STORYMIRROR

Sunanda Mohanty

Romance Thriller

3  

Sunanda Mohanty

Romance Thriller

ସ୍ମୃତି

ସ୍ମୃତି

1 min
357

 କଲେଜରେ ସେଦିନ, "ହ୍ୱାଏ ଆଇ ଷ୍ଟାଣ୍ଡ ଫର" ମିଟିଙ୍ଗ ଚାଲିଥାଏ,. ତଳ ଗ୍ୟାଲେରୀରେ କଲେଜ ଇଲେକ୍ସନରେ ଠିଆ ହୋଇଥିବା ପ୍ରାର୍ଥୀମାନେ ସେମାନଙ୍କ ଅଭିଭାଷଣ ରଖୁଥିଲେ. ଉପର ଗ୍ୟାଲେରୀରେ ଗୋଟେ ପଟକୁ ପୁଅ ଆଉ ଗୋଟେ ପଟେ ଝିଅମାନେ ଠିଆହୋଇ ପ୍ରାର୍ଥୀମାନଙ୍କୁ ଉତ୍ସାହିତ କରି ସ୍ଲୋଗାନ ଓ ତାଳି ଦେଇଚାଲିଥିବାବେଳେ ଡ୍ରାମାଟିକ ସେକ୍ରେଟାରୀଙ୍କ ପାଳି ଆସିବାରୁ, ବାର୍ତ୍ତା ସହ ସଙ୍ଗୀତର ତାଳେ ତାଳେ ସମସ୍ତେ ମତୁଆଲା ହୋଇ ଝୁମିବାକୁ ଲାଗିଲାବେଳେ, ମୋ ପାଖରେ ଠିଆ ହୋଇଥିବା ମୋ କ୍ଲାସର ସ୍ମିତା ନାମ୍ନୀ ଝିଅଟି ହଠାତ ତା ନିଜ ଗୋଡ଼ରୁ ଚପଲ କାଢି ଡ୍ରାମାଟିକ ସେକ୍ରେଟାରୀ ଉପରକୁ ତଳକୁ ଫିଙ୍ଗିବା ଘଟଣା ମତେ ବଡ଼ ବିରକ୍ତିବୋଧ ଲାଗିଥିଲା l

  ଏପଟେ ମୁଁ ରହୁଥିବା ଘର ପାଖକୁ ଲାଗି ସ୍ମିତାର ଘର. ତାଙ୍କ ଘରକୁ କଲେଜ ଇଲେକ୍ସନରେ ଠିଆ ହୋଇଥିବା ପୁଅ ଝିଅ ଅର୍ଥାତ ବିଭିନ୍ନ ପ୍ରାର୍ଥୀ କାର୍ଡ ଧରି ଆସୁଥିଲେ, ସେମାନଙ୍କୁ ଭୋଟ ଦେବାକୁ କହିବାକୁ ତ ସ୍ମିତା ମୁଁ ରହୁଥିବା ଘରକୁ ଆଙ୍ଗୁଳି ନିର୍ଦ୍ଦେଶ କରି ଦର୍ଶାଇ ଦିଏ ସେ ଘରେ ମୁଁ ଅଛି ଏବଂ ମତେ କାର୍ଡ ଦେଇ ଭୋଟ ଦେବାକୁ କହିବାକୁ ତ ଝରକା ପଟେ ସେସବୁ ଦେଖି ଭୀଷଣ କ୍ଷୁବ୍ଧ ମୁଁ ସ୍ମିତା ଉପରେ l

  ଆଜି ଏତେ ବର୍ଷ ପରେ ଭୁବନେଶ୍ୱର ବିମାନଘାଟିରେ ସ୍ମିତା ମତେ ପଛରୁ କୁଣ୍ଢେଇ ଧରେ ତ ମୁଁ ବୁଲିପଡ଼ି ଏତେ ଦିନ ପରେ ତାକୁ ଦେଖି କଲେଜ ସ୍ମୃତି ସବୁ ମନେ ପକାଉ ପକାଉ ସେ ତା ମିଷ୍ଟରଙ୍କୁ ମୋ ସହ ପରିଚିତ କଲାବେଳେ ମୁଁ ସାଂଘାତିକ ଧକ୍କା ଖାଏ କାରଣ ତା ମିଷ୍ଟର ଆଉ କେହି ନଥିଲେ, କଲେଜ ଜୀବନର ସେହି ଡ୍ରାମାଟିକ ସେକ୍ରେଟାରୀ ଉମେଶ ସେନାପତି, ଯାହା ଉପରକୁ ସ୍ମିତା ଚପଲ ଫିଙ୍ଗିଥିଲା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance