ଜୀଵାଶ୍ମ ସହର
ଜୀଵାଶ୍ମ ସହର
4 mins
2
ବଣରେ ସିଂହ ରାଜା ମରିଯିବା ପରେ କାହାକୁ ରାଜା କରିବା ଚିନ୍ତା ଘାରିଥିଲା ପଶୁ ପକ୍ଷୀଙ୍କୁ ତ ବାଘ କଥା ଉଠିଲା. ବିଲୁଆ ଆଉ ନୀରବ ନରହି କହିଥିଲା ମୁଁ ମାନୁଛି ଯେ ବାଘ ଖୁବ ବଳବାନ କିନ୍ତୁ ସେ ଟିକେ ଭୟାଳୁ କାରଣ ସେଦିନ ସାଧାରଣ ଛେଳିଟିଏ ଜଙ୍ଗଲରେ ରହି ନିଜକୁ ବଂଚେଇବାକୁ ଯାଇ ଅନ୍ଧାରରେ ଛପି ରହିଥିଲା ବେଳେ ବାଘ ଛେଳି ମାଂସ ଗନ୍ଧ ପାଇ ସେଠାକୁ ଗଲା ସତ କିନ୍ତୁ ଅନ୍ଧାର କୁ ଆଢୁଆଳ କରି ଛେଳି ଯେମିତି କହିଛି କି ସେ ମାଣିକି ରାଜା... ସିଂଘ ଦୁଇଟି ତା ଗୋଜା ଗୋଜା... ଏକ ସିଂଘରେ ମଣିଷ ମାରେ... ଦୁଇ ସିଂଘରେ ମାରି ଖାଏ ବାଘ ଦିଟା. ଏକଥା ଯେମିତି ବାଘ ଶୁଣିଛି ଡିଆଁ ମାରି ମୋ ପାଖରେ ହାଜର. ମୁଁ ଯେବେ କହିଲି ଚାଲ ଯିବା ଦେଖିବା ସେ କୋଉ ମାଣିକ ରାଜା ତ ବାଘ କେବେ ରାଜି ହେଲନାହିଁ. ଶେଷକୁ ଆମ ଦୁହିଁଙ୍କ ଲାଞ୍ଜ ବାନ୍ଧି ଆସିଲୁ ଦେଖିବାକୁ ତ ଛେଳି ଯେମିତି ସେଇ ଗୀତ ବୋଲିଛି ବାଘ ଏମିତି ଡିଆଁ ମାରିଲା ଯେ ମୋ ଲାଞ୍ଜ ପରେ ଅପରେସନ ହେବାରୁ ମୁଁ ଭଲ ହୋଇ ରକ୍ଷା ପାଇଲି. ହେଲେ ସେ ଯେ ଗୋଟେ ଛେଳି ଥିଲା ଏକଥା ମତେ ପରେ ମାଙ୍କଡ଼ କହିଥିଲା କାରଣ ମାଙ୍କଡ଼ ଠାରୁ ସେ ଅନ୍ଧାରୁଆ ଜଗା ର ଅବସ୍ଥିତି ର ସନ୍ଧାନ ପାଇ ନିଜ ସାହାସ ର ପରିଚୟ ଦେଇ ପାରିଥିଲା. ତେଣୁ ମୋର ବାଘ ରାଜା ହେବା ପସନ୍ଦ ନୁଁହଁ.
ବାଘର ଭୟାଳୁ ଗୁଣ ଯୋଗୁଁ ବିଲୁଆ ର ବୁଦ୍ଧି ବି କାଟ ଖାଇଯିବା ସହ ସେ ଘୋଷରା ଖାଇ କେତେ କଷ୍ଟ ପାଇଛି ଶୁଣି ଅନ୍ୟ ପଶୁ ପକ୍ଷୀ କହିଲେ ତେବେ ହାତୀକୁ ରାଜା କରିଦେବା. ସେଥିରେ ମଧ୍ୟ ଆପତ୍ତି ଉଠିଲା କାରଣ ହାତୀର ବେଗ ଖୁବ ମନ୍ଥର ଓ ପଙ୍କୁଆ ଜାଗାକୁ ସେ ଭୟ କରେ ଆଉ ସେ ମଣିଷର କେବେ ବନ୍ଧୁ ତ ମଣିଷ ପାଇଁ କେବେ ଶତୃ ଅର୍ଥାତ ମଣିଷ ସମାଜ କୁ ତାର ଯାତାୟତ ପାଇଁ ପ୍ରବଳ ସଦିଚ୍ଛା ହେତୁ ତାକୁ ଏଥର ରାଜ ପଦବୀ ଦେବା ଉଚିତ ନୁଁହଁ କହିଲେ ସମସ୍ତେ. ଆଉ ବଳୁଆ ପୁଣି ବୁଦ୍ଧିଆ ପୁଣି କୌଶଳୀ ହିସାବରେ କିଏ ରହିଲା ଦେଖୁ ଦେଖୁ କିଏ ବଳରେ ତ କିଏ କଳରେ ତ କିଏ ବୁଦ୍ଧିରେ ତ କିଏ ଶରୀର ର ବପୁ ରେ ବଡ଼ ଥିଲେ ବି ସବୁତକ ଗୁଣ ନିଖୁଣ ଭାବେ କାହା ପାଖେ ନଥିଲା. ତ ଶେଷକୁ ଘୋଡା ଓ ଜିରାଫ ଦୁହିଁଙ୍କ ନାମ ଆସିଲା.
ଘୋଡା ଖୁବ ଦ୍ରୁତ ଗତିରେ ଦୌଡ଼ିପାରେ. ଜିରାଫ ମଧ୍ୟ ଦଉଡିବାରେ ସକ୍ଷମ ଥିଲା. ଘୋଡ଼ାର ବଳ ବୁଦ୍ଧି ଥିଲେ ମଧ୍ୟ ତାର ମଧ୍ୟ ମନୁଷ୍ୟମାନଙ୍କ ପ୍ରତି ଅହେତୁକ ଆକର୍ଷଣ ଥିଲା ଯାହା ଜିରାଫ ର ନଥିଲା ହେଲେ ସେ ଦୁହିଁଙ୍କ ଭିତରୁ କେହି ନିଜ ନିଜ ନାମାଙ୍କନ ପ୍ରତ୍ୟାହୃତ ନକରିବାରୁ ପଶୁ ପକ୍ଷୀ ମାନେ ଭାଳେଣି ରେ ପଡିଲେ. ଘୋଡା ଓ ଜିରାଫ ଭିତରୁ କାହାକୁ ବଣର ରାଜା ହେବା ପାଇଁ ଉପଯୁକ୍ତ ବାଛି ଭୋଟ ଦେବେ ବୁଝିନପାରି ଯୁବରାଜ ସିଂହ କେବେ ଶିଶୁ, କିଶୋର ଅବସ୍ଥା ପାରି ପରେ ଯୁବକ ହେବେ ସେତେଦିନ ଯାଏଁ ଜଙ୍ଗଲ ରେ କେମିତି ସୁଵିଚାର ଓ ସୁରକ୍ଷା ମିଳିବ ଚିନ୍ତା କଲା ବେଳେ ସେଦିନ ପଶୁ ଗୁଣ୍ଡୁଚିମୂଷା ଟିଏ ଭାସି ଯାଉଥିବା ଦେଖି ମନ୍ତ୍ରୀ ପଦ ରେ ଥିବା ବିଲୁଆ କହିଲା ଘୋଡା ଓ ଜିରାଫ ଭିତରୁ ଯିଏ ଗୁଣ୍ଡୁଚି ମୂଷାଟିକୁ ପାଣିରୁ ଛାଣି ଆଣିପାରିବ ସେ ହିଁ ରାଜ୍ୟ ଭାର ସମ୍ଭାଳି ରାଜା ହେବ. ଘୋଡା ଜଳ ମଧ୍ୟକୁ ଯାଇ ନପାରି ଭାବୁଥିଲା ଜିରାଫ ମଧ୍ୟ ଜଳ ଭିତରକୁ ଯାଇପାରିବ ନାହିଁ. ଜିରାଫ କିନ୍ତୁ ସ୍ଥଳ ମଧ୍ୟରେ ରହି ବେକକୁ ଏମିତି ବୁଲେଇଲା ଯେ ସେପଟୁ ବତକ ମାନେ ପାଣି ସ୍ରୋତ କାଟି ଗୁଣ୍ଡୁଚିକୁ ବିପରୀତ ଦିଗରେ ଛାଡିଲା ବେଳକୁ ଜିରାଫ ବେକ ନୁଆଁଇ ଗୁଣ୍ଡୁଚିକୁ ପାଣି ମଧ୍ୟରୁ ଉଠେଇ ଆଣି ବିଜୟୀ ରୂପେ ରାଜା ହେଲା ପରେ କହିଥିଲା ଯାହାର ଯେତେ ବଳ କଳ କି କୌଶଳ ଥିଲେ ମଧ୍ୟ ଏକତା ରହିଲେ ରାଜା ଓ ପ୍ରଜା ସମସ୍ତେ ଖୁସିରେ ରହିପାରିବା. ଆଜି ବତକମାନଙ୍କ ସହଯୋଗ ମତେ ଗୁଣ୍ଡୁଚିମୂଷାକୁ ଉଦ୍ଧାର କରି ଆଣିବାରେ ସହାୟକ ହେବାରୁ ମୁଁ ରାଜା ହୋଇପାରିଛି ସତ ହେଲେ ଘୋଡା ମଧ୍ୟ କୌଣସି ଗୁଣରେ ମୋ ଠାରୁ କମ ନୁଁହଁ. ନୂଆ ରାଜାଙ୍କ ମୁଁହଁରୁ ନିଜ ପ୍ରଶଂସା ଶୁଣି ଘୋଡା ମନରୁ ପ୍ରତିଦ୍ବନ୍ଦୀ ଭାବ ଦୂରେଇ ଯିବା ସହ ପ୍ରତ୍ୟେକ ନୂଆ ରାଜାଙ୍କ ମିଠା କଥାରେ ରାଜାଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରି ଚଳୁ ଥିବାରୁ ଜଙ୍ଗଲ ରାଜ୍ୟ ଖୁବ ସୁନ୍ଦର ଭାବେ ଶାନ୍ତି ପ୍ରୀତି ଓ ମୈତ୍ରୀ ଭାବରେ ଶାସିତ ହେଉଥିଲା ସତ କିନ୍ତୁ ଜିରାଫ ରାଜା ଭୟଭୀତ ହୋଇପଡିଲେ କାରଣ ଏହି ଜଙ୍ଗଲରେ ଯିଏ ରାଜା ପଦ ରେ ଅଧିଷ୍ଠିତ ହେଉଥିଲା ତାର ନିଧନ ସୁନିଶ୍ଚିତ ଥିଲା. ଏମିତିକି କୂଅରେ ନିଜ ପ୍ରତିଛବି ଦେଖି ଅନ୍ୟ ଏକ ସିଂହ ବୋଲି ଭାବି ସିଂହ ରାଜା କୁଅ ଭିତରକୁ କୁଦି ପଡି ଜୀବନ ହାରିବା ପରେ ସିଂହ ବଂଶ ଆଉ ରାଜା ହେବାକୁ ରାଜି ନଥିଲେ. ବାଘ ସେମିତି ଥରକୁ ଥର ଖଣ୍ଡିଆ ଲାଞ୍ଜ ହୋଇ ଲାଜ ରେ ଜୀବନ ହାରିଦେବା ପରେ ବାଘ ବଂଶ ମଧ୍ୟ ଲୋପ ପାଇ ଯାଉଥିଲେ.ହାତୀ ବଂଶ ମଧ୍ୟ ସହର ଓ ଗ୍ରାମ ଅଭିମୁଖେ ଯାତ୍ରା କରି କେବେ ଖାଲରେ ପଡି ମୃତ୍ୟୁ ବରଣ କରୁଥିଲେ ତ କେବେ କୁଅ ରେ ପଡି ଜୀବନ ହରାଉଥିଲେ.
ସେଦିନ ଜିରାଫ ରାଜା ବେକ ଟେକି ଦେଖିଲେ ଅନେକ ଗାଡି ମଟରରେ କେତେ ଲୋକ ତଥା ଶ୍ରମିକ, ଅଫିସର, ଶିକାରୀ ଓ ପ୍ରତ୍ନତତ୍ତ୍ୱ ବିଭାଗ ର ବହୁ କର୍ମକର୍ତ୍ତା ଙ୍କ ସହିତ ଯନ୍ତ୍ରପାତି ସହିତ ପହଁଞ୍ଚି ଖନନ କାର୍ଯ୍ୟ ଆରମ୍ଭ କଲେ. ଜେସି ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଯନ୍ତ୍ରପାତି ରେ ଖୁବ ଶୀଘ୍ର ଶୁଖିଲା କୁଅ ସହିତ ତା ପାଖା ପାଖି ସ୍ଥାନ ଖୋଳା ହେବା ପରେ ଦେଖାଗଲା ଖାଲି ଜୀବାଶ୍ମ. କେବଳ ଜୀବଜନ୍ତୁଙ୍କର ଜୀବାଶ୍ମ ରେ ପରିପୂର୍ଣ୍ଣ ସେ ସ୍ଥାନ.କୌଣସି ପ୍ରାକୃତିକ ବିପର୍ଯ୍ୟୟ କାରଣ ହେଉ ଅବା ଦୈବ ଦୁର୍ବିପାକ ଜନିତ କୌଣସି କାରଣ ହେଉ ବା ସମୁଦ୍ର ନିକଟବର୍ତ୍ତୀ ଏହି ଜଙ୍ଗଲ କୁ ସୁନାମୀ ଯୋଗୁଁ ବୋଧହୁଏ କେତେ କେତେ ଜଙ୍ଗଲ ଜନ୍ତୁମାନଙ୍କ ଜୀବାଶ୍ମ ଏକତ୍ରିତ ତଥା ଏ ଅଞ୍ଚଳ ସାରା ଆଚ୍ଛାଦିତ ହୋଇ ମାଟି ତଳେ ରହିଛି. ଲୋକମାନେ ସେମାନଙ୍କ ଭିତରେ କଣ ସବୁ ଆଲୋଚନା ଓ ପର୍ଯ୍ୟାଲୋଚନା କରୁଥିବା ସମୟରେ ଜିରାଫ ରାଜା ତାଙ୍କ ସବୁ ଜଙ୍ଗଲ ଜନ୍ତୁ ଅର୍ଥାତ ପଶୁ ପକ୍ଷୀ ସରୀସୃପ ଓ କୀଟ ପତଙ୍ଗ ଇତ୍ୟାଦିଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଚିନ୍ତା କଲାବେଳେ ସେହି ଅଫିସରଙ୍କ ପୁଅ ମୁନା ବଡ଼ ପାଟିରେ କହୁଥିଲା ଏହି ସବୁ ପଶୁଙ୍କ ଦେହାବଶେଷ ବିଜ୍ଞାନଗାର କୁ ନିଆ ଯିବନା ବାପା?ମୁନା ର ଅଫିସର ବାପା କଣ ଉତ୍ତର ଦେଲେ ଶୁଣିବା ପୂର୍ବରୁ ଜିରାଫ ସମସ୍ତଙ୍କୁ ଏକଜୁଟ କରି ଆସନ୍ତା ଦୁର୍ଦ୍ଦିନ ର ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିଲେ. ମନ୍ତ୍ରୀ ବିଲୁଆ ସହ ଅନ୍ୟାନ୍ୟ ପଶୁ ପକ୍ଷୀ ସହଯୋଗ ପାଇଁ ରାଜା ଜିରାଫ ଙ୍କୁ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତି ପର୍ବ ଆରମ୍ଭ କରିବାକୁ ଏକଜୁଟ ହେଉଥିଲେ ତ ଏପଟୁ ମୁନା ଡାକ ଛାଡିଥିଲା ଆମ ଜୀବାଶ୍ମ ସହର ଦେଖିବାକୁ ଆସ ସମସ୍ତେ ବୋଲି ତ ପଶୁପକ୍ଷୀମାନେ ଚାହୁଁଥିଲେ ବୁଲି ବୁଲି.
