STORYMIRROR

ଦୀପଙ୍କର ଦାସ

Children Stories Inspirational Thriller

3  

ଦୀପଙ୍କର ଦାସ

Children Stories Inspirational Thriller

ମୁଁ ଉଡ଼ିବା ଶିଖିଗଲି।

ମୁଁ ଉଡ଼ିବା ଶିଖିଗଲି।

2 mins
357

ଗପ ନୁହଁ ସତ।ମୁଁ ଉଡ଼ିବା ଶିଖିଛି।ଆଉ ଆପଣଙ୍କୁ ବି ଶିଖେଇ ଦେବି।ଛୋଟ ପିଲା ଥିଲା ବେଳେ ସମସ୍ତଙ୍କ ମନରେ ନିଶ୍ଚିନ୍ତ ଭାବରେ କେବେ ନା କେବେ ଆସେ ମୁଁ ଉଡିପରାନ୍ତି କି। ଆକାଶ କୁ ଛୁଅନ୍ତି। ତାରା ସହ ଖେଳନ୍ତି। ଜହ୍ନ ଠୁ ଉପରକୁ ଯାଆନ୍ତି।କିନ୍ତୁ ପୁରା ହେଇପାରେନା ସମସ୍ତଙ୍କର ସେ ସ୍ୱପ୍ନ।ଛୋଟ ସମୟରେ ଆମ ଘର ପାଖରେ ଜଣେ ଶିକ୍ଷକ ଭଡ଼ା ନେଇ ରହୁଥିଲେ।ତାଙ୍କ ପୁଅ ଆଉ ମୁଁ ବହୁତ୍ ସାଙ୍ଗ ହଉଥିଲେ।ଖାଲି ଏତିକି ଫରକ୍ ଥିଲା ସେ ଇଂରାଜୀ ସ୍କୁଲ ରେ ପଢ଼ୁଥିଲା ଆଉ ମୁଁ ସରକାରୀ ସ୍କୁଲ ରେ।ସେ ଇଂରାଜୀ ରେ କବିତା ସବୁ କହେ ମୁଁ ଓଡ଼ିଆରେ।ଆମେ ବି ସ୍ବପ୍ନ ଦେଖୁଥିଲେ ଆକାଶ ରେ ଉଡିବା।ଦିନେ ଟିଭି ଦେଖୁ ଦେଖୁ ଦେଖିଲେ ଉଡାଜାହାଜ ଟା ପ୍ରଥମେ ଧୀରେ ଧୀରେ ଚାଲିଲା ଆଉ ତାପରେ ଜୋର୍ ଆଉ ତାପରେ ଉଡ଼ିଲା। ଆମକୁ ଉପାୟ ମିଳିଗଲା ଉଡ଼ିବାର।ସାଇକଲ ନେଇ ବାହାରିଲୁ ପଡିଆକୁ ଠିକ୍ ସେମିତି ପ୍ରଥମେ ଧୀରେ ଧୀରେ ଚଲେଇଲୁ ତାପରେ ଜୋର୍ କିନ୍ତୁ କଣ ହବ ଶେଷରେ ପଡି ଖଣ୍ଡିଆ ଖାବରା ହେଲେ। ଘରେ ବହୁତ୍ ଗାଳି ଦେଲେ।ହେଲେ ଉଡିବାର ନିଶା ଟା ଆହୁରି ଧରିଲା।ପୁଣି ଥରେ କାର୍ଟୁନ୍ ଦେଖୁ ଦେଖୁ ଦେଖିଲୁ ଗୋଟେ ବଡ଼ ବେଲୁନ ନେଇ ସେ ଉଡିଗଲା।ଆମେ ବି ବଡ଼ ବେଲୁନ ଦୁଇ ଟା ଆଣି ଛାତରେ ଠିଆ ହେଲେ କିନ୍ତୁ ପୁଣି ଉଡ଼ି ପାରିଲେନି।କିଛି ଦିନ ପରେ ତା ବାପାଙ୍କ ବଦଳି ହେଲା ଅନ୍ୟ ସ୍କୁଲ କୁ ତେଣୁ ସେମାନେ ପଲେଇ ଗଲେ। ମୋର ମନ ବହୁତ୍ ଦୁଃଖ ହେଲା ଦୁଇଜଣ କେତେ ଖେଳୁ ଥିଲେ। କିଛି ଦିନ କାନ୍ଦିଲି।ତାପରେ ଘରେ ପଚାରିଲି ମୁଁ କେମିତି ଉଡ଼ି ପାରିବି। ଘରେ କହିଲେ ଭଲସେ ବିଜ୍ଞାନ ପଢ଼ିଲେ ଉଡ଼ିପାରିବୁ।ପ୍ରାୟ ପଞ୍ଚମରୁ ସବୁ ବିଷୟ ଛାଡ଼ି କେବଳ ବିଜ୍ଞାନ ଆଉ ଗଣିତ ପଢିଲି।ଅନ୍ୟ ସବୁ ବିଷୟରେ ସାଙ୍ଗ ଠୁ ଦେଖିକି ପରୀକ୍ଷା ଦଉଥିଲି। ଧୀରେ ଧୀରେ ଅନ୍ୟ ବୃତ୍ତି ଆଡେ ମନ ଗଲା।ଆଉ ଉଡ଼ିବା କଥା ପୁରା ଭୁଲିଗଲି।କୋରୋନା ଯୋଗୁ କଲେଜ ବନ୍ଦ ଥିଲା।ଘରେ ଥିଲି ,ସେଦିନ ବର୍ଷା ହେବାର ଥିଲା ତା ଆଗରୁ ଜୋରରେ ପବନ ବହୁଥିବା।ପକ୍ଷୀ ସବୁ ଉଡୁଥିଲେ ବସାକୁ। ମୋର ସାନ ସାନ ଦୁଇଜଣ ଝିଆରୀ ଅଛନ୍ତି ।ଜଣେ ପାଞ୍ଚ ବର୍ଷର ଆଦ୍ୟାଶା ଆଉ ଜଣେ ତିନି ବର୍ଷ ର ବିଦ୍ୟାଶା।ବିଦ୍ୟାଶାକୁ ମୁଁ ମାମା ଡାକେ ବୋଲି ସେ ବି ମୋତେ ମାମା ଡାକେ। ପବନ ବହୁଥିଲା ପକ୍ଷୀ ସବୁ ଉଡୁଥିବାର ଦେଖି ବିଦ୍ୟାଶା କହିଲା ମାମା ମୁଁ ବି ଉଡ଼ିବି। ସେପଟୁ ଆଦ୍ୟାଶା କହିଲା ଆମେ ଉଡ଼ିପାରିବାନି କାରଣ ଆମର ଡେଣା ନାହିଁ।ସେ ସ୍କୁଲ ରେ ପଢେ ତେଣୁ ଜାଣି ଯାଇଛି।ମୁଁ କହିଲି କିଏ କହିଲା ମୁଁ ତୁମକୁ ଉଡ଼ିବା ଶିଖେଇଦେବି।ଆଉ ଦୁଇ ଜଣକୁ ହନୁମାନ ଭଳିଆ କାନ୍ଧରେ ବସେଇ ବାହାରକୁ ଗଲି। ଜୋର୍ ପବନରେ ଜୋରରେ ଦୌଡ଼ିବାକୁ ଲାଗିଲି ସେମାନଙ୍କୁ ଲାଗିଲା ସେମାନେ ଉଡୁଛନ୍ତି ।ଦୁଇଜଣ ଯାକ ପକ୍ଷୀ ଡେଣା ଭଳି ହାତ ହଲେଇବାକୁ ଲାଗିଲେ। ଆଉ ବହୁତ୍ ଜୋରରେ ପାଟି କଲେ ।ମୁଁ ମୁହଁରେ ଉଡାଜାହାଜ ପରି ଶବ୍ଦ କରୁଥିଲି। ଆଉ ମୁଁ ବି ଉଡ଼ିବା ଶିଖିଗଲି।ହଁ ମୁଁ ଉଡ଼ିବା ଶିଖିଗଲି ।ମୁଁ ସେଦିନ ପାଇଲଟ ହେଇଥିଲି ଆଉ ସେମାନେ ଯାତ୍ରୀ ।ମୁଁ ଉଡ଼ିବା ସହ ଦୁଇ ଜଣ ଯାତ୍ରୀ କୁ ବି ଉଡ଼େଇ ଦେଲି।ତେଣୁ ମୁଁ ପାଇଲଟ ହେଇଗଲି।ମୋର ସବୁଠୁ ପ୍ରିୟ ବିଷୟ ପଦାର୍ଥ ବିଜ୍ଞାନ ଖାତାରେ ସେଦିନ ଖାଲି ଦୀପଙ୍କର ଦାସ ନୁହଁ ପାଇଲଟ ଦୀପଙ୍କର ଦାସ ଲେଖିଦେଲି।ଆଉ ବିଦ୍ୟାଶା ତା ମାଙ୍କୁ ଯାଇ କହିଲା ମାଆ ମାମା ଆମକୁ ଉଡ଼ିବା ଶିଖେଇ ଦେଲେ।ଆଉ ବହୁତ୍ ଗେଲ କଲା।

ସବୁ ମୁହୂର୍ତ୍ତକୁ ସୁନ୍ଦର କରନ୍ତୁ ଦେଖିବେ କେତେ ଖୁସି ମିଳିବ।ଆପଣ ବି ଅନୁଭବ କରନ୍ତୁ ଆପଣ ବି ଉଡ଼ିପାରିବେ ଆଉ ଉଡ଼େଇ ପାରିବେ ଅନ୍ୟକୁ।କଣ ମୁଁ ଉଡ଼ିବା ଶିଖେଇ ଦେଲି ନା ?



Rate this content
Log in