ରାକ୍ଷୀ।
ରାକ୍ଷୀ।
ମନ୍ଦିର ଛକ, ସ୍କୁଲ ଛକ, ଷ୍ଟେସନ ଛକ......
କୁଆଡେ ଯିବେ ମାଡାମ???
DAV public school ଯିବେ।
ହଁ, ଭରି ଅଟୋ ଆଗକୁ ଯିବାର ପ୍ରଯତ୍ନ ଆରମ୍ଭ ହେଲା।ସବୁଦିନ ଭଳି ବାଜିଲା 19ର ଗୀତ ସାନୁ, ଅଳକା, ଉଦିତ। ମୁଁ (ଅଟୋ ଚାଳକ)ବି ଗାଉଥିଲି ଧୀରେ ଧୀରେ। ମାମଡଙ୍କୁ ବୋଧେ ପସନ୍ଦ ହେଲାନି। ଅନ୍ୟମନସ୍କ ଥିବା ପରି ଦେଖିଲି।
ଆପଣଙ୍କର କୋଉ ଗାୟକ ପସନ୍ଦ ମାଡାମ୍ କହିବେ ଯଦି ଲଗେଇ ଦେବି।
ମୁଁହରେ ସ୍ମିତହାସ୍ୟ ଆଣି ଉତ୍ତର ଦେଲେ - ଅରିଜିତ ......ହସରେ କଥାଟା ଶେଷରେ ଅସ୍ପଷ୍ଟ ହେଲା।
ଏବେ ବାଜିଲା ଅରିଜିତ ର ଗୀତ ଗରାଖ ମନ ମୁତାବକ କାମ କରିବାକୁ ପଡେ। ନହେଲେ ବେପାର ପୁରା ଢିଲା। ପୁଣି ଦେଖିଲି ମାଡାମ୍ ତାଙ୍କ ମୋବାଇଲ କ୍ୟାମେରାରେ ଅଟୋ ଅତିକ୍ରମ କରୁଥିବା ଜାଗା ସବୁ କୁ କଏଦ୍ କରିଚାଲିଛନ୍ତି।
କଣ ମାଡାମ୍ ସହରରେ ନୂଆ କି???
ମାଡାମ୍ - ହଁ କିନ୍ତୁ ଆପଣ କେମିତି ଜାଣିଲେ???
ମୁଁ-ନୂଆ ନହେଇଥିଲେ ଏ ମୃତ ସହରର ଫୋଟୋ କିଏ ଉଠେଇବ।
ମାଡାମ୍- ମୃତ ଅର୍ଥ???
ମୁଁ- ସହର ଯେମିତି ଦେଖା ଯାଉଛି ସେମିତି ନୁହଁ।ଗାଆଁ ର ସେ ସୁଖ କାହିଁ ଏଠି। ଏଠି ତ କାହା ପାଖରେ କଥା ଟିକେ ହେବାକୁ ସମୟ ନାହିଁ । ଭିକାରି ବି ଫେରିଯାଏ ଖାଲି ଥାଳି ରେ।. କେହି ସାହାର୍ଯ୍ୟ ଟିକେ ବି କରିବେନି।କିନ୍ତୁ ଗାଆଁ ସେମିତି ନୁହଁ । ଗାଆଁ କେତେ ସୁନ୍ଦର।ଖାଲି ଜୀବିକାର ଅଭାବରେ ଏଠି ବୁଲିବା କଥା। ଆମେ ଗରିବ ଲୋକ ଗୁଡାକ ଖାଲି ଅନ୍ୟର ସାହାଯ୍ୟରେ ମରୁ। ଗାଆଁରେ ଟିକେ କାହାର କିଛି ହେଲେ ସବୁ ଏକଜୁଟ ଏଠି ମରି ପଡ଼ିଲେ ବି କେହି ପଚାରିବେ ନାହିଁ।
ଓଃ ,କ୍ଷମା କରିବ ଆମେ ଅଟୋବାଲା ଗୁଡାକ ଠିକ୍ ଏମିତି।ସବୁବେଳେ ବେଶୀ କଥା।ଟିକେ ସମୟ ପାଇଲେ ଭାଷଣ ଆରମ୍ଭ ଆପଣ ବିରକ୍ତି ହଉଥିବେ ବୋଧେ।
ଏଇ ତ ଆସିଗଲା ଆପଣଙ୍କ ଜାଗା।
ମାଡାମ୍- ଆପଣ ମୋତେ ପ୍ରତିଦିନ ଛାଡ଼ିଦେବେ ଏଠି।ନୂଆ କରି ଏଇ ସ୍କୁଲ ରେ ଚାକିରି ପାଇଲି । ଅଟୋ ରେ ହିଁ ଯିବା ଆସିବା କରିବାକୁ ହବ। ପ୍ରତିଦିନ ଛାଡ଼ିଦେଲେ ଆପଣଙ୍କୁ ବି ସକାଳୁ ଗରାଖ ଖୋଜିବାକୁ ପଡ଼ିବନି ଆଉ ମୋତେ ଅଟୋ।ହେଲେ ଭାଇ ଆଜି ଭଳିଆ ତିରିଶ ଟଙ୍କା ଦେବିନି ପ୍ରତିଦିନ ଦୁଇଥର ଅର୍ଥ କୋଡ଼ିଏ ଟଙ୍କା ଦେବି।
ମୁଁ - ହଉ ତାହାଲେ ଭଲ କଥା ତ। ଠିକ୍ ଅଛି ସେମିତି ହେଉ। ହେଲେ ଆପଣଙ୍କ ନାଆ କଣ ???
ମାଡାମ୍- ଗାୟତ୍ରୀ, ଆଉ ଆପଣଙ୍କର।
ମୁଁ - ସଲିମ୍।
ଏତିକି କହି ଚାଲିଗଲା।
ପ୍ରତିଦିନ ଯିବା ଆସିବା ଭିତରେ ଚାଲେ ଅନେକ ଗପସପ।ଦିନେ ଅରିଜିତ ଗୀତ ଟା ବାଜୁ ବାଜୁ ବାଜିଲା ଗୋଟେ ଇଂରାଜୀ ଗୀତ।
ମାଡାମ୍- ଭାଇ , ଇଂରାଜୀ ଗୀତ ଆପଣ କଣ ଇଂରାଜୀ ବୁଝିପାରନ୍ତି। କେତେ ଯାଏ ପଢ଼ିଛ??
ମୁଁ - ହଁ। ସ୍ନାତକ ଇଂରାଜୀ।
ମାଡାମ୍- (ବହୁ ଚିନ୍ତା ରେ ପଡିଗଲେ।) ଭାଇ.... ସ୍ନାତକ ଅର୍ଥ ??
ମୁଁ - ଆରେ 3 ।
ମାଡାମ୍- ହେଲେ ଅଟୋ କଣ ପାଇଁ ?? ଅନ୍ୟ କିଛି କଲେନି।
ମୁଁ - ବାପା ଚଲଉଥିଲେ ଏ ଅଟୋ ଟା ।ତାପରେ ମୁଁ । ଆଉ Handel ଦୁଇଟା ଧରିଲେ ଲାଗେ ଯେମିତି ବାପାଙ୍କ ହାତ ଧରିଛି ।ସେଥିପାଇଁ ଛାଡ଼ିପାରେନି।
ମୋ କଥା କୁ କାଟି ସେ କହିଲେ।
ମାଡାମ୍- ଭାଇ ଗୋଟେ କଥା ।ମୋର ଗୋଟେ ନୂଆ ସ୍କୁଟି ଆସୁଛି । କାଲି ଠାରୁ ଆଉ ଯିବିନି ଆପଣଙ୍କ ସହ।
ସେଦିନ ମନ ଟା ପୁରା ଭାରି ଲାଗିଲା।
ତାପରେ ସବୁଦିନ ସ୍କୁଟି ଟା ନେଇ ସେ ହସି ଦେଇ ଯାଉଥିଲା ।ବୁଝିପାରୁନଥିଲି ସେ ଯିବା ପରେ କଣ ପାଇଁ ମନ ଶୁଖିଯାଉଥିଲ। ସେ ଅନେକ କଥା ହେଉଥିଲା ତାର ସ୍ବପ୍ନ।ସହର ବୁଲିବା ତା ସ୍ବପ୍ନ ।ଆଉ ପ୍ରତିଦିନ କହୁଥିଲା ତମେ କେଉଁ ସୂରମା (ମୁସଲିମ ମାନେ ବ୍ୟବହାର କରୁଥିବା ଅତର) ଲଗାଅ ବହୁତ୍ ବାସେ। ।ପୁରା ମୋ ଭଉଣୀ ପରି ଥିଲା।
ଆଜି ବି ଅତିକ୍ରମ କରିଗଲା ହସିଦେଇ। ତାର ମାଂସାଳ ଗଳାରେ ତରଙ୍ଗ ଖେଳାଇ। ସେ ହସିଲେ ତାର ଗାଳ ତଳେ ଥିବା କଳା ଜାଇ ଟା ବି ହସେ ।
ହଠାତ୍ ଶୁଭିଲା କିଛି ଶବ୍ଦ ।ଲୋକେ ସବୁ ଏକଜୁଟ ହେଲେ ଯାଇ ଦେଖେ ତ ଦୁର୍ଘଟଣା ଘଟିଛି।ଗୋଟେ ଗାଡ଼ି ଗାୟତ୍ରୀ ସ୍କୁଟି ସହ ଧକ୍କା ହେଇଛି।ଆଉ ସମସ୍ତେ ଠିଆ ହେଇ ଦେଖୁଛନ୍ତି।ପୋଲିସ କେସ ହବ କିଏ ନବ ହସ୍ପିଟାଲ। ଏତେ କଥା ଭାବିବାକୁ ମୋର ସମୟ ନଥିଲା ସିଧା ଉଠାଇ ଦୌଡ଼ିଲି ପାଖ ହସ୍ପିଟାଲ କୁ।ମୁଣ୍ଡ ରୁ ରକ୍ତ ବହୁଥିଲା ବହୁତ୍, କିଛି ଉପାୟ ନ ପାଇଁ ମୋର ସେଇ ଗାମୁଛା ଟା ବାନ୍ଧି ଦେଲି।
କିଛି ଘଣ୍ଟା ପରେ ତା ବାପା ମା ଆସିଲେ ।
ତାପର ଦିନ ଯାଇ ଦେଖେ ତ ଅନ୍ୟ କୋଉ ହସ୍ପିଟାଲ କୁ ତାକୁ ନିଆହୋଇଛି ସେଠି ନାହିଁ। ତା ଦେହ କଥା ବି ଟିକେ ଜାଣି ହେଲାନି।
ସେ କଥାକୁ ମାସେ ହବ।ସେଦିନ ରାକ୍ଷୀ ପୂର୍ଣ୍ଣମୀରେ, ଛକ ରେ ଠିଆ ହୋଇଛି ଗୋରାଖ ମିଳୁନଥିଲେ।
ସଲିମ ଭାଇ..........
ପଛକୁ ଅନେଇ ଦେଖେ ତ ଗାୟତ୍ରୀ । କିଛି କହିବା ପୂର୍ବରୁ କୁଣ୍ଢେଇ ପକାଇଲା ସତେ ଯେମିତି , କୋରାନ୍ ଗ୍ରନ୍ଥର ଉପରେ କିଏ ଗୀତା ର କଭର ଟା ଲଗେଇ ଦେଲା। ଲୋକମାନେ ଦେଖୁଥିଲେ ହେଲେ ସେ ଟିକେ ବି ଲାଜ କଲାନି।
ନା ଥିଲା ଲୋକ ଲଜ୍ୟା ନା ଥିଲା ହିନ୍ଦୁ ମୁସଲମାନ ର ଭାବ।ଏମିତି ତ କେବଳ ଭାଇ ସହ କରି ପାରେ ଜଣେ ଭଉଣୀ।
ରାକ୍ଷୀ ପିନ୍ଧେଇ ଦେଇ ମିଠା ଦେଲା। ମୁଁ କହିଲି କଣ ନବ କୁହ। ଗାୟତ୍ରୀ - ଆଜି ପୁରା ସହର ବୁଲିବି ଆପଣଙ୍କ ଓଟୋରେ।ଆଉ 19ର ଗୀତ ବାଜିବ।
ମୁଁ - କାଇଁ ଆଉ ଅରିଜିତ ର ଗୀତ ଶୁଣିବନି।
ବାସ୍ ଗୋଟେ ହସ ଥିଲା ।ଖୁସିର ହସ।
କେତେ ଦିନ ଆଉ ହିନ୍ଦୁ ମୁସଲିମ ହେଇ ବୁଲିବା ମଣିଷ ପୁଣି କେବେ ହେବା। ସବୁ ଗେରୁଆ ରଙ୍ଗ ର ଜିନିଷ ଆମର ଆଉ ସବୁ ସବୁଜ ତାଙ୍କର ।ସେମିତି ହିସାବରେ ସବୁ ବଣ୍ଟା ହେଲେ ଯୋଉ ଦିନ ପରିବା ବଣ୍ଟା ହେବ ସେଦିନ ତ ହିନ୍ଦୁ ଭାଗରେ କେବଳ ବିଲାତି ଆଉ ଗାଜର ବଞ୍ଚିବ। ପାରୁଛ ଯଦି ବୁଲୁଥିବା ବାୟୁ, ଉପରେ ଥିବା ଆକାଶ କୁ ବି ଅଲଗା କରିଦିଅ, ହିନ୍ଦୁର ଅଧା ମୁସଲିମ ର ଅଧା।