STORYMIRROR

ଦୀପଙ୍କର ଦାସ

Abstract Inspirational Children

3  

ଦୀପଙ୍କର ଦାସ

Abstract Inspirational Children

ମୁଁ ଓଡ଼ିଆ ଶିଖୁଛି

ମୁଁ ଓଡ଼ିଆ ଶିଖୁଛି

2 mins
351

ମୁଁ ଦଶମ ଶ୍ରେଣୀରେ ଖୁବ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲି।ଏଥର ମୋର ବିଜ୍ଞାନ ପ୍ରତି ଥିବା ଅହେତୁ ଦୁର୍ବଳତା ଯୋଗୁ ଗାଁରୁ ବାଲେଶ୍ଵର ଗଲି ଯୁକ୍ତ ଦୁଇ ବିଜ୍ଞାନ ପଢିବାକୁ।ଗାଁରୁ ସହରକୁ ଗଲେ ଅନେକ ପ୍ରକାରର ଅସୁବିଧା ହୁଏ ତା ମଧ୍ୟରେ ଭାଷା ଗୋଟେ।ମୋର ମଧ୍ୟ ଠିକ୍ ସେମିତି ହେଲା।ସେଠି ପିଲାମାନେ ଆଉ ମୋ ଠାରୁ ବଡ଼ଭାଇ ଭଉଣୀ ଶିକ୍ଷକ ଏମିତି ସମସ୍ତେ କଥା କଥାରେ ଫେଣ୍ଟା ଓଡ଼ିଆ କୁହନ୍ତି। ଅର୍ଥାତ୍ ଓଡ଼ିଆ ସହିତ ଇଂରାଜୀ ଆଉ ହିନ୍ଦୀ ମିଶା ମୁଁ ବି ସେମିତି କହି ଶିଖିଗଲି।ଏବେ ବାଲେଶ୍ବରରେ ରହିବା ମୋର ପ୍ରାୟ ପାଞ୍ଚ ବର୍ଷ ହୋଇଯିବ ତେଣୁ ସହରର ସବୁ କାଇଦା କାନୁନ୍ ଉଣା ଅଧିକେ ଶିଖିଯାଇଥିଲି।ମୁଁ ୩ ପ୍ରଥମ ବର୍ଷ ସରୁ ସରୁ କୋରନା ଯୋଗୁ କଲେଜ ବନ୍ଦ ହେଲା।କଥା କଥାରେ କାଶ, ଫିରଭି,but, sorry,thank u କହିବା ଅଭ୍ୟାସ ହୋଇଯାଇଥିଲା।ବାରମ୍ବାର ପାଟିରୁ ବାହାରି ଯାଉଥିଲା।କେବେ କେବେ ତ ମା ପାଣି ଗିଲାସେ ଦେଲେ thank u କହିଦିଏ।ମା ଭାରି ଖୁସିହୁଏ। ଦିନେ ମୁଁ ପାଖ ପୋଷ୍ଟ ଅଫିସକୁ ଯାଇଥିଲି,ମୋ ମାଙ୍କ fixed ଥିବା ଟଙ୍କାର ସୁଧର ହିସାବ ପାଇଁ ହିସାବ ସରିଲା।ଅଭ୍ୟାସ ଅନୁଯାଇ ମୁଚୁକୁନ୍ଦ ହସଟେ ଦେଇ ପୋଷ୍ଟ ମାଷ୍ଟରଙ୍କୁ ଚାହିଁ କହିଲି thank u।ମୋର ବାମ ପଟର ବିଗିଡା ଦାନ୍ତରେ ହସଟା କୁଆଡେ ଭଲ ଦେଖାଯାଏ ବୋଲି ଅନେକେ କୁହନ୍ତି।ପ୍ରତିବଦଳରେ ହସ ଥିଲା ଅକର୍ମଣ୍ୟ ପୋଷ୍ଟ ମାଷ୍ଟରଙ୍କ ଠାରୁ।ସେ ଅବସର ନେବାର ବୟସରେ ଅବତୀର୍ଣ୍ଣ ।ମୋତେ ପଚାରିଲେ କୋଉଠି ପଢୁଚ କଣ ପଢୁଚ ଆଉ ସାଙ୍ଗେ ସାଙ୍ଗେ ସବୁ ଜାଣି କହିଲେ ତୁମେ ତ ତାହାଲେ ଭାରି ଭଲ ଛାତ୍ର।ହଉ ବାବା କହିଲ challenge ର ଓଡ଼ିଆ କଣ ଏଇଟା ତ ସବୁ ବେଳେ ସମସ୍ତେ ବ୍ୟବହାର କରନ୍ତି।ଅନେକ ଭାବି ତାର ଉତ୍ତର ଦେଇପାରିଲିନାହିଁ।ସେ କହିଲେ ଦେଖ ତୁମେ ତ ଓଡ଼ିଆ ଜାଣିନ ଇଂରାଜୀ କଣ କହୁଛ।ଯେ ନିଜ ମାତୃଭାଷାର ନୁହଁ ସେ କାହାର ନୁହଁ।ତାର ଓଡ଼ିଆ ଅର୍ଥ ହେଲା ଆହ୍ବାନ।ଘରକୁ ଫେରି ଦୁଇ ତିନି ଜଣ ଭଲ ସାଙ୍ଗକୁ ପଚାରିଲି ତାର ଅର୍ଥ ସେମାନେ ବି କହିପାରିଲେନି।ମୁଁ ଭାବୁଥିଲି ଇଂରାଜୀରେ କଥା କହି ଶିଖିବି କିନ୍ତୁ ମୁଁ ତ ଓଡ଼ିଆ ଜାଣିନଥିଲି।ଏଥର ଭାବିଲି ମୁଁ ଓଡ଼ିଆ କହି ଶିଖିବି ଆଉ ପ୍ରତିଲିପି ଖୋଲି ପଢ଼ିବାରେ ଲାଗିଲି ପରେ ପୁଣି ଲେଖିବାକୁ।ଲେଖିବା ଅପେକ୍ଷା ବେଶୀ ପଢ଼େ କାରଣ ମୁଁ ଓଡ଼ିଆ ଶିଖିବାକୁ ଚେଷ୍ଟା କରେ।ଅନ୍ୟଙ୍କ ଲେଖାରୁ ଶବ୍ଦ ଚୋରି କରେ ଆଉ ନିଜ ଲେଖାରେ ରୋପଣ କରିଦିଏ।ତେଣୁ ହୁଏତ ଭଲ ଲେଖିପାରେନା କିନ୍ତୁ ଭଲ ଲେଖିବାକୁ ପ୍ରଚେଷ୍ଟା କରେ।



రచనకు రేటింగ్ ఇవ్వండి
లాగిన్

Similar oriya story from Abstract