Sunanda Mohanty

Romance Thriller Others

3  

Sunanda Mohanty

Romance Thriller Others

ରାଧା

ରାଧା

3 mins
6


ବୋଉ ଯେବେ ଡାକେ ରାଧା ଲୋ ଏ ମା ରାଧା ଉଠୁ ଉଠୁ ମାଆ କାଉ କେତେବେଳୁ ରାବି ରାବି ଗଲାଣି. ବେଳ ଦିଘଡି ହେଲାଣି, ଉଠିବୁନି କି ମା ଆଜି? ଆଜି ପରା ରବିବାର ବୋଉ.ସ୍କୁଲ ଛୁଟି ପୁଣି ଟ୍ୟୁସନ ବି ଛୁଟି. ବୋଉର ମନଟା ପୁରା ଖୋଲା ତ ବୋଉ କହେ ହଉ ହଉ ମୋ ଝିଅ ଆଉ ଦୁଇ ଘଡି ଶୋଇ ଅଳସୁଆ ହୋଇ ନଯାଉ. ବୋଉ କଥାରେ କି ମିଠା ଥାଏ ଉଠିଯାଇ ବୋଉ ବେକରେ ହାତ ଛନ୍ଦି ରାଧା ପଚାରେ ମୋ ନାମ ରାଧା କାହିଁକି ରଖିଲୁ ବୋଉ?କି ସୁନ୍ଦର ହସଟିଏ ହସିଦେଇ ବୋଉ ଖୋଲା ମନରେ କହେ କାରଣ ତୁ ଜନ୍ମ ପରେ ସବୁ ସୁବିଧା. କି ସୁବିଧା ବୋଉ?କି ସୁବିଧା କହିବି ମାଆ ତତେ ଆଉ, ବାପାଙ୍କ ସରକାରୀ ଚାକିରି ଲାଗିଲା, ଘର ଦୁଇବଖରା ଛାତ ପଡିଲା. ଗାଈ ନେତର ଦୁଇ ଦୁଇଟା ମାଈ ବାଛୁରୀ ଜନ୍ମ ହେଲା. ଭାଇ ସାଙ୍ଗକୁ ତୁ ମୋ ଜୀବନର ପରିପୂର୍ଣ୍ଣତା ମୋ ରାଧା କହି ବୋଉ ଗେଲ କଲାବେଳେ ରାଧା ମନ କୁଣ୍ଢେମୋଟ ହୋଇଯାଏ. ସେତେବେଳେ ସେ ମନେପକାଏ ସାଙ୍ଗମାନେ ତାକୁ ଚିଡ଼ାନ୍ତି କାହିଁକି କହି ଆଲୋ ରାଧା.. ବେଗି ଗାଧା.. ସବୁଥିରେ ତୁ ଅଧା. ସେ ସାଙ୍ଗ ମାନଙ୍କ ମୁହଁରେ ନିଆଁ ତା ବୋଉ ତ କହେ ସେ ରାଧା, ତା ଯୋଗୁଁ ତାର ନାହିଁ ଘରେ ବାହାରେ କିଛି ଅସୁବିଧା. ବଡ଼ ହେଲାପରେ କେବେ ସାଙ୍ଗ ମାନେ ଯେବେ କଲେଜରେ ଚିଡ଼ାନ୍ତି ତୁ କାହ୍ନୁର ନା ଶ୍ୟାମର ନା ତୁ କୃଷ୍ଣର ନା ବଂଶୀର? ସେ କିଛି ଉତ୍ତର ନଦେବା ପୂର୍ବରୁ ସେମାନେ ହସି ହସି ଲୋଟି ପଡି କହନ୍ତି ତୁ ରାଧା, ସମସ୍ତଙ୍କର ହୋଇଯା ଅଧା ଅଧା. କିନ୍ତୁ ସମସ୍ତଙ୍କ ଅଜଣାତରେ ସେ ବଂଶୀର ହୋଇଯାଇଥିଲା ନିଜ ଅଜଣାତରେ କିନ୍ତୁ ଅଧା ନହୋଇ ସେଇ ବଂଶୀର ହୋଇଗଲା ଧର୍ମପତ୍ନୀ ପରିବାର ସହମତିରେ. ବୋଉ ସୁଉଁ ସୁଉଁ ହୋଇ ତା କାନ ପାଖେ କହିଥିଲା ମୋ ରାଧା ଯୋଉଠି ତା ପାଦ ପଡିବ ସବୁ ସୁବିଧା. ଦୂର ହେବ ତାର ସବୁ ଅସୁବିଧା.।


    ବଡ ହେଲା ପରେ ସେ ଜାଣିସାରିଥିଲା ରାଧାଙ୍କ ଚରିତ୍ର ଓ ସେ କିପରି କାହ୍ନୁଙ୍କ ପ୍ରେମରେ ବାୟାଣୀ ହୋଇ ଶାଶୁ ନଣନ୍ଦଙ୍କ ଗଞ୍ଜଣା ସହି ଓ ସ୍ୱାମୀ ଚନ୍ଦ୍ରସେଣାଙ୍କୁ ପ୍ରତ୍ୟାଖ୍ୟାନ କରି କାହ୍ନୁଙ୍କ ବଂଶୀ ଶୁଣି ଅଧୀର ହେଉଥିଲେ. ଯମୁନା କୂଳେ,କଦମ୍ବ ମୂଳେ ରାସ ରଚୁଥିଲେ. ରାଧା ବୋଲି ସେ ଚରିତ୍ରକୁ ମଣିଷ ତା ନିଜ ଦୃଷ୍ଟିରେ ଯେମିତି ବି ଲେଖୁ, ଆଙ୍କୁ କି ବଖାଣୁ କିନ୍ତୁ ରାଧା ନାମରେ ପରିପୂର୍ଣ୍ଣତା. ରାଧା ଏକ ଐଶ୍ବର୍ଗୀକ ପ୍ରେମ ସମ୍ମୋହନ, ପ୍ରେମ ଭକ୍ତିର ଚରମ ନିଦର୍ଶନ ବୋଲି ଓଡ଼ିଆ ଭାଷାରେ ପି. ଏଚ. ଡି କଲାବେଳେ ସେ ବୁଝିଯାଇଥିଲେ ବି ରାଧା ନାମ୍ନୀ ସେ ତ ଏକ ମଣିଷ ମାତ୍ର ତା ଛଡା ବଂଶୀଙ୍କ ପ୍ରେମରେ ପଡିବା ଓ ତାଙ୍କୁ ପତି ରୂପେ ପାଇବା ଏସବୁ ସଂଯୋଗ ମାତ୍ର. ତେଣୁ ନିଜ ନାମ ରାଧାକୁ ନେଇ ସେ ଗର୍ବ କରନ୍ତି. ରାଧା କେବେ ଅଧା ନୁହଁନ୍ତି. ଶ୍ୟାମସୁନ୍ଦର ନଟବର କାହ୍ନା ଗୋପ ଛାଡ଼ି ଚାଲିଗଲା ପରେ ବି ମଣିଷ ଆଖିକୁ ମଣିଷ ଭାବନାରେ ରାଧା ବିରହୀଣୀ ମନେ ହେଉଥିଲେ ମଧ୍ୟ ସେ ସ୍ଥୁଳବାଦୀ ଚିନ୍ତାଧାରା ଉର୍ଦ୍ଧରେ ସୁକ୍ଷ୍ମ ଅବୟବରେ ଶ୍ରୀକୃଷ୍ଣଙ୍କ ସଙ୍ଗେ ଐଶ୍ବର୍ଗୀକ ଭାବ ଭକ୍ତିରେ ଅଧା ଅଧା ହୋଇ କାହ୍ନା ସଙ୍ଗେ ତଥା ଶ୍ରୀକୃଷ୍ଣଙ୍କ ପାଖେ ପାଖେ ହିଁ ଥିଲେ. ଏହି ଭାବଧାରା ଯୋଗୁଁ ସେ ପରବର୍ତ୍ତୀ ସମୟରେ ନଣନ୍ଦମାନଙ୍କର, ଆଈଶାଶୁ ବା ଜେଜିଶାଶୁ ମାନଙ୍କର ଟୀକ୍କା ଟିପ୍ପଣୀରେ ବିଚଳିତ ହୁଅନ୍ତି ନାହିଁ. ବରଂ ଗର୍ବ କରନ୍ତି. ନିଜ ନାମ ପାଇଁ ନିଜକୁ ଧନ୍ୟ ମନେକରନ୍ତି. ଅଁଳାନବମୀରେ ଠାକୁରାଣୀ ରାଧାଙ୍କ ଓଡ଼ିଆଣୀ ବେଶ ଦିନେ ହୁଏ ମନ୍ଦିରରେ ହେଲେ ସେ ସବୁଦିନ ଓଡ଼ିଆଣୀ ହୋଇ ଅଳତା ସିନ୍ଦୁରରେ ନିଜକୁ ସଜାଇ ହୁଅନ୍ତି. କିନ୍ତୁ ଏତେ ସବୁ ପରିପୂର୍ଣ୍ଣତା ଭିତରେ ସେ ମାଆ ହୋଇପାରିନାହାଁନ୍ତି ଏଯାଏଁ. ଏବେ ଏବେ ସେ ନିଜକୁ ଭାବୁଛନ୍ତି ସତରେ କଣ ସେ ରାଧା ନାମ ପାଇ ଅଧା! ନଣନ୍ଦମାନଙ୍କ ସହ ସେଇ ଆଈ ଜେଜେମାଙ୍କ ଥଟ୍ଟା ଏବେ ତାଙ୍କୁ ଦ୍ଵନ୍ଦରେ ପକାଇଲା ବେଳେ ତାଙ୍କ ନିଜ ନାମ ତାଙ୍କୁ ଘୃଣା ଦେଲା ବେଳେ ସ୍ୱାମୀ ବଂଶୀ ଡାକୁଥାଆନ୍ତି ରାଧା... ରାଧେ... ରାଧିକା. ଧଡ଼ପଡ଼ ଉଠିବାସନ୍ତି ରାଧା. କିଏ କହିଲା ସେ ମାତୃତ୍ୱରୁ ବଞ୍ଚିତ. ଘଡିଏ କି ଦଣ୍ଡେ ସ୍ବାମୀ ତାଙ୍କ ବିନା ଚଳିପାରନ୍ତି ନାହିଁ. ଏହାଠାରୁ ଅଧିକା ସନ୍ତାନ ସୁଖ କଣ ଥାଇପାରେ!ସ୍ବାମୀ ବୁଝିଯାଇଛନ୍ତି କିନ୍ତୁ ଦୁନିଆଁ ବୁଝିବା ସହଜ ନୁହେଁ. ବଂଶୀ ତଥାପି ଖୋଲା ମନ ହୃଦୟରେ ଡାକ ଛାଡୁଥିଲେ ରାଧା... ରାଧେ.. ରାଧିକା ଗୋ. ରାଧାଙ୍କୁ ସେ ଡାକ ଶୁଭୁଥିଲା ମାଆ... ମା.. ମାଗୋ.।


Rate this content
Log in

Similar oriya story from Romance