STORYMIRROR

Panchanan Jena

Inspirational

3  

Panchanan Jena

Inspirational

ହଳେ ଚପଲ

ହଳେ ଚପଲ

2 mins
14

କ୍ଷୁଦ୍ରଗଳ୍ପ -ହଳେ ଚପଲ
ରଚନା - ପଞ୍ଚାନନ ଜେନା
ତାରିଖ -୨୧-୦୬-୨୦୨୫

ଡକ୍ଟର ବିମଳେନ୍ଦୁ ସାମଲ ପେଶାରେ ଡିନ୍ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ୍ ଟେକନୋଲୋଜି , ସରାଙ୍ଗ , ଢ଼େଙ୍କାନାଳ ଜିଲ୍ଲାର ଆଦର୍ଶ ସ୍ୱୟଂଚାଳିତ ଇଂଜିନିୟରିଙ୍ଗ୍ କଲେଜର | ଓଡ଼ିଶା ଲୋକସେବା ଆୟୋଗ ଦ୍ଵାରା ଚୟନିତ ହୋଇଥିଲେ ଙ୍କପୁଟର ବିଜ୍ଞାନ ବିଭାଗରେ ଏସୋସିଏଟ୍  ପ୍ରଫେସର ହିସାବରେ ୨୦୧୧ ମସିହାରେ ମାତ୍ର ନିଜର ପାରଦର୍ଶିତା ଓ କର୍ମକୁଶଳତା ତଥା ଅଭିଜ୍ଞ ପ୍ରଫେସର ହିସାବରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ତାଙ୍କୁ ଏହି ଦାୟିତ୍ୱସମ୍ପନ୍ନ ଡିନ୍ ପାହ୍ୟାକୁ ପଦୋନ୍ନତି କରିଛନ୍ତି ୨୦୨୫ ଜୁନ୍ ମସିହାରେ ।

     ଆଜି ସେହି ସୁବର୍ଣ୍ଣ ମୁହୁର୍ତ୍ତ , ସେହି ମହାର୍ଘ ମହ୍ଲାର। ବିମଳେନ୍ଦୁ ବାବୁ  ଯୋଗଦେବେ ଡିନ୍ ହିସାବରେ ଆଜି ଭଳିଆ ଅବିସ୍ମରଣୀୟ ଦିନରେ , ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ , ଜୁନ୍ ମାସ ୧୧ ତାରିଖ ଅର୍ଥାତ୍ ଜ୍ୟୋଷ୍ଠ ମାସ ପୂର୍ଣ୍ଣିମାରେ । ତାଙ୍କର କର କମଳରେ ନୂତନ ଡିନ୍ ଚେମ୍ବରର ଶୁଭ ଉଦଘାଟନ ହେବାର ସହିତ ପ୍ରଥମ ଦିନର କାର୍ଯ୍ୟଭାର ଆରମ୍ଭ କରିବାର ଶୁଭ କାର୍ଯ୍ୟକ୍ରମ ଅଛି । ତେଣୁ ତାଙ୍କ ଅଫିସ୍ ରୁମ୍ ଆଗରେ କିଛି ଗହଳି ଚହଳି । କଲେଜର ସାଥୀ ସହକର୍ମୀ ତଥା ବିଭିନ୍ନ ବିଭାଗର ଛାତ୍ରୀ ଛାତ୍ରମାନଙ୍କ ମଧ୍ୟରେ ଉତ୍କଣ୍ଠା ସହିତ ଆବେଶ ମିଶା ଉତ୍ସାହ କାରଣ ତାଙ୍କର ଅତି ପ୍ରୀୟ ଛାତ୍ରବତ୍ସଳ ସାର୍ ଆଜି ଡିନ୍ ପାହ୍ୟାକୁ ଉନ୍ନୀତ ହୋଇଛନ୍ତି । ଗେଣ୍ଡୁ ମାଳରେ ସୁସଜ୍ଜିତ ଦ୍ଵାର ତଥା ଚୁନି ଲାଇଟରେ ଝଟକୁଛି ଡିନ୍ ମହୋଦୟଙ୍କ ପ୍ରକୋଷ୍ଠ । ଆଗ ପଛ ଆଖ ପାଖ ସବୁ ସଫା ସୁତୁରା , ସତେ ଯେମିତି ସ୍ଵଚ୍ଛତା ହିଁ ସେବାର ପ୍ରାରମ୍ଭିକ ପର୍ଯ୍ୟାୟ ଶ୍ରୀଗଣେଶ ହେବାର ଯୋଜନା ରହିଛି କି ?

ଆଜି ରିବନ୍ କାଟୁ କାଟୁ , ନଡ଼ିଆ ଭାଙ୍ଗୁ ଭାଙ୍ଗୁ ତଥା ଚେମ୍ବରରେ  ପ୍ରବେଶ କରୁକରୁ ବିମଳେନ୍ଦୁ ବାବୁ ରୁମ୍ ଆଗରେ କୁଢ଼ କୁଢ଼ ଚପଲ ମୋଜା ଯୋତା ବୁଟ୍ ଇତ୍ୟାଦି ଦେଖି  ଆଉଟ ସୋର୍ସିଙ୍ଗ ସିକ୍ୟୁରିଟି ଉପରେ ଭାରି ବିରକ୍ତ ହେଲେ। 
" ଏ ସବୁ କ'ଣ ? ତୁମେ ଏଠି ବସି କ'ଣ କରୁଛ ? ମନା କରି ପାରିବନି ଚପଲ ରଖିବାକୁ ଏଠାରେ । ଗୃହାରମ୍ଭ ହେଉ ହେଉ ଏପରି ବିଶୃଙ୍ଖଳିତ ଆଚରଣ । ପୂରା ଅସହ୍ୟ | ଚାକିରି ସରିଯିବ ଆଖି ପିଛୁଲାକେ ।  ଏପରି ଯେମିତି ଦ୍ୱିତୀୟ ଥର ନ ହୁଏ । ଶୃଙ୍ଗଳା ଦରକାର , ମଣିଷ ହେଉ କି ଚପଲ , ପକ୍ଷୀ ହେଉ କି ଏନିମଲ । ମୁଣ୍ଡରେ ପଶିଲା କି ?

ଏମିତି ଗରଗର ହେଉ ହେଉ ସାମଲ ବାବୁ ଅର୍ଡର ଦେଲେ ତର୍ଜନୀ ନିର୍ଦ୍ଦେଶ କରି କହିଲେ -   ଚପଲ -ଯୋତା- ସବୁକୁ ବାରଣ୍ଡା ତଳକୁ ଫୋପାଡି ଦିଅ । ଠିଆ ହୋଇଛ କ'ଣ ଖୁଣ୍ଟ ଭଳିଆ ?

ପରଦା ଆଡେଇ ଭିତରକୁ ପ୍ରବେଶ କରୁକରୁ ହଳେ ଛିଣ୍ଡା ହାୱାଇ ଚପଲ ଉପରେ ନଜର ପଡିଗଲା। ମୂହୁର୍ତ୍ତେ ଅଟକି ଯାଇ ପୁଣି ସିକ୍ୟୁରିଟିକୁ ବରାଦ ଦେଲେ କାହାରି ଚପଲ ନ ଫୋପାଡିବାକୁ। ଅଧୁନା ଗର୍ଜନ ତର୍ଜନ ବଦଳରେ ବେଶ୍ ମାର୍ଜିତ ଆଦେଶନାମା ଥିଲା ।

    ଠିକ୍ ସେତିକିବେଳେ ସିକ୍ୟୁରିଟି ନୂଆ ଡିନ୍ ସାରଙ୍କୁ ମୁଣ୍ଡ ନୁଁଆଇଁ କହିଲା ---
        "ସିରି ଟୁ ସେ ସାର୍, ଆପଣଙ୍କ ବାପାଙ୍କୁ ଭିତରେ ବସାଇ ଦେଇଛି ଆପଣଙ୍କୁ ନ ପଚାରି ! କ୍ଷମା କରିଦେବେ ସାର୍ ।"


Rate this content
Log in

Similar oriya story from Inspirational