STORYMIRROR

ଦୀପଙ୍କର ଦାସ

Comedy Drama Fantasy

3  

ଦୀପଙ୍କର ଦାସ

Comedy Drama Fantasy

ଟିକେ ହସୁନ

ଟିକେ ହସୁନ

2 mins
346

ଗାଆଁରେ ଆସିଗଲା ନିର୍ବାଚନ।ଚାରିଆଡେ ଚର୍ଚ୍ଚା କିଏ ଜିତିବ କିଏ ହାରିବ ଏ ସବୁକୁ ନେଇ ସମୀକ୍ଷା ଆରମ୍ଭ ହେଲା।


ଗାଁକୁ ବଡ଼ ବଡ଼ ନେତାଙ୍କର ଆଗମନ ଆଉ ବଡ଼ ବଡ଼ ମିଛ ପ୍ରତିଶ୍ରୁତିର ବଣ୍ଟନ ।କୁଜି ନେତାମାନେ ଏବେ ଭାରି ସକ୍ରୀୟ କିନ୍ତୁ ଭୋଟ ସରିଗଲେ କୁକୁଡ଼ାକୁ ଚୁନିଆ ରୋଗ ହେଲା ଭଳିଆ କୁଆଡେ ଉଭେଇଯାନ୍ତି।ଆଉ ବୈଠକ ବସିଲେ କୁଜିନେତା ବାହାଘର ପରର ଚତୁର୍ପଦି ପ୍ରାଣୀ। ବୈଠକ ସରିଲେ ମିଠା ପୁଡିଆ ମିଳିବ ସମସ୍ତଙ୍କର ସେଇଟାରେ ମନ। କୁଜିନେତା କିଏ ମୁଖ୍ୟମନ୍ତ୍ରୀ କିଏ ପ୍ରଧାନମନ୍ତ୍ରୀ ଏସବୁ ଜାଣନ୍ତି ନାହିଁ।ସେମାନେ ଗାଆଁର ମୋଦି ,ସେମାନେ ହିଁ ଗାଆଁର ନବୀନ। ୱାର୍ଡ ମେମ୍ବର ବଛା ହେଲା ମହିଳା ସିଟଟା ପାଇଁ ଶୋଭା ମାଉସୀ କୁ ମନୋନୀତ କରାଗଲା। ପାଠ କହିଲେ ବର୍ଣ୍ଣବୋଧଟା ଜାଣେ ସିଏ।ଦସ୍ତଖତଟା ଶିଖିଥିଲା କଉ ପୁରୁଷରେ ଏବେ ବୟସ ୫୫ ଆଉ ମନେ ନାହିଁ।ଏବେ ସେ ୱାର୍ଡ ମେମ୍ବର ପ୍ରାଥିନୀ ଦସ୍ତଖତ ଟା ଶିଖିବା ପାଇଁ ଗୋଟେ ଖାତା ସାରିଦେଲା।ହେଲେ କଣ ହେଲା ତା ବଙ୍କା ତେଢା ଅକ୍ଷରରେ ଶୋଭା ନାଆ ଟା ବି ଅଶୋଭା ଦେଖା ଯାଉଥିଲା।ଗାଆଁରେ ଭୋଟ ର ମୂଲ୍ୟ ଗୋଟେ ଦେଶୀ ବୋତଲ କିମ୍ବା କଂସାଏ ହାଣ୍ଡିଆ ।ଭୋଟ ଆସିଲେ କୁଜିନେତା ପରି ମାତାଳିଙ୍କ ଭାରି ଖୁସି।କଂସାଏ ହାଣ୍ଡିଆ ଦିଅ ଭୋଟ ନିଅ। ମୁଲଲଗା ଲୋକ ଏମାନଙ୍କୁ କଣ ଜଣା ଭୋଟ ର ମୂଲ୍ୟ।ବାବା ସାହେବ୍ ଆମ୍ବେଦକର ଥିଲେ ଆଜି ଠିକ୍ ଜାଣିଥାନ୍ତେ ଭୋଟର ମୂଲ୍ୟ।


ନିର୍ବାଚନ ଦିନ ନିର୍ବାଚନ ସରିଲା ଆଉ ଶୋଭା ମାଉସୀ ୱାର୍ଡ ମେମ୍ବର ହେଲା।କିଛି ଦିନ ପରେ ପଞ୍ଚାୟତରେ ଗାଆଁର ଉନ୍ନତି ପାଇଁ ବୈଠକ ଡ଼କା ହେଲା।ଏଥର ସେ ମୂଲ ଲଗା ଶାଢ଼ୀ ପିନ୍ଧିଲେ ହବନି,ୱାର୍ଡ ମେମ୍ବର ସେ ପୁଣି ଆଜି ମିଟିଂ ।ଶୋଭା ମାଉସୀ ଏଥର ଝିକି ଝିକିଆ ଶାଢ଼ୀଟା ପିନ୍ଧି ବାହାରିଲା ମିଟିଂ ପାଇଁ, ତା ଅଣ୍ଟା ଭାଙ୍ଗି ଚାଲିରେ ସେ କେତେ ଶ୍ରୀଦେବୀ କୁ ପଛରେ ପକେଇଦେଇଥିଲା।ମିଟିଂ ଆରମ୍ଭ ହେଲା ସରପଞ୍ଚ ଜଣ ଜଣ କରି ୱାର୍ଡ ମେମ୍ବର କୁ ସମସ୍ୟା ପଚାରିଲେ।ଏଥର ଶୋଭା ମାଉସୀ ପାଳି ଆସିଲା।ଶୋଭା ମାଉସୀ ଏଥର କହିଲା ଆମ ୱାର୍ଡ ରେ ଗୋଟେ ଟେବୁଲ ବସାଯାଉ।ସମସ୍ତେ କାବା ଆରେ ମାଉସୀ ଟେବୁଲ କଣ ହବ।ମାଉସୀ ରାଗିକି ଖପ୍ପା,ପୁଣି ଜୋରରେ ପାଟିକରି କହିଲା ଆମର ଗୋଟେ ଟେବୁଲ ଦରକାର ଆଉ କିଛି ନୁହଁ।ଏକ ଶୀଙ୍ଗିଆ ବୁଢ଼ିକୁ ଆଉ କଣ ବୁଝେଇ ହଉଚି,ତାର ଗୋଟେ ଜିଦ୍ ଟେବୁଲ ଦରକାର।ଅନେକ ବୁଝେଇଲା ପରେ କହିଲା ଆମର ପାଣି ସମସ୍ୟା ଆମର ଗୋଟେ ଟେବୁଲ ଦରକାର।ଏଥର ଆରମ୍ଭ ହେଲା ହାସ୍ୟରଳ।ସବୁ ହସି ବେଦମ ଆରେ ମାଉସୀ ସେଇଟା ଟେବୁଲ ନୁହଁ "ଟ୍ୟୁବ୍ ୱେଲ"ବୁଢ଼ୀ ଏଥର ରାଗିକି ଉଠିଲା ଆଉ ଅଣ୍ଟା ଭାଙ୍ଗି ଚାଲିନାହିଁ ଏଥର ରାଗରେ ଗାଆଁ ପୁରାଣର ମନ୍ତ୍ର ଗୁଡା ଉଚ୍ଚାରଣ କରି ଚାଲିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy