Rekharani Sahu

Inspirational Others

4  

Rekharani Sahu

Inspirational Others

ମଉଜ

ମଉଜ

3 mins
192


  


 ଦିନ ଥିଲା ନେତୀ ନାନୀ ଘରେ ଖାଲି ଲୋକ ହାଳୁ ହାଳୁ ହେଉଥିଲେ । ଡିବା ପିଉସା ସବୁ ଲୋକଙ୍କ ମନ ଚିହ୍ନେ। ଘରେ ଝିଅ, ପୁଅ, ଭାଇ ,ଭଉଣୀ, ନେନ୍ତା, ଗେନ୍ତା, ସାହି, ପଡିଶା, ସଇ, ସୁର୍ଜୀୟା ସବୁ ମେଳ ହେଇ ମଉଜ କରନ୍ତି ।


  ଆମ ଭାରତରେ ତ ବାରଋତୁ ରେ ତେର ପର୍ବ । ସବୁ ବନ୍ଧୁ ବାନ୍ଧବ ଗ୍ବାନ୍ତି କୁଟୁମ୍ବ ସବୁ ଯା ଆସ କରନ୍ତି । ପିଉସା ବି ମନ ଚିହ୍ନି ବ୍ୟବହାର ଦିଏ । କେବେ ଉଣା ଅଧିକ କରେନି । ଯେତିକି ସମ୍ବଳ ତା ଠୁ ଅଧିକ ଦିଏ ହେଲେ କମ୍ ନୁହେଁ । 


  ସେତେବେଳେ କିନ୍ତୁ ଏତେ ବଡ ଘର ନଥିଲା ଯାହା ଆଜି ନେତି ନାନୀ ପାଖେ ଅଛି । ପିଉସା ସବୁ କରି ଧରି ଛୁଆଙ୍କୁ ବହୁ କଷ୍ଟ ରେ ବଢ଼େଇଥିଲା । ଦିନ ପରେ ଦିନ ଗଡିଲା। ଛୁଆ ସବୁ ପ୍ରଗତି ଏତେ କଲେ ଯେ ଭିଟା ମାଟି ଛାଡି ଯାଇ ପରଦେଶ ରେ ବିଦେଶିନୀ ସହ ଘର ସଂସାର କଲେ । ଆଉ ବାପା ମା ମୋହ ନାହିଁ । ଏବେ ସ୍ତ୍ରୀ ଛୁଆ ପିଲା ସବୁ ପୁଅ ର ସମ୍ପତ୍ତି । ଝିଅଟାକୁ ବାହା ଦେଇଛି ଯେ ସେ ବି ତା ସଂସାର ନେଇ ସେ ଖୁସି । ବଳି ଗଲେ ନେତି ନାନୀ ଆଉ ଡ଼ିବା ମଉସା । ତାଙ୍କ ଘର ମାଟି ଝାଟି ରୁ ଯାଇ କାଚ ପରି ମାର୍ବଲ ଘର ହେଇଛି । ବହୁତ୍ କଷ୍ଟରେ ଡିବା ପିଉସା ସେ ସବୁ କରିଥିଲା ତାରି ସେଇ କୁଳାଙ୍ଗାର ପୁଅ ସୁରି ପାଇଁ । ସୁରି ତ ସାରି ପ୍ରେମ ରେ ସୁରା ପାନ ରେ ମଗ୍ନ, କେତେବେଳେ ହୁଏ ଭରା ବଜାରରେ ନଗ୍ନ, ଆଉ କେତେବେଳେ ହୁଏ ମଖମଲି ବିଛଣାରେ ଭଗ୍ନ । 


 କଥାରେ ନାହିଁ" ଜିଅନ୍ତା ଦେବତା ଛାଡି ଯଦି ପୂଜିବୁ ପଥର ମୂର୍ତ୍ତି, ସତେକି ସହିବ ଆମ ଏ ଧର୍ତ୍ତି ।"


ଠିକ୍ ସେଇପରି ବିଦେଶିନୀ ପ୍ରେମରେ ସିନା ଉବୁଟୁବୁ ହେଇ ପହଁରା ଜାଣିଥଲେ ବି ନିଜକୁ ଅସହାୟ ଭାବି କୁଟା ଖିଅ କୁ ସାହାରା କଲା କିନ୍ତୁ ଯିଏ ଭେଳା କରି ମେଳା ଦେଖେଇଥିଲା ସେ ଅଲୋଡ଼ା, ଅଖୋଜ ହେଲା । ଧର୍ମ ସହିଥାନ୍ତା କିପରି ? ସେଇ ଅବସ୍ଥା ହେଲା ଯାହା ହେବାର ଥିଲା ....


 "ଦିନରେ ମଉଜ ରାତିରେ ସଜା , 

 ପବ୍ ପାଟିର କି ହେଇଛି ମଜା,

ଲାଗୁଥିଲା ମନେ ମନେ ସେ ହୃଦୟ ରଜା,

ହେଲେ କିଛିଦିନ ପରେ ଅସଲ ରୂପ ଦେଖେଇଲା ତା ଭାରିଯା,

ଯା ଲୋ ଏବେ କର ମଜା,

ପିତା ମାତା ହୃଦ କଷଣ ର ଇଏ ତ ଅସଲି ସଜା ।"


ସୁରି ହେଜିଲେ କି ହେବ । ସେ ମାୟାରୁ ତାକୁ କଣ କିଏ ତ୍ରାହି ଦେବ । ସେମିତି ନଙ୍ଗୁଡ଼ ଚାପି ବାଘ ରୁ ବିଲେଇ ସାଜି, ଆଖି ମୁଜି ମୁଜି ଦିନ କାଟିବା କଥା ।


ସେପଟେ ନେତି ନାନୀ , ଆଉ ଡିବା ପିଉସା ପୁଅ ଉପରୁ ଆଶା ତୁଟାଇ ଦେଇଥିଲେ । କିନ୍ତୁ କଥାରେ ନାହିଁ....


" ଘର ସବୁବେଳେ ଏକ ବରଦାନ

ଯଦି କରିବ ତା'ର ଅପମାନ

ସମୟ ଆସିଲେ ହୋଇବ ଖାଲି ଯାହା ହୀନିମାନ।"


  ଡିବା ପିଉସା ଗୋଟେ ଉଇଲ କରିଦେଇଛି , ସେ ଆଉ ତା ସ୍ତ୍ରୀ ମଲା ପରେ ତାର ସ୍ଥାବର ଅସ୍ତାବର ସମ୍ପତ୍ତିର ଅଧିକାର ନେଇଯିବ ଦେଶ । ଜନ କଲ୍ୟାଣ ପାଇଁ ତାହା ନିୟୋଜିତ ହେବ । ସବୁ ଲୋକ ବାକ ପୁନେଇ ପରବ ସବୁ ତାଙ୍କ ଘରେ ହୁଏ , ଗାଁ ଲୋକ ଆଉ ସବୁ ବନ୍ଧୁ ବାନ୍ଧବ ବାକି ପୁଅ ଝିଅ ଦି ଟା କୋଉ କୁଳ କୁ ନୁହେଁ । 


  ଏମିତି ରେ କିଛି ବର୍ଷ ବିତିଗଲା । ଡିବା ପିଉସା ଆର ପାରିକି ଚାଲିଗଲା । ନେତି ନାନୀ ଆଉ ପୁଅ ଝିଅକୁ ଖବର ନଦେଇ ନିଜକୁ ଶକ୍ତ କରି ସବୁ କାମ କଲା । ଯେତିକି ବନ୍ଧୁ ବାନ୍ଧବ ସବୁ ଏକାଠି ହୋଇଥିଲେ। ଆଜି ଡିବା ପିଉସା ର ଶ୍ରାଦ୍ଧ । ସେ ନିଜେ ପିଣ୍ଡ ଦେଇଦେଲା । କାହାକୁ ଲୋଡ଼ିଲାନି କିନ୍ତୁ ସେ ଡିବା ମଉସା କଥା ଅକ୍ଷରେ ଅକ୍ଷରେ ପାଳେ । ତା ଶେଷ କଥା ଥିଲା ତୁ ଯେତେବେଳ ଯାଏ ବଞ୍ଚିଛୁ ଆମ ଘର ଟା ପୁରା ଭରା ଭର ଯେମିତି ଲାଗୁଥିବ । ଜାଣିବୁ ମୁଁ ତୋ ସାଥିରେ ଅଛି । ଆଉ ପୁଅ ଝିଅ ଙ୍କୁ ଲୋଡ଼ିବୁନି । 


  "ଯାହା ନଦେଇଚୁ ତୁଣ୍ଡେ କି ଦେଲେ ହେବ ବୀଣା ମୁଣ୍ଡେ ।" ଏବେ ନେତି ନାନୀ ଏତେ ବଡ ଘରେ ସିନା ଏକା ରହୁଛି , ହେଲେ ଚାକର ବାକର ସଇ ସୁର୍ଜିୟା ସବୁବେଳେ ଯା ଆସ । ଭରା ଭରା ଘର ପୁରା । ସେ କେବେ ନିଜକୁ ଏକା ଭାବୁନି । ପିଉସା କଥା କୁ ଗୁରୁ ଜ୍ଞାନ କରି ଜୀବନ ବଞ୍ଚି ଚାଲିଛି । ଦାନ ଧରମ କୁଚତ୍ର କରେ । ହେଲେ ମନ ଭିତରେ କେବେ ଗର୍ଵ କରେନି । ଏମିତି କି ଉଡ଼ିଯାଉଥିବା ଚଢ଼େଇର ସେ ଭୋକ ବାରି ପାରେ । ସେଥିପାଇଁ ଛାତ ଉପରେ ଚଢ଼େଇ ଦାନା ପାଣି ଯାଗା ଯାଗା କରି ସାଇତି ରଖିଛି । ଏଇତ ଜୀଵନ ଯାହା ଭର୍ ପୁର୍ ହୋଇ ଭରା ଭରା ଘର ଲାଗୁଛି । ଆଠାରୁ ମଉଜ କଣ ଆଉ କୋଉ କଥାରେ କି ପର୍ବରେ ଅଛି।  


ବି : ଦ୍ର:- ଦୁନିଆଁରେ କେହି କାହା ବିନା ବଞ୍ଚି ପାରିବେନି ସେମିତି କିଛି ନାହିଁ କିନ୍ତୁ ନିଜର ଆଚାର ବ୍ୟବହାର ଯଦି ଠିକ୍ ଥାଏ ତେବେ ନିଶ୍ବ ରେ ଥାଇ ମଧ୍ୟ ବିଶ୍ଵଟା ପୁରା ଆପଣାର ହୋଇଉଠେ । ସେଥିପାଇଁ ରକ୍ତ ସମ୍ପର୍କ ଲୋଡା ନାହିଁ, ଲୋଡା ଯାହା ସ୍ୱାର୍ଥହିନ ସେବା ଆଉ ନିଜର ଉଚିତ୍ ବ୍ୟବହାର । ତୃଟି ଥିଲେ କ୍ଷମା ଦେବେ । 



Rate this content
Log in

Similar oriya story from Inspirational