳିଯିବାର ଚାରା ନପାଇ ବୁଢ଼ୀ ଧରାପଡି କାନ୍ଦିଥିବାରୁ ବୋଉ ସୋନା ଙ୍କୁ ଧମକ ଦେଇଥିଲେ ଆଜି ବାପା ଆସନ୍ତୁ. ବୁଢ଼ୀ କେମିତି କହୁଛୁ ମାଉସୀ ଙ୍କୁ ରହ ବୋଲି କହି କଥା ପ୍ରସଙ୍ଗ ଅନ୍ୟଆଡେ ନେଇ ସେବତୀ ମାଉସୀଙ୍କୁ ଖାଇବାକୁ ଦେଇ ବିଦା କରିବା ପରେ ବାପା ଅଫିସରୁ ରିକ୍ରେସନରେ ଆସିଲା ପରେ ସୋନା ବିଷୟରେ ସବୁ କଥା ବୋଉ କହିଥିଲେ ବି ବାପା ସେଦିନ କିଛି କହିନଥିଲେ ସୋନା ଙ୍କୁ କିନ୍ତୁ ପରବର୍ତ୍ତୀ ସମୟରେ ଚିଠିରେ ଲେଖି କହିଥିଲେ ଗୁରୁଜନ ମାନଙ୍କୁ ଅସମ୍ମାନ କରିବୁ ନାହିଁ. ଅଳ୍ପ ଭୁଲ ଦେଖି ଭୃତ୍ୟ ଜାତୀୟ ଲୋକଙ୍କୁ ଅପମାନିତ କରିବୁ ନାହିଁ. ମାମୁଁ ଘରେ ରହି ପାଠ ପଢିଲା ବେଳେ ବାପା ସୋନାଙ୍କୁ ଏମିତି ଅନେକ ଉପଦେଶ ଭରା ଚିଠି ଲେଖିଥିଲେ ଯାହା ସବୁର ମହକ ଆଜି ସୋନାଙ୍କ ଛାତ୍ର ଛାତ୍ରୀଙ୍କୁ ସଂଯମତା ଶିକ୍ଷା ଦେଉଥିଲା କହିଲେ ଅତ୍ୟୁକ୍ତି ହେବନାହିଁ.



Rate this content
Log in