Rekharani Sahu

Children Stories Others

3  

Rekharani Sahu

Children Stories Others

ଠେଙ୍ଗା

ଠେଙ୍ଗା

2 mins
150


  ଗାଁ ମୁଣ୍ଡରେ ବାଗୀ ର ଘର । ତାର ଗଛ ଲତା ପାହାଡ଼ ପର୍ବତ ନଦୀ ନାଳ ଛଡ଼ା କେହି ନାହିଁ କହିଲେ ଚଳେ । ତାର ବୋଲ ଯେମିତି ପ୍ରକୃତି ମାନେ ସେମିତି ବୋଧ ହୁଏ । ଗରମ ଲାଗିଲେ ପବନ ବହେ । ଶୀତ ଲାଗିଲେ ସୂର୍ଯ୍ୟ କିରଣ ତା ଦେହରେ ବାଜେ ଏମିତି ଅନେକ କିଛି ପ୍ରକୃତି ସହ ତାର ସମ୍ପର୍କ ଯୋଡ଼ିଦିଏ । 


  ସେ ବି ପ୍ରକୃତି କୁ ଏତେ ଭଲ ପାଏ ଯେ ତା ସହ ଶାନ୍ତି ରେ ବଞ୍ଚି ଯାଏ । କାହାକୁ ଆଉ ସେ ଲୋଡେନି । ଦିନେ ଗାଁ ରେ କୁଷେଇ ନଈ ରେ ବଢ଼ି ଆସିଲା । ରାତିରେ ରେମାଳ ଡ୍ୟାମ ପାଣି ଗେଟ୍ ଖୋଲି ଦେଇଛି। ଗାଁ ରେ ଲାଇନ ନାହିଁ । ଗାଁ ଯାକ ଅନ୍ଧାର । ସବୁ ଡିବିରି ଲଗେଇ ଅନ୍ଧାର ଦୂର କରୁଛନ୍ତି । ରେଡ଼ିଓ ରେ ଖବର ଦେଲା ପରିସ୍ଥିତି ସଙ୍କଟାପନ୍ନ । ଯେଉଁମାନେ ନଦୀ ବନ୍ଧ ପାଖାପାଖି ରହୁଛନ୍ତି , ସେମାନେ ଉପର ନିରାପଦ ଜାଗାକୁ ଆସିଯାନ୍ତୁ । 

    

   କିନ୍ତୁ ବାଗୀ ଶୁଣିଲେ ତ । ସେ ମାନିବାକୁ ନାରାଜ । ସେ ଏକଇ ଜିଦ୍ ରେ ଅଛି । ନଈ ତାର ମା ସେ ତାର କିଛି କରିବନି । ସତକୁ ସତ ସେଇଆ ହୁଏ ଯେମିତି ଠେଙ୍ଗା ଧରି ଡେଙ୍ଗା ଲୋକ ବୁଢ଼ା ବେଳେ ଅଣ୍ଟା ସଳଖ କରି ଚାଲନ୍ତି । ଠିକ୍ ସେମିତି ନଈ ବଢି ହେଲା। ଜୀବ ଜନ୍ତୁ ଙ୍କ ଜୀବନ ଗଲା। ଗାଁ ଗଣ୍ଡା ରେ ପାଣି ପଶିଲା । ଘର ଦ୍ବାର ଭାସିଗଲା ।ହେଲେ ବାଗୀ ର କୁଡିଆ କୁ ଯେମିତି ନଈ ଯଗି ରଖି ମାପି ଚୁପି ଚାଲିଛି ଠିକ୍ ସେଇପରି ନଈ ତା ସହ ବ୍ୟବହାର କରିଥିଲା । ଯେପରି ପାର୍ବତୀ ମାତା ନିଜର ଭୟଙ୍କର ରୂପ ଦେଖାଇଥିଲେ ନିଜ ସନ୍ତାନ କୁ ରକ୍ଷା କରିବାକୁ । କିନ୍ତୁ ତାଙ୍କରି ସନ୍ତାନ ହିଁ ତାଙ୍କ ରାଗ ଶାନ୍ତ କରିଥିଲା । ଠିକ୍ ସେପରି ବାଗୀ ଯେମିତି କହୁଛି ନଈ ବଢି ଛାଡ଼ିବୁ କି ନାହିଁ କହ ନହେଲେ ଏଇ ଠେଙ୍ଗା କୁ ଦେଖିଥା । ମାଡ଼ କୁ ମହାଦେବ ଙ୍କ ଡର । ଆଉ ନଈ କୁଆଡେ ଯିବ । ତହିଁ ଆର ଦିନ ନଈ ବଢି ଛାଡି ଯାଇଛି। ଯେମିତି ପ୍ରତୀତ ହୁଏ ନଈରେ ନିର୍ମଳ ଜଳ ବହୁଛି । ଖାଲି ଯାହା ନଈ ବଢ଼ିରେ ଯୋଉ ନାଲି ମାଟି ନଈ ଅଗଣା ରେ ବିଛେଇ ହେଇଯାଏ , ସେଇଥିରୁ ଜଣା ପଡ଼େ କି ନଈ ଆସିଥିଲା ବୋଲି। ପ୍ରକୃତ ରେ "ବିଶ୍ଵାସ ରେ ଭଗବାନ ବି ବନ୍ଧା , ଆଉ ସମ୍ପର୍କ ତ ରହେ ନଛୋଡ ବନ୍ଧା ।" ବାଗୀ ସେଇ ଗାଁ ମୁଣ୍ଡ ନଈ କୂଳରେ ଆଜି ବି ଖୁସି ଖୁସିରେ ଅଛି। କେତେ ପ୍ରାକୃତିକ ବିପଦି ଆସି ଗଲାଣି ହେଲେ ସେ ସେଇ ପ୍ରକୃତି କୁ ନିଜର ଭାବି ହୃଦୟେ ସ୍ଥାନ ଦେଇ ଜୀଵନ ଅତିବାହିତ କରୁଛି । ଆଉ ପ୍ରକୃତି ମା ବି ତାକୁ କେବେ ହତାଦର କରିନି । ଏଇ ତ ହେଉଛି ଅପୂର୍ବ ସମ୍ପର୍କ । ଯେଉଁଥିରେ କେବେ ନଥାଏ ତର୍କ କିମ୍ବା ବିତର୍କ । ଖାଲି ଜୀଵନ ଗଢ଼ି ଉଠେ ହୋଇ ସୁନ୍ଦର ଓ ସାବଲୀଳ ।


ବି: ଦ୍ର- ଯାହାର ମନ ଯେଡେ ତାର ପ୍ରଭୁ ତେଡେ । ଆଉ ସବୁ ଜିନିଷ ଆପଣେଇ ରଖିଲେ ସମ୍ପର୍କ ପୁରା ହୋଇ ଉଠିବ ନିଜର ନିଜର ସେ ପ୍ରକୃତି ହେଉ , ଅବା ହେଉ ମଣିଷ କିମ୍ବା ପାଷାଣ ପଥର । 


Rate this content
Log in