STORYMIRROR

Rekharani Sahu

Tragedy

3  

Rekharani Sahu

Tragedy

ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀ

3 mins
250

 ଦେଇ... ଦେଇ... ମୋ ପାଇଁ ଗୋଟେ ନୂଆ ଜାମା ଆଣିଦେ । ଦେଖ ବିନୁ କେମିତି ପିନ୍ଧିଛି । ତା ମା ତାକୁ କେତେ ସୁନ୍ଦର ସଜେଇଦେଇଚି । ଆମେ ତ ଅନାଥ ଆଉ ତୁ ମୋ ମାଆ ବାପା ସବୁ କିଛି । ଆଣିଦେ ! ଆଣିଦେ କହି ଅଝଟ କରିଚାଲିଛି ମିଲି ପାଖରେ ସିନୁ । କିନ୍ତୁ ମିଲି କରିବ କଣ ?? କରୋନା ଯୋଗୁ ସେ ଯୋଉ ମାଲିକ ଘରେ କାମ କରୁଥିଲା ସେଠି ତ ଆଉ କାମ କରୁନି । ଜେନେ ତେନେ ଖାଇବା ଦୁଇ ଓଳି କାମ କରି ଚଳେଇଦଉଚି । କିନ୍ତୁ ଡ୍ରେସ୍ ଦାମ ଯୋଉ ହେଲାଣି କେମିତି ଆଣିବ ଏତେ ଟଙ୍କା ପୁଣି ଆଜି ପ୍ରଥମାଷ୍ଟମୀ । ଆଉ ଆଗରୁ ହେଇଥିଲେ କିଛି ଗୋଟେ କରିଥାନ୍ତା।  


 ମନେ ମନେ ଭାବି ଆଗକୁ ଆଗକୁ ଚାଲିଛି । ଦେଖିଲା ଛୁଆ ସବୁ ରୁଣ୍ଡ ହେଇ ଖେଳୁଛନ୍ତି । ତା ମନକୁ ଗୋଟେ ବୁଦ୍ଧି ପଶିଲା । ଦଉଡି ଯାଇ ଗୋଟେ ଦୋକାନରୁ 10 ଟଙ୍କାରେ ବେଲୁନ କିଣି ଆଣିଲା । ତାପରେ ତାକୁ ଫୁଙ୍କି ବଡ଼ ବଡ କରି । ସୁତାରେ ଧରି ବୁଲି ବୁଲି ବେଲୁନ ନେବ ବେଲୁନ କହି ଚାଲିଲା । ଛୁଆ ସବୁ ବେଲୁନ ଦେଖି ତା ଆଡେ ଦୌଡ଼ିଲେ । ସମସ୍ତେ ବେଲୁନ କିଣି ପଇସା ଦେଲେ । ସେ ଖୁସି ହେଇଗଲା ତାର ସବୁ ବେଲୁନ ବିକ୍ରି ହେଇଗଲା । ଖୁସିରେ ସେ ବିଭୋର ହୋଇଯାଇଥାଏ । ବୁଡିଗଲା ନଈରେ କୁଟା ଖିଅଟେ ଆଶ୍ରା ଭାବି ସେ ସେ ପଇସା ଦେଖି ଖୁସି ହୁଏ । ମାତ୍ର ସେତିକି ପଇସାରେ ସିନୁ ଟାବି ବଡ଼ ହେଇଗଲାଣି ।

 ଏତିକିରେ ହେବନି କହି ପୁଣି ଦୋକାନକୁ ଯାଏ । ଯୋଉ ବେଲୁନ ପୂର୍ବରୁ ବାକି ଆଣିଥିଲା ତା ପଇସା ଦେଇ ପୁଣି ବେଲୁନ ଆଣି ଫୁଙ୍କି ବଜାରକୁ ଯାଏ । ହେଲେ ଆଜି କାଲି ସବୁ ସଚେତନ ହେଲେଣି । କେହି କିଣିଲେନି । ସେ ମନ ଦୁଃଖରେ ରାସ୍ତା କଡ଼ରେ ବସିଥିଲା । 


 ତା ଶୁଖିଲା ମୁଁହ ଦେଖି ଜଣେ ବୁଢ଼ା ଲୋକ ଯିଏ ସେଇ ରାସ୍ତା ଦେଇ ଯାଉଥିଲା ପଚାରିଲା । ଝିଅ ଟି କହିଲା କିଛି ଏମିତି 


"କିଛି କଥା ଥାଏ କହି ହୁଏନି

କିଛି ସମୟ ଥାଏ ଜମା ସରେନି

କିଛି ମୂଲ୍ୟ ଥାଏ ଦେଇ ହୁଏନି

କିଛି ଭାବନା ଥାଏ ତାହା ବ୍ୟକ୍ତ କରି ହୁଏନି।।।


ସେଇ କିଛି ଭିତରେ ଅନେକ କିଛି ଥାଏ ବୁଝି ହୁଏନି

ହସ ଭିତରର ଯନ୍ତ୍ରଣା କେବେ କେହି ଦେଖି ପାରେନି

ଭାବନା ଭିତରେ ଥିବା ବେଦନା କେହି ପଢ଼ି ପାରେନି

ଯିଏ ପଢ଼ିପାରେ ସେ କେବେ ବ୍ୟକ୍ତ କରେନି ..।।"


  ବୁଢ଼ା ଲୋକଟି କଣ ବୁଝିଲା କେଜାଣି କହିଲା ମାଆରେ ତୋ ବେଲୁନ ସବୁ ମତେ ଦେବୁ । ମୋ ନାତିକୁ ବେଲୁନ ଭାରି ଭଲ ଲାଗେ ଆଉ ଆଜି ତାର ଜନ୍ମଦିନ । ମୁଁ ତାକୁ ଉପହାର ଦେବି। ମିଲି ମନରୁ ଦୁଃଖର ବାଦଲ ହଟିଗଲା ଖୁସିର ଜୁଆର ତା ଓଠରେ ଖେଳିଗଲା। ବେଲୁନ ସବୁ ବୁଢ଼ା ଲୋକଟିକୁ ଦେଇ ପଇସା ଆଣିଲା। ଖୁଚୁରା ପଇସା ଦେଲା ବେଳକୁ ବୁଢ଼ା ଲୋକଟି ମନା କଲା କହିଲା ତୁ ରଖିଦେ । ମୋ ନାତି ଜନ୍ମଦିନ ଖୁସିରେ ଦେଲି। ମିଲି ଖୁସିରେ ବଜାରକୁ ଦଉଡି ଗଲା ଆଉ ସିନୁ ପାଇଁ ନୂଆ ସାର୍ଟ ପ୍ୟାଣ୍ଟ ଆଣିଲା । ଘରକୁ ଆସି ଗାଧେଇ ପାଧେଇ ପୂଜା କଲା। ସିନୁକୁ ବିନୁ ପରି ସଜେଇ ଦେଲା । ସାଇରେ ଯୋଉ ପିଠା ପଣା ଦେଇଥିଲେ ତାହା ଖାଇ ଭାଇ ଭଉଣୀ ଖୁସି ହେଲେ । 

  ସିନୁ କହିଲା ଦେଇ ତୁ ମୋ ପାଇଁ ସବୁକିଛି ମୁଁ ତତେ ବହୁତ୍ ଭଲ ପାଏ । ସିନୁର ଖୁସି ଦେଖି ମିଲି ଖୁସି ହେଇ ହସିଦେଲା ଆଉ କହିଲା ଆମେ ଦୁହେଁ ଦୁହିଁଙ୍କର ଆପଣା କେବେ ବି ନିଜକୁ ଅନାଥରେ କରିବୁନି ଗଣା ।



ବି:ଦ୍ର- ଭଗବାନ ସବୁ ବେଳେ ଆମକୁ ଦର୍ଶନ ଦିଅନ୍ତି ଅନ୍ୟ କାହା ରୂପରେ ଆଉ ଆମେ ଖୋଜନ୍ତି ତାକୁ ପଥର ମୂର୍ତ୍ତିରେ । ଯେତେବେଳେ ମଣିଷ ଆଶା ହରେଇ ଦିଏ ସେତେବେଳେ ଭଗବାନ ତାକୁ ଆସି କେଉ ରୂପରେ ସାହାଯ୍ୟ କରନ୍ତି ତାହା ସଙ୍ଗେ ସଙ୍ଗେ କେହି ବୁଝି ପାରନ୍ତିନି କିନ୍ତୁ ପରେ ବୁଝନ୍ତି ।




Rate this content
Log in

Similar oriya story from Tragedy