Rekharani Sahu

Inspirational Children

3  

Rekharani Sahu

Inspirational Children

ସାର୍

ସାର୍

3 mins
210


   ସେଦିନ ଆଉ ଆଜି ଭିତରେ ଅନେକ ଫରକ ଅଛି । ରାଜୁ ଆଉ ବିଜୁ ଏବେ ପୋଲିସ୍ ହେଇ ଚୋର ଧରୁଛନ୍ତି । ଦିନ ପରେ ଦିନ ଗଡ଼ି ଯାଉଛି ସେମାନେ ଅନେକ ସୁନାମ ପାଇ ତାଙ୍କ ଗାଆଁ ସହ ରାଜ୍ୟ ଓ ଦେଶର ଟେକ ରଖିଛନ୍ତି । 


 ଏ ରାଜୁ ଆଉ ବିଜୁ କିଏ ?? ଆଉ ରାମ ସାରଙ୍କ କାମ କଣ ଏଠି ??


 ଚାଲ କାହାଣୀକୁ ଫେରିଯିବା । ଭଦ୍ରକ ମଙ୍ଗଳପୁର ଗ୍ରାମରେ ରାଜୁ ଆଉ ବିଜୁ ଘର । ଦୁହେଁ ଜନ୍ମରୁ ବାଳୁଙ୍ଗା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ପାଠ ସାଠରେ ନାଁ ନାହିଁ । କିନ୍ତୁ ତାଙ୍କ ବାପାଙ୍କର ଟଙ୍କା ଅଛି ବୋଲି ସେ ସ୍କୁଲ କଲେଜରେ ସେମିତି ହୁଅନ୍ତି । ମଙ୍ଗଳପୁର ସ୍କୁଲ୍ର ହେଡ୍ ସାର ହେଲେ ରାମ ମିଶ୍ର । ଭାରି ସେହି ଓ କଡା ଲୋକ । ଦୋଷ ଦେଖିଲେ ଦଣ୍ଡ ଦେବେ, ଦଣ୍ଡ ପରେ ମିଠା କଥା କହି ଉଚିତ୍ ରାସ୍ତା ଦେଖେଇଦେବେ । ଏଇତ ଗୋଟେ ଶିକ୍ଷକର ପ୍ରକୃତ ପରିଚୟ । ମଣିଷ ଚରାଇ ସେ ମଣିଷ ଗଢିବାରେ କ୍ଷମତା ରଖେ । ରାମ ସାର କେତେ ଥର ଉତ୍ତମ ଶିକ୍ଷକର ଉପାଧି ତିରସ୍କାର କରିଛନ୍ତି । କାହିଁକି ନା ସେ ଭାବନ୍ତି ଯଦି ଉପାଧି ପାଇ ବାଃ ବାଃ ନେଇ ଛୁଆଙ୍କ ଜୀବନ ନଷ୍ଟ ହେଉଛି, ତେବେ ସେ ଉପାଧିରେ ଲାଭ କଣ । କିନ୍ତୁ ବିନା ଉପାଧିରେ ଯଦି ଜଣେ ଶିକ୍ଷକ କେତେ ଛାତ୍ର ଛାତ୍ରୀଙ୍କୁ ଉଚିତ୍ ମାର୍ଗ ଦେଖେଇଛନ୍ତି ତେବେ ସେ ହୀରା ଗଢ଼ିଛନ୍ତି । ଯାହା ଏକ ଜହୁରି ଜାଣିପାରିବ । ଆଉ କେହି ନୁହେଁ । 


  ସ୍କୁଲରେ ରାଜୁ ଆଉ ବିଜୁ ଏତେ ଚଗଲା ହୁଅନ୍ତି ଯେ ଅନ୍ୟ ପିଲାମାନେ ବିଚଳିତ ହୁଅନ୍ତି । କିନ୍ତୁ ସେମାନେ ଦିନରେ ନ ପଢ଼ି ରାତିରେ ପଢ଼ିବା ପିଲା । ପ୍ରତ୍ୟେକ ପରୀକ୍ଷାରେ ଭଲ ମାର୍କ ରଖି ପାସ୍ କରନ୍ତି । କିନ୍ତୁ ସ୍କୁଲରେ ଏତେ ଚଗଲା ହୁଅନ୍ତି କହି ହେବନି । ସମସ୍ତେ ବିରକ୍ତି ହୁଅନ୍ତି । ଦିନେ ହେଡ ସାର ରାଜୁ ଆଉ ବିଜୁକୁ ଅଫିସକୁ ଡାକିଲେ । ଦୁହେଁ ପହଞ୍ଚିଲା ପରେ ସାର କହିଲେ ତୁମେ ଦୁହେଁ ପାଠ ପଢୁଚ ସତ ହେଲେ ଅନ୍ୟର କ୍ଷତି କାହିଁକି କରୁଛ । 


 ଯଦି କାହାକୁ ଖାଇବାକୁ ଦେଇ ପାରିବନି, ତେବେ କାହାର ଖାଇବା ଛଡେଇ ନିଅନି। ତେବେ ରାଜୁ ଆଉ ବିଜୁ ଦୁହେଁ ବୁଝିଗଲେ । ସେଇଦିନଠୁ ରାଜୁ ଆଉ ବିଜୁ ଜୀବନ ପରିବର୍ତ୍ତନ ହେଇଗଲା । ମନ ଦେଇ ପାଠ ପଢ଼ିବା । ଅନ୍ୟକୁ ସାହାଯ୍ୟ କରିବା ସବୁ ତାଙ୍କୁ ଭଲ ଲାଗିଲା । ଦିନକୁ ଦିନ ସେ ଭଲ ହୋଇ ଆଗକୁ ବଢ଼ୁଥାନ୍ତି । ଆଉ ଆଜି ଏତେ ବର୍ଷ ପରେ ଦୁହେଁ ପାଢ଼ୀ ବସରେ ବସି କଥା ହଉଛନ୍ତି । ତାଙ୍କ ସିଟ ନମ୍ବର୍ ୨୧ ଓ ୨୨। ୨୩ ସିଟ ନମ୍ବର୍ରେ ବସିଥିଲେ ରାମ ସାର । ଦୁଇ ସାଙ୍ଗଙ୍କ କଥା ଶୁଣି ରାମ ସାର କହିଲେ ବସ୍ କଣ୍ଡକରକୁ । ଭଦ୍ରକ ବନ୍ତ ଛକରେ ଓହ୍ଲାଇ ଦେବ । ରାଜୁ, ବିଜୁ ଦୁହେଁ ରାମ ସାରଙ୍କ ପାଟି ଶୁଣି ବୁଲି ପଡିଲେ । ସାରଙ୍କ ସିଟ ନମ୍ବର୍ ୨୩ । ଉଠି ପଡି ଦୁହେଁ ନମସ୍କାର କଲେ । କହିଲେ ସାର ଚିହ୍ନି ପାରୁଛନ୍ତି ଆମେ ବିଜୁ ରାଜୁ । ଆରେ ହଁ ପିଲେ ଜାଣିପାରିଲି । ଏବେ ସବୁ କଣ କରୁଛ । ଦୁହେଁ ଏକା ସଙ୍ଗେ କହିଲେ ସାର ପୋଲିସ ଅଛୁ ଭଦ୍ରକ ମେନ୍ ଅଫିସ୍ରେ । ରାମ ସାର କହିଲେ ଯାହା ହଉ ଶୁଣି ଖୁସି ଲାଗିଲା । ଦୁହେଁ ଏକା ଥରେ କହିଲେ ସାର ସବୁ ଆପଣଙ୍କ ପାଇଁ ଆପଣଙ୍କର ସେଇ କେଇପଦ କଥା ଆମ ଜୀବନ ବଦଳାଇ ଦେଲା । ରାମ ସାର କଥା ହଉ ହଉ ଗାଡ଼ି ଆସି ବନ୍ତ ଛକରେ । ସବୁ ସାଙ୍ଗ ହେଇ ଓହ୍ଲାଇଲେ ଖୁସିରେ । ସାରଙ୍କୁ ନେଇ ଦୁହେଁ ପୋଲିସ୍ ଷ୍ଟେସନରେ ଥିବା ତାଙ୍କ କ୍ୱାର୍ଟର୍ସକୁ ନେଇ କି ଗଲେ । ଚର୍ଚ୍ଚା କରି ତାଙ୍କ ଘରେ ଛାଡି ଆସିଲେ । 



  ତା ପରଦିନ ପେପରରେ ଦେଖିଲେ ରାମ ସାରଙ୍କ ଦେହାନ୍ତ ହୋଇଛି ଦୁର୍ଘଟଣାରେ । ଆଉ ତାର ତଦାରଖ ଦାୟିତ୍ଵ ରାଜୁ ଆଉ ବିଜୁ ଉପରେ । ଦୁହେଁ ମିଶି କେଶକୁ ସମାଧାନ କଲେ । ତଦାରଖ କରି ଜାଣିଲେ ଯେ ହୃଦଘାତରେ ମୃତ୍ୟୁ ହେଇଛି । 

  ରାମ ସାରଙ୍କ ୧୩ ଦିନିଆ ଦିନ ସଭା ହେଉଥିଲା । ସମସ୍ତେ ଦୁଃଖରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ । ରାମ ସାର ବିଷୟରେ, ସବୁ ତାଙ୍କ ଉତ୍ତମ ଆଚରଣ ବିଷୟରେ କହିଲେ । ପଡ଼ିଲା ରାଜୁ ଆଉ ବିଜୁ ପାଳି । ଏକା ଥରେ ଦୁହେଁ କହିଲେ ଯିଏ ଆମ ଜୀବନ ବଦଳାଇଲେ ସେ ଆଜି ନାହାନ୍ତି କିନ୍ତୁ ସେ ଆମ ଭିତରେ ଜୀବିତ ଅଛନ୍ତି । ତାଙ୍କ ଦ୍ୱାରା ଦେଖା ଯାଇଥିବା ପଥ ଆମ ଜୀବନର ଲକ୍ଷ୍ୟ । ତାପରେ ସଭା ଭଙ୍ଗ ହେଇ ସଭିଏଁ ନିଜ ନିଜ ଘରକୁ ଗଲେ । ସଭାରୁ ବାହାରିଲା ପରେ ଦୁହିଁଙ୍କ ମୁହଁରେ ଆତ୍ମସନ୍ତୋଷର ଭାବ ଯେମିତି ଉପରେ ରହି ରାମ ସାର ତାଙ୍କ ଦୁହିଁଙ୍କୁ ଖୁସିରେ ଦେଖୁଛନ୍ତି । ଦଲକାଏ ପବନରେ ଦୁହିଁଙ୍କ ଦେହ ଶିହରି ଗଲା। 



ବି: ଦ୍ର- ଯେତେବେଳେ ସାର ପଥ ଦେଖାନ୍ତି, କେଇ ପଦ କଥାରେ ସେ ଜୀବନ ବଦଳାଇ ଦିଅନ୍ତି । ସେଥିପାଇଁ ସେ ଭଗବାନଙ୍କ ଠାରୁ କୋଉ କମ୍ ନୁହଁନ୍ତି । ଚାଲନ୍ତୁ ସବୁ ଆମ ନିଜର ଶିକ୍ଷକଙ୍କ ଦେଖା ଯାଇଥିବା ମାର୍ଗରେ ଚାଲିବା ଆଉ ସୁନ୍ଦର ସୁଶୀଳ ଜୀବନଟିଏ ଗଢ଼ିବା । 



Rate this content
Log in

Similar oriya story from Inspirational