Rekharani Sahu

Romance Tragedy Action

3  

Rekharani Sahu

Romance Tragedy Action

ଚାନ୍ଦ

ଚାନ୍ଦ

4 mins
245



   ଆକାଶରେ ଜହ୍ନ ତାରା ଅନେକ ଫୁଟନ୍ତି । ଗ୍ରହ, ଉପଗ୍ରହ , ନକ୍ଷତ୍ର ଙ୍କ ସହ ସୁନ୍ଦର ଭାବେ ଶୋଭା ପାଏ ସୂର୍ଯ୍ୟ । ସୂର୍ଯ୍ୟର କିରଣ ପ୍ରତ୍ୟେକ ଦିନ ସଭିଙ୍କୁ ନୂଆ ଜୀବନ ଦିଏ । ସେଇ ଆଲୁଅରେ କିଏ କେତେ ସପ୍ନ ସଜେଇବାରେ ଲାଗନ୍ତି । ଚାନ୍ଦ ବି ସେଥିରୁ ବର୍ତ୍ତି ଥାଆନ୍ତା କିପରି ?

   ଏ ଚାନ୍ଦ କିଏ ? ଚାଲ ଜାଣିବା ଆଉ ଚିହ୍ନିବା ଚାନ୍ଦ କୁ । ଫେରିଯିବା ଚାଲ କିଛି ବର୍ଷ ପୂର୍ବକୁ । 


  କୋରାପୁଟ ର ପଟାଙ୍ଗି ରେ ରାମ ନାରାୟଣ ବାବୁ ଙ୍କ ଘର । ସ୍ତ୍ରୀ ବସୁମତୀ ଦେବୀ ଆଉ ଝିଅ ଚାନ୍ଦ । ରାମ ନାରାୟଣ ବାବୁ ରେଞ୍ଜର ଥିଲେ । ହସ ଖୁସିରେ ଦିନ କଟିଯାଏ । ମାଓବାଦୀ ଏତେ ମାତ୍ରାରେ ବଢ଼ିଗଲେ ଯେ ଦିନ କୁ ଦିନ ତାଙ୍କ ଏରିଆ ରେ ଲୋକ ମାନଙ୍କର ମୁଣ୍ଡ ଗଡିଲା। ଲୋକମାନେ ଡରି ଘରୁ ବାହାରିଲେ ନାହିଁ। ରାମ ନାରାୟଣ ବାବୁ ଅଫିସ୍ ନଗଲେ ନହୁଏ । କିନ୍ତୁ ସେଦିନ ତାଙ୍କ ପରିବାର ରେ ହେଲା ସୂର୍ଯ୍ୟାସ୍ତ। ରାମ ନାରାୟଣ ବାବୁ ଙ୍କ ର ସେଦିନ ଥିଲା ଦୁନିଆଁରେ ଶେଷ ଦିନ । ଖବର ପାଇ ମା ଝିଅ ଙ୍କ ଅବସ୍ଥା ବେହାଲ। ବୈଧବ ସହି ନପାରି ବସୁମତୀ ଦେବୀ ଦେହ ଛାଡ଼ିଲେ । ବାପା ମା ଙ୍କ ମୃତ୍ୟୁ ଦେଖି ଚାନ୍ଦ ଜୀବନ ଅନ୍ଧକାର ହେଇଗଲା । କ୍ରିୟା କର୍ମ ପାଇଁ ପୋଲିସ ଆଉ ଫରେଷ୍ଟ କର୍ମଚାରୀ ମାନେ ମିଶି ସବୁ କାମ କରିଦେଲେ । ଆଉ ଚାନ୍ଦ ରହିଗଲା ଏକା । ସରକାର ତାର ଦାୟିତ୍ଵ ଭାର ନେଲେ । ସେ ମାସ କୁ ମାସ ପଇସା ପାଏ ହେଲେ ସେଥିରେ ତାର ସ୍ପୃହା ନଥାଏ । ସେ ଛୋଟ ତ ନଥିଲା । ମାତ୍ର 17 ବର୍ଷ 11 ମାସ 29ଦିନ ର । ଗୋଟେ ଦିନ ପରେ ସେ ସାବାଳିକା ହେଇଥାନ୍ତା ଆଉ ତାକୁ 18 ଛୁଇଁଥାନ୍ତା । କିନ୍ତୁ ତା ଜୀବନରେ ସବୁ ଅନ୍ଧକାର ପାଲଟି ଯାଇଥିଲା । ସେ ଅନାଥ ବୋଲି ପରିଚୟ ପାଇଲା । ତାର ବୟସ ଓ ପାଠ ପଢା ଦେଖି ତା ବାପା ଚାକିରି ରେ ତାକୁ ନିୟୋଜିତ କରିବାକୁ ମନୋନୀତ କରନ୍ତି କିନ୍ତୁ ମନା କରେ । କାହିଁକି ନା ସେ ଯୋଉଥିରେ ତା ବାପା ଙ୍କୁ ହରେଇଛି ସେଥିରେ ତାର କୌଣସି ଆଗ୍ରହ ନଥାଏ । କିନ୍ତୁ ତା ପାଇଁ ସେ ପୋଷ୍ଟ ଟି ରିଜର୍ଭ ଥାଏ । ସେ ଯେବେ ଚାହିଁବ ସେବେ ନିଯୁକ୍ତି ନେବ । ସେ ସ୍ନାତକ ସାରେ । ସରକାରୀ ଚାକିରୀ ଯୋଉ ଗଦା ଗଦା ମିଳୁଛି ଯେ ତାକୁ ମିଳିବ। ସେ ନିରାଶ ହୁଏ । ଯେହେତୁ ତାର ଦାୟିତ୍ଵ ସରକାର ବହନ କରୁଛନ୍ତି। ତାକୁ ପୁଣି ତା ବାପା ପୋଷ୍ଟ ରେ କାମ କରିବାକୁ ଅଫର ଆସେ କିନ୍ତୁ ସେ ଯାଗା ନହୋଇ ଅଲଗା ଯାଗା ରେ ନିଯୁକ୍ତି । ମନକୁ ବୁଝାଇ ନୂତନ ସୁର୍ଯୋଦୟ କୁ ହାତରେ ନେଇ ସେ ଚାଲେ ନୂଆ ଯାଗାକୁ । ତା ଆଗରେ ପଛରେ ତ କେହି ନାହିଁ । ସେ ସମ୍ବଲପୁର ଅଞ୍ଚଳରେ ନିଯୁକ୍ତି ପାଇଛି। ସେଠିକି ଆସିଲା ପରେ ସେ କ୍ଵାଟରରେ ରହେ । ସେଠି ଜଣେ ମଉସା(ଅଫିସର ପିଅନ) ତା ଖାଇବା ପିଇବା କଥା ବୁଝି ଦିଅନ୍ତି। ନୂଆ ମାଡ଼ାମ ଙ୍କ କିଛି ଅସୁବିଧା ନହୁଏ ଯେପରି ସେ ସବୁ ବୁଝନ୍ତି । ମଉସା ଙ୍କ ର ଗୋଟେ ପୁଅ ତା ନା ଚିନୁ । ସେ ଓଏସ ପାଇ ସେଇ ସମ୍ବଲପୁର ରେ ବ୍ଲକ ରେ ବିଡ଼ିଓ ଅଛି । ସେ ତା ବାପା ଙ୍କୁ ନେବାକୁ ଆସେ । ଯେବେ ଥରେ ଅଧେ ସେ ଚାନ୍ଦ ମାଡ଼ାମ ଙ୍କୁ ଦେଖିଥିଲା। କିନ୍ତୁ କେବେ କଥା ବାର୍ତ୍ତା ହେଇନି। ଦିନେ ମଉସା କହିଲେ ମାଡ଼ାମ ପୁଅର ଜନ୍ମ ଦିନ କାଲି ମାନେ 27 ଅଗଷ୍ଟ ରେ ନିଶ୍ଚେ ଆସିବେ । ଚାନ୍ଦ କହିଲା ହଉ ଯିବି ମଉସା । ତଇଁ ଆରଦିନ ଚାନ୍ଦ ମଉସା ଙ୍କ ଘର ଅଭିମୁଖେ ଗଲା । ଜନ୍ମଦିନ ବୋଲି ସେଠି କିଛି କେକ୍ କି ଭୋଜି ନାହିଁ ଖାଲି ଯାହା ସତ୍ୟନାରାୟଣ ପାଲା ଟିଏ ହେଉଛି । ଆଉ ଯାହା ଘରେ ରୋଷେଇ ହେଇଛି ସେତିକି । ଚାନ୍ଦ ଯାଇ ପହଞ୍ଚିଲା । ମଉସା ଘରକୁ ପାଛୋଟି ନେଲେ। ଚଉକି ରେ ବସିବାକୁ କହିଲେ । ଚାନ୍ଦ କହିଲା ନା ମଉସା ପୂଜା ହଉଚି ମୁଁ ଏଇ ତଳେ ଠିକ୍ ଅଛି । ପୂଜା ସରିଲା ଚିନୁ ସଂକଳ୍ପ ରୁ ଉଠିଲା, ଭୋଗ ସଭିଙ୍କୁ ବଣ୍ଟା ହେଲା । ବ୍ରାହ୍ମଣ ବିଦାଖି ନେଇ ଗଲେ । ଆଉ ବାକି ରହିଲେ ଚାନ୍ଦ ,ଚିନୁ ଆଉ ମଉସା । ମଉସା ଖାଇବା ବାଢ଼ିବା ପାଇଁ ରୋଷେଇ ଘର କୁ ପଳାନ୍ତି। 


  ଚାନ୍ଦ କହେ ଜନ୍ମଦିନ ର ଅନେକ ଶୁଭେଚ୍ଛା ଆପଣଙ୍କୁ ଚିନୁ। ଏଇ ନିଅନ୍ତୁ ଆପଣଙ୍କ ପାଇଁ ଆଣିଥିବା ଉପହାର । ଚିନୁ ସେ ଉପହାର ବଦଳରେ ତାକୁ ବିବାହ କରିବାର ପ୍ରସ୍ତାବ ରଖେ । କାହିଁକି ନା ସେ ଚାନ୍ଦ ବିଷୟ ରେ ଆଗରୁ ସବୁ ଜାଣିଥିଲା । ତା ଅତୀତ, ବର୍ତ୍ତମାନ ସବୁ। ଚାନ୍ଦ ନିଜକୁ କିପରି ଅସହାୟ କରି ରଖିଚି ଆଉ କାମ ଛଳରେ ନିଜକୁ କିପରି ଭୁଲିଯାଇଛି ସବୁ । ଚାନ୍ଦ କିଛି କହିପରେନି । ମତେ କିଛି ସମୟ ଦିଅନ୍ତୁ କହି ଚାଲିଯିବା ସମୟରେ ଚିନୁ ପଛରୁ ଚାନ୍ଦ ହାତକୁ ଭିଡ଼ି ଧରେ । ଆଉ କହେ ବ୍ୟସ୍ତ ହୁଅନି ମୁଁ ତୁମ ବିଷୟରେ ସବୁ ଜାଣିଛି । ମୋତେ କିଛି ବି ଅଛପା ନାହିଁ । ତୁମ ସହ ସେ ଘଟଣା ଘଟିବା ଦିନରୁ ଆଜି ଯାଏ ମୁଁ ତୁମ ଖବର ସବୁବେଳେ ରଖିଛି । ସେଠି ପ୍ରେସର ପକେଇ ତମକୁ ହିଁ ମୁଁ ଏଠି ଯୋଗ ଦେବାପାଇଁ କହିଥିଲି । ତୁମେ ମୋ ଦାୟିତ୍ଵ ଆଉ ମୁଁ ସେ ଦାୟିତ୍ୱରେ ଖୁସି । ଚାନ୍ଦ କିଛି କହିପାରେନା , ଜୀବନ ର ନୂତନ ସୂର୍ଯ୍ୟଦୋୟ ହାତ ଠାରି ଡାକୁଥିଲା ବେଳେ ସେ ବା କାହିଁ ମନା କରିବ । ପକ୍ଷୀ ଟିଏ ବସା ଟିଏରେ ଆସରା ନିଏ ସେ ବସା କଣ ସେ ଭାଙ୍ଗି ପାରିବ । ସେ ଚିନୁ ପ୍ରସ୍ତାବରେ ରାଜି ହେଇଯାଏ । ମଉସା ସବୁ ଦୁରରେ ରହି ଦେଖୁଥାନ୍ତି । ମନେ ମନେ କହୁଥାନ୍ତି ଯାହା ହଉ ମୋ ଘରେ ଆଜି ଲକ୍ଷ୍ମୀ ଆସିଛନ୍ତି। ତାପରେ ତିଥି ବାର ଦେଖି ଦୁହିଙ୍କ ବିବାହ ହୁଏ ଆଉ ଚାନ୍ଦ ସବୁବେଳେ ଚାନ୍ଦ ହେଇ ଚିନୁ ଅଗଣାରେ ଶୋଭାପାଏ ।।



ବି: ଦ୍ର- ସମୟ ଚକ୍ରରେ ସମସ୍ତେ ପଥିକ । ସମୟ ସରିଲେ ସବୁ ବାହୁଡ଼ି ଯାଆନ୍ତି ନହୋଇ ଚାତକ । ନୂତନ ସୂର୍ଯ୍ୟଦୋୟ ହାତ ଠାରି ସବୁବେଳେ ସମସ୍ତଙ୍କୁ ନୂଆ ଦିଶା ଦେଖାଏ , ଯିଏ ଚିହ୍ନେ ସେ ଖୁସି ସାଉଁଟି ଥାଏ ଆଉ ନ ଚିହ୍ନେ ସେ ତା ଭାଗ୍ୟ କୁ ଆଦରି ବଞ୍ଚି ଚାଲିଥାଏ । 

  


Rate this content
Log in

Similar oriya story from Romance