ଦୀପଙ୍କର ଦାସ

Tragedy Crime Fantasy

4.0  

ଦୀପଙ୍କର ଦାସ

Tragedy Crime Fantasy

ଖରାପ ସ୍ପର୍ଶ

ଖରାପ ସ୍ପର୍ଶ

4 mins
344


ଗୋଲ୍ ଗୋଲ୍ ବଡ଼ ବଡ଼ ଆଖି ,ବାଉଁଶ ପତ୍ର ପରି ସରୁ ସରୁ ଆଖି ପତା, ବିନା ଲିପଷ୍ଟିକ୍ ରେ ବି ଗୋଲାପି ଦେଖା ଯାଉଥିବା ଓଠ,ବିସ୍ତୀର୍ଣ୍ଣ କପାଳ ସାଙ୍ଗକୁ କୁଂଚିତ କେଶ ସବୁ କେତେ ସୁନ୍ଦର।ଚାହାଣି, ଠାଣି,ଚାଲି ସବୁରେ ଭରି ରହିଥାଏ ଏକ ଅପୂର୍ବ ଝଲକ୍।ସବୁ ନିଆରା।ମୁଁ ଇର୍ଷା ହେଇଯାଏ ଏତେ ସୁନ୍ଦର କେମିତି ଦେଖାଯାଏ ସେ।ମୁଁ ତ ମେକ୍ଅପ୍ ପରେ ବି ତା ଭଳି ଦେଖାଯାଉନାହିଁ।ବେଳେ ବେଳେ ଇଚ୍ଛା ହୁଏ ବାପା ଯାହା ବି ଆଣିଛନ୍ତି ତାକୁ ଦେବିନି।ତାକୁ ଆଉ ସୁନ୍ଦର କରି ସଜାଇ ଦେବିନି।ଗୋଟେ ଝିଅ ପାଇଁ ସୁନ୍ଦରତା ଟିକେ ବେଶୀ ମୂଲ୍ୟ ରଖିଥାଏ ।ଆଉ ଯୌବନ ଅବସ୍ଥାରେ ସମସ୍ତେ ନିଜକୁ ଯୌବନର ଶିଖର ଦେଶରେ ଦେଖିବାକୁ ଚାହାନ୍ତି।ହେଲେ ମୁଁ ଯେତେ ଚେଷ୍ଟା କଲେ ବି ତା ପଛରେ ପଡ଼ିଯାଏ।

ବାପା ତାକୁ ଷ୍ଟେସନରୁ ଆଣିଥିଲେ ମୋ ନିଜ ଭଉଣୀ ନୁହେଁ।

୧୦ବର୍ଷର ଝିଅ ପିଲାଟା ଭିକ୍ଷା ବୃତ୍ତି କରୁଥିଲା।ବାପାଙ୍କ ମନରେ ଦୟା ହେଲା। ପଚାରିଲେ ଆମ ଘରେ ରହି କାମ କରିବୁ।ହେଲେ ବୁଲି ଖାଇବା ଯିଏ ଶିଖିଛି ତାକୁ କଣ କାମ କରିକି ଖାଇବାକୁ ଭଲ ଲାଗିବକି।ସିଧା ସିଧା ମନା କରିଦେଲା ବାପାଙ୍କୁ।ମାଆଙ୍କର ମୋଟାପଣ ଯୋଗୁ ବେଶୀ କାମ କରିପାରୁନାହାନ୍ତି।ତେଣୁ ବାପା ତାକୁ ମାଙ୍କୁ ସାହାଯ୍ୟ କରିବା ପାଇଁ ଆଣିବେ ଭାବିଥିଲେ।ପ୍ରଥମେ ପ୍ରଥମେ ରୋକ୍ ଠୋକ୍ ମନା କଲା ତାପରେ କିଛି ଦିନ ପରେ ପୁଣି ବାପାଙ୍କ ସହ ଦେଖା ହେବାରୁ ଆସିଲା।କଣ ଭାବିଲା କେଜାଣି??

ଏବେ ତାକୁ ବାର ବର୍ଷ ଦୁଇ ବର୍ଷ ଆମ ଘରେ ରହିଲା।ତାକୁ ତା ନାଆ ବି ଜଣା ନଥିଲା।ଆମେ ଖୁସିରେ ନାଆ ରଖିଲୁ ବର୍ଷା।

ପ୍ରଥମେ ପ୍ରଥମେ ସ୍କୁଲ ଗଲା ।କିନ୍ତୁ ସେ ପାଠ ସବୁ ତାକୁ ଭଲ ଲାଗିଲାନି କିଛି ଦିନ ପରେ ସ୍କୁଲ ଯିବା ବନ୍ଦ କରିଦେଲା।

ପାଠରେ ପଛରେ ରହିଲେ କଣ ହେଲା ଆଉ ସବୁରେ ସବୁବେଳେ ଆଗରେ । ଟିଭି ଦେଖି ଦେଖି ନାଚ ଗୀତ ସବୁ ଶିଖିଯାଏ। ବାବା ତାକୁ ଅନେକ ପ୍ରଶଂସା କରନ୍ତି ସେଇ ଗୁଣ ପାଇଁ।ମୋ ସାଥିରେ ରୁହେ, ଖାଏ, ବୁଲେ କିନ୍ତୁ ମୁଁ ତା ପାଖରୁ ସେ କଳା ହାତେଇ ପାରେନି।ଆଉ ସମୀର ମୋ ଭାଇ ତା ସାଥିରେ ଜମା ବି ଖେଳେନି।ମୁଁ ୩ ତୃତୀୟ ବର୍ଷ ଛାତ୍ରୀ ଆଉ ସମୀର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର।ମୋ ଠୁ ସମୀର ସାନ ହେଲେ କଣ ହେଲା ତା ସହ ସେ ଜମା ବି ଖେଳେନି।

ସମୀର ପାଖକୁ କେବେ ଗଲେ ଆସି ଚୁପ୍ ଚାପ୍ ବସେ।

ମୋତେ ତା ସହ ଖେଳିବାକୁ ଭଲ ଲାଗେ।ଜେଜେମା ଖତେଇ ହେଇ କୁହନ୍ତି ତୁମେ ଦୁଇଟା ସଉତୁଣୀ ହେବ।ସବୁବେଳେ ସାଙ୍ଗରେ ରହୁଛ।ମୋତେ ଟିକେ ଲାଜ ଲାଗେ।

ହେଲେ ସେ କିଛି ଜାଣି ପାରେନି ଏତିକି ବକଟେ ଛୁଆ କେମିତି ଜାଣିବ ସଉତୁଣୀ ମାନେ କଣ?ଜେଜେମା ଠାରୁ ଶୁଣି ଶୁଣି ସେ ବି ବେଳେ ବେଳେ ମୋତେ ଥଟ୍ଟା କରିବା ପାଇଁ ସଉତୁଣୀ ସଉତୁଣୀ ଡାକେ।ଜେଜେମା ତାର ଆଖି କୁ ବହୁତ୍ ପ୍ରଶଂସା କରନ୍ତି ଯେମିତି ତାର ଆଖି କାହାକୁ ଅପେକ୍ଷା କରିଛି କୁହନ୍ତି। 

ତାର ମୋର ତୁଳନା କରିବା ପାଇଁ ପୁରୁଣା ଆଲବମ୍ ସବୁ ଦେଖେ କିନ୍ତୁ କେଉଁଠି ନା କେଉଁଠି ମୋତେ ସେ ବୋଳିଯାଏ।

ଏତେ ସାନ ବୟସରୁ ଘର କାମ ସବୁ ଶିଖିଯାଇଛି।ମା କୁହନ୍ତି ଦେଖେ ସାନ ଝିଅ ସବୁ ଶିଖିଯାଇଛି କିନ୍ତୁ ତୁ କିଛି ଜାଣିନୁ।ଶାଶୁ ଘରକୁ ଗଲେ କଣ କରିବୁ??ରାଗିକି ମୁଁ କହିଦିଏ ମୁଁ ବାହା ହେବିନି।ବର୍ଷା ହେଲେ ଆସର ଜମେ ଲୁଡୁ ଖେଳର ମା,ମୁଁ, ବର୍ଷା ଆଉ ଜେଜେମା।ଜେଜେମା ଖେଳି ଜାଣି ନାହାନ୍ତି ।

କୁହନ୍ତି ମୁଁ କେମିତି ଖେଳିବି ଆମ ବେଳେ କଣ ଏସବୁ ଖେଳ ଥିଲା।ବର୍ଷା ଥଟ୍ଟା କରି କହେ ବୁଢ଼ୀ ଆଉ ସବୁ ଜାଣିଛୁ କିନ୍ତୁ ଲୁଡୁ ଖେଳ ଜାଣିନୁ।କିଏ ଶାଶୁ ଘର ଯିବ କିଏ ଘର କାମ ଜାଣିନି ଏଇ ସବୁ କହିଲା ବେଳକୁ ଆଗରେ ।ଜେଜେ ମାଙ୍କୁ ଟାଣି ଟାଣି ଆଣି ବସେଇ ଦିଏ। ବର୍ଷା ହାତରେ କଣ ଯାଦୁ ଅଛି କେଜାଣି ଯେମିତି ସକୁନିର ପୋଶା ପାଲି ସେମିତି ଖେଳେ ଲୁଡୁ ଯାହା ଡାକେ ସେଇଟା ହିଁ ପଡ଼ିଯାଏ।ସେଦିନ ଏମିତି ବର୍ଷା ହେଲେ ଆମେ ଲୁଡୁ ଖେଳି ସାରିଲୁ। ମାଆ ଯାଇ ପକୁଡ଼ି ତିଆରି କଲେ ଆଉ ଗରମ ଗରମ ପକୁଡ଼ି ସମସ୍ତଙ୍କୁ ଦେଲେ।

ବର୍ଷାକୁ କହିଲେ ଭାଇକୁ ନେଇ ତା ପଢା ଘରେ ଦେଇ ଆସିବା ପାଇଁ। କିଛି ସମୟ ପରେ ବର୍ଷା ଫେରିଲା ।ଚେହେରା ପୁରା ଝଡି ଯାଇଥିଲା। ଡରରେ ଖାଲି ଥରୁଥିଲା ।କିଛି କହିବାକୁ ଚାହୁଁ ଥିଲା କିନ୍ତୁ ଏତେ ଡରି ଯାଇଥିଲା କିଛି କହିପାରୁନଥିଲା।

ମୁଁ ପଚାରିଲି କଣ ହେଲା ତୋର ଯେତେ ପଚାରିଲେ ମଧ୍ୟ କିଛି କହୁନଥିଲା ।ଆଉ ମାଆ ମାଆ କହି କାନ୍ଦିଲା।

ମୁଁ ଭାବିଲି କଣ ତୋର ମାଆ କଥା ମନେ ପଡୁଛି କି??

କିଛି ବି ଉତ୍ତର ଦେଲେନି।ଲୁହ ପୋଛି ମୋ ଛାତି ପାଖକୁ ଆଉଜି ଆଣୁଥିଲି ତାର ମୁଣ୍ଡ କୁ।କିନ୍ତୁ ଦେଖିଲି ତାର ବେକରେ କେହି ଚିପିଲା ଭଳି ଦାଗ।ଏବେ ଜାଣିଲି କିଛି ଗୋଟେ ହେଇଛି।ଭାବିଲି ଭାଇ ମାରିଛି ବୋଧେ।

କଣ ହେଲା ବର୍ଷା ଭାଇ ତୋତେ ମାରିଲା କି ??

ଗେଲ କରି ଗାଲରେ ଚୁମା ଦେଇ ପଚାରିଲି ,ମୋତେ କହିବୁନି କଣ ହେଲା???ଧୀରେ ଧୀରେ କହିଲା " ଦିଦି ମୁଁ ଭାଇ ପାଖକୁ ଗଲେ ସେ ମୋ ଛାତିରେ ହାତ ଦିଅନ୍ତି।ମନା କଲେ ଜୋରରେ ବେକ ଚିପି ଧରନ୍ତି ଆଉ ଜଙ୍ଘରେ ହାତ ଦିଅନ୍ତି।"

ଏବେ ଆଉ ବୁଝିବାକୁ କିଛି ବାକି ନଥିଲା ।

ମୋ ଭାଇ ଏମିତି କରୁଛି ଜାଣି ନିଜକୁ ଅନେକ ଘୃଣା ଲାଗିଲା।

ମୁଁ ତାର ମୋବାଇଲ ହିଷ୍ଟରୀ ଦେଖୁ ଦେଖୁ ଦେଖିଥିଲି ସେ କିଛି ଖରାପ ଭିଡିଓ ଦେଖେ ଆଉ ତାକୁ ଗାଳି ବି ଦେଇଥିଲି।

ଭାବିଲି ବଡ଼ ହେଲେ ଧୀରେ ଧୀରେ ଠିକ୍ ହେଇଯିବ।

କିନ୍ତୁ ଛି.......  

ମାଆ ପୁଣି ଡାକିଲେ ବର୍ଷା ଭାଇକୁ ନେଇ କ୍ଷୀର ଗ୍ଲାସ ଟା ଦେଇ ଆସେ।ତିନି ଚାରି ଥର ଡାକିଲେ କିନ୍ତୁ ସେ ଚୁପ୍ ଥିଲା ।

ଏଥର ମା ଆମ ପାଖକୁ ଆସି ରାଗି ଯାଇ କହିଲେ।

ଏତେ ଥର ଡାକୁଛି ଶୁଣି ପାରୁନୁ ଆଜି କାଲି ଅମାନିଆ ହେଇ ଗଲୁଣି।ମାଆ ରାଗି ଯାଇ ଜୋରରେ କହିଲେ ନେଇ ଯାଆ କ୍ଷୀର ଗ୍ଲାସ ଟା ଭାଇ କୁ ଦେଇ ଆସିବୁ।ସେ ମନା କଲା।

ମାଆ ତାର ହାତକୁ ଟାଣି ଆଣି କ୍ଷୀର ଗ୍ଲାସ ଟା ଧରେଇ ଦେଇ କହିଲା " ଏଇ ଝିଅକୁ ଗେଲ କଲା ବେଳକୁ ବେଶୀ ରଙ୍ଗ କାଢ଼ୁଛି ବଡ଼ ସାନ କିଛି ମାନୁନି"ମାଆ ଯେତେ ଜୋରରେ କହିଥିଲେ ମୁଁ ତାର ଦ୍ଵିଗୁଣ ସ୍ଵରରେ କହିଲି "ନା ନା ମନେ ନା ତୁମ କଣ ଜାଣି ପାରୁନି କି,ସେ ଯିବନି କ୍ଷୀର ନେଇ"

ମୁଁ ମାଙ୍କୁ କେବେ ବି ଏତେ ବଡ ପାଟି କରି କଥା ହୁଏନି।

ଅଲଗା ପ୍ରକାରର ଭାବନା ଜାଗ୍ରତ ହେଲା ସେତେବେଳେ ମୋ ଭିତରେ।ଆଖି ବଡ଼ ବଡ଼ ହେଇଯାଇଥିଲା କୋହ ମିଶ୍ରିତ ସ୍ୱର ।

ରାଗରେ ନାଲି ଚେହେରା।ବର୍ଷା ମୋ ଆଡ଼କୁ ଦୌଡ଼ି ଆସି ମୋତେ କୁଣ୍ଢେଇ ପକାଇ ମାଆ କହି କାନ୍ଦିଲା।

ଗୌରୀ ସାୱାନ୍ତ କୁହନ୍ତି " ମାଆ ହେବା ପାଇଁ ଗର୍ଭାଶୟର ନୁହଁ ମାତୃତ୍ଵର ଭାବନା ଦରକାର"ବୋଧେ ମୋ ଭିତରେ ସେଇ ମାତୃତ୍ଵର ଭାବନା ଜାତ ହେଇଥିଲା। ମାଆ ଜେଜେମା ସମସ୍ତେ ଆଶ୍ଚର୍ଯ୍ୟରେ ଆମକୁ ଚାହିଁ ଥିଲେ।

ଆଉ ଆମେ ଦୁହେଁ ଦୁହିଁଙ୍କୁ କୁଣ୍ଢାଇ ଖାଲି କାନ୍ଦୁଥିଲୁ।



Rate this content
Log in

Similar oriya story from Tragedy