STORYMIRROR

Debaki Behera

Romance Action

3  

Debaki Behera

Romance Action

ପ୍ରଶଂସା ଓ ପ୍ରେମ

ପ୍ରଶଂସା ଓ ପ୍ରେମ

6 mins
255


ଅଫିସ ରେ ଆଜି ପ୍ରଥମ ଦିନ । ସକାଳୁ ଶୀଘ୍ର ଉଠି, ନିତ୍ୟକର୍ମ ସାରି ଅଫିସ ପାଇଁ ପ୍ରସ୍ତୁତ ହୋଇଗଲି । ଆଗରୁ କେବେବି କେଉଁଠି ଚାକିରୀ କରିନି । ଫ୍ରେଶର ଥିବାରୁ ଅଫିସ ର ଅଭିଜ୍ଞତା କିଛି ନଥିଲା । କେମିତିଆ ଷ୍ଟାଫ ହୋଇଥିବେ । ଖାସକରିବସ୍( ମ୍ୟାନେଜର )କେମିତିକା ସ୍ଵଭାଵ ର ହୋଇଥିବେ । ମୁଭି ରେ ଦେଖିଲା ଭଳି ଖଡୁସ ହୋଇନଥିବେ ତ । ସମୟ ରେ ନ ପହଁଚିଲେ ବେଈଜ୍ଜତ କରିବେନି ତ । ଏହିପରି ମନରେ ଅନେକ ଦୁଶ୍ଚିନ୍ତା । ଅଫିସ ସମୟ ପୂର୍ବରୁ ଯାଇକି ଅଫିସ ରେ ହାଜର ହୋଇଯାଇଥିଲି । ସେ ଯାହା ହଉ ଅଫିସ ଖୋଲିଲା । ଅଫିସ ର ବୟ ଜଣେ ମୋ ବସିବା ସ୍ଥାନ ମୋତେ ଦେଖେଇଦେଲା । ମୁଁ ବସି ବସି ପାଖରେ ଥିବା ସବୁ ଫାଇଲ ଦେଖୁଥାଏ । ଧୀରେ ଧୀରେ ସବୁ ଷ୍ଟାଫ ଆସିବା ଆରମ୍ଭ କଲେଣି । ମୁଁ ସ୍ଥିର ଭଳି ବସିଥାଏ । କାହାରି ସହିତ କିଛି କଥା ନାହିଁ । ବାର ବାର ଘଣ୍ଟାକୁ ଦେଖୁଥାଏ । ବସ୍ ଏ ଯାଏ ଆସିନାହାନ୍ତି । ଦେଖାଯାଉ କେତେବେଳେ ଆସୁଛନ୍ତି । ଶେଷରେ ସାଢେ ଦଶ ଟାରେ ଅଫିସ ର ସେହି ବୟ ଟି ଆସି କହିଲା କି ବସ୍ ଡାକୁଛନ୍ତି । ମୁଁ ସଙ୍ଗେ ସଙ୍ଗେ ବସ୍ ଙ୍କର କ୍ୟାବିନ ଆଡେ ଚାଲିଲି । କ୍ୟାବିନ ପାଖରେ ଛିଡା ହୋଇ ଧୀରେ ସେ ଡୋର ଟି ଖୋଲିଲି ଆଉ କହିଲି, " ମେ ଆଇ କମ୍ ଇନ୍ ସାର? "

ବସ୍ :- ୟେଶ କମ୍ ଇନ ।


ଧୀରେ ଧୀରେ ଭିତରକୁ ଗଲି । ବସ୍ ମୋତେ ଦେଖି କହିଲେ :- ଓଃ ନେହା, ନିୟୁ ଯଏନିଙ୍ଗ । ଆସ ବସ ।

ମୁଁ ଟିକେ ଡରିଯାଇଥିଲି । ବସ୍ କଣ କହିବେ କଣ ନାହିଁ ପ୍ରଶ୍ନ ଭିତରେ ଘାଣ୍ଟି ହେଉଥିଲି । ସେ ବସିବାକୁ କହିଲାରୁ ମୁଁ ବସ୍ ଙ୍କ ସାମ୍ନା ଚୌକି ରେ ଯାଇ ବସିଲି । ସେ ଦେଖିବାକୁ ବହୁତ ସୁନ୍ଦର ଥିଲେ । ସମ ବୟସ ର ହେବେ । ଆଖିଦୁଇଟିକୁ ଚାହିଁଦେଲେ ମନରେ ଆତ୍ମବିଶ୍ୱାସ ଭରି ଗଲା ଭଳି ଲାଗିଲା ।


 ବସ୍ :- ମୁଁ ବିଶ୍ୱାସ କରୁଛି ଯେ ତୁମେ ଅଫିସ ପାଇଁ ଡେଡିକେଟ ରହିବ । ଆଉ ନିଜ କାର୍ଯ୍ୟ ଦକ୍ଷତା କୁ ପ୍ରମାଣ କରି ଦେଖେଇବ । ତୁମକୁ ଅଫିସ ବୟ ଓ ସଂଜୀବ ସାର ସବୁ କାମ ବୁଝେଇଦେବେ ।

ମୁଁ :- ୟେଶ ସାର ।

ବସ୍ :- ଏବେ ତୁମେ ମନ ଲାଗଇ କାମ କର। ଜମାରୁ ବି ଡରିବନି । କିଛି ଅସୁବିଧା ହେଲେ ନିଧଡ଼କ ମୋତେ ଜଣାଇ ପାରିବ । ଏବେ ତୁମେ ଆସିପାର।


ମୁଁ ସେଠାରୁ ପ୍ରସ୍ଥାନ ନେଇ କ୍ୟାବିନ ବାହାରକୁ ଏକ ଆତ୍ମସନ୍ତୋଷ ଭରା ହୃଦୟରେ ବାହାରି ଆସିଲି । ଏତେ ଭଲ ବସ୍ ମୁଁ କେବେବି ସ୍ୱପ୍ନ ରେ ଭାବି ନଥିଲି । ତାଙ୍କଠାରୁ ଏତେ ଭଲ ବ୍ୟବହାର ପାଇ ମୁଁ ବହୁତ ଖୁସି ହୋଇଯାଇଥିଲି । ସେହିଦିନଠାରୁ ମୁଁ ମୋ କାମକୁ ବହୁତ ମନ ଲଗାଇ କରିବାକୁ ଲାଗିଲି । ସଂଜୀବ ସାର ମୋତେ କାର୍ଯ୍ୟ ରେ ବହୁତ ସାହାର୍ଯ୍ୟ କରନ୍ତି ଓ ମୋ କାର୍ଯ୍ୟଦକ୍ଷତା ପାଇଁ ପ୍ରଶଂସା କରନ୍ତି ସତ କିନ୍ତୁ ମୋ ମନ ବସ୍ ଙ୍କ ଠାରୁ କିଛି ପ୍ରଶଂସା ଶୁଣିବା ପାଇଁ ବ୍ୟାକୁଳ ଥାଏ । ମୋ ବସ୍ ଙ୍କ ନାଁ ସୁମନ୍ତ ରାୟ ଥିଲା । ତାଙ୍କୁ ସମସ୍ତେ ସୁମନ୍ତ ସାର ବୋଲି ଡାକନ୍ତି ମୁଁ ମଧ୍ୟ । ସୁମନ୍ତ ସାର ଓ ମୋର ବହୁତ କଥା ସମାନ ଥାଏ । ଯେମିତି ତାଙ୍କର କଳା ରଙ୍ଗ ପସନ୍ଦ ମୋର ମଧ୍ୟ । ତାଙ୍କୁ ଟିକେ ଅଧିକା ମସଲା ଖାଦ୍ୟ ନୁହଁ ବରଂ ଅତି ସାଧା ଖାଦ୍ୟ ପସନ୍ଦ ମୋତେ ମଧ୍ୟ । ମୁଁ ଯେତେବେଳେ ସୁମନ୍ତ ସାର ଙ୍କ ପାଖରେ ଥାଏ ସେ ଡିକ୍ଟେସନ ଡାକିଲା ବେଳେ ମୁଁ ତାଙ୍କରି କଥାରେ ନିଜକୁ ହଜାଇ ଦିଏ ଅବଶ୍ୟ ଏଥିପାଇଁ କେବେ ଅନ୍ୟମନସ୍କ ହୋଇ କାମରେ ଭୁଲ କରିନି ।


ପର ଦିନ ଅଫିସ ଯିବା ପାଇଁ ପୂର୍ବ ରାତିରୁ ଶାନ୍ତିରେ ଶୋଇପାରେନି । କଣ ହେଇଥିଲା କେଜାଣି? ହୁଏତ ମୁଁ ସୁମନ୍ତ ସାର ଙ୍କ ପ୍ରେମରେ ପଡିଯାଇଥିଲି । ସାର ମଧ୍ୟ ଛୋଟମୋଟ କାମ ପାଇଁ ମଧ୍ୟ ମୋତେ ଖୋଜନ୍ତି । ମୁଁ ସାରଙ୍କର କିଛି ମାସ ମଧ୍ୟରେ ଅତି ପ୍ରିୟ ହୋଇଯାଇଥିଲି । ସାର ମୋର ବହୁତ ପ୍ରଶଂସା କରନ୍ତି । ସାର ଙ୍କ ପାଇଁ ମୋତେ ବେଷ୍ଟ ଷ୍ଟାଫ ଆୱାର୍ଡ ବି ମିଳିଥିଲା । ଆୱାର୍ଡ ଦିନ ମୁଁ ଆଉ ସାର ଦୁହେଁ ବହୁତ ଖୁସି ଥିଲୁ । ମୁଁ ଭାବିଲି ସାର ଙ୍କୁ ମୁଁ ମୋର ମନ କଥା କହିଦେବି କିନ୍ତୁ ଟିକିଏ ରହିଗଲି । ଭାବିଲି ନାହିଁ ପ୍ରଥମେ ସେ କହିବେ ତାପରେ ମୁଁ । ସାରଙ୍କର ମଧ୍ୟ ମୋତେ ଭଲ ପାଆନ୍ତି ମୁଁ ନିଶ୍ଚିତ ହୋଇଯାଇଥିଲି ।ସେ ନଥିଲା ବେଳେ ମୁଁ ତାଙ୍କର ପ୍ରତିଟି ଜିନଷକୁ ହାତ ରେ ସ୍ପର୍ଶ କରି ତାଙ୍କୁ ଅନୁଭବ କରେ । ସେ ମୋ କଡରେ ଚାଲିଗଲେ ମୁଁ ତାଙ୍କ ଦେହର ବାସ୍ନା କୁ ମଧ୍ୟ ଅନୁଭବ କରେ । ସତ କହିବାକୁ ଗଲେ ମୁଁ ତାଙ୍କ ପ୍ରେମରେ ପାଗେଳୀ ହେଇସାରିଥିଲି । ତାଙ୍କ ଛଡା ମୋତେ କିଛି ହିଁ ଭଲ ଲାଗୁନଥିଲା । ମୁଁ ଦିନ ରାତି କେବଳ ତାଙ୍କୁ ହିଁ ସ୍ୱପ୍ନ ରେ ଦେଖୁଥିଲି । ଏହିପରି ତିନି ବର୍ଷ ବିତିଗଲା । ହେଲେ ନାଁ ମୁଁ ତାଙ୍କୁ କେବେ କିଛି କହିଛି ନାଁ ସେ ମୋତେ । ଏକ ନିରବ ଭଲପାଇବା ଆମ ଦୁହିଁଙ୍କ ମଧ୍ୟରେ ଥିଲା ବୋଲି ମୁଁ ଭାବିନେଇଥିଲି । ଖାଲି ସେ ମୁହଁ ଖୋଲି କୁହନ୍ତୁ ସେତିକି ହିଁ ଅପେକ୍ଷା ରେ ଥିଲି ।


ଗୋଟେ ରାତିରେ ଚେୟାରମ୍ୟାନ ସାର ଫୋନ କରି କହିଲେ କି କାଲି ସୁମନ୍ତ ସାରଙ୍କର ଦୂର ଜାଗାକୁ ବଦଳି ହେଇଯାଉଛି । ତେଣୁ କାଲି ସମସ୍ତ ଷ୍ଟାଫ ଟିକେ ଶୀଘ୍ର ଅଫିସ ଆସିଯିବ । ମୁଁ ଏତକ ଶୁଣି ପାଦ ତଳୁ ମାଟି ଖସିଗଲା ଭଳି ଲାଗିଲା । ନାଁ ନାଁ ସୁମନ୍ତ ସାର ମୋତେ ଛାଡି ଯାଇପାରିବେନି । ମୁଁ ଫୋନ ଲଗେଇଲି କିନ୍ତୁ ସୁଇଚଅଫ ଥିଲା । ତେଣୁ କିଛି ଉପାୟ ନପାଇ ରାତିଯାକ ଆଗାମୀ ସକାଳ ର ଅପେକ୍ଷାରେ ରହିଲି । କେମିତି ସକାଳ ହେବ ମୁଁ ଅଫିସ ଯିବି । ତହିଁ ଆରଦିନ ମୁଁ ଅଫିସ ବାହାରି ଗଲି । ସମସ୍ତେ ସାରଙ୍କୁ କିଛି ନା କିଛି ଉପହାର ଦେଉଥିଲେ । ମୁଁ ମଧ୍ୟ ସାରଙ୍କ ପାଇଁ ଏକ ହତାଘଣ୍ଟା ଆଣିଥିଲି କିନ୍ତୁ ନଦେଇ ଦୂରରେ ଛିଡା ହୋଇ ସବୁକିଛି ଦେଖୁଥାଏ । ସାର ମଝିରେ ମଝିରେ ଏଣେତେଣେ ଚାହୁଁଥିବାର ମଧ୍ୟ ମୋ ଦୃଷ୍ଟି କୁ ଆସିଲା । ହୁଏତ ମୋତେ ହିଁ ତାଙ୍କ ନଜର ଖୋଜୁଥିଲା । ଯାହାହେଉ ଶେଷରେ ସମସ୍ତେ ନିଜ ନିଜ କାମରେ ଯାଇ ଲାଗିଗଲେ । ସାର ଅଫିସ ରୁମ ରେ ଯାଇ ବସିଥାନ୍ତି ମୁଁ ଯାଇ ଡୋର ଲକ୍ କଲି ।


ଆରେ ନେହା ଆସ ଆସ କେତେବେଳୁ ମୁଁ ତୁମକୁ ହିଁ ଅପେକ୍ଷା କରିଥିଲି । ମୁଁ ତ କେତେବେଳୁ ଯାଇସାରନ୍ତିନି ଖାଲି ତୁମକୁ ଶେଷଥର ଦେଖା ନ କରି ଯିବାଟା ଠିକ ଲାଗିଲାନି । ମୁଁ ଭିତରକୁ ଯାଇ ଦେଖିଲି ଜଣେ ସୁନ୍ଦର ତରୁଣୀ ଏକ ଚେୟାର ରେ ବସିଥାନ୍ତି । ମୁଁ କିଛି ନ କହି ରହିଗଲି ।


ସୁମନ୍ତ ସାର କହିଲେ, " ସମ୍ଭାବନା ମୁଁ ତୁମକୁ ଯେଉଁ ନେହା ବିଷୟରେ ସବୁବେଳେ କହିନଥିଲି ସେ ଏଇ ନେହା । ବହୁତ କାର୍ଯ୍ୟନିପୁଣା ସେ, ତା କାର୍ଯ୍ୟ ରେ ତ୍ରୁଟି କାଢ଼ିବା ବହୁତ କଷ୍ଟକର । ସେ ସତରେ ପ୍ରଶଂସା ର ଯୋଗ୍ୟ । "


ଏତକ ଶୁଣି ସମ୍ଭାବନା ଚେୟାରରୁ ବୁଲି ମୋତେ ଚାହିଁଲେ ଓ କହିଲେ:- ହାଏ ନେହା, ସତରେ ମୁଁ ତୁମକୁ ଦେଖା କରିବାକୁ ହିଁ ଏଠାରେ ଏତେବେଳ ଯାଏଁ ଅପେକ୍ଷା କରିଥିଲି । ସୁମନ୍ତ ଙ୍କ ଠାରୁ ସବୁବେଳେ ତୁମର ପ୍ରଶଂସା ଶୁଣି ଶୁଣି ତୁମକୁ ଦେଖିବାକୁ ବହୁତ ଇଛା ହଉଥିଲା । ସୁମନ୍ତ ତ କାହାରି ସହ ଏତେ ମିଶାନ୍ତିନି କିନ୍ତୁ ତୁମେ ସତରେ ବହୁତ ଭଲ ଯେତିକି ତାଙ୍କଠାରୁ ଶୁଣିଛି । ଆମେ ତ ଆଜି ଦିଲ୍ଲୀ ଚାଲିଯିବୁ ।


ମୁଁ ସେମିତି ନିରବ ପ୍ରସ୍ତର ମୂର୍ତ୍ତି ଭଳି ଛିଡା ହୋଇ ସବୁ କଥା ଶୁଣୁଥାଏ । ଅନ୍ୟ ଜଣେ ଝିଅ ମୁହଁରୁ ସୁମନ୍ତ ଙ୍କ ନାଁ ଶୁଣି ମୋତେ ବହୁତ ରାଗ ଲାଗିଥିଲା କିନ୍ତୁ ଏ ଝିଅଟି କିଏ? ଏଠି କଣ କାମ ତାର? ଏମିତି ମନ ମଧ୍ୟରେ ଭାବି ହଉ ଥାଏ ।


ସୁମନ୍ତ ସାର କହିଲେ, "ଆରେ ନେହା କଣ କିଛି କହୁନ ଓ ତୁମେ ଭାବୁଥିବ ଇଏ କିଏ? ଇଏ ସମ୍ଭାବନା ମୋ ଭାବି ପତ୍ନୀ । ଆମର ନିର୍ବନ୍ଧ ହୋଇସାରିଛି । ଆଗାମୀ ମାସରେ ବାହାଘର । ସେ ମୋ ଜୀବନ । ସେ ତୁମକୁ ଦେଖା କରିବାକୁ ଜିଦ କରୁଥିଲା ତେଣୁ ମୁଁ ଏହି ଦିନଟି ଶୁଭ ଦିନ ଭାବି ଡାକିଦେଲି । "


ମୋ ଦେହର ପ୍ରାଣ ବାୟୁ ଉଡ଼ିଗଲା ପରି ମନେ ହେଲା । ଆଖିର ଲୁହକୁ ଚପାଇ ରଖି ହସିବାର ପ୍ରୟାସ କଲି । ସେଠାରୁ ଯେତେ ଶୀଘ୍ର ବିଦାୟ ନେଇ ଆସିବି ତାହା ଭାବିବାକୁ ଲାଗିଲି । ତେଣୁ ସୁମନ୍ତ ଙ୍କ ହାତକୁ ଘଣ୍ଟା ଟି ବଢ଼େଇଦେଲି । ସେ ତାକୁ ଦେଖି ବହୁତ ଖୁସି ହୋଇଗଲେ ।


ସୁମନ୍ତ :- "ନେହା ସତରେ ତୁମ ସହ କାମ କରି ମୁଁ ବହୁତ ଖୁସି । ତୁମ ବିନା ଜାଣିନି କେମିତି ନୂଆ ଜାଗାରେ କାମ କରିପାରିବି । ତୁମର ଅଭ୍ୟାସ ହୋଇଯାଇଥିଲା ନାଁ । ହଉ ତୁମେ ମନ ଲଗାଇ କାମ କରିବ। ମୋ କଥାକୁ ସବୁବେଳେ ମନେ ପକାଇବ । "


ମୁଁ ବହୁତ କଷ୍ଟରେ ସେମାନଙ୍କୁ ବିଦାୟ ଦେଲି । ଅଫିସ ରୁ ଘରକୁ ଆସି ଯେମିତି ଦୁନିଆଟା ମୋର ଭାଙ୍ଗିଯାଇଛି ସେମିତି ମନେ ହେଲା । ମୁଁ ବହୁତ କାନ୍ଦିବାକୁ ଲାଗିଲି । ସବୁ ଜିନିଷ ଫୋପଡ଼ା ଫିଙ୍ଗା ବି କଲି । ଅନେକ ସମୟ ଯାଏଁ ସୁମନ୍ତ ଙ୍କୁ ଗାଳି କରିବାକୁ ଲାଗିଲି । ଯଦି ମୋତେ ଭଲ ପାଉନଥିଲେ ତ ଏତେ ପ୍ରଂଶସା କରୁଥିଲେ କାହିଁକି? କାହିଁକି ଏତେ ମୋତେ ଖୋଜୁଥିଲେ? ଏହିଭଳି ଅନେକ କଥା ଭାବି ଭାବି ମୁଁ ଗୋଟେ ଜାଗାରେ ନିରବ ହୋଇବସିଗଲି । ବହୁତ ସମୟ ଏମିତି ଚାଲିଗଲା । ପରେ ମୁଁ ଚିନ୍ତା କଲି ଯେ ସେ ତ କେବେ ମୋତେ ଭଲ ପାଉଛନ୍ତି ବୋଲି କହିନାହାନ୍ତି । ସେ କେବଳ ମୋ କାର୍ଯ୍ୟଦକ୍ଷତା ର ପ୍ରଶଂସା କରନ୍ତି । ମୁଁ ହିଁ ତାଙ୍କ ପ୍ରଶଂସା କୁ ପ୍ରେମ ଭାବିନେଇଥିଲି । ସେ ତ କେତେ ଭଲ ଆଉ ତାଙ୍କ ହୃଦୟ ମଧ୍ୟ କେତେ ନିର୍ମଳ । ସେ ହେବାକୁ ଥିବା ପତ୍ନୀ ଆଗରେ ମଧ୍ୟ ମୋର ଭୁରି ପ୍ରଶଂସା କରିଥିଲେ । ଆଉ ତାଙ୍କ ପ୍ରେମିକା ସେ ବି ତ ବହୁତ ଭଲ ନିର୍ମଳ ହୃଦୟ ର ଝିଅଟେ । ସୁମନ୍ତ ଙ୍କ ଠାରୁ ଶୁଣି ମୋତେ ଦେଖା କରି ମୋର କେତେ ପ୍ରଶଂସା କରିଥିଲେ । ସତରେ ସେ ଦୁହେଁ ଉପଯୁକ୍ତ ଯୋଡି ବୋଲି କଜିଲେ ଅତ୍ୟୁକ୍ତି ହେବନାହିଁ । ମେଡ଼ ଫର ଇଚ ଅଦର ।


ମୁଁ ସତରେ ଆଉ ଥରେ ପ୍ରେମରେ ପଡିଯାଇଥିଲି। ସେ ଦୁହିଁଙ୍କ ନିର୍ମଳ ହୃଦୟ ର ପ୍ରେମରେ । ସେ ଦୁହିଁଙ୍କ ର ସୁଖୀ ଓ ଦୀର୍ଘ ଜୀବନ କାମନା କରୁଥିଲି । 



Rate this content
Log in

Similar oriya story from Romance