STORYMIRROR

Goutam Mohanty

Fantasy

3  

Goutam Mohanty

Fantasy

#ରାତ୍ରଶାସନ***********

#ରାତ୍ରଶାସନ***********

1 min
11.7K


ତୁମେ ପଚାରୁଥିଲ

ବେଶ ଉତ୍ସୁକତାରେ

ଆଉ କବିତା ଲେଖୁନ..?


ମୋ ଭିତରେ କେହିଜଣେ

ମରି ସାରି ହସୁଥିଲା ନିର୍ବିକାର

ମୋତେ ଜଣାଥିଲା ନିଶ୍ଚୟ

ପରୀକ୍ଷାର ନିର୍ଘଣ୍ଟ ଶେଷ ପରେ

କି ଲାଭ ଅଛି ଲେଖିଲେ ଉତ୍ତର..!


ଗୋଟିଏ ବିତି ଯାଇଥିବା ପ୍ରେମ

କିଛି କଳ୍ପନା ଓ ବାସ୍ତବତା

ପ୍ରହେଳିକା ଘେରା ସ୍ୱାର୍ଥପର ଶବ୍ଦ

ଏବଂ ଗୋଟିଏ ଜୋକର୍ ମୁଖାରେ

ଈଶ୍ୱରଙ୍କୁ ବୋକା ବନେଇ ଆଖିଠାର

ଏସବୁ ଏକ ଆତ୍ମପ୍ରବଞ୍ଚନାର ଖେଳ...।


ସମୟ ଯେତେବେଳେ

ନିଜକୁ ରୂପ ଦେଉଥିଲା ବିଭୀଷିକାର

ବୁଝିବାକୁ ଅସମର୍ଥ ହେଲେ 

ମନ୍ତ୍ରୀ, ଗୁପ୍ତଚର, ବୈଜ୍ଞାନିକ

ଭବିଷ୍ୟଦ୍ରଷ୍ଟା କିମ୍ୱା କେହି ଦାର୍ଶନିକ..!


ଏଇତ ଆଖି ସାମ୍ନାରେ ସ୍ପଷ୍ଟ ଚିତ୍ରପଟ

କବିଟିଏ ଲେଖି ପାରିଥାନ୍ତା

କୋଣାର୍କର ଶିଖରରେ 

ଦଧିନଉତିର କେତେ ଆବଶ୍ୟକ ।


ତୁମେ ପଢ଼ିପାରୁଛ ତ

ମୋ ହୃଦୟର କ୍ଷୋଭ..?


କେତେ ଅବାସ୍ତବ ନ'ଥିଲା

ସମ୍ରାଟ ନିରୋଙ୍କର ବଂଶୀବାଦନ

ଜଳୁଥିଲା ଯେବେ

ମହାନ ରୋମ ସାମ୍ରାଜ୍ୟ ।


ଏଇ ମୋର ଉତ୍ତର

ତୁମେ ଚାହିଁଲେ ବୁଝିପାରିବ...


କୁଞ୍ଜବନର ନିର୍ବାଣ ସରିଛି

କବିତାରେ ଆଉ

ବଂଶୀ ଫୁଙ୍କି କି ଲାଭ ?

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy