STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ସାତରଙ୍ଗୀ ଚଢ଼େଇ

ସାତରଙ୍ଗୀ ଚଢ଼େଇ

5 mins
1

ଶୀତ ଦିନ ଟାରେ ସବୁଦିନ ରାତି ଚାରିରୁ ଉଠି ଘରଦ୍ୱାର ଓଳାପୋଳା ଓ ପୋଛାମରା ସହ ଠାକୁର ପୂଜା କରୁ କରୁ ସ୍ୱାମୀ ବିରକ୍ତ ହୁଅନ୍ତି କଲ୍ୟାଣୀଙ୍କ ଉପରେ. ଥଣ୍ଡା କାଶ ପାଇଁ ଆଉ ଔଷଧ ଆଣିପାରିବିନି ଏଣିକି ବୋଲି ବିରକ୍ତ ହେଉଥିବା ବେଳେ ତଳ ଘରେ ଭଡାଥିବା ଚିତ୍ରକର ପୁଅ, ବଟୁ କହେ ଭାରି ଶୁଭ କଥା ମାଉସୀ. ମନକୁ ମନ କାହାର ରାତି ଚାରିରୁ ନିଦ ଭାଙ୍ଗେ! କଲ୍ୟାଣୀ କହନ୍ତି ଭାଙ୍ଗେ. ପକ୍ଷୀଙ୍କର ନିଦ ଭାଙ୍ଗେ. ସେଇଥିପାଇଁ ତାଙ୍କୁ ଦେଖିବାକୁ ପରା ତଳେ ଠାକୁର ପୂଜା ସାରି ଉପରକୁ ଯାଇ ଗଛରୁ ଗଛକୁ ଉଡି ବୁଲି କିଚିରି ମିଚିରି ହେଉଥିବା ପକ୍ଷୀ ଦେଖିବାକୁ ନିଦ ଭାଙ୍ଗୁଛି ମୋର ପୁଅ. ଧର୍ମ ଧାରଣା ରେ ବଶବର୍ତ୍ତୀ ପୁଅ ପରି ପୁଅ ବଟୁ କହେ ଭାରି ଭଲକଥା. ଆପଣଙ୍କ ଯୋଗୁଁ ମୋର ବି ନିଦ ଭାଙ୍ଗେ. ସେ ପୁଅ ମନ୍ଦିର ଯିବ ବୋଲି ଧଡ଼ପଡ଼ ହେଉଥିବା ବେଳେ କଲ୍ୟାଣୀ ଛାତ ଉପର କୁ ଉଠୁଥାନ୍ତି. ସ୍ୱାମୀ ବିରକ୍ତ ହେଲେ ବାହାନା ଥିଲା ତୁଳସୀ ଗଛ ପୂଜା କରିବିନି କି କହି ଦେଇ ସେ ଉଠିଯାଆନ୍ତି ଛାତକୁ. ଜଣା ଅଜଣା ପକ୍ଷୀ ସବୁ ସତକୁ ସତ କେତେବେଳୁ ଉଠିପଡ଼ି କିଚିରି ମିଚିରି କରୁଥାନ୍ତି. ଶାଶୁ ମରିବା ପୂର୍ବରୁ କହିଦେଇ ଯାଇଥିଲେ ଏ ଦାଣ୍ଡ ଦୁଆରେ ଥିବା ବରଗଛ ରେ ଉପରକୁ ଦେଖାଯାଉଥିବା ବାଦୁଡ଼ି ସବୁ ଜଣେ ଜଣେ ପିତୃପୁରୁଷ.ମୋ ଅନ୍ତେ ତାଙ୍କୁ ପୂଜା କରୁଥିବୁ କଲ୍ୟାଣୀ. ସ୍ୱାମୀ ଚିହିଁକି ଉଠି କହନ୍ତି ହ ଏଇ ବାଦୁଡ଼ିଙ୍କ ପାଇଁ କରୋନା!କହିଲା କଣ ନା ବାଦୁଡ଼ିମାନେ କାଳେ ପିତୃପୁରୁଷ. କଲ୍ୟାଣୀ ଶାଶୁଙ୍କୁ ଭରସା ଦିଅନ୍ତି କହିକି ଯେ ଆପଣ ଶତାୟୁ ହୁଅନ୍ତୁ ମାଆ କିନ୍ତୁ ମୁଁ ନିଶ୍ଚୟ ଏ ବରଗଛ ଓ ତା ମଧ୍ୟରେ ଥିବା ବାଦୁଡି ଙ୍କୁ ପୂଜା କରୁଥିବି. ସେହି ଦିନୁ ତାଙ୍କର ତୁଳସୀ ଗଛ ସହିତ ବାଦୁଡ଼ିବରଗଛ କୁ ପୂଜା. ପୂଜା କରୁ କରୁ ବାଦୁଡ଼ି ସହ ହଳଦୀ ବସନ୍ତ, ଶୁଆ, କଜ୍ଜଳପାତି, କୁମ୍ଭାଟୁଆ, ବଣି, ପାରା, ଘରଚଟିଆ ଆଦି କେତେ ପକ୍ଷୀ ଦେଖି ଦେଖି ଓ ତାଙ୍କ ସ୍ୱର ଲୟ ବା ବୋବାଳି ଓ ଉଡାଣ ର ଗତିବିଧି ଲକ୍ଷ କରି ତାଙ୍କୁ ଠାଵ କରୁ କରୁ ଆହୁରି ଅନେକ ପକ୍ଷୀ ଆବିଷ୍କାର କରନ୍ତି କଲ୍ୟାଣୀ. ଶାଶୁ ଶଶୁର ଆଗପଛ ହୋଇ ଚାଲିଯିବା ସହ ବାପା ମାଆ ମଧ୍ୟ ଆଗପଛ ହୋଇ ଚାଲିଗଲା ପରେ ମନରେ ଆସୁଥିବା ସମସ୍ତ ସୁଖ ଦୁଃଖ ଓ ଅଙ୍ଗେନିଭା କଥା ସବୁକୁ ଏଇ ପକ୍ଷୀମାନଙ୍କ ସହ ବାଣ୍ଟୁ ବାଣ୍ଟୁ ଅନେକ ଅଜଣା ଚଢ଼େଇ ମାନେ ଯାହାର ନାମ ଜାଣି ନାହାଁନ୍ତି କଲ୍ୟାଣୀ ସେମାନଙ୍କୁ ବାର୍ଡ ଚଢ଼େଇ ଡାକୁଥାଆନ୍ତି କଲ୍ୟାଣୀ ତ କେବେ କେବେ ବାର୍ଡ ଚଢେଇର ନାମକରଣ ର ବ୍ୟକ୍ତିଗତ ଭିତିରି କଥା ସ୍ୱାମୀଙ୍କ ଆଗେ କହିବାକୁ  ଭାବୁ ଭାବୁ ତାଙ୍କୁ ବେଳ କାହିଁ!ଗ୍ରାମର ଜମି ବାଡ଼ି, ଚାଷ ବାସ, ବାରି ବଗିଚା, ନଡ଼ିଆ ପଇଡ଼ ବାଉଁଶ କଥା ବୁଝୁ ବୁଝୁ ସେ ନାକେଦମ ତ ବାର୍ଡ ଚଢ଼େଇ ବିଷୟରେ ଶିଶୁ ଗପଟିଏ ଲେଖି ଚାଲିଲେ କଲ୍ୟାଣୀ. ସେଇ ପକ୍ଷୀଟିକୁ ବା ସେଭଳି ଜାତିର ପକ୍ଷୀଙ୍କୁ ବାର୍ଡ ଚଢ଼େଇ ଡାକିବାର ପ୍ରକୃତ କାରଣ ତ ତାଙ୍କ ନିଜ ଦୁଇ ଦୁଇ ଶିଶୁଙ୍କ ପିଲାବେଳ ସହ ଜଡିତ. ସେ କଥା କଣ କେବେ ଭୁଲି ହୁଏ!କଲ୍ୟାଣୀଙ୍କ ନିଜ ଜୀବନ ଧନ ଦୁଇ ପୁଅ ଓ ଝିଅ.ସେମାନେ ଯେତେବେଳେ ଛୋଟ ଥିଲେ ସବୁ ମାଆ ମାନଙ୍କ ଭଳି ସେ ଦୁହିଁଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରେ ପଢେଇବା ଲକ୍ଷରେ ପିଲାଦିନୁ ଛୋଟ ଛୋଟ ଜିନିଷ ଓ ବସ୍ତୁ ତଥା ପଦାର୍ଥ ର ନାମ କୁ ଉଭୟ ଓଡ଼ିଆ ଇଂରାଜୀ ରେ କହୁ କହୁ ଏଇ ପକ୍ଷୀଟିକୁ ଦେଖେଇ କହି ଦେଇଥିଲେ ଦେଖ ଦେଖ ଚଢ଼େଇ.. ଚଢ଼େଇ... ବାର୍ଡ... ବାର୍ଡ. ପିଲାଦୁହେଁ କିନ୍ତୁ ବଡ଼ ହେଲା ପରେ ସେଇ ପକ୍ଷୀକୁ ହିଁ ଡାକୁଥିଲେ ବାର୍ଡ ଚଢ଼େଇ. ଆଉ ଏବେ ଯେତେ ନାମ ଜାଣିନଥିବା ପକ୍ଷୀ ବରଗଛ ରେ ବା ପାଖାପାଖି ଗଛରେ ତଥା ଆକାଶରେ ଦେଖନ୍ତି କଲ୍ୟାଣୀ ପାଟି କରି ଉଠନ୍ତି ବାର୍ଡ ଚଢ଼େଇ ତ ଛୁଟିରେ ଆସିଥିବା ପୁଅର ପୁଅ ଟିକି ନାତି ବାବା ଓ ଝିଅର ଝିଅ ଟିକି ନାତୁଣୀ ଡୁଗୁ ଦୁହେଁ କହୁଥାନ୍ତି ଉଡିଗଲେ ବାର୍ଡ ଚଢ଼େଇ. ସେ ଦୁହିଁଙ୍କ ଖଣ୍ଡି ଖଣ୍ଡି ଉଚ୍ଚାରଣ ଶୁଣି କଲ୍ୟାଣୀ ମନେ ପକାଉଥାଆନ୍ତି ଉଡିଗଲେ ଗେଣ୍ଡାଳିଆ ଝାଡ଼ି ଦେଇ ପର.
      ଆଉ ଆଗକୁ କିନ୍ତୁ ଭାବିପାରନ୍ତିନାହିଁ କଲ୍ୟାଣୀ କାରଣ ଉଡ଼ିଗଲେଣି ସବୁ ପକ୍ଷୀ ତାଙ୍କ ଜୀବନରୁ. ଶାଶୁ ଶଶୁର ବାପା ଓ ମାଆ ଆଦି ଅନେକ. ମନେ ପଡୁଥିଲା ସେଦିନ ଶିଶୁ କବିତା ଆସରରୁ ଫେରିବା ବସ ଟି ଅଟକି ଯିବା କଥା. ଆଗକୁ ଆଗକୁ ଲାଗିଛି ଗାଡି. ଜାମ ପ୍ରବଳ. ସ୍ୱାମୀ ତଳକୁ ଯାଇଛନ୍ତି ସନ୍ଧାନ ରେ. ଆସିଲେ କହିବେ. ପ୍ରଭୁ ହେ କିଛି ଦୁର୍ଘଟଣା ନହୋଇ କାହାର ପ୍ରାଣ ପକ୍ଷୀ ଉଡିନଯାଉ କହି ଜଗନ୍ନାଥ ଙ୍କୁ ହାତ ଟେକି ଦେଉ ଦେଉ ସ୍ୱାମୀ କହିଥିଲେ ମଣିଷର ନୁଁହଁ ଦୁର୍ଘଟଣା ଟି କୁକୁରର. ଦୁର୍ଘଟଣା ପାଖରେ ମରିଯାଇଥିବା କୁକୁର ପାଖରୁ ତା ଛୋଟ ଛୁଆ ପାଞ୍ଚଟା ଯାଉନାହାଁନ୍ତି ତ ବସ ଆଗକୁ ଗଡ଼ୁନି. ଆହା ବିଚରା ଛୁଆ କୁକୁର ପୁଣି ପଶୁ କେମିତି ବୁଝିବେ ମାଆ ପ୍ରାଣ ପକ୍ଷୀ ଉଡ଼ିଗଲାଣି. ସେତିକି ବେଳକୁ ସହୃଦୟ ଵ୍ୟକ୍ତି ପାଞ୍ଚ ଜଣ ଉଠେଇ ନେଇଥିଲେ ଗୋଟେ ଗୋଟେ କୁକୁର ଛୁଆ କୁ ତ ଗାଡି ଗଡୁଥିଲା ଆଗକୁ ଆଉ କଲ୍ୟାଣୀ ଭାବୁଥିଲେ ମଣିଷର ମଣିଷପଣିଆ ତଥାପି ବଞ୍ଚିଛି ବୋଲି ତ ତୁମ ଦୁନିଆଁ ଚାଲିଛି ହେ ପ୍ରଭୁ ଜଗନ୍ନାଥ. କାହାକୁ କରନା ଅନାଥ.ଘରେ ପହଁଚି ତରତର କରି ଛାତ ଉପରକୁ ଧୂପ ଦୀପ ନେଇ ଉଠି କଲ୍ୟାଣୀ ଦେଖିଲେ ପାରା ଟିଏ ପୁଣି ଛୋଟି ପାରାଟିଏ ପାଣି ପିଇବାକୁ ଚେଷ୍ଟା ଚଳେଇଛି. ମଗରେ ରଖିଥିବା ପାଣି ତଳ ସ୍ତର କୁ ଚାଲିଯାଇଛି ତ କଲ୍ୟାଣୀ ଧଡପଡ଼ ହୋଇ ମଗଟିରେ ପାଣି ଭରୁ ଭରୁ ଛୋଟି ପାରା ଉଡ଼ିଗଲା. ଢ଼ୋ କରି ଗୋଟେ ଶବ୍ଦ ରେ ଚମକି ପଡି ଚାହିଁଲା ବେଳକୁ ଛୋଟି ପାରା ଉଡିଯାଇ ବସିଥିବା ଇଲେକ୍ଟ୍ରି ତାର ଉପରୁ ସକ ଖାଇ ଛିଟିକି ମରି ପଡିଲା ରାସ୍ତାରେ. ସ୍ୱାମୀ ଯଦିଓ କହୁଥିଲେ ଏଥିରେ ତୁମର ଭୁଲ କଣ କିନ୍ତୁ ସେଇଦିନୁ କଲ୍ୟାଣୀ ଆଉ ଛାତ ଉପରକୁ ଯିବା କେହି ଦେଖିନାହାଁନ୍ତି. ପୁଅ ଝିଅ ବୁଝାନ୍ତି ଓ କହନ୍ତି ଛୋଟି ପାରାର ପ୍ରାଣ ପକ୍ଷୀ ଚାଲିଗଲେ କଣ ଅନ୍ୟ ପକ୍ଷୀ ମାନଙ୍କୁ ଭୋକ ଶୋଷ ହେଉନଥିବ ମାଆ!ତୋ ହାତର ଖୁଦ, ଚାଉଳ ପାଣି କୁ ଚାହିଁ ଚାହିଁ ଫେରିଯାଉଥିବେ କେତେ ପକ୍ଷୀ କହିଲୁ ମାଆ!କଲ୍ୟାଣୀ ପୁଅ ଝିଅଙ୍କ କଥାରେ ଆଖିରୁ ଲୁହ ପୋଛି ଉଠୁଥିଲେ ଛାତକୁ ସନ୍ତର୍ପଣ ମନ ଓ ଆବେଗ ହୃଦୟ ନେଇ. ସ୍ୱାମୀ କହୁଥିଲେ ନୂଆ ବର୍ଷ ପୁରୁଣା ହୋଇ କେତେ ଫର୍ଦ ଛାଡ଼ିଦେଇ ଯିବା ପରି ତୁମକୁ ମଧ୍ୟ ଜୀବନର ଅନେକ ପୃଷ୍ଠା ବଦଳେଇ ବା ଭୁଲି ବଞ୍ଚିବାକୁ ହେବ କଲ୍ୟାଣୀ.
    ପୁଣି ସଜାଡୁ ଥିଲେ ଛାତ ଉପରେ ଥିବା ଚଉରା ଓ ଲଗାଉଥିଲେ ନୂଆ ତୁଳସୀ ଗଛ. ଏତିକିବେଳେ କଲ୍ୟାଣୀ  ଦେଖିଲେ ଅତି ଛୋଟ ଛୋଟ ଓ ଟିକେ ବଡ଼ ବଡ଼ ଗୋଟେ ଜାତିର ପକ୍ଷୀ ବରଗଛ ରୁ ନାଲି ନାଲି ବର ଫଳ ଖାଉଛନ୍ତି. ପେଟ ର ରଙ୍ଗ ଠିକ ହଳଦୀବସନ୍ତ ପକ୍ଷୀ ପରି ହଳଦିଆ, ଦେହ ଶୁଆ ପରି ଶାଗୁଆ ରଙ୍ଗର, ଥଣ୍ଟ ପାଖେ ଭଦଭଦଳିଆ ପକ୍ଷୀ ପରି ରଙ୍ଗ ପୁଣି କଳା ମିଶା ନାଲି ଥଣ୍ଟ ସାଙ୍ଗକୁ ଦେହ ର ଦୁଇ ଡେଣା ଧାରରେ ବାଇଗଣୀ ରଙ୍ଗ. ଚମତ୍କୃତ ହେଲେ କଲ୍ୟାଣୀ. ଅଜଣା ବା ନାମ ଜାଣିନଥିବା ପକ୍ଷୀ ଦେଖିଲେ ବାର୍ଡ ଚଢ଼େଇ ବଦଳରେ ସାତରଙ୍ଗୀ ପକ୍ଷୀଙ୍କୁ ଦେଖୁଥିଲେ ଆଉ ଦେଖୁଥିଲେ କିନ୍ତୁ ତାଙ୍କ ପାଇଁ ପାଣି ଥୋଇବେ କି ନାହିଁ ଭାବୁ ଭାବୁ ବାର୍ଡ ଚଢ଼େଇ ଆସି ଶୁନ୍ୟ ପଡ଼ିଥିବା ପାଣି ଢାଳ ଉପରେ ବସି ବୋବାଉଥିଲା ସତେ ଯେମିତି ତାର ସ୍ବରର ଓଡ଼ିଆ ଭାଷା ରୁପାନ୍ତର କଲେ ସେ ଯେମିତି କହୁଥିଲା କପଟୀ କପଟୀ ତ ପୁଣି ଭରିଲେ ଜଳ ପାଣି ଢାଳରେ, ମଗ ଓ ବାଲ୍ଟି ରେ କଲ୍ୟାଣୀ. ରଖିଲେ ଠାକୁ ଠା ଚାଉଳ, ଗହମ ଓ ଖୁଦ. ଦେଖୁଥିଲେ ସାତରଙ୍ଗୀ ଚଢେଇକୁ ଆଉ ସେପଟେ ନବବର୍ଷ ଆସିବାର ଉନ୍ମାଦନା ସବୁକୁ.ନୂଆ ନୂଆ ଲାଗୁଥିଲା ପ୍ରକୃତି ଓ ପରିବେଶ. ଉଡ଼ା ପ୍ରାଣ ପକ୍ଷୀ ଲାଗୁଥିଲା ଜୀବନ୍ତ ଜୀବନ୍ତ.ମନ ପକ୍ଷୀ ଉଡିଯାଉଥିଲା କେତେ କୁଆଡେ.



Rate this content
Log in

Similar oriya story from Abstract