STORYMIRROR

ଦୀପଙ୍କର ଦାସ

Comedy Others

3  

ଦୀପଙ୍କର ଦାସ

Comedy Others

ଟିକେ ହସୁନ (୨)

ଟିକେ ହସୁନ (୨)

2 mins
281

ଆମ ଆଡେ ଟିକେ ବେଶୀ ମଶା ।ହିନ୍ଦୀରେ କଥା ଅଛି"ଏକ୍ ମଚ୍ଛର୍ ନେ ଆଦମିକୋ ହିଞ୍ଜଡ଼ା ବନାଦିଆ"। ଏ ମଶାଙ୍କର ଟିକେବି ବିବେକ ବୁଦ୍ଧି ନାହିଁ।ନରମ ଜାଗା ଦେଖିଲେ ଫୋଡ଼ି ପକାନ୍ତି।ନା ସେଠି କୁଣ୍ଡେଇ ହୋଉଥିବ ନା ଆଉ କିଛି ଖାଲି ଜ୍ଵାଳା। ବେଳେବେଳେ ତ ଏମିତି ଜାଗାରେ କାମୁଡ଼ିବେ F.I.R ଦବାକୁ ଇଚ୍ଛା ହବ। ଆଗରୁ ବ୍ରିଟିଶ ରକ୍ତ ଶୋଷୁଥିଲେ ଏବେ ଏମାନେ। ସ୍ୱାଧୀନ ରାଷ୍ଟ୍ରରେ ନିଃଶ୍ୱାସ ଟିକେ ବି ନେଇହଉନି ଶାନ୍ତିରେ।କେତେ ରସାୟନ ଜିନିଷ ବାହାରିଲେ ମଧ୍ୟ ସେଇ ଏକା କଥା। ଜମା ରକ୍ଷା ନାହିଁ।

ଆମ ଗାଁ ଗବର୍ଦ୍ଧନ ମଉସା ଡ଼ାକ ନାଆ ଗବରା ଏଇ ନାଆରେ କିନ୍ତୁ ଭାରି ଚିଡି ହୁଅନ୍ତି।ତଥାପି ବାପା ମା ଦେଇଛନ୍ତି ବୋଲି ବାଧ୍ୟରେ ଗ୍ରହଣ କରନ୍ତି।ପୁଅ ମାନେ ଆଣି ଘରେ କେତେ ରସାୟନ ବିଞ୍ଚିଲେ ହେଲେ କଣ ହବ ମଶା ଯାଉନି। ତେଣୁ ସେ ସବୁ ରସାୟନ ରୁ ଭରସା ତୁଟି ଯାଇଛି। ମଶା ତଡ଼ିବା ପାଇଁ କେତେ କଣ କଲେ।ମଶାରୀ ଟାଣି ଶୋଇବା ତାଙ୍କର ଅଭ୍ୟାସ ନାହିଁ।ଆରେ ତାଙ୍କ ବେଳେ ମଶାରୀ ଥିଲେ ତ କିନ୍ତୁ ଏବେ ପ୍ରଦୂଷଣ ଯୋଗୁ ମଶା ବଢ଼ୁଛନ୍ତି। ଫ୍ୟାନରେ ଶୋଇବା ବି ଅଭ୍ୟାସ ନାହିଁ।ତେଣୁ ଶୋଇଥିବା ଅବସ୍ଥାରେ ମଶା କାମୁଡ଼ିଲେ ମଶା ଚଉଦ ପୁରୁଷ ଉଦ୍ଧାର ହୁଏ ନହେଲେ କେବେ କେବେ ଠାକୁରଙ୍କ ପାଖରେ ମାନସିକ ବି ହେଇଯାଏ। ଦିନେ ମଉସା ହାଟକୁ ଯାଇଥିଲେ ଦେଖିଲେ ପାହାଡି ଜାଗାରୁ କିଛି ଲୋକ ଆସିଛନ୍ତି ହିନ୍ଦୀ କହୁଛନ୍ତି।ଆଉ ବିକ୍ରି ଚାଲିଛି ମଶାର ଔଷଧ।ପ୍ରଣାଳୀ ଅଛି ବ୍ୟବହାରର ।ଠାକୁରଙ୍କ ନାଆରେ ବିକ୍ରି ଆଉ କହୁଛନ୍ତି ଏଇଟା ଲକ୍ଷ ଲକ୍ଷ ବର୍ଷର ପୁରୁଣା ଔଷଧ। ଗାଆଁର ଲୋକେ ବହୁତ୍ ଅନ୍ଧ ବିଶ୍ବାସୀ ସୁନ୍ଦର ଭାବେ ମାନି ନେଉଛନ୍ତି।ମଉସା କିଣିବାକୁ ଯାଉଥିଲେ ଜଣେ ଭେଣ୍ଡିଆ କହିଲା ମଉସା ଏଗୁଡିକ ସବୁ ମିଛ।ମଉସା ଏଥର ରାଗିଲେ ତମେ ଆଜି କାଲି ଛୁଆ କଣ ଜାଣିଛ ସେ ଠିକ୍ କହୁଛି ଏଇଟା ଠାକୁରଙ୍କ ଜିନିଷ।ମଉସା ଏଥର ଏକା ଥରେ ପାଞ୍ଚ ପ୍ୟାକେଟ କିଣିଲେ।ବ୍ୟବହାର ପ୍ରଣାଳୀ - ଗୁରୁବାର ଦିନ ସକାଳୁ ଉଠି ଗାଧୋଇ ସାରି ଏ ଔଷଧ କୁ ପୂଜା କରି ମୁଣ୍ଡିଆ ମାରିବେ ତାପରେ ଗୋମୁତ୍ରରେ ମିଶାଇ ଘରର ଚାରିପଟେ ସିଞ୍ଚନ କରିବ। ତା ଆଗରୁ ପ୍ୟାକେଟ ଖୋଲିଲେ ଔଷଧ ଆଉ କାମ ଦବନି।

ରବିବାରରୁ ଗୁରୁବାର ପର୍ଯ୍ୟନ୍ତ ଅପେକ୍ଷା ଗୁରୁବାର ସକାଳୁ ଉଠି ଗୋଧୋଇ ସାରି ପୂଜା କରି ମୁଣ୍ଡିଆ ମାରିଲେ ଔଷଧକୁ ।ଏଥର ଔଷଧ ପ୍ୟାକେଟ ଖୋଲା ହେଲା। ଏ କଣ ସେଥିରୁ ବାହାରିଲା ଖାଲି ପାଉଁଶ ।ପାଉଁଶ ଝାଡି ଭଲରେ ଦେଖିଲେ କାଗଜ ରେ ଲେଖାଥିଲା "ଆରେ ବୁଦ୍ଧୁ ମଶାର ଔଷଧ ମଶାରୀ"।ଏଥର କପାଳ ଫାଟିଲା ୫୦୦ଟଙ୍କା ଦେଇ ପାଞ୍ଚ ପ୍ୟାକେଟ ଆଣିଥିଲେ ତାଙ୍କର ସେଇ ମାସର ଭର୍ତା ଟଙ୍କାରୁ।କିନ୍ତୁ ଔଷଧ ନିଶାରେ ମିଳିଲା ଗୋଟେ ଉପଦେଶ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy