STORYMIRROR

Sunanda Mohanty

Romance Inspirational Thriller

3  

Sunanda Mohanty

Romance Inspirational Thriller

ଶାଶ୍ୱତ ପ୍ରେମ

ଶାଶ୍ୱତ ପ୍ରେମ

2 mins
151

ଅବସର ପରେ ଗୋଟେ ଅନ୍ୟ ଦୁନିଆଁରେ ବଂଚିବା ଚିନ୍ତାରେ ଖୁସି ଥିଲେ ସୁବୋଧ ପଟ୍ଟନାୟକ .ସେ ଭାବୁଥିଲେ ସାହିତ୍ୟ କ୍ଷେତ୍ରରେ ଖୁବ ଉର୍ନ୍ନତି ଆଣିବେ .ନିଜ ଅନୁଭୂତିରୁ ଶିଖିଥିବା ଜ୍ଞାନଭିତରେ କିଛି ପୂର୍ବ ଓ ଚାଲିଥିବା ସଂସ୍କୃତି ,ପରମ୍ପରାର ମିଶ୍ରଣ ସହିତ ଜଣେ ସଚେତନ ନାଗରିକ ହିସାବରେ କିଛି ଦିଗଦର୍ଶନ ଦେବେ ସମାଜକୁ l

   ଘରେ ଶିକ୍ଷିତ ପୁଅ ଝିଅ ଏଯାଏଁ ଚାକିରୀ ନପାଇ ହତାଶ ଭିତରେ ଥିଲେ.ସାଙ୍ଗସାଥି ମାନେ ଆସିଲେ ନିଜ ପୁଅ ଝିଅଙ୍କର ତାଙ୍କ ସଙ୍ଗେ କଥାବାର୍ତ୍ତା ଭିତରେ ନିଜ ବିପ୍ଳବାତ୍ମକ ମତାମତ ,ସୁବୋଧ ବାବୁଙ୍କ କର୍ଣ୍ଣ ପଟଳରେ ଗୁଂଜରିତ ହୁଏ .ସେମାନେ ଆଜି ସଂରକ୍ଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ପୂର୍ବସୁରୀଙ୍କୁ ଦୋଷ ଦେଉଥିଲା ବେଳେ ,ସୁବୋଧ ବାବୁ ଚାହିଁକି ବି ବୁଝେଇ ପାରନ୍ତିନାହିଁ ପିଲାଦୁହିଁଙ୍କୁ ଯେ ସେତେବେଳେ ସମସ୍ତଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଜାତି ଭିତ୍ତିକ ସରଂକ୍ଷଣର ଆବଶ୍ୟକତା ନିଶ୍ଚୟ ରହିଥିଲା ,ଆଉ ବର୍ତ୍ତମାନ ପରିସ୍ଥିତିରେ ସେସବୁର ମୁଳୋତ୍ପାଟନ ସମ୍ଭବ ହେଉନାହିଁ କାହିଁକିର ଉତ୍ତର ଦେଲାବେଳେ ,ଏହା ଏକ ସମ୍ବେଦନଶୀଳ ଆହ୍ୱାନ .ଏସବୁ ପାଇଁ ଯଦି ସେହି ଗୋଷ୍ଠୀ ଓ ସମ୍ପ୍ରଦାୟର ଲୋକମାନେ ଆଗକୁ ଆସି ସରଂକ୍ଷଣ ବିରୁଦ୍ଧରେ ଯାଇ ,ସେମାନଙ୍କ ନିଜସ୍ୱ ଦକ୍ଷତାର ପ୍ରମାଣ ଦେଇ ସର୍ବସମ୍ମତିକ୍ରମେ ପ୍ରତିଦ୍ବନ୍ଦିତାରେ ଆସି ନିଜ ଗୌରବ ଗାରିମାର ପରିଚୟ ଦିଅନ୍ତେ ତେବେ ଯାଇ ଏ ଘୃଣ୍ୟ କୋଟା ବା ସରଂକ୍ଷଣ ଉଠି ପାରନ୍ତା l

   ଏହି ପରିପ୍ରେକ୍ଷୀରେ ସୁବୋଧବାବୁଙ୍କ ଆଖିରେ ଲୁହ ଆସିଯାଏ ,ଲଷ୍ମଣ ନାୟକ ଓ ବିଶ୍ରାମୁଣ୍ଡା ତଥା ଅନେକ ତତ୍କାଳୀନ ଜନଜାତି ନେତାଙ୍କ,ଦେଶ ପାଇଁ ଆତ୍ମବଳୀ ଓ ମହତ ପଣିଆଦାନ ମନକୁ ଆସେ ,ଲୁଣ ଟିକେ ମଧ୍ୟ ପାଉନଥିଲେ ଜାଉରେ ପକେଇ ଖାଇବା ପାଇଁ ବିଶ୍ରାମୁଣ୍ଡା ,ଯେତିକି ଦୁଃଖଦ ,ଲଷ୍ମଣ ନାୟକଙ୍କ ପ୍ରତି ନିଜ ଜାତି ଲୋକଙ୍କ ବିଶ୍ୱାସଘାତକତା ମଧ୍ୟ ସେତିକି ନିନ୍ଦନୀୟ.ମୋଟାମୋଟି କହିବାକୁ ଗଲେ ପ୍ରତ୍ୟକ ମଣିଷ ସେ ଯେଉଁ ଜାତି ,ସମାଜ ,ଦେଶର ହେଉ ,ତାଙ୍କ ଭିତରେ ନିଶ୍ଚୟ ଭଲଗୁଣ ଓ ମନ୍ଦଗୁଣ ରହିଛି .ସେହିସବୁ ଐଶ୍ବର୍ଗିକ ଗୁଣ ଭିତରୁ ଆତ୍ମସଚେତନାତା ଓ ସ୍ୱାଭିମାନ ମଧ୍ୟ ଗୋଟିଏ ପରିପୃଷ୍ଠକ ଦିଗ ଗୋଟିଏ ଜାତି ଗୋଟିଏ ସମାଜ ତଥା ଦେଶ ପାଇଁ l

    ସ୍ୱାଭିମାନ ଜାଗୁରିତ କରିବାକୁ ପଡିବ ,ଶିକ୍ଷା ,ସଂସ୍କୃତି ,ପରମ୍ପରା ରେ ନୂତନତା ଆଣି ଜାଗ୍ରତ କରେଇବାକୁ ପଡିବ ,ନିଜକୁ ଅନଗ୍ରସର ,ପଛୁଆ ବୋଲାଇ ସରଂକ୍ଷଣ ନୀତିକୁ ପରିହାର କରି ଆତ୍ମସଚେତନତା ପାଇଁ ଜାଗରଣ ଦରକାର .ସେଦିନ ସୁବୋଧ ବାବୁ ସ୍ତ୍ରୀ ନିହାରିକାଙ୍କୁ କହିଲେ ,ମୁଁ ଚାଲିଲି ,ସେଇସବୁ କେବିକେ ଜିଲ୍ଲା କୁ ,ସହଧର୍ମିଣୀ ଆଶ୍ଚର୍ଯ୍ୟରେ ଚାହିଁଲେ ସ୍ୱାମୀଙ୍କୁ ,ଆଉ ସ୍ୱାମୀଙ୍କର ଅଭିସନ୍ଧି ଯେ କେତେ ମନସ୍ତତ୍ତ୍ୱପୂର୍ଣ୍ଣ ,ସେସବୁ ବିସ୍ଲେସଣ କରି ନିଜେ ମଧ୍ୟ ପ୍ରସ୍ତୁତ ହେଲେ ଯିବାପାଇଁ, ସୁବୋଧବାବୁ ପ୍ରେମରେ ଚାହିଁଥିଲେ ସ୍ତ୍ରୀ ଅନୁପମାଙ୍କୁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance