ସରାଙ୍ଗଗଡର ସିଙ୍ଗରାଇ
ସରାଙ୍ଗଗଡର ସିଙ୍ଗରାଇ
ପ୍ରଥମ ଦୃଶ୍ୟ -
ସୁନ୍ଦର ସକାଳ । ମାଆ ସବିତା ଗାଧୁଆ ପାଧୁଆ ସାରି ଫୁଲ ଡାଲା ଧରି ଠାକୁର ଘରେ ପଶି ପୂଜା ଆରମ୍ଭ କଲେ ---
ସବିତା - ଓମ୍ ---- ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟ କୋଟୀ ସମପ୍ରଭା, ନିର୍ବିଘ୍ନମ୍ କୁରୁ ମେ ଦେହି ସର୍ବ କାର୍ଯ୍ୟେ ସୁ ସର୍ବଦା ।
ଓମ୍ ----
ସୁକୁଟି - ( କଚା ବାଦାମ୍ ଗୀତ ମୋବାଇଲରେ ବଜେଇ ) ବାଦାମ୍ ବାଦାମ୍ କଚା ବାଦାମ୍ ଗୀତ ତାଳରେ ନାଚି ନାଚି ଷ୍ଟେଜ ଉପରକୁ ଆସିଲା ।
ସବିତା - ଓହ8 ! ଏ ଟୋକୀକୁ ମୋଟେ ପାରି ହେବନି । ମୁଁ ଠାକୁର ପୂଜା କଲା ବେଳକୁ ଏ ବଦମାସ ଝିଅ କଂଚା ବାଦାମ ଗୀତ ବଜେଇ ଥେଇ ଥେଇ ହଉଛି ।
ହଇ ହୋ । ଶୁଣୁଛ --- କୁଆଡେ ଗଲ କି ? ତାଙ୍କର ବି ଚାଲିଥିବ ମୋବାଇଲ୍ କେଞ୍ଚା । ବାପ ଯେମିତି ଝିଅ ବି ସେମିତି ?
( ବଉଳି ଓ ସନ୍ତୁଳିର ଆଗମନ )
ବଉଳି ଓ ସନ୍ତୁଳି - ମାଉସୀ : ସାଷ୍ଟାଙ୍ଗ ପ୍ରଣାମ
।
ସବିତା -- ଥାଉ : ଥାଉ ! ହଉ ହେଲା ହେଲା । ଅତି ଭକ୍ତି ଚୋରର ଲକ୍ଷଣ ।
ସକାଳୁ ସକାଳୁ କୁଆଡେ ବୁଲୁଛ । ଆମ ରାଜରାଣୀ ଏଠି ସିଝା ବାଦାମ୍ ଗୀତରେ ଥେଇ ଥେଇ ହେଉଛି । ତମେ କଣ ଭଜା ବାଦାମ୍ ଗୀତରେ କଦମ ତାଲ୍ କରିବାକୁ ଆଇଲ କି ?
ବଉଳୀ -- ନାଇଁ ମୋ ମାଉସୀ ! ଆପଣଙ୍କ ଅଳିଅଳି ସୁକୁମାରୀ କୋଟିଏରେ ଗୋଟିଏ ।
ସନ୍ତୁଳି - ତମେ ଏମିତି କଥା ଯମା ତୁଣ୍ଡରେ ଧରିବେନି । ପାପ ଲାଗିବ । ଆମେ ବା ସୁକୁଟି କୁ ମେଳା ଦେଖି ଯିବାକୁ ଡାକି ଆସିଛୁ ।
ସବିତା - କଣ କହିଲ ମେଳା ?କରେ।ନା କାଳରେ କଉଁ ମେଳା ନା ଫେଳା ? ଆଲୋ କଉଁ ମେଳା ବୁଲିଯିବ କିଲୋ ।
ସନ୍ତୁଳା - ମାଉସୀ ତମେ କଣ ଜାଣିନା । ଆଜି ପରା ଅନନ୍ତ ଶୟନ ପାଖରେ ଐଶାନ୍ୟେଶ୍ଵର ଦେବ ଦେବ ମହାଦେବ ଅଛନ୍ତି , ତାଙ୍କ ମେଳା ପା । ବ୍ରାହ୍ମଣୀ ମେଳା ।
ସବିତା - ସତେ କି ! ହଉ ରୁହ । ମୁଁ ଡ଼ାକୁଛି । ସୁକୁଟି ଏ ସୁକୁଟି , ଆଲୋ ଶୁଣ ।
ସୁକୁଟି - ଓହଃ ! କଣ ହେଲାମ : ସବୁବେଳେ ମୋତେ ଡିସ୍ଟର୍ବ କରିବେ । ଜେନା ସାରଙ୍କ Climate Chapter just revision ଆରମ୍ଭ କରିଥିଲି । ଅନୁକୋଳ ବିଗାଡି ଦେଲ । ହଉ କଣ ହେଲା କହିଲୁ ।
ବଉଳି - ଆଲୋ ସୁକୁଟି ! ମେଳା ବୁଲି ଯିବୁନି କି ? ଅର୍ଚ୍ଚିତା - ସବ୍ୟସାଚୀ ପରା ଉଦଘାଟନ କରିବେ । ସିଆଡ଼େ ଡେରି ହେଇଯିବ ଯେ ।
ସୁକୁଟି - ହଇ ବା ! ପୂରା ଭୁଲି ଯାଇଥିଲି ।
ଦ୍ଵିତୀୟ ଦୃଶ୍ୟ
( ସାଇକେଲ ରେ ମେଳା ବୁଲିଯିବା ବାଟରେ ଚାରି ଜଣ ଅସାମାଜିକ ତତ୍ତ୍ଵ ସହିତ ଛକରେ ଭେଟ ହେଲା )
ଗୁଣ୍ଡା ମାନେ ଏକା ସଂଗେ ---
ତେରି ଝଲକ ସରଫି ଶ୍ରୀବଲ୍ଲୀ----
ବଉଳି - ଅନାଲୋ ସନ୍ତୁଳୀ ! ଅନାଲୋ ସୁକୁଟୀ ! ଏଇ ସେନ୍ତେରା ଟୋକାମାନେ କଣ ଆମକୁ ଦେଖି ଗୀତ ଗାଉଛନ୍ତି ?
ସନ୍ତୁଳୀ - ଆଲୋ ହଁ ଲୋ ! କେମିତି ଅନଭଛନ୍ତି ଯେମିତି ଆମକୁ ଗୋଟା ଗୋଟା ଗିଳି ପକେଇବେ ।
ସୁକୁମାରୀ - ମୋତେ ଲାଗୁଛି ଏମାନେ ସବୁ ବାନା ଛତରା ବାରବୁଲା ଦଳ । Roadside ରୋମିଓ । ମଜନୁ ଦଳ ବଳ । ଚାଲ ପଳେଇବା ।
ଟୁବୁଲା --- stop stop stop
ରୁହ ବେ । ସାରଙ୍କୁ ମୁଣ୍ଡିଆ ମାର ଦକ୍ଷିଣା ଦିଅ। କଣ ଏମିତି ପିମ୍ପୁଡି ପରି ଡଗଡଗ ହୋଇ ପଳଉଛ । ଭାଇ ଆମର ଏରିଆ ଦାଦା । ଦାଦାବଟି ଦେଇ କି ଯିବନା । ଓଳଗି କରି ଯିବନା ।
ସନ୍ତୁଳା --- ( ମୋବାଇଲ ରେ recoding କରୁ କରୁ ) ତୁନି ହେବାକୁ କହିଲା । ପୁଲିସ କୁ online send କରିଦେବା ।
ଜହର ପଣ୍ଡା -- ପୁଲିସ ନା ଫୁଲିସ । ଆମେ ହେଲୁ ଅଦାଲତ ଆମେ ହେଲୁ କାନୁନ୍ । କେତେ ଚୁଲି ଗଲାଣି ସେଇ ହାଣ୍ଡି ପଡିଛି, କେତେ ପୋଲିସ ଗଲେଣି ସେଇ ଫାଣ୍ଡି ପଡିଛି , କେତେ ପ୍ୟାଣ୍ଟ ଗଲାଗି ସେଇ ଡ୍ୟାସ୍ ପଡିଛି । ( ନିସ ରେ ତାଉ ଦେଉ ଦେଉ କଲର୍ ଭଠାଇ ଭାଉ ଦେଇ ଚାଲିଲା )
ବଭଳି -- ବହୁତ ବକର ବକର ହୁଅନା । କହି ଦେଉଥାଇ ପରକୁ , ବୁଦ୍ଧି ନ ଦିଶଇ ନିଜକୁ । ମୋଟା ଗେଡ଼ା ଲାଗୁଛି ଖଡ଼ା ଖଡ଼ା ।
କାଲୁ- ଲଲିପପ୍ ନିଅ । ନଉନ ନିଅ । ଲାଜ କରନି ମୋ । ବାପରେ ବାପ । ଏତେ ଲାଜ । କଉଁଠି ଥୋଇବି ମୋ । ହା ହା ହା
ବୁଲା --- ଧର ବେ । ଏମାନଙ୍କୁ ଟେକି ନବା । ବିକି ଦେବା । ଆଜି ଆମର କଚେବାର ।
( ଗୋଇଠା ମାରି ସାଇକେଲ କୁ ତଳେ କଚାଡ଼ି ଦେଲେ । ଝିଅ ମାନେ ତଳେ ପଡିଗଲେ ପୁଣି ଉଠି ଅପମାନ ଓ ଭୟରେ ଜୈଡ଼ି ପଳେଇଲେ )
ତୃତୀୟ ଦୃଶ୍ୟ
( ସିଙ୍ଗରାଇ ମୁଣ୍ଡା ଓ ତାଙ୍ର ଦୁଇ ସାଙ୍ଗ ବୁଲୁଆ - ଗୁଲୁଆକୁ ଧରି ବ୍ରାହ୍ମଣୀ ମେଳା ବୁଲି ବାହାରିଲେ )
ସିଙ୍ଗରାଇ --- ଆରେ ଗୁଲୂଆ । ମେଳାରେ କଣ ଖାଇବୁ ?
ବୁଲୁଆ --- ଖାଇବ ପରା ପାଣି ପୁରି । ଚେହେରା ଗୋଲ । ଖାଇବ କଣ ନା ସିଧା ଜିଲାପି । ( ଗୁଲୁଆ ଗୋଡ଼େଇଲା ବୁଲୁଆ କୁ )
ସିଙ୍ଗରାଇ --- ରାମଦୋଳିରେ ବସିବା । ଖାଇବା ଶେଷରେ । କଲିକତା ଚିଡିଆଖାନା ବି ବୁଲି ଦେଖିବା ।
ଗୁଲୁଆ - ଆରେ ସିଙ୍ଗରାଇ ! ଦେଖିଲୁ ଦେଖି ଲୁ । ରୋଗିଣା ପିଲାଟି ଅନ୍ଧ ଲାଗୁଛି ।
ବୁଲୁଆ - ଛୋଟ ପୁଅଟା । ଜନ୍ମରୁ ଅନ୍ଧ ଲାଗୁଛି । ୧୦ ୧୨ ବର୍ଷର । ବିଚରା ।
ଗୁଲୁଆ -- ହଇରେ ସିଙ୍ଗରାଇ । ସିଙ୍ଗଡ଼ା ଟା ଖାଇଲୁ । କିଛି ଯାହୁ ଦେଖେଇ ଦେ ।
ସିଙ୍ଗରାଇ -- ( ଖାଇ ସାରିଲା ପରେ ) ଓଁ ସର୍ବେସ୍ୱରାୟ ନମଃ , ଓଁ ମହା ଦେବାୟ ନମଃ , ଓଁ ଶିବ ଓଁ ଶମ୍ଭୁ ---
( ଅନ୍ଧ ପୁଅଟି ଦେଖି ପାରିଲା , ଆଶାବାଡି ଛାଡି ସିଙ୍ଗରାଇର ପାଦତଳେ ଲୋଟି ପଡିଲା )
ବୁଲୁଆ - ସରାଙ୍ଗ ଗଡ଼ ସିଂହ ସିଙ୍ଗରାଇର
ଗୁଲୁଆ - ଜୟ ହେଉ , ଜୟ ହେଉ ।
ଅନ୍ଧର ଦୁଇ ଭଉଣୀ --- ଜୟ ହେଉ , ଜୟ ହେଉ ।
ସିଙ୍ଗରାଇ - ବେଗି ବେଗି ଚାଲରେ । ସର୍କସ ସରିଯିବ ।
ଗୁଲୁଆ --- କହ ରେ ସାଙ୍ଗ । କେତେ ଟଙ୍କା ଆଣୁଛି କି ?
ବୁଲୁଆ - ଫଟା ଗାନ୍ଧୀ ମାର୍କା ଦଶ ଟଙ୍କା ଯୋଡ଼େ । ହେଇ ଦେଖୁନୁ ।
ଗୁଲୁଆ -- ସାଙ୍ଗ ସିଙ୍ଗରାଇ । ଅନେଇଲୁ । ଧଳା କପଡ଼ା ତଳେ ଶବ୍ଦ ଲାଗୁଛି । ଦୁଇ ଭଉଣୀ କାନ୍ଦୁଛନ୍ତି ଅହରହ ।
( ସିଙ୍ଗଡ଼ା ଖାଇ ହାତ ଛୁଇଁ ଦେଲା ଧଳା କପଡ଼ା ଉପରେ । ହଠାତ ବଂଚି ଉଠିଲା ଶବ )
ଗୁଲୁଆ -ସରାଙ୍ଗଗଡ଼ ସିଂହ ସିଙ୍ଗରାଇଙ୍କର
ବୁଲୁଆ - ଜୟ ହେଉ , ଜୟ ହେଉ ।
ଶବ ଓ ଦୁଇ ଭଉଣୀ - ଜୟ ହେଉ, ଜୟ ହେଉ ।
ସିଙ୍ଗରାଇ --- ହଇରେ ସାଙ୍ଗ । କିରା କରିବା ।
ଗୁଲୁଆ -- ଏତେ ଭାବୁଛୁ କାହିଁକି ? ଟେନସନ୍ ଦେନେକା ଲେନେକା ନହିଁ ?
ବୁଲୁଆ - ଟାଇଁ ଟାଇଁ ହିନ୍ଦୀ ଝାଡ଼ି ଦେଉଛୁ ।
ସିଙ୍ଗରାଇ - ସେ ପରା ସାଉଥ୍ ଡବିଙ୍ଗ ସିନେମା ଦେଖି ଖଣ୍ଡି ହିନ୍ଧି ସହିତ ଖଣ୍ଡିଆ ଓଡିଆ ଯୋଡେଇ ମୋଡେଇ ବଢିଆ କହୁଛି ।
ଗୁଲୁଆ -- ଗାଲୁ ଗପ ରଖ ରେ । ବେଶି ପବନ କରନା । ବେସି ବହିଲେ ହୁଡହୁଡ ଗୋଲାପ ମାଡି ଆସିବ ଭାଇ ।
ବୁଲୁଆ -- ଦେଖ ସିଙ୍ଗରାଇ । ଏଠି କଣ ଭିକାରୀଙ୍କ ମେଳି । ଧାଡି ବାନ୍ଧି ଐଶାନ୍ୟେଶ୍ଵର ମହାଦେବଙ୍କ ଆଗରେ ଧ୍ୟାନ ମୁଦ୍ରାରେ ବସିଛନ୍ତି ।
ଗୁଲୁଆ - ଭିକାରି ସମସ୍ୟା କରେ।ନା ସରୁ ସରୁ ମାଡି ଚାଲିଛି । ବିଚରା ମାନେ ଝାଉଁଳି ପଡିଛନ୍ତି
ସିଙ୍ଗରାଇ - ମା' ଭଉଣୀ ମାନେ ଉଠ । ତୁମ ସମସ୍ତଙ୍କୁ ସରାଙ୍ଗ ଗଡ଼ରେ ଚାକିରି ମିଳିବ । ଆମ ରାଜ୍ୟରେ କେହି ଭିକାରୀ ରହିବେନି ।
ବୁଲୁଆ -- ସିଙ୍ଗରାଇ କି
ଗୁଲୁଆ - ଜୟ ହେଉ, ଜୟ ହେଉ ।
ସବୁ ଭିକାଶୁଣୀ ମାନେ ସମବେତରେ - ଜୟ ହେଉ , ତ୍ରୀବାର ଜୟ ହେଉ ।
.ଚତୁର୍ଥ ଦୃଶ୍ୟ
ସରାଙ୍ଗ ଗଡର ରାଜଦରବାର । ସିଂହାସନରେ ଅଧିଷ୍ଠିତ ଅଛନ୍ତି ଗଜପତି ସରାଙ୍ଗ ଦେବ ନବମ । ମହାମନ୍ତ୍ରୀ ରାମଶଙ୍କର ଓ ସେନାପତି ବୃଷକେତୁ ମଧ୍ୟ ଉପବେଷ୍ଠିତ । ମହାରାଜଙ୍କ ସ୍ଵାଗତ ପାଇଁ ନୃତ୍ୟ ଆରମ୍ଭ ହେଇଛି । ମନ୍ତ୍ରୀମଣ୍ଡଳ ଓ ପ୍ରଜାଗଣ ନୃତ୍ୟର ଆନନ୍ଦ ନେଉଛନ୍ତି )
ରାଧା ନାଚିବ ନାଚିବ ରାଧା ନାଚିବ
ବଇଁଶି ସାତ ସୁରେ ଗାଇବ ।
( ସେତିକି ବେଳେ ସୁକୁମାରୀ, ସନ୍ତୁଳୀ, ବଉଳୀ ତାଙ୍କ ବାପା ଓ ବୋଉଙ୍କ ସହ ଦରବାରରେ ପହଞ୍ଚିଛନ୍ତି ।)
ସୁକୁମାରୀ ବାପା - ଘୋର ଅନର୍ଥ ହୋଇଗଲା ମହାରାଜ ଘୋର ଅନର୍ଥ ।
ବଉଳୀର ବାପା - ମହାଭାଗ ! ଆପଣ ଥାଉ ଥାଉ ଆପଣଙ୍କ ସରାଙ୍ଗ ଗଡ଼ରେ ଏଭଳି ଅଧର୍ମ । ଛି --- ଛି---
ମହାମନ୍ତ୍ରୀ --- କଣ ହେଲା ବିଶ୍ଵାଳ ବାବୁ । ବିସ୍ତାର କରି କୁହନ୍ତୁ । କିଏ କରିଛି ଅଧର୍ମ କାମ ? କୁହନ୍ତୁ । ଡ଼ରିବାର ନାହିଁ ।
ସନ୍ତୁଳା - ମହାମନ୍ତ୍ରୀ ମହାଶୟ । କଣ ନ ହେଉଛି କୁହନ୍ତୁ ।
( ସମସ୍ତେ ମହାରାଜଙ୍କ ଆଗରେ ଘଟଣାକୁ ମୂଳରୁ ଚୁଳ ପର୍ଯ୍ୟନ୍ତ ବର୍ଣ୍ଣନା କଲେ )
ସରାଙ୍ଗ ଦେବ - ମୋ ରାଜ୍ୟରେ ପୁଣି ନାରୀମାନଙ୍କର ଅପମାନ । କିଏ କରିଛି ଏ ଦୁଃସାହସ ।
ସମସ୍ତେ - ଜହର ପଣ୍ଡା, ଟୁବୁଲୁ ଖାଁ, କାଲୁ ଏବଂ ବାପି ।
ସରାଙ୍ଗ ଦେବ -- ସେମାନଙ୍କର ଏତେ ବହପ । ନାରୀମାନଙ୍କୁ ବେଇଜ୍ଜତ କରିବେ ।
( ରାଗରେ ଅଗ୍ନିଶର୍ମ। ସରାଙ୍ଗ ଦେବ ମହାମନ୍ତ୍ରୀକୁ କହିଲେ ସରାଙ୍ଗ ଗତର ସିଂହ, ସ୍ଵାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାର ନାତି ସିଂଙ୍ଗରାଇ ମୁଣ୍ଡାକୁ ଡକାନ୍ତୁ ।)
ମହାମନ୍ତ୍ରୀ -- ମହାରାଜ ! ସିଙ୍ଗରାଇ ମୁଣ୍ଡା କୁଆଡ଼େ ଚାଲିଯାଇଛି ।
ସରାଙ୍ଗ ଦେବ --- ଓହ --- ତାଙ୍କୁ ଫୋନ କଲ୍ କର | video call କର । WhatsApp re message dia l ଯେମିତି ହେଉ ତାକୁ ଆଣ ମୋ ଆଗକୁ ।
ମହାମନ୍ତ୍ରୀ -- ଆଜ୍ଞା ମହାରାଜ । ସିଙ୍ଗରାଇ କୁ message କରି ଦେଲି ସାର୍ । ଧୈର୍ଯ୍ୟ ରଖନ୍ତୁ । ସେ ଅବିଳମ୍ବେ ସେହି ବଦମାସ ୪ ଜଣଙ୍କୁ ଧରି ଆଣିବ ।
ଶେଷ ଦୃଶ୍ୟ)
WhatsApp message ପାଇ ସିଂପରାଇ ଓ ତାର ଦୁଇ ସହଚର ବୁଲୁଆ- ଗୁଲୁଆକୁ ଧରି ଅନନ୍ତ ଶୟନ ମେଳା ସ୍ଥାନକୁ ଗଲେ । ସେହି ୪ ଜଣ ପୋଲ ଉପରେ ବସି ବୁଟଭଜା ଖାଉଥାନ୍ତି ଓ ଗୋଲିଗପ କରୁଥିଲେ )
ସିଙ୍ଗରାଇ - ଶୁଣ ଭାଇ ମାନେ । ଝିଅମାନଙ୍କୁ କାହିଁକି ହଇରାଣ କରୁଛ । ଆମର ପ୍ରୀୟ ରାଜ୍ୟ ବଦନାମ ହେଉଛି । ମେଡିଆରେ ଭାଇରାଲ ହେଉଛି ତୁମର ନାରୀ ନିର୍ଯ୍ୟାତନା । ହଇରେ । ଆମ ରାଜ୍ୟ ନାଁ କମଉଛି । ତୁମକୁ ଖରାପ ଲାଗୁନି କି ? କେଉଁ ଧାତୁରେ ଗଢ଼ା କି ?
ଜହର ପଣ୍ଡା - ତୁ କିଏ କି ? ଆମକୁ ପ୍ରବଚନ ଶୁଣଉଛୁ । ଆ -- ଥୁ ----
ଟୁବୁଲୁ -- ବେ ସିଙ୍ଗରାଇ । ତୁ ଆମ matter ରେ ମୁଣ୍ଡ ପୁରା ନା , ସିଙ୍ଗ ଲଗାନା, ଭାଙ୍ଗି ଦେବି । ନ ହେଲେ କାଟ୍ ଡାଲୁଙ୍ଗା ।
କାଳୁ - ତୁ ଆମକୁ ମୂଷା ଭାବି ଲଢେଇ କରିବାକୁ ଆଇଛୁ । କାଇଛୁ କୁଣ୍ଡିଆ କୁ ଧରି । ଏ ଦୁଇ ଗୋଲ ମଟୋଲ ପେଣ୍ଡୁ ଗେଣ୍ଡୁ କୁ ଧରି ଆସିଛୁ । କବାଡି ଖେଳିବା ଆସ । କବାଡ଼ି କବାଡି ---ହା -- ହା--
ବୁଲୁଆ -- ବେ ମାଡୁଆ ଦଳ । ତମର ତ ଭାରି ସାହସ । ଆମ ରାଜ୍ୟର ଗର୍ବ ଗୌରବ ସିଙ୍ଗରାଇ ଙ୍କୁ ତୁମେ ଏମିତି ତାଚ୍ଛଲ୍ଯ କରିବ ।
ଗୁଲୁଆ - ବେ ରୁହ । ସିଙ୍ଗରାଇ ତୁମକୁ ଛତୁ କରିଦେବ । ତୁଳା ଭଳିଆ ପବନରେ ଫୁ କରି ଦେବ । ଆ -- ଫୁ --- ଫୁ --
( ଏହି ସମୟରେ ସିଙ୍ଗରାଇ ସିଙ୍ଗଡ଼ା ଖାଇ ଏମିତି ପାଞ୍ଵାର ପଞ୍ଚ ଦେଲା ଯେ ଜହର ପଣ୍ଡା ତଳେ ପଡିଗଲା )
ସିଙ୍ଗରାଇ -- ଜଣକୁ ପିଟି -- flower ସମଝା କ୍ୟା , fire ହୁଁ ମେଁ ।
ବୁଲୁଆ- ଦେଖରେ । ଗୋଟିଏ ବିଧାରେ ଧୂଳି ଚାଟିଲାଣି । ହା ହା । ପାଣି ପିଆ ରେ ।
ଗୁଲୁଆ - ଦାନ୍ତ ଭାଂଗି ଦେ ରେ । ବାନ୍ଦ ସମସ୍ତଙ୍କୁ ।
( ସମସ୍ତଙ୍କୁ ବାନ୍ଧି ଆଣିଲେ )
ସରାଙ୍ଗ ଦେବ - ମୋର ସିଂହ ଶାକ୍ୟସିଂହ ସରାଙ୍ଗ ଗଡର ଅସଲି ସିଂହ , ମୋର ଏହା ହିଁ ଆଶା ହେଲା ।
--- ସମସ୍ତେ ତାଳି ମାରିଲେ
-- ସିପାହୀ -- ଏମାନଙ୍କୁ କାରାଗାରକୁ ନେଇଯାଅ । ଆଜୀବନ କାରାଦଣ୍ଡ ।
ସେନାପତି --ସରାଙ୍ଗ ଗଡର ସିଙ୍ଗରାଇ ----
ସମସ୍ତେ --- ଜିନ୍ଦାବାଦ୍ , ଜିନ୍ଦାବାଦ୍
କଟୁଆଳ - ସରାଙ୍ଗ ଗଡର ସିଙ୍ଗରାଇ
ସମସ୍ତେ -- ଜିନ୍ଦାବାଦ୍ ଜିନ୍ଦାବାଦ୍ ।
-- ସମାପ୍ତ
@ ପଞ୍ଚାନନ ଜେନା
ତାରିଖ -୧୫-୪-୨୦୨୨
