Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

ABhimanyu Panda

Fantasy

1.7  

ABhimanyu Panda

Fantasy

ରାକ୍ଷୀ ପାଉଣା

ରାକ୍ଷୀ ପାଉଣା

8 mins
473



ରାକ୍ଷୀ ପୂର୍ଣ୍ଣିମା ଦିନ ଭଉଣୀର ରାଗ । ଭାଇ ଦିଜଣ ଭୟରେ ଭଉଣୀ ଆଗକୁ ବି ଯାଉ ନାହାଁନ୍ତି । ଭାଉଜ ଥକି ଗଲେଣି ଅଭିମାନୀକୁ ବୁଝେଇ ବୁଝେଇ । ଶୁଣିବାକୁ ପ୍ରସ୍ତୁତ ନୁହେଁ କୌଣସି କଥା । ଭାଇ ଦିଜଣ କିତା କିତା କରି ଭାଉଜକୁ ପେଲି ପଠାଉଛନ୍ତି ଭଉଣୀର ଅଭିମାନ ଦୂର କରିବାକୁ । ଜାଣିବା ପାଇଁ ଭଉଣୀର ରାଗର ପରିମାଣ । କେତେ ପରିମାଣରେ ଗେହ୍ଲେଇ ରାଗିଛି । 

ଆଜିଭଳି ଦିନରେ ଭଉଣୀ ଯଦି ଅଭିମାନ କରେ ଭାଇ ମାନଙ୍କ ଉପରେ , ତେବେ କେଉଁ ଭାଇଙ୍କର ଏମିତି ମାନସିକ ସ୍ଥିରତା ରହିବ ? ସେଥିପାଇଁ ଦୁଇଭାଇ ବିଚଳିତ ପୁରା । 

ଲାଚାର ଭାଉଜ ବି ଝିଙ୍ଗାସି କେତେ କଣ କହି ପକେଇଲେ । ସବୁ ଦୋଷ ଭାଇମାନଙ୍କୁ ଦେଇଦେଲେ । ଏଥର ମୁଁ ଆଉ ପାରିବିନି । ତୁମେ ବୁଝ ତୁମ ଭଉଣୀ କଥା । ତୁମେ କାମ ବି ସେମିତି କରିଛ ତେଣୁ ତୁମ ଭାଇ ଭଉଣୀଙ୍କ ମଝିରେ ମୋତେ ମଧ୍ୟସ୍ଥତା ପାଇଁ ଆଗକୁ ଠେଲି ଦିଅନି । 

ଭାଉଜ କାନ୍ଧରେ ଆଶ୍ରା ରଖି ବିପଦରୁ ଖସି ଯିବାକୁ ଚେଷ୍ଟା କରିଥିବା ଭାଇମାନେ ଏବେ ହରଡ଼ଘଣାରେ ପଡ଼ିଗଲେ । ଭଉଣୀ ଅଭିମାନର ସାମ୍ନା କରିବାକୁ ପଡ଼ିବ । କେତେ ଗାଳି କେତେ ଫୋପଡ଼ା , କଚଡ଼ା ହବ ଏଇନେ । 

ସାନ ଭାଇ ବଡ଼ ଭାଇଙ୍କ ଆଡ଼କୁ ଚାହିଁ କହୁଥିଲେ ତୁମେ ଯାଅ ନନା ବୁଝେଇବ ଅଭିମାନୀକୁ । ସାନର ମନୋଭାଵ ଜାଣିପାରି ବଡ଼ ଝଅଟ କରି କହିପକେଇଲେ ଥାଉ ଥାଉ ତୋ କାରସାଦି , ଦୋଷ ତୁ କରିଛୁ । ତେଣୁ ଆଗରେ ତୁ ରହିବୁ । ତାପରେ ଆଜି ମୋର ଜନ୍ମଦିନ ମୋତେ ତୁ ଆଗକୁ ନକରି ନିଜେ ଆଗେଇଯା ମୁଁ ଅଛି ତୋ ପଛରେ । 

କିଛି ଉପାୟ ନପାଇ ସାନଭାଇ ଆଗେଇଲେ ଅଭିମାନିନୀର ଅଭିମାନ ଝଡ଼କୁ ସାମ୍ନା କରିବାକୁ , ପଛେ ପଛେ ବଡ଼ ଭାଇ । ଦୁହେଁ ପହଞ୍ଚିଗଲେ ଅଭିମାନୀର କୋଠରୀ ବାହାରେ । ସାନ ଥଙ୍ଗମଙ୍ଗ ପ୍ରବେଶ କରିବାକୁ । ବଡ଼ଭାଇ ସାନକୁ ପେଲୁଛନ୍ତି ଭିତରକୁ । ଦିଜଣ ଯାକ ଛାନିଆଁ ଆସନ୍ନ ଘଟଣାବଳୀକୁ ନେଇ । ଏଭିତରେ ବଡ଼ ସାନକୁ ପେଲିଦେଲେ ଜାଣିଶୁଣି । ସାନ କୋଠରୀ ଭିତରେ । ପଛେପଛେ ବଡ଼ ଭାଇ ବି । 

ପଲଙ୍କ ଉପରେ ଶୋଇ ଭାଇ ମାନଙ୍କ ଆସିବାକୁ ଅପେକ୍ଷାରତ ଫୁଲେଇ ଭଉଣୀ ଭାଇ ମାନଙ୍କ ଆସିବା ଦେଖୁଦେଖୁ ମୁହଁ ବୁଲେଇ ଦେଲା । ଲୁଚେଇଦେଲା ମୁଁ ତକିଆରେ । 


ଦୁଇଭାଇ ଏପଟେ ଠେଲା ପେଲା , ତୁ ଆଗ ତମେ ଆଗ । ବାଧ୍ୟ ହେଇ ସାନ ଡାକିଲେ , ଶୁଭି । ମୁଣ୍ଡରେ ସ୍ନେହ ବୋଳା ହାତ ବୁଲେଇ ଆଣିଲେ । 


ଛିଞ୍ଚାଡ଼ି ଦେଲେ ହଳଦୀ ମୁହିଁ । 


ଜଗତ ଠାକୁର ଲାଚାର୍ । ଆରେ ହେ ହଳଦୀ ମୁହିଁ ଦେଖ ମୋର ଭୁଲ ହେଇଛି । ଭୁଲ ମାଗୁଛି ଦେଖ । ଉଠିଲୁ ଉଠିଲୁ ଅଭିମାନ ତେଜି ହାତରେ ଏ ରାକ୍ଷୀ ବାନ୍ଧିଦେ । 


ସୁଭଦ୍ରା ରାଣୀ ଏବେବି ତକିଆ ତଳେ ମୁହଁ ଲୁଚେଇ ନୀରବରେ ।


 ଦେଖ କାନ ଧରୁଛି । ବ୍ରହ୍ମାଣ୍ଡ ଠାକୁର ସାଥିରେ ହଲପାଣି କାନ ଧରି ଠିଆ ହେଇଛନ୍ତି ଭଉଣୀର ଅଭିମାନ ଭାଙ୍ଗିବା ପାଇଁ । ଲକ୍ଷ୍ମୀ ସଆନ୍ତାଣୀ ବ୍ରହ୍ମାଣ୍ଡ ଠାକୁରଙ୍କର ଏ ଅପୂର୍ବ ମାନବୀୟ ଲୀଳା ଦେଖି ହସୁଛନ୍ତି ମନ୍ଦମନ୍ଦ । ଖୁସିଭିଜା ଆଖିରେ କୃତ୍ୟକୃତ୍ୟ ମଣୁଛନ୍ତି ନିଜକୁ । ବଡ଼ ଭାଇବି ଭଉଣୀର ଏ ଅଭିମାନରେ ଅସ୍ତବ୍ୟସ୍ତ ହେଇଗଲେଣି । ଆରେ ଏ ପାଗଳୀ ଶୁଭି ଉଠୁରେ ମା । ବାନ୍ଧିଦେଲୁ ମା ମୋ ହାତରେ ରାକ୍ଷୀ ସେ ଜଗାକୁ ନବାନ୍ଧିଲୁ ନାହିଁ । 


ତଥାପି ଯୋଗମାୟା ଅଚଳ ଭାବେ ପଲଙ୍କ ଉପରେ ଅଭିମାନରେ ପୂର୍ଣ୍ଣ । ବଡ଼ ଠାକୁର ରଚିଲେ ନାଟକ । ସବୁ ଏଇ ଜଗା ଲାଗି ହେଉଛି । ସବୁ ଜାଣିଶୁଣି ବି ସେ ଆଜି ମୋ ସୁନାଭଉଣୀକୁ ରଗେଇଛି । ଆଜି ମୋ ଜନ୍ମଦିନ ନହେଲା ନାହିଁ ଏ ଜଗାକୁ ମନ୍ଦିରରୁ ବାହାର କରିଦେବି । 

ହଲପାଣିଙ୍କ କ୍ରୋଧିତ ପ୍ରଶ୍ୱାସରେ କୋଠରୀ ଭିତର କମ୍ପିଗଲା । ହଳଦୀ ମୁହିଁ ସୁଭଦ୍ରା ବଡ଼ଭାଇଙ୍କ କ୍ରୋଧ ବିଷୟରେ ଭଲଭାବେ ପରିଚିତ । ସାନଭାଇଙ୍କୁ ନିଶ୍ଚିତ ଦଣ୍ଡିତ କରିବେ ମୁଁ ଜାଣିଛି । ହଁ ଖାଆନ୍ତୁ ମାଡ଼ ବଡ଼ଭାଇଙ୍କ ହାତରୁ । କାହିଁକି ଏମିତି ଭୁଲ କରିବେ ନା । ମୋ କଥା କଣ ଟିକେ ମନେ ପଡ଼ିଲାନି ତାଙ୍କର । 

ନନା ଥାଉ ଆଉ ମାରନି । ସକାଳୁ ଶୁଭି ଆମର ରାକ୍ଷୀ ବାନ୍ଧିନି ବୋଲି କିଛି ଖାଇନି ଆଜି । ନନା ବାହା ସାହା କରେଇ ମାରୁଛ ମୋତେ ଜାଣିଛ ତ ଲକ୍ଷ୍ମୀଙ୍କ କଥା ? ସବୁଦିନେ ଖୁଣ୍ଟା ଦେବେ ମୋତେ । ବଡ଼ ଠାକୁରେ ଅଟକି ବାର ନାଁ ନେଉନଥିଲେ । କୋଠରୀ ଏବେବି ଥରି ଉଠୁଛି ରୋହିଣୀ ନନ୍ଦନଙ୍କ କ୍ରୋଧିତ ପ୍ରଶ୍ୱାସରେ । 

ଆଉ ଧୈର୍ଯ୍ୟ ଧରିପାରିଲେନି ସୁଭଦ୍ରା ରାଣୀ । କେଉଁ ଭଉଣୀ ଧୈର୍ଯ୍ୟ ଧରିବ ଯେ ଭାଇକୁ କଷ୍ଟ ହେଲେ । ଉଠି ପଡ଼ିଲେ ତକିଆ ତଳୁ ସେ ସୁନାମୁହଁକୁ ବାହାର କରି । ଏ କଣ !!


 ଏସବୁ ତାହେଲେ ନାଟକ ଥିଲା ଦୁଇ ଭାଇଙ୍କର । ଏ ମାଡ଼ ଶବ୍ଦ , ଏ ଯନ୍ତ୍ରଣାର ଉଚ୍ଚସ୍ୱର , ଏ ନିଶ୍ୱାସର ଗର୍ଜନ ସବୁ ତାହେଲେ ମିଛ ଥିଲା । ହେଲେ ଯାହା ଦେଖୁଛନ୍ତି ସେ ଆଖି ସଜଳ ହେଇଯାଉଛି ତାଙ୍କର । ଦୁଇଭାଇ ଆଣ୍ଠୁମାଡ଼ି କାନଧରି ବସିଛନ୍ତି ଆଜ୍ଞାକାରୀ ପିଲାଙ୍କ ପରି । ହଳପାଣି ହଳ ସେଇଠି ରଖିଦେଇଛନ୍ତି ତଳେ । 

ଭାବରେ ଗଦଗଦ ହେଇଗଲେ ସୁନାମୁହିଁ । ଝପଟି ଆସିଲେ । ଦୁଇଭାଇଙ୍କ ଆଗରେ ନିଜେ ଆଣ୍ଠୁମାଡ଼ି ବସି ପଡ଼ିଲେ । ତରବର ହେଇ ଦୁଇଭାଇଙ୍କ ହାତ ଅଲଗା କରିଦେଲେ ସେମାନେ ଧରିଥିବା ନିଜ ନିଜର କାନରୁ । ଭାବଜଳରେ ଭିଜୁଥାନ୍ତି ସୁଭଦ୍ରାରାଣୀ । ଆଖିଟେକି ଚାହିଁଲେ ତାଙ୍କ ସାମ୍ନାରେ ଜଗତ ଠାକୁରାଣୀ ସଜଳ ଆଖିରେ ତାଙ୍କୁ ଦେଖୁଛନ୍ତି ଆଉ ମୁହଁରେ ମିଠା ହସ ଖେଳେଇ ଅନୁରୋଧ କରୁଛନ୍ତି ଅଲିଅଳୀ ନଣନ୍ଦଙ୍କୁ ଅଭିମାନ ତେଜିବାକୁ । 

ବଡ଼ ଠାକୁରଙ୍କ ହାତ ଲମ୍ବି ଆସିଲା ସୁଭଦ୍ରା ରାଣୀଙ୍କ ଆଖିରୁ ବହୁଥିବା ପ୍ରେମ ଜଳ ପୋଛିବାକୁ । ଜଗନ୍ନାଥେ ଏବେବି ତଳମୁହାଁ ହେଇ ବସିଛନ୍ତି ଆଣ୍ଠୁମାଡ଼ି । ହାତରେ ଧରିଥିବା ଦୁଇଟି ରାକ୍ଷୀରୁ ଗୋଟିଏ ବଡ଼ ଠାକୁରଙ୍କ ହାତରେ ବାନ୍ଧିଦେଲେ । ଜନ୍ମ ଦିନର ଶୁଭେଚ୍ଛା ବାର୍ତ୍ତା ଦେଇ ଲୋଟିଗଲେ ଅନନ୍ତଙ୍କ ପାଦରେ ମାନବୀୟ କର୍ମର ସାର୍ଥକତା ସଦୃଶ । ଭଉଣୀ ମୁଣ୍ଡରେ ଅଭୟ ହାତ ରଖିଦେଲେ ହଳପାଣି । ଈଶାରାରେ ସାନଭାଇ କଥା ମଧ୍ୟ ଜଣେଇଦେଲେ ଭଉଣୀକୁ । 

ଆଉ ଗୋଟିଏ ରାକ୍ଷୀ ଧରି ସୁଭଦ୍ରା ରାଣୀ ବାନ୍ଧିବାକୁ ଉଦ୍ୟତ ଜଗନ୍ନାଥଙ୍କ ହାତରେ । ହାତ ବଢ଼େଇଦେଲେ ଜଗତ ଠାକୁର । ହେଲେ ଅଭିମାନୀ ମନ ଏବେବି ଅଭିମାନରେ ଭରପୁର । ଜାଗାନାହିଁ ସେ ହାତରେ ରାକ୍ଷୀଟିଏ ବାନ୍ଧିବାକୁ । ଏଇଥିପାଇଁ ତ ସୁନାମୁହିଁଙ୍କର ଅଭିମାନ । 

ସକାଳୁ ବନ୍ଦାଣ କରି ରାକ୍ଷୀ ବାନ୍ଧିବାକୁ ଯାଇ ଦେଖିଲେ ସାନଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ଆଉ ଜାଗାନାହିଁ । ଆଗରୁ ସେ ହାତ ରଙ୍ଗ ବେରଙ୍ଗର ରାକ୍ଷୀରେ ଭରପୁର । ଫେରିଆସିଲେ ସେଇଠୁ ଭଉଣୀର ଫୁଲେଇ ଅଭିମାନ ନେଇ । ମୋ ଆଗରୁ ଆଉ କାହାକୁ କେମିତି ଲମ୍ବେଇ ଦେଲେ ହାତ !? 

ପୁତ୍ର , ସ୍ୱାମୀ ହରେଇଲା ପରେ ଭାଇଙ୍କ ସ୍ନେହରେ ବଞ୍ଚିଛି ଆଜି । ଭାଇମୋର କେବେ କୌଣସି କଥାରେ ଅବହେଳା କରିନାହାଁନ୍ତି । ମୋ ଲାଗି ଭାଉଜଙ୍କ ପାଖରୁ କେତେକଣ ଶୁଣନ୍ତି ହେଲେ ତାଙ୍କ ଭଉଣୀ ଉପରେ କୌଣସି ଆଞ୍ଚ ଆସିବାକୁ ଦିଅନ୍ତିନି । ମନଦୁଃଖ କରି ଲୁହ ଝରେଇବି ବୋଲି ଘୋଷଯାତ୍ରାରେ ବି ମୋତେ ସାଙ୍ଗରେ ନେଇକି ଯାଆନ୍ତି । ଆଗ ପଛ ହେଇକି ଜଗି ଚାଲୁଥାନ୍ତି ମୋତେ । ଆଜି ମୋ ଆଗରୁ ସେ ହାତରେ ଏତେ ଗୁଡ଼ିଏ ରାକ୍ଷୀ !! ରାଗ କେମିତି ନହେବ ମୋର । 


ତଥାପି ଭାଇମାନଙ୍କ ଆତ୍ମସମର୍ପଣ ଦେଖି ହଳଦୀ ମୁହିଁଙ୍କ ରାଗ ଅଭିମାନ ସବୁ ତରଳି ବାରେ ଲାଗିଛି । ବାନ୍ଧିବାକୁ ରାକ୍ଷୀ ହାତରେ ଧରି ଭାଇ ହାତରେ ଖାଲି ଜାଗାଟିଏ ଖୋଜୁଥାନ୍ତି ହେଲେ ମିଳୁନି । 


ଜଗନ୍ନାଥେ ଜାଣି ପାରିଲେ ଭଉଣୀ ମନର ଦ୍ଵିଧା । ଅନ୍ୟ ହାତରେ ଟିକେ ଟାଣିଦେଲେ ରାକ୍ଷୀ ଗୁଡ଼ିକୁ ଉପରକୁ । ଟିକେ ଜାଗା ତିଆରିଲେ ଭଉଣୀଙ୍କ ହାତରୁ ପ୍ରତିଶ୍ରୁତିର ଡୋରି ବାନ୍ଧିବାକୁ । 

ବାନ୍ଧିଦେଲେ ସୁଭଦ୍ରାରାଣୀ ରାକ୍ଷୀ , ମଥାରେ ଟୀକା ଲଗେଇ ଦେଲେ । ପାଟିରେ ମିଠା ଖୁଆଇ ଦେଉଦେଉ କହିଲେ , ଜଗତରେ ଡେଙ୍ଗୁରା ବାଜୁଛି ମୋ ଭାଇ ମୋତେ କେତେ ଉଚ୍ଚାସନରେ ରଖିଛନ୍ତି । ସବୁବେଳେ ପାଖେପାଖେ , କିଏ କହିବ ଏ ଜଗତଜନଙ୍କୁ ଭଉଣୀ ହାତରୁ ରାକ୍ଷୀ ବାନ୍ଧିବା ଲାଗି ଦଣ୍ଡେ ଅପେକ୍ଷା କରିବା ବି ଠିକ ଭାବିଲେନି ଭାଇ ମୋର !? 

ଜଗନ୍ନାଥଙ୍କ ଆଖି ଭରି ଆସିଲା ଅଭିମାନୀ ଭଉଣୀ କଥା ଶୁଣି । ସେପଟେ ବଡ଼ ଠାକୁର ବି ଭାବବିହ୍ଵଳ । ଦୁଇ ଭାଇ ଭଉଣୀର ଦୁଇହାତ ଧରି ବସେଇଦେଲେ ଚୌକି ଉପରେ । ଦୁଇପାଖରେ ଜଗା ବଳିଆ ଦୁହେଁ ମଝିରେ ଅଲିଅଳୀ ଭଉଣୀ ସୁଭଦ୍ରା ଠିକ ଯେମିତି ରତ୍ନ ସିଂହାସନ ବିଜେ । ଦୁଇଭାଇ ଗମ୍ଭୀର । ଜଗନ୍ନାଥ ସୁନା ଭଉଣୀଙ୍କୁ ଅନୁରୋଧ କଲେ ତାଙ୍କ ଦିବ୍ୟ ନେତ୍ର ଖୋଲିବାକୁ । 


ଯୋଗମାୟା ବି ଉତ୍କଣ୍ଠାରେ ଭାଇ କଣ ଦେଖେଇବେ ଭାବିହେଲେ । ରାଗ ତ ଶାନ୍ତ ହେଇ ସାରିଥିଲା ଭାଇମାନଙ୍କ ଆଚରଣରେ । 


ଦେଖ ଶୁଭି ଏ ଝିଅଟିକୁ ଦେଖ ପ୍ରଥମେ ଏଇ ପିଲାଟି ରାକ୍ଷୀ ବାନ୍ଧିଲା । କାଲି ରାତିରୁ ଶୋଇନି ସେ ରାକ୍ଷୀ ବାନ୍ଧିବ ବୋଲି । ଜାଣିଛୁ ଇଣ୍ଟରଭ୍ୟୁ ଦେବାକୁ ଯାଇଥିଲା ଦିନେ , ଫେରୁ ଫେରୁ ବିଳମ୍ବ ହେଲା । ସହର ଉପକଣ୍ଠରେ ନିଶାସକ୍ତ ମାନଙ୍କର ଆଡ୍ଡା ସେ ଅଞ୍ଚଳ । ଅତି କରୁଣରେ ଡାକିଲା । 


ମୋର ଯଦି ଭାଇଟିଏ ଥାଆନ୍ତା ଆଜି କଣ ମୁଁ ଏମିତି ଆଶଙ୍କିତ ହୋଇଥାଆନ୍ତି ଏ ରାତ୍ରୀର ଆଗମନରେ !? ଜଗନ୍ନାଥେ ତୁମେ ପରା ସବୁବେଳେ ଭଉଣୀଙ୍କୁ ପାଖରେ ରଖିଛ । ମୋତେ ଆଜି ଏ ବିପଦରୁ ରକ୍ଷାକର । ହଳଦୀ ମୁହିଁ ବ୍ରହ୍ମା ରୂପୀ ସୁଭଦ୍ରାରାଣୀ ଆଜି ଯଦି ମୋର କିଛି ହୁଏ ତୁମେ କେମିତି ସହିବ ? ତୁମ ସମର୍ଥ ଭାଇଙ୍କୁ କହି ମୋତେ ଉଦ୍ଧାର କର । 


ଶୁଭି ସେଦିନ ମୋତେ ପେଲି ପଠେଇଥିଲୁ ତା ପାଖକୁ ତୋର ମନେ ଅଛି ନା ନାହିଁ ? ଆଜି ସକାଳୁ ନିଜେ ହାତରେ ସରପୁଳି ଭୋଗ ଲଗେଇ ରାକ୍ଷୀ ଟିଏ ସମର୍ପି ଦେଲା । ଯଦି ତା ହାତରୁ ରାକ୍ଷୀ ବାନ୍ଧି ନଥାନ୍ତି ମୋ ସୁନାନାକୀ ଭଉଣୀକୁ ନିନ୍ଦା ହେଇ ନଥାନ୍ତା କି !?


ତାପରେ ଦେଖ ଦେଖ ଏ ଝିଅଟିକୁ ପାଞ୍ଚ ପାଞ୍ଚଟି ଭାଇ ତାର । ହେଲେ ଜଣେ ଅନ୍ୟଜଣକୁ ଚାହିଁଛନ୍ତି ଭଉଣୀ ଖବର ବୁଝିବାକୁ । ସବୁ ବର୍ଷ ଏଇ ଗହ୍ମା ପର୍ବରେ ଲୁହ ଝରାଏ ବସି । ସ୍ୱାମୀ ତାର ସହିପାରେନି । ଦିନେ ବୁଝେଇଦେଲା , ତୁମେ ଏମିତି କାନ୍ଦୁଛ କାହିଁକି ? ଦେଖୁନ ରତ୍ନବେଦୀରେ ଭଉଣୀଙ୍କୁ ସାଙ୍ଗରେ ଧରି କେମିତି ବିଜେ କରିଛନ୍ତି ଜଗତ ଠାକୁର । ତାଙ୍କ ବ୍ୟତୀତ ଆଉ କିଏ ଭଉଣୀର ମନକୁ ବେଶି ବୁଝିପାରିବ !? ସେଇ ଲୀଳାମୟଙ୍କୁ ଭାଇ କରିଦିଅ ଆଜି ଠାରୁ । ସେ ଝିଅଟି କଣ କଲା ସେଦିନ ମନେ ରଖିଛୁ କି ନାହିଁ ସୁନାମୁହିଁ !? 


ଆଗ ତୋତେ ଜଣେଇଲା ସୁଭଦ୍ରା ରାଣୀ ମୋ ମାଗୁଣି ରଖ ତୁମ ବଳିଆର ଭୁଜ ଭାଇଙ୍କ ହାତରେ ମୋର ଏ ପାଞ୍ଚଟି ରାକ୍ଷୀ ବି ବାନ୍ଧିଦେଵ । ସେ ରାକ୍ଷୀ ତତେ ସମର୍ପି ଦେଇଥିଲା , ସେଦିନ ନିଜେ ଜୋରକରି ବାନ୍ଧିଦେଇଥିଲୁ ମୋ ହାତରେ । 

ସେଇ ଝିଅଟି ଆଜି ବଡ଼ି ଭୋରରୁ ଉଠି , ନିତ୍ୟ କର୍ମସାରି , ଲାଗିଯାଇଥିଲା ରାକ୍ଷୀ ବନ୍ଧନ ପର୍ବରେ । ଖିରି , ପୁରୀ ଏମିତି ନାନା ବ୍ୟଞ୍ଜନ ସଜେଇ ରଖିଥିଲା ପୂଜା ଥାଳିରେ । ରାକ୍ଷୀକୁ ହାତରେ ଧରି ନିଜର ଭାଇମାନଙ୍କ ଅଣଦେଖା ପଣକୁ ମନେ ପକାଇ ଆଖି ଲୁହରେ ଭିଜି ଯେତେବେଳେ ମୋ ଉଦ୍ଦେଶ୍ୟରେ ରାକ୍ଷୀ ସମର୍ପି ଦେଲା ଆଉ ରହିପାରିଲିନି । 

ମନେ ପଡ଼ିଗଲା ତୋ କଥା । ତୁ ରାଗିବୁ ଭାବି ଲମ୍ବଇଦେଲି ହାତ ମୋର ରାକ୍ଷୀ ବାନ୍ଧିବା ଉଦ୍ଦେଶ୍ୟରେ । ସେଇ ପାଞ୍ଚଟି ବାନ୍ଧିଦେଲା ଶ୍ରଦ୍ଧାରେ । ହେଲେ ଇଚ୍ଛା ଥାଇବି ନଖାଇ ଫେରିଆସିଲି ତୋ ହାତରୁ ମିଠା ଖାଇବାକୁ । 

ଆଉ ଏ ଯେଉଁ ବଡ଼ ରାକ୍ଷୀ ଟି ଦେଖୁଛୁ , ସେଇ କୁନି ପିଲାଟି ବାନ୍ଧିଛି ଯାହା ହାତରୁ ରାକ୍ଷୀ ବାନ୍ଧିବାକୁ ମୋ ସହିତ ଝଗଡ଼ା କରିଦେଇଥିଲୁ । ମନେ ପଡ଼ୁଛି ନା ନାହିଁ !? ଦେଖ ଦେଖ । 


ଯେତେବେଳେ କୁନିଝିଅ ତା ମା ନିକଟରେ ଜିଦି କରିଥିଲା ଭାଇଟିଏ ପାଇଁ ତା ହାତରେ ରାକ୍ଷୀ ବାନ୍ଧିବାକୁ । ମା ଯେତେ ବୁଝେଇଲେବି ଝିଅଟି ବୁଝୁନଥିଲା ସେଦିନ । ରାହା ଛାଡ଼ି କାନ୍ଦୁଥାଏ । 


ଶୁଭିରେ ତୋ ହୃଦୟ ବିଗଳିତ ହେଇଗଲା ସେଦିନ । ନିଜେ ମାୟା ରଚି ତା ମା ଦ୍ୱାରା କୁହାଇଥିଲୁ ମୁଁ ତାର ଭାଇବୋଲି । ମା ତାର ଆମ ମୂର୍ତ୍ତି ଉଦ୍ଦେଶ୍ୟରେ କହିଥିଲେ ଦେଖ ଝିଅ , ଏଇ ହେଉଛନ୍ତି ତୋ ଭାଇ । ସର୍ବମଙ୍ଗଳ ମୟ ମୋର ବଡ଼ ପୁଅ ଆଉ ତୋର ଭାଇ । ଦେଖୁନୁ ସମସ୍ତଙ୍କୁ ଛାଡ଼ି କେମିତି ଭାଇଭଉଣୀଙ୍କ ସାଙ୍ଗରେ ଲୀଳା କରୁଛନ୍ତି କ୍ଷେତ୍ରରେ । ତୁ ତାଙ୍କୁ ହିଁ ରାକ୍ଷୀ ବାନ୍ଧିଦେ , ସେ ହିଁ ତୋର ରକ୍ଷା କରିବେ । 


ଆଜି ସକାଳୁ ସକାଳୁ ନିଜେ ଉଠି ତା ମା ଙ୍କୁ ଉଠେଇ ମାଙ୍କର ସବୁ କାମ ପଛକରି ନିଜେ ଗାଧୋଇ ପାଧୋଇ ଆଣିଥିବା ବଡ଼ ରାକ୍ଷୀଟିକୁ ଟେକିଦେଲା ମୋ ଉଦ୍ଦେଶ୍ୟରେ । ରହିପାରିଲିନି ରେ ଯେତେବେଳେ କଅଁଳ ପିଲାଟି ଭାଇ ବୋଲି ଡାକିଲା । ତାକୁ ବି ହାତ ଳମ୍ବେଇ ଦେଲି । 

ଯଦି ତା ହାତରୁ ରାକ୍ଷୀ ବାନ୍ଧି ନଥାନ୍ତି ତୋ ବଡ଼ିମାରେ ପ୍ରଶ୍ନବାଚୀ ସୃଷ୍ଟି ହେଇଥାନ୍ତା । ଭାଇ ହିସାବରେ ମୁଁ ତୋ ଆଡ଼କୁ ଆସୁଥିବା ପ୍ରଶ୍ନକୁ କେମିତି ବରଦାସ୍ତ କରିଥାନ୍ତି ? ଆଉ ଜାଣିଛୁ !! ଝିଅଟିକୁ କେହି ଖର୍ଚ୍ଚ କରିବାକୁ କୋଡ଼ିଏ ଟଙ୍କା ଦେଇଥିଲେ , ସେ ଲୁଚେଇ ରଖିଥିଲା ତାକୁ । ମୋତେ ରାକ୍ଷୀ ବାବଦ ମିଠା ଖାଇବାକୁ ସେତକ ଦେଇଦେଲା । ସେଇ କୋଡ଼ିଏ ଟଙ୍କା ରଖିଛି ତୋତେ ତୋର ରାକ୍ଷୀ ପାଉଣା ଦେବାକୁ । 

ସୁନାମୁହିଁଙ୍କ ଆଖିରେ ମୁକ୍ତାର ଧାର । 


ଆଉ ଏ ରାକ୍ଷୀ କଥା କହୁଛି ଶୁଣୁ । 


ଭାବବିନୋଦିଆଙ୍କ କଥା କାଟି ଅଲିଅଳୀ ସୁଭଦ୍ରା ଭଉଣୀ ଭିଜା ଆଖିରେ କହିଲେ । ମୁଁ ଜାଣିଛି ମୋ ଭାବ ରଙ୍କୁଣା ଭାଇକୁ । ଟିକେ ବି ଦୋଷ ନାହିଁ ତାଙ୍କର । ହଁ ନନା ସବୁ ମୁଁ କହିଥିଲି । ମୋର ଗୋଟିଗୋଟି ସବୁ ମନେ ଅଛି । ହେଲେ ମୋର କଣ ଅଭିମାନ କରିବାର ଅଧିକାର ନାହିଁ ? 


ଏତିକି କହି ହଳଦୀ ମୁହିଁ ଦୁଇ ଭାଇଙ୍କ ପାଦରଜ ଆଣି ମସ୍ତକରେ ମାରିଲେ । ଲକ୍ଷ୍ମୀ ସାନ୍ତାଣୀଙ୍କୁ ଚାହିଁ କହିଲେ ,


ଭାଉଜ, ଭାଇମୋର କୋଡ଼ିଏ ଟଙ୍କା ରାକ୍ଷୀ ପାଉଣା ଆଣିଦେଇଛନ୍ତି ତାଙ୍କ ଭଉଣୀ ଲାଗି ସେ ନିଷ୍ପାପ କୁନିଝିଅ ପାଖରୁ । ତା ଉପରେ କୃପା ଦୃଷ୍ଟି ଟିକେ ରଖିଥିବ । 


ଲକ୍ଷ୍ମୀ ଠାକୁରାଣୀ ହସିଦେଲେ ସ୍ମିତ ହସଟିଏ । ଆଶ୍ୱାସନା ଦେଲେ ଅଲିଅଳୀ ନଣନ୍ଦଙ୍କୁ । 


ସେପଟେ ପଣ୍ଡା ପଢ଼ିଆରୀ ମାନେ ବେଦଧ୍ଵନି ଦେଲେଣି । ନୀତି ଆରମ୍ଭର ବେଳ ହେଇଗଲାଣି । ପହଡ଼ ଭାଙ୍ଗିବାର ଡାକରା ବାଜିଲାଣି । କବାଟ ଖୋଲି ପଣ୍ଡା ଜଗତ ଠାକୁରଙ୍କ ହାତରେ ମାଳମାଳ ରାକ୍ଷୀ ଦେଖି ମୁରୁକି ହସା ଦେଇ କହି ପକେଇଲେ କଣ ଗୋସେଇଁ ବୁଲି ଆସିଲଣି ଯାଇ । କିଏ ଏମିତି ଡାକିଲା ବା । 



Rate this content
Log in

More oriya story from ABhimanyu Panda

Similar oriya story from Fantasy