ବେଙ୍ଗୁଲି ରାଣୀ
ବେଙ୍ଗୁଲି ରାଣୀ
ସୁଲୁସୁଲୁ ପବନ ସାଙ୍ଗକୁ ଗରମ୍ ଗରମ୍ ଚା କପେ ଧରି ଝରକା ପାଖେ ବସି ବେଙ୍ଗୁଲିର ବାପା ଭାବୁଛନ୍ତି । ଝିଅଟି ବଡ ହେଲାଣି ତା ବାହାଘର ପାଇଁ ବରପାତ୍ରଟିଏ ଖୋଜିଲେ ହୁଅନ୍ତା ବେଙ୍ଗୁଲି ମାଆ । କ'ଣ କହୁଛ ?? ହଁ ହେ ତେମେ ଆପଣ ଠିକ୍ କହୁଛ । ଝିଅଟା ବାହା ଦେଇ ସାରିଲେ ସିନା ପୁଅ କଥା ଚିନ୍ତା କରିବା । ପୁଅଟା କେତେ କଷ୍ଟ କରୁଛି । ଆମ ଦିହ ତ ଭଲ ରହୁନି । ବଡ ଝିଅଟା ତ ବାହା ହେଇ ସାରିଛି । ବାକି ରହିଲେ ଏଇ ଦୁଇଟା ଯାହା ହାତକୁ ଦି ହାତ କରିଦେଲେ ଯିବ ।
ସାମା (ବେଙ୍ଗୁଲି ମାମୁଁ), କଣ କଥା ଚାଲିଛି କି ??
ନାଇଁ ମ ଭାଇ ଏଇ ଆଙ୍କ ସହ ଝିଅ ବାହାଘର କଥା ଟିକେ ହଉଥିଲି । ଆଉ ତମ ନଜରରେ ଯଦି କୋଉ ପିଲା ଆମ ଜାତିର ଅଛି କହୁନ । କେତେ ଲୋକଙ୍କୁ କହିଲିଣି । ତୁମେ ତ ଜାଣିଛ । ଗୋଟେ ଦୁଇଟା ପ୍ରସ୍ତାବ ଆସିଥିଲା ଯେ କଣ ହେଲା । ଆଉ କଣ କହିବି । ଝିଅଟା ବି ବଢ଼ିଲା ବୟସ ହେଲାଣି। ବାହା ଦେଇଦେଲେ ଚିନ୍ତା ଯିବ । ପୁଅଟା କୋଉ କୁଳକୁ ଲାଗିଗଲେ ଆମର ଆଉ କଣ ଅଛି । ଛୁଆରା ମଣିଷ ହେଇ ରହିଲେ ଆମର ସବୁ ହେଲା । ଆଉ କଣ ଦରକାର ଯେ । ଆଚ୍ଛା ଏମିତି କଥା ହଉ ମୁଁ ମୋ ନଜରରେ ଗୋଟେ ପିଲା ଅଛି ଆମ ଗାଆଁ ପାଖାପାଖି ଶାନ୍ତ ସରଳ ପିଲାଟେ । କମ୍ପାନୀରେ ଚାକିରି କରିଛି । ଘରେ ସବୁ ପାଠୁଆ ତାଙ୍କର । ଭିଣେଇ ଚିହ୍ନିଛନ୍ତି । ସେ ପା ତାଙ୍କ ଘରକୁ ଆଗରୁ ଯାଇଥିଲେ । ତା ବାପା ମାଷ୍ଟର ଥିଲା । ଅବସର ନେଇ ସରିଲାଣି କେବେଠୁ । ଏବେ ଘରେ ଅଛି । ଏତେ ଦିହ ପା ଭଲ ରହୁନି ।
ହଁ କି?? ହଉ ବୁଝ ଯଦି ହେବ ପାଖରେ ରହିବ । ଆଖି ପାଇବ ଛୁଆଟାକୁ ଟିକେ ଦେଖିହେବ । ଏତିକି କହି ବେଙ୍ଗୁଲି ମାଆ ଚାହା ଆଣିବାକୁ ପଳେଇଲା ଘର ଭିତରକୁ। ସାମା ଆଉ ବେଙ୍ଗୁଲି ବାପା ଦାମ ବସି କଥା ହେଲେ ପ୍ରସ୍ତାବ ବିଷୟରେ ।
ତାପରେ ସାମା ହଉ ମୁଁ ଯାଇ କଥାଟା ଟିକେ କାନରେ ପକାଏ ତାଙ୍କର । ତାଙ୍କର ବି ଖୋଜାଖୋଜି କରୁଥିବେ । ଆଉ ଝିଅ ପୁଅ ଭିତରେ ନଅ ବର୍ଷ ବ୍ୟବଧାନ କିଛି ଅସୁବିଧା ନାହିଁ ତ । ନା ନା । ହଉ ଦେଖ କହି ଦାମ ବାବୁ ସାମା (ତାଙ୍କ ଶଳା) ବଡ ଦଣ୍ଡବତଟେ ପକେଇଲେ । ତାପରେ ସେଇ ଝରକା ଦେଇ ବାହାରକୁ ଚାହିଁ ଭାବୁଥାନ୍ତି ବେଙ୍ଗୁଲି କଥା । ସେ ବେଙ୍ଗୁଲିକୁ ଭାରି ଭଲ ପାଆନ୍ତି । ବେଙ୍ଗୁଲି ପୁଅ ପରି କାନ୍ଧକୁ କାନ୍ଧ ଯୋଡ଼ି ତା ବାପା ସହ କାମରେ ସାହାଯ୍ୟ କରେ । ଅଣ୍ଡିରି ଚଣ୍ଡୀଟେ । ଯେତିକି କଳି ସବୁ ସେ ସ୍କୁଲ୍ ବେଳେ ଘରକୁ ଆଣେ । କିନ୍ତୁ ଏବେ ବାପା ଡରରେ ଟିକେ ଚାପି ହେଇଯାଇଛି । ସବୁ ଭାବି ବାପା ଆଖିରେ ଲୁହର ହସ ଝରିପଡେ ।
ସେପଟେ ସାମା ଝିଅର ପ୍ରସ୍ତାବ ନେ଼ଇ ପୁଅ ଘରକୁ ଯାଏ । ପୁଅ ଘରେ ବି ଝିଅ ଖୋଜୁଥିଲେ ବାହା ଘର କରିବା ପାଇଁ । ପିଲା ନାଆଁ ହେଲା ବେଙ୍ଗ। ପୁରା ରଜାଯୋଟକ । ପୁଅ ଘରେ କହିଲେ ହଉ ଦେଖାଦେଖି କରିବା ଯଦି ହେବ ଏଇ ଲଗନରେ କରିଦେବା । ପୁଅର ଡିମାଣ୍ଡ ମୋର ପଇସା ପତ୍ର କିଛି ଦରକାର ନାହିଁ ସେ ଯେପରି ଘର ଚଳେଇ ପାରୁଥିବ। ଆଉ ରୋଷେଇ କରି ମତେ ଠିକ୍ରେ ଖାଇବାକୁ ଦେଇ ପାରିବ । ସେ ଚାକିରି ବାକିରି ମୋର ଦରକାର ନାହିଁ, ମୋର ଟଙ୍କା ନୁହଁ ଭାତ ଦରକାର । ବେଙ୍ଗୁଲି ମାମୁଁ କହିଲେ ସେ ସବୁ ଜାଣିଛି । ସବୁ କରିପାରିବ। ତାପରେ କିଛି ଦିନ ପରେ ଚାଲିଲା ଦେଖାଦେଖି ଯାତ୍ରା। ପୁଅ ଘରେ ଯିବେ ବୋଲି ତିନି ଚାରି ସପ୍ତାହ ଲାଗିଲା। ପୁଅ ଯୋଉ ଦିନ ଯିବ ବୋଲି କହିଥିବ କରୋନା କଟକଣା ସହ ତା ଅଫିସ୍ କାମରେ ଯାଇ ପାରେନି । ବିଚାରି ବେଙ୍ଗୁଲି ମୁଣ୍ଡ ଧୋଇ ସଜେଇ ହେବାକୁ ବାହାରିଲା ବେଳକୁ ଖବର ଯିବ ତାଙ୍କର ଆଜି ପିଲା ଆସିପାରିଲାନି ।ଝିଅ ମନେ ମନେ ଭାବେ ଭାରି ରସିକିଆଟା ବୋଧେ କେତେ ଭାଉ ଖାଉଛି କେଜାଣି । ସେଇମିତିରେ ଦେଖା ସାକ୍ଷାତ ହୋଇ କଥା ଆଗକୁ ବଢେ। ବାହାଘର ଦିନ ବି ଠିକ୍ ହୁଏ । ହେଲେ ପୁଅ ଝିଅ କଥା ହୁଅନ୍ତି ନାହିଁ। ଝିଅଟା ମନେ ମନେ ଭାବେ କୋଉ ଯୁଗର ମଣିଷ କେଜାଣି । ଆଜିକାଲି କେତେ କଥା ହଉଛନ୍ତି । ଆଉ ଏ ପିଲାଟା କଣ କଥା ହଉନି । ତାପରେ ବାହାଘର ବି ସରିଯାଏ । ତାପରେ ଆରମ୍ଭ ହୁଏ ଖେଳ । ଦିନ ପରେ ଦିନ ଗଡିଲା ପରେ ଆରମ୍ଭ ହୁଏ ଦିନ ଯୁଦ୍ଧ । ବେଙ୍ଗୁଲି ମନେ ମନେ ଭାବେ କଣ ସେ ତା ନଣନ୍ଦକୁ କହେ ଯେବେ ତା ନଣନ୍ଦ ବୁଝାଏ। ଆଉ କହେ ଇଲୋ ଯଦି ତୁମେ ଦିଟା ଆଗରୁ କଥା ହେଇଥାନ୍ତ ତେବେ ବାହା ହେଇନଥାନ୍ତ ବୋଧେ । ଦେଇ ନଣନ୍ଦ ଭାଉଜ ଦିହେଁ ହସି ଉଠନ୍ତି।
ଦିନ ଗଡି ମାସ ହୁଏ, ମାସ ମାସ ଗଡିଲେ ଯାହା ହଉଥିବ ଆପଣଙ୍କୁ ଜଣା ଥିବ ମୁଁ କହିବି । ହଉ ମନଦୁଃଖ କରନି କହିଦଉଛି । ମାସେ ପରେ ଜଣା ପଡ଼େ ବେଙ୍ଗୁଲି ଗର୍ଭବତି, ଆଶାର ଆଲୋକ ପାଇ ବେଙ୍ଗ ନାଚି ଉଠେ ମନେ ମନେ । ତା ଖୁସି କହିଲେ ନସରେ। ସମୟର ଚକ ବଢିବା ସହ ବେଙ୍ଗ ବେଙ୍ଗୁଲି ସେଇ ଥଟ୍ଟା, ତାମସା, କଳି ଝଗଡାରେ ଆଗକୁ ବଢନ୍ତି । ବାହାଘରକୁ ବର୍ଷେ ପୂରିବା ଆଗରୁ ତାଙ୍କର ଝିଅଟିଏ ହୁଏ। ସେ ଝିଅ ପାଇଁ ଆଶା ରଖି ନାଆଁ ବାଛିଥିଲେ, ସେଥିପାଇଁ ଦୁହିଁଙ୍କ ମନ ଭାରି ଖୁସି । ତା ସହ ପରିବାର ଲୋକ ବି ଖୁସି । ତାଙ୍କ କୁନି ଝିଅଟି ଗୋଡ ମେଲେଇ ହେଇ ଶୁଏ ଠିକ୍ ବେଙ୍ଗ ଯେପରି ଫକ୍ ଫାକ୍ କରି ଡିଏଁ, ସେହିପରି । ତା ନାଆଁ ସେଥିପାଇଁ ହୁଏ "ବେଙ୍ଗୁଲି ରାଣୀ" । ଡାକ ନାଆଁ ତ ଅନେକ, ଜାତକ ନାଆଁ ଅଲଗା । ଶୁଭ ନାଆଁ ଅଲଗା। ହେଲେ ଏବେ ପରିଚିତ ସେ "ବେଙ୍ଗୁଲି ରାଣୀ", ବେଙ୍ଗ ଆଉ ବେଙ୍ଗୁଲିର ଅଂଶ ଯେହେତୁ। କଥା ଆରମ୍ଭ ହେଇଥିଲା ସେଇ ଝରକା ଦେଇ ବାହାରକୁ ଅନେଇ ଚା ପାଇବା ସମୟରୁ । ଆଉ ଆଜି ଝରକା ପାଖରେ ବେଙ୍ଗୁଲି ମିଟି ମିଟି କରି ଦେଖେ ସଭିଙ୍କ ଲକ୍ଷ୍ୟରେ ରହିବାକୁ ।।
ବି:ଦ୍ର:- ମଣିଷ ଜୀବନରେ ଯେବେ ସମୟ ସହ ତାଳ ଦେଇ ଚାଲିବ କେହି ତୁମକୁ ବିପଦରେ ପକାଇ ପାରିବେନି । ସେ ସମୟ ହେଉନା କାହିଁକି । ସ୍ୱାମୀ ସ୍ତ୍ରୀ ଭିତରେ ଯେତେ ଝଗଡା ହେଲେ ବି ଯଦି ଆପଣେଇ ରଖିବ ସମ୍ପର୍କକୁ ତେବେ ସବୁବେଳେ ଖୁସିରେ ସଂସାରରେ ରହି ପାରିବ। ନହେଲେ ହନ୍ତସନ୍ତ ହେଇ ଜୀବନ କଟିବ । ନିର୍ଭର କରେ କିଏ କେଉଁ ରୂପରେ ଗ୍ରହଣ କରିବ । ଯେ ଯେପରି ଭାବିବ ସେ ସେପରି ଲଭିବ । ତୃଟି ଥିଲେ କ୍ଷମା ଦେବେ।