ସ୍ବପ୍ନ
ସ୍ବପ୍ନ
ମୁଁ ଗୋଟେ ସ୍ବପ୍ନ । ନିଜକୁ ପାଇବାକୁ ଅନେକ ଅପେକ୍ଷା କରିଛି । ପାଇବାକୁ ଆଶା ନରଖି ଖୋଜି ଚାଲିଛି । ନା କେବେ ହଜିଛି , ନା ନିଜକୁ ହଜିବାକୁ ଦେଇଛି । ଅନେକ ସ୍ବପ୍ନ କୁ ଏଇ ହାତରେ ଦଳି ଚକଟି ନଷ୍ଟ କରିଛି । ଦିନ ପରେ ଦିନ, ରାତି ପରେ ରାତି ବିତିଚାଲେ ଏମିତି । ନିଜକୁ ପ୍ରଶ୍ନ କରେ କାହିଁକି ଖୋଜୁଛି ନିଜକୁ ।
ଏମିତି ଭାବି ଭାବି ବିତିଯାଏ କିଛି ବର୍ଷ । ରାଧିକା ସହ ଭେଟ ହୁଏ ସୁରେଶ । ଦୁହେଁ ଦୁହିଁଙ୍କ ପାଇଁ ଅଜଣା । ବନ୍ଧୁତା ହୁଏନି କେବେ ହାତରେ ଗଣା । ସେଇ ଜଣା ଅଜଣା ଭିତରେ ଗଢି ଉଠେ ଦୁଇ ଜଣଙ୍କ ସମ୍ପର୍କ । ଦୁହେଁ ନିବିଡତା ଭିତରେ ନିଜକୁ ଖୋଜୁ ଖୋଜୁ ବଦଳାଇ ଦିଅନ୍ତି ନିଜର ପଥ । କିଏ କୁଆଡେ ଗଲେ କିଛି ଖୋଜ ଖବର ରହିଲାନି । ଆତ୍ମିୟତା ଘୃଣା ର ଯାଗା ନିଏ । ଦୁହେଁ ଦୁହିଁଙ୍କୁ ଦୋଷାରୋପ କରି ଚାଲନ୍ତି କିନ୍ତୁ ନିଜକୁ ଖୋଜିବା ପାଇଁ ଚେଷ୍ଟା କରନ୍ତି ନାହିଁ ।
ଦୁହେଁ କିନ୍ତୁ ଗୋଟିଏ ଯାଗାକୁ ବଦଳି ହୋଇ ଆସନ୍ତି । ଦୁହେଁ ଦୁହିଁଙ୍କ ସାମ୍ନାରେ ଆଜି ଏମିତି ଭାବରେ ଛିଡା ହୋଇଛନ୍ତି ନିଜକୁ ବିଶ୍ଵାସ କରି ପରାନ୍ତିନି । ଦୁହେଁ ଆଇଓବି ବ୍ୟାଙ୍କର ଫିଲ୍ଡ ଅଫିସର ଭାବେ କର୍ମ କରନ୍ତି । ପର୍ଶୋନାଲରେ କେହି କାହା ସହିତ କଥା ନହେଲେ ବି ଅଫିସିଆଲ୍ କାମ ପାଇଁ କଥା ହେବାକୁ ପଡ଼େ । ତାଙ୍କ କଥା ବାର୍ତ୍ତା ଭିତରେ ରାଧିକା ସହ ଦୀନେଶ ଯେକି
ବ୍ୟାଙ୍କର ମ୍ୟାନେଜର ବହୁତ୍ କ୍ଲୋଜଲି କଥା ହୁଏ । ସୁରେଶ ଦେଖି ତାହା ପସନ୍ଦ କରେନି । ରାଗ ରେ ଜଳି ଯାଏ । ଘୃଣା ସିନା ଥାଏ ହେଲେ ସେ ଯୋଉ ଝିଅ ପାଇଁ ନିଜ ଜୀବନ କୁ ଦୋଛକିରେ ଛିଡା ଦେଇଛି , ସେ ଆଉ କାହା ସହ ହସି ହସି କଥା ହଉଛି ।
ସେ ଫେରି ଯାଏ ପୂର୍ବ ସମୟକୁ । ଯେବେ ଦୁହେଁ ଦୁହିଁଙ୍କ ବିନା ରହିପାରୁନଥିଲେ । ରାଧିକା ଅନ୍ୟ ପୁଅଙ୍କ ସହ କଥା ହେଇଯାଏ ସାଙ୍ଗ ଭାବି କିନ୍ତୁ ସୁରେଶ ର ପୋଯେଶିଭ ଗୁଣ ପାଇଁ ରାଧିକା ଆଉ ସୁରେଶ ଭିତରେ ଦୂରତା ବଢ଼ି ବଢି ଯାଏ । ଆଉ ତାହା ଘୃଣାରେ ପରିବର୍ତ୍ତନ ହେଇଯାଇଥିଲା । ସେଇ ସମୟରେ ରାଧିକା କହେ ହେଲୋ ସୁରେଶ, ଦିନେଶ ସାର୍ କହିଲେ କି ଆମକୁ ରେପୋର୍ଟ ଦେବାକୁ ହେବ । ସୁରେଶ ରାଗରେ ରାଧିକା କୁ ଗୋଟେ ସାଇଟ୍ କୁ ନେଇ କହେ ସେ ମ୍ୟାନେଜର ସହ ଏତେ ହସି ହସି କଥା ହେଇଯାଉଚ । ଏଇଥି ପାଇଁ ଆମ ଭିତରେ ଦୂରତା ବଢି ଚାଲିଛି । ଆଉ ତୁମେ ପୁରା ଖୁସିରେ ଜୀବନ ବଞ୍ଚୁଛ । ରାଧିକା କହେ ତୁମେ କାଇଁ ଜାଣିବ ,ଯାହା ପାଇଁ ମୁଁ ଚାତକ ପରି ଅପେକ୍ଷା କରିଛି ,ଯାହା ପାଇଁ ସ୍ବପ୍ନ ସଜେଇ ଦୀର୍ଘ ବାର ବର୍ଷ କାଟିଦେଲି । ଆଜି ସେ ମତେ ମୋ ଚରିତ୍ର ଉପରେ ପ୍ରଶ୍ନବାଚି କରିଛି। ଏଇଥି ପାଇଁ ଅପେକ୍ଷା ତୋତେ କଣ କରିଥିଲି ।କହିପାରିବ କଣ ପାଇଲି । ଏଇ ଜଳି ଜଳି ବଞ୍ଚି ଚାଲିଛି । ସୁରେଶ ରାଧିକାକୁ ଆଲିଙ୍ଗନ କରି ବସେ । ରାଧିକା ରାଗି ଉଠେ ହେଲେ ମନ ଭିତରେ ଯେ ସେ ଏତେ ଦିନର ଜ୍ଵାଳା କୁ ଶାନ୍ତ କରୁଛି ସେ କିଛି ନକହି ଚୁପ୍ ରହେ ।
ଅପେକ୍ଷାର ଫଳ ମିଠା ଆଉ ସତରେ ତାହା ପ୍ରତିଫଳିତ ହୁଏ । ସୁରେଶ ଆଉ ରାଧିକା ଜୀବନରେ ନୂଆ ମୋଡ଼ । ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇ ଖୁସିରେ ରୁହନ୍ତି ।
କଲିଙ୍ଗ ବେଲ୍ ବାଜେ । ରାଧିକା ନିଦ ଭାଙ୍ଗେ ଦେଖିଲା ବେଳକୁ ରାତି ଚାରି ଟା । ମନେ ମନେ ଭାବେ ସତେ କଣ ଏ ସ୍ଵପ୍ନ ସତ ହେବ , ସତେ କଣ ତୋତେ କରିଥିବା ମୋ ଅପେକ୍ଷା ଫଳବତି ହୋଇବ ।
ବି:ଦ୍ର- ଅପେକ୍ଷାର ଫଳ ମିଠା । ହୃଦୟରେ ଯାହା ଥାଏ ତାହା ଦିନେ ଫଳବତୀ ହୁଏ । ଆଉ ଦିନେ ନା ଦିନେ ଘଟେ । ବିଶ୍ଵାସ ଥିଲେ ଭଗବାନ୍ ବି ମିଳନ୍ତି । ଆଉ ଆମେ ତ ମଣିଷ । ବିଶ୍ଵାସ ଭାଙ୍ଗିବ ବା କେମିତି ।