STORYMIRROR

Sunanda Mohanty

Children Stories Thriller Others

4  

Sunanda Mohanty

Children Stories Thriller Others

ସିଂହ ରାଜା ପାନେ ପାଇଲେ 

ସିଂହ ରାଜା ପାନେ ପାଇଲେ 

2 mins
1


ବିଲୁଆ ବାଘର ଯେତିକି ପ୍ରିୟ ସିଂହ ରାଜାଙ୍କର ମଧ୍ୟ ସେତିକି ପ୍ରିୟପାତ୍ର. ସେଦିନ ସିଂହ ରାଜାଙ୍କ ମନକଥା ଶୁଣି ବିଲୁଆ ଭାବିଲା ଇଏ କୋଉ ବଡ଼ କଥା! କଇଁଛ କୁ ଭୁଲେଇ ଭାଲେଇ ସିଂହ ରାଜାଙ୍କ ପାଖକୁ ଆଣିବାଟା ତାର କାମ.ବାକି ନୂଆବର୍ଷ ରେ ସିଂହ ରାଜା କଇଁଛ ପିଠି ତାଡି କେମିତି ଫିଷ୍ଟ କରି କଇଁଛ ମାଉଁସ କରି ଖାଇବେ ସେ ବୁଝିବେ.ଏତିକି ଭାବି ଭାବି ସେ ଯାଉଛି ବାଘମାମୁଁ ସଙ୍ଗେ ଦେଖା ହେଲା. ଏଇ ଅଳ୍ପ ଦିନ ତଳେ ଛେଳିକୁ ମାଣିକ ରାଜା ବୋଲି ଭାବି ଓ ତା କଥା ଶୁଣି ଡ଼ରରେ ବିଲୁଆ ଲାଞ୍ଜ ସହ ନିଜ ଲାଞ୍ଜ ବାନ୍ଧି ଯାଇଥିଲେ ଯେ ଛେଳି ଯେମିତି କହିଛି ମୁଁ ମେଁ ମେଁ କା ମାଣିକରାଜା... ଏକା ଥରେ ଖାଇଦିଏ ବାଘ ଦୁଇଟା. ଛେଳି କଥା ଶୁଣି ବାଘ ଏମିତି ଦୌଡ଼ିଲା ଯେ ବିଚରା ବିଲୁଆ ଯାହା ହଇରାଣ ହେଲା ହେଲା କିନ୍ତୁ ବାଘର ଲାଞ୍ଜ ଛିଣ୍ଡିଗଲା ତ ସେ ଠେକୁଆ ବାଇଦକୁ ଡାକି କେତେ ଔଷଧ ଓ ଇଞ୍ଜେକେସନ ନେଇ ତଥା ସିଲେଇ କରାଇ ପୁଣି ଲାଞ୍ଜ ଯୋଡ଼ିଲା ବେଳେ ଠେକୁଆ ବଇଦ କୁ ଶୀକାର ମାଂସ ରୁ ଭାଗ ଦେଇ ସନ୍ତୁଷ୍ଟ କଲାପରେ ବିଲୁଆ କହିଥିଲା ତାର ଉପକାର ର ସୁଧ ମୂଳ କରି ସେ ସମୟ ଆସିଲେ ମାଗିନେବ. ଏତେବେଳେ ବିଲୁଆର ସେକଥା ମନେ ପଡିବାରୁ ସେ କହିଲା ବାଘମାମୁଁ ଟିକେ କଇଁଛ ଘର ଯାଏଁ ମୋ ସହ ଯାଆନ୍ତ ନାହିଁ. ବାଘ ରାଜି ହେଲା, କାରଣ ତାର ବିଲୁଆ କୁ ଦେଇଥିବା ପ୍ରତିଶ୍ରୁତି ମନେଥିଲା. କଇଁଛ ବିଲୁଆ ଠାରୁ ସିଂହ ରାଜା ତାକୁ ଡାକୁଛନ୍ତି ପୁଣି ଚାକିରୀ ଦେବାକୁ କହିବାରୁ ସେ ଯାହା ମିଛ ଭାବିଥାଆନ୍ତା ବାଘକୁ ସାକ୍ଷୀ ରୂପେ ଦେଖି ରାଜି ହୋଇ ତାଙ୍କ ସହ ଆସିଗଲା.
       ଅଧା ବାଟରେ କଇଁଛ ଶୋଇରହିବାର ଛଳନା କରିବାରୁ ବାଘ କହିଲା ଆରେ ବିଲୁଆ ମତେ ସତ କହିବୁକି ସିଂହ ରାଜା କଇଁଛ କୁ ସତରେ କଣ ଚାକିରୀ ଦେବାକୁ ଡକାଇଛନ୍ତି!ବିଲୁଆ କହିଲା ଆରେ ନାହିଁ ନୂଆ ବର୍ଷରେ କଇଁଛ ମାଂସ ଖାଇବାକୁ ଏ ଯୋଜନା. ସବୁ ପଶୁ ପକ୍ଷୀଙ୍କର ମାଂସ ଚାଖି ସାରିଥିଲେ ମଧ୍ୟ କଇଁଛ ମାଂସ ଚାଖିନଥିବାରୁ ସିଂହ ରାଜା ଙ୍କ ପାଇଁ ମିଛ କହି ତୁମକୁ ସାକ୍ଷୀ ରଖି କଇଁଛ କୁ ଘେନି ଯାଉଛି. ବାଘ ତ ତା ବାଟରେ ଚାଲିଗଲା ହେଲେ କଇଁଛ ସବୁ କଥା ଶୁଣି ତାର ହାଲୁକ ଶୁଖିଗଲା. ସେ ଭଗବାନ ଙ୍କୁ ପ୍ରାର୍ଥନା କରିବା ସହ ଖୋଳରୁ ମୁଣ୍ଡ ବାହାର କରିବ ନାହିଁ ଭାବି ବିଲୁଆ ସଙ୍ଗେ ଚାଲିଲା କାରଣ ବିଲୁଆ ମଧ୍ୟ ବଡ଼ ଚତୁର ତାକୁ ଭୁଲେଇ ହେବ ନାହିଁ ବୋଲି କଇଁଛ ଜାଣିଥିଲା. ମନେ ମନେ କେତେ ଠାକୁରଙ୍କୁ ଡାକି ଡାକି ଜୟ ବଜରଙ୍ଗ ବାଲୀ ବୋଲି ଧ୍ୟାୟୀ ଧ୍ୟାୟୀ ଚାଲୁଥାଏ କଇଁଛ. ଉଆସ ରେ ପହଁଚିଲା ବେଳକୁ ସିଂହ ରାଜା ବରଗଛ ମଣ୍ଡପ ରେ ଶୋଇଥିଲେ. ବିଲୁଆ ତାକୁ ଅପେକ୍ଷା କରିବାକୁ କହି ଚାଲିଗଲା ପରେ କଇଁଛ ଦେଖିଲା ଏହା ଅପୂର୍ବ ସୁଯୋଗ. ସେ ତେଣୁ ଶୋଇଥିବା ସିଂହ ର ଲାଞ୍ଜ କୁ ଏମିତି ଭାବେ କାମୁଡିଲା ଯେ ଜୀବନ ବିକଳରେ ସିଂହ ଉଠି ଦଉଡିବାକୁ ଲାଗିଲା. ପଛକୁ ବୁଲି କଇଁଛ କଇଁଛ କୁ ଦେଖି ଓ ତା ଶକ୍ତି ବିଷୟରେ ଜାଣି ଆହୁରି ଦୌଡ଼ିଲା ଆଗକୁ ଆଗକୁ.ପିଠିରେ ଠୋଲା ଥିବାରୁ ସେ ସେଦିନ ଭଗବାନ ଙ୍କୁ ଅଶେଷ ଧନ୍ୟବାଦ ଦେଇ ତାକୁ ବଞ୍ଚେଇ ଦେଇଥିବାରୁ ପ୍ରଣାମ କରି ଘରକୁ ଫେରିଆସି ସାବାଧାନ ରେ ରହିଲା କଇଁଛ. ସିଂହ ରାଜା କ୍ଷତାକ୍ତ ଲାଞ୍ଜ ସହ କଇଁଛ ଠାରୁ ଅପମାନ ପାଇ ଆଉ ସେକଥା କାହା ଆଗେ ତ କାହା ଆଗେ ବିଲୁଆ ଯେବେ କଇଁଛ ମାଂସ କେମିତି ଲାଗିଲା ପଚାରୁଥିଲା, ତା ଆଗେ ମଧ୍ୟ କିଛି କହିନଥିଲେ ବରଂ ବଣର ପଶୁପକ୍ଷୀ ନୂଆବର୍ଷ ପାଇଁ ଫିଷ୍ଟ କୁ ସିଂହ ରାଜାଙ୍କୁ ନିମନ୍ତ୍ରଣ କରିଥିଲେ ମଧ୍ୟ ଉପାସ ରେ ଶୋଇଥିଲେ ସିଂହ ରାଜା ସେଦିନ.


Rate this content
Log in