ସେ ଭଗବାନ ନା ଖୁଦା
ସେ ଭଗବାନ ନା ଖୁଦା


ମୁଁ ସେତେବେଳେ ଭଦ୍ରକ ଅଟୋନୋମସ କଲେଜରେ ୩ ର ଛାତ୍ର।ବାବ୍ରି ମସଜିଦ,ରାମ ମନ୍ଦିର କଥା ଖାଲି ପେପରରେ ପଢ଼ିଥିଲି।ଦଙ୍ଗା କେମିତି ହୁଏ ଜାଣିନଥିଲି।ଭଦ୍ରକରେ ଶୁଣିଥିଲି ହିନ୍ଦୁ ମୁସଲିମକୁ ନେଇ ଦଙ୍ଗା ଚାଲେ।ସେଥିପାଇଁ ବାପା ପ୍ରଥମେ ସେଠି ପଢେଇବା ପାଇଁ ମନା କରୁଥିଲେ।କିନ୍ତୁ ମୋର କିଛି ଭଲ ସାଙ୍ଗ ଭଦ୍ରକରେ ଥିବାରୁ ମୁଁ ଜିଦ୍ କଲି ସେଠି ପଢିବି।ବାପା ଅନେକ ମନାପରେ ହଁ କହିଲେ।ମୁଁ ଦ୍ୱିତୀୟ ବର୍ଷରେ ପଢୁଥିବା ବେଳେ ଦଙ୍ଗା ଆରମ୍ଭ ହେଲା।ମୋ ସାଙ୍ଗ ପିଲା ସବୁ ମେସରୁ ଘରକୁ ଚାଲିଗଲେ। ମୋତେ ମଧ୍ୟ କହିଲେ ଘରକୁ ଯିବା ପାଇଁ କିନ୍ତୁ ମୁଁ ଘରକୁ ଗଲିନି।ଓଲଟା ତାଙ୍କୁ କହିଲି ମାଇଚିଆଙ୍କ ଭଳିଆ କଣ ହଉଚବେ।ଆଗରୁ ଅନେକ ଛୋଟ ଛୋଟ ଦଙ୍ଗା ହୋଇଛି ମୁଁ ଘରକୁ ଯାଇନି।ଏଥର ଭାବିଲି ସେମିତି ହବ।ପରଦିନ କଲେଜ ବନ୍ଦ ହେଲା।ବସ ଚଳାଚଳ ବନ୍ଦ ହେଲା।ଆମେ ଦୁଇ ଜଣ କେବଳ ମେସରେ ଥାଉ ମୁଁ ମୋର ଜଣେ ସାଙ୍ଗ।ପ୍ରାୟ କଲେଜ ଛୁଟିରେ ସବୁସାଙ୍ଗ ଘରକୁ ଯାଆନ୍ତି।ଆମେ ଦୁଇ ଜଣ କିନ୍ତୁ ଘରକୁ ଯାଉନା ମେସରେ ରହୁ ଅନେକ ମଜା କରୁ।ଏଥର କିନ୍ତୁ ଦଙ୍ଗା ଅନେକ ଭୟଙ୍କର ରୂପ ନେଲା।ସନ୍ଧ୍ୟା ପ୍ରାୟ ସାତଟା ସମୟରେ ପ୍ରବଳ ବର୍ଷା ହେଲା କରେଣ୍ଟ ପଳେଇଲା।ମୁଁ ଆଉ ମୋର ସାଙ୍ଗ ବସି କଥାହେଉଥିଲୁ ସକାଳୁ କିଛି ହିନ୍ଦୁ ପିଲା କେମିତି ମୁସଲିମ ପିଲାଟାକୁ ହାଣିଦେଲେ।ଆମେ ଛାତରେ ରହି ସବୁ ଦେଖିଛୁ। ଆମେ କାଲି ସକାଳୁ ଉଠି ଘରକୁ ପଳେଇବା ଯେମିତି ବି ହୋଉ କାଲି ଘରକୁ ଯିବା।ପ୍ରବଳ ଘଡ଼ଘଡ଼ି ସହ ପବନ ଭାରି ଜୋର୍ ବହୁଛି।ଝରକା କବାଟ ବନ୍ଦ କରି ଆମେ ଦୁହେଁ ବସିଛୁ। ଏହି ସମୟରେ କେହି ଜଣେ ଜୋରରେ କବାଟ ଧଡ୍ ଧଡ କଲା। ଡରି ଡରି ଯାଇ କବାଟ ଖୋଲି ଦେଖେତ ମେସ ମାଲିକ କହିଲେ ,ଦଙ୍ଗା ଜୋର ଧରିଛି। ଆରପଟେ ମୁସଲିମ ମାନେ କିଛି ହିନ୍ଦୁକୁ ହାଣି ଦେଲେଣି।ଆମେ ଏଠୁ ପଳେଇବୁ ତମେ ବି ପଳାଅ କହି ଚାଲିଗଲେ।ଆମ ମେସଟା ବସ୍ତିରୁ ବହୁତ୍ ପାଖରେ କୁଆଡେ ଯିବୁ ବୋଲି ଭାବୁଛୁ।ଏହି ସମୟରେ ଆଉଥରେ ଖୁବ୍ ଜୋରରେ କବାଟ ଧଡ଼ ଧଡ଼ ହେଲା।ଜାଣି ପାରିଲୁ ମୁସଲିମ ମାନେ ଆସି ପହଞ୍ଚିଛନ୍ତି।ମୁସଲିମ ଭାଷାରେ ଖୁବ୍ ଗାଳି ଗୁଲଜ କରୁଛନ୍ତି।ମେସର ପଛ କବାଟ ଖୋଲି ଦୁହେଁ ଦୌଡ଼ିଲୁ।ସେମାନେ ଜାଣି ପାରି ଆମ ପଛରେ ଦୌଡ଼ିଲେ।ଆମେ ବସ୍ତିରୁ ଦୂରକୁ ଦୌଡୁ ଥିଲୁ କିନ୍ତୁ କେମିତି ବସ୍ତି ଭିତରେ ପହଞ୍ଚିଲୁ ଅନ୍ଧାର ରାତିରେ କିଛି ଜାଣି ପାରିଲୁନି।ମସଜିଦ ପାଖରେ ଗୋଟେ ଛୋଟିଆ ଘରେ ଯାଇ ଗଳିଗଲୁ।ସେଠି କିଛି ହିନ୍ଦୁ ଘରବି ଅଛି।କିନ୍ତୁ ଭୁଲରେ ଯାଇ ଗୋଟେ ମୁସଲିମ ଘରେ ପଶିଗଲୁ।ଆମେ ଅନ୍ଧାରରେ ସେତେବେଳେ ମଧ୍ୟ ଜାଣିନଥିଲୁ।ସେଇଟା ମୁସଲିମ ଘର ବୋଲି ସେ ଆମକୁ ଘର ଭିତରକୁ ଯିବା ପାଇଁ କହିଲେ।କିଛି ସମୟ ପରେ ସେ ମୁସଲିମ ଦଙ୍ଗକାରି ମାନେ ସେଠି ପହଞ୍ଚିଲେ।ଜୋରରେ ପାଟି କଲେ।ଆମେ ଘର ଭିତରେ ରହି ସବୁ ଶୁଣୁଥିଲୁ।ଜାଣି ପାରିଲୁ ଆମେ ଏବେ ଗୋଟେ ମୁସଲିମ ଘରେ ଆଶ୍ରୟ ନେଇଛୁ।ଛାତିର ସ୍ପନ୍ଦନ ବଢି ବଢି ଚାଲିଲା।ଏଥର ଯମ ଦର୍ଶନ ସୁନିଶ୍ଚିତ।ଦେହଟା ଏତେ ବର୍ଷା ଖାଇଥିଲେ ମଧ୍ୟ ଗରମ ହୋଇଉଠିଲା।
ଦଙ୍ଗା କାରି- ଚାଚା ଦୋ ଲେଡକେ ଇଧର ଆୟେହେଁ କ୍ୟା?
ଚାଚା- ମେ ତ ବୈଠା ହୁଁ ଖୁଦା କି ଭରସେ।କବ ଖୁଦା ଆଏ ଔର ମୁଝେ ଲେ ଯାଏ ଉସ ଜନତ୍ ମେ। ଲେକିନ ଇସ୍ ଗରିବକେ ଘର ଖୁଦା ଭି ନେହି ଆତା।କୋଇ ନେହୀ ଆୟା ଇଧର୍।
ଦଙ୍ଗାକାରୀ- ଅଗର ଆଏ ତ ବତନା।
କହି ଚାଲି ଗଲେ ସେମାନେ ଚାଚାଙ୍କ ସ୍ୱରଟା ଚିହ୍ନା ଚିହ୍ନା ଲାଗିଲା।ତାପରେ ଚାଚା ଲଣ୍ଠନଟେ ଧରି ଭିତରକୁ ଆସିଲେ।ଦୁଇଟା ବିସ୍କୁଟ ପ୍ୟାକେଟ ଧରି କହିଲେ ଭୋକ ଲାଗୁଥିବ ନିଅ ଖାଇଦିଅ।ଏଥର ଜାଣି ପାରିଲି ଏଜେ ଅଶଗର ଚାଚା ଯାହାକୁ ମୁଁ ତିନିଦିନ ତଳେ ରାସ୍ତା ପାରିକରି ଦେଇଥିଲି (କାରଣ ସେ ଅନ୍ଧ)।ସେ କହିଲେ ତୁ ଯେତେବେଳେ ଆସି ମୋ ହାତ ଧରିଲୁ ମୁଁ ଜାଣି ପାରିଲି ତତେ,ଅନ୍ଧ ମାନଙ୍କୁ ସ୍ପର୍ଶ ଅନେକ ଦିନ ପର୍ଯ୍ୟନ୍ତ ମନେ ରହିଥାଏ। ତା ଛଡା ତୁ ନହୋଇ ଆଉ କିଏ ହୋଇଥିଲେ ମଧ୍ୟ ତାର ବି ମୁଁ ସାହାର୍ଯ୍ୟ କରିଥାନ୍ତି। ତୁମେ ଦୁଇଜଣ ଖାଇଦିଅ କାଲି ସକାଳୁ ଉଠି ଏଠୁ ପଳେଇବା। ଚାଚାଙ୍କ ପାଖରେ ମୁଁ ଯେମିତି ଭଗବାନକୁ ଦେଖିଲି।ତାଙ୍କ ପାଖରେ କିଛି ନଥାଇବି ଅନେକ କିଛି ଅଛି।ଆଉ ଆମ ପାଖରେ ବହୁତ୍ ଥାଇବି କିଛି ନାହିଁ ପରି ଲାଗିଲା।ଆଉ ସମ୍ଭାଳି ନପାରି ମୁଁ ଚାଚାଙ୍କୁ କୁଣ୍ଡେଇ ପକାଇଲି।ସେଦିନ ସେ ମୂର୍ଖ ବୁଢାଟା ପାଖରେ ଅନେକ କିଛି ଶିଖିଲି। ଆଉ ଭାବିଲି ସେ ଭଗବାନ ନା ଖୁଦା।