Dharitri Das

Romance Inspirational Children

4.3  

Dharitri Das

Romance Inspirational Children

ପ୍ରେମ ଓ ଲକ୍ଷ୍ୟ

ପ୍ରେମ ଓ ଲକ୍ଷ୍ୟ

3 mins
248


ଯେତେବେଳେ ସୁଜାତା କଲେଜ ଯାଉଥିଲା। ସେତେବେଳେ ସେ ଯୁକ୍ତ ଦୁଇ ବିଜ୍ଞାନ ପଢୁଥାଏ। ପାଠ ପଢା ପ୍ରତି ଧ୍ୟାନ ନିରନ୍ତର ରହିଥାଏ। କାରଣ ତା ବାପାଙ୍କର ଇଚ୍ଛା ସେ ଜଣେ ଡାକ୍ତର ହେଉ। ସିଏ ବି ବାପଙ୍କର ଇଛାକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ ଥିଲା। ତେଣୁ ସେ କଠୋର ପରିଶ୍ରମ କରିବା ସ୍ୱାଭାବିକ। ସେଥିପାଇଁ ସେ ସାଙ୍ଗସାଥିଙ୍କ ସହ ବେଶୀ ସମୟ ନଷ୍ଟ ନ କରି କ୍ଳାସ ସରିବା ମାତ୍ରକେ ହଷ୍ଟେଲ ଫେରି ଆସି ପାଠ ପଢାରେ ଧ୍ୟାନ ଦେଉଥିଲା। 

      ଦେଖିବାକୁ ସେ ଖୁବ ସୁନ୍ଦରୀ ଥିଲା।ତାର ଶାନ୍ତ କାନ୍ତ ଭାବ, ଉତ୍ତମ ବ୍ୟବହାରରେ ସମସ୍ତ ଅଧ୍ୟାପକ ମୁଗ୍ଧ ହୋଇ ଯାଉଥିଲେ। ସଭିଏଁ ତାକୁ ବହୁତ ପ୍ରଶଂସା କରୁଥିଲେ। ସହପାଠୀମାନଙ୍କ ସହବି ତାର ସୁସମ୍ପର୍କ ରହଥିଲା। ମାତ୍ର କେତେଜଣ ଖଳ ପ୍ରକୃତିର ପିଲା ଏସବୁ ଦେଖି ସହି ପାରୁ ନ ଥିଲେ। ସେମାନେ ଈର୍ଷାନ୍ବିତ ହୋଇ ତାକୁ କମେଣ୍ଟ କରୁଥିଲେ। ବଦନାମ କରିବାକୁ ଚେଷ୍ଟା ମଧ୍ୟ କରୁଥିଲେ।

      ସୁଜାତା ଏସବୁ ବୁଝି ପାରୁଥିଲା। ହେଲେ କେବେବି ପ୍ରତିବାଦ କରି ନଥିଲା। କି ସେମାନଙ୍କୁ ଘୃଣା ଚକ୍ଷୁରେ ଦେଖୁ ନ ଥିଲା, କି ସେମାନଙ୍କ ସହ ବ୍ୟବହାର ଖରାପ କରୁ ନ ଥିଲା। ସେ ସବୁ ଜାଣି ନ ଜାଣିବାର ଅଭିନୟ କରି ଚାଲିଥିଲା। କିଏ କ'ଣ କହିଲା ସେଥିପାଇଁ ସେ ଚିନ୍ତିତ ହେଉ ନଥିଲା। ସବୁବେଳେ ତାର ଧ୍ୟାନ କେଵଳ ପାଠ ପଢ଼ାରେ ଥାଏ। 

       ତାର ଏପରି ଗୁଣକୁ ତା' କ୍ଲାସରେ ଜଣେ ପିଲା କେବଳ ଅନୁଧ୍ୟାନ କରି ଆଶ୍ଚର୍ଯ୍ୟାନ୍ୱିତ ହେଉଥାଏ। ମନେମନେ ଭାବୁଥାଏ ଏ କେମିତିକା ଝିଅ କେଜାଣି ତାକୁ ଏମାନେ ଏତେ କଥା କହୁଥିଲାବେଳେ ତାର କୌଣସି ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳୁନାହିଁ। ବେଳେବେଳେ ତାର ମନ ଦୁଃଖ ବି ହେଉଥିଲା। ମଝିରେମଝିରେ ଯାଇ ସେ ଦୁଷ୍ଟ ପିଲାମାନଙ୍କୁ ମଧ୍ୟ ବୁଝାଇବାକୁ ଚେଷ୍ଟାକରି ବିଫଳ ହେଉଥିଲା। କାରଣ ସେ ମନେମନେ ସୁଜାତାକୁ ଭଲ ପାଉଥିଲା। ସୁଜାତା ମଧ୍ୟ ମନେମନେ ଭଲ ପାଉଥିଲା। ହେଲେ ଦୁହେଁ କେହି କାହା ଆଗରେ ପ୍ରକାଶ କରି ନଥିଲେ କାରଣ ସେମାନଙ୍କର ମୂଳ ଲକ୍ଷ୍ୟ ଥିଲା ଭଲ ରେଜଲ୍ଟ କରିବା ତେଣୁ ପାଠ ପଢାକୁ ପ୍ରାଧାନ୍ୟ ଦେଉଥିଲେ ଦୁହିଁଙ୍କିଦୁହେଁ। ପ୍ରେମକୁ ପରବର୍ତ୍ତୀ ପଦକ୍ଷେପ ଭାବି ଚୁପ ରହିଥିଲେ।

ଏହିପରି ଭାବେ ଫାଇନାଲ ପରୀକ୍ଷା ଶେଷ ହେଲା । ଫଳାଫଳ ବାହାରିଲା।ନୋଟିସ ବୋର୍ଡରେ ଦୁହେଁ ରେଜଲ୍ଟ ଦେଖିଥିଲେ। ଦୁହେଁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାର ଦେଖି ଏତେ ଖୁସି ହୋଇଯାଇଥିଲେ ଯେ ତାଙ୍କ ଭିତରେ ଥିବା ନିରବହୃଦୟ ଦୁଇଟି କେତେବେଳେ ପରସ୍ପରକୁ ଆଲିଙ୍ଗନ କରି ସାରିଥିଲେ ନିଜନିଜର ଅଲକ୍ଷ୍ୟରେ ସେକଥା ସେମାନେ ନିଜେ ବି ଜାଣି ପାରିନଥିଲେ। ଅନ୍ୟମାନେ ତାଙ୍କୁ ଦେଖି ଆବାକ ହେବା ସମୟରେ ଦୁହେଁ ନିଜକୁ ନିଜେ ପ୍ରକୃତିସ୍ଥ ହୋଇ ଟିକେ ଲାଜେଇ ଯାଇଥିଲେ ଏବଂ ସେହିଦିନ ଦୁହେଁ ଘରେ ପିତା ମାତାଙ୍କୁ ସେମାନଙ୍କ ପ୍ରେମ ବିଷୟରେ ଜଣାଇବାକୁ ସ୍ଥିର କଲେ। 

      ଏସବୁ ଦେଖି କୁଟୀଳ ପ୍ରକୃତିର ପିଲାମାନେ ସହି ପାରୁ ନଥିଲେ କି କିଛି କହି ପାରୁନଥିଲେ। ଖାଲି ନିଜକୁନିଜେ ଲଜ୍ଜିତ ହେଉଥିଲେ। 

      ସତରେ ପ୍ରେମ କରିବା ଭୂଲ ନୁହେଁ। ମାତ୍ର ପ୍ରେମ ପାଇଁ ଜୀବନର ଲକ୍ଷ୍ୟ ପଥରୁ ବିଚ୍ୟୁତ ହେବା ସମ୍ପୂର୍ଣ୍ଣ ରୂପେ ଭୁଲ। ଏକଥା ତୁମ ମନରେ ଥିଲାନା ସୁଜାତା ବୋଲି ପଚାରିଥିଲେ ପରେଶ। ତାର ପ୍ରତିଉତ୍ତରରେ ସୁଜାତା କହିଲା " ହଁ ପରେଶ ତାହାହିଁ ମୋର ଲକ୍ଷ୍ୟ ଥିଲା। ତେଣୁ ମୁଁ ମନେମନେ ତୁମକୁ ବହୁତ ଆଗରୁ ଭଲ ପାଉଥିଲି ମାତ୍ର ମୋ ଭଲ ପାଇବା ଠାରୁ ବଡ଼ ଥିଲା ମୋ ବାପାବୋଉଙ୍କର ସ୍ୱପ୍ନ। ତେଣୁ ପ୍ରଥମେ ଭଲ ପାଠ ପଢି ଭଲ ରେଜଲ୍ଟ କରିବାର ସଂକଳ୍ପ ନେଇଥିଲି। ସେଥିପାଇଁ ମୁଁ ପ୍ରକାଶ କରି ନଥିଲି। "

      ତାପରେ ପରେଶ କହିଲେ"ହଁ ସୁଜାତା ତାହା ତ ଠିକ। ହେଲେ ଆଉ ଗୋଟିଏ କଥା ମୁଁ ବୁଝି ପାରୁନଥିଲି , ପିଲାମାନେ ତୁମକୁ ଯେତେ ପ୍ରକାର ଇଙ୍ଗିତ କରି କହିଲେ ବି ତୁମେ କିପରି ଧର୍ଯ୍ୟର ସହ ନିରୁତ୍ତର ଭାବେ ସହି ଯାଉଥିଲ ଏବଂ 

କାହିଁକି?

       ସୁଜାତା କହିଲେ ଆରେ ପରେଶ "ପ୍ରକୃତି ନୈବଂ ଉଚ୍ୟତେ" ଯେଉଁମାନଙ୍କର ପ୍ରକୃତି ଖରାପ ସେମାନେ କେବେବି ସୁଧୁରିବେ ନାହିଁ। ବରଂ ପ୍ରତିବାଦ କଲେ ସେମାନେ ଅଧିକ ଉତ୍ସୃଙ୍ଖଳିତ ହୋଇ ଉଠିବେ।ତେଣୁ ବେକାର କଥାରେ ମୁଁ କାହିଁକି ମୁଣ୍ଡ ପୁରାଇ ସମୟ ନଷ୍ଟ କରିଥାନ୍ତି କହିଲ। ସେଥିପାଇଁ ମୁଁ ନିରୁତ୍ତର ରହିବାକୁ ପସନ୍ଦ କଲି।

      ସତରେ ସୁଜାତା ତୁମର ଏହିସବୁ ଗୁଣକୁ ଅନୁଧ୍ୟାନ କରି ମୁଁ ବି ବହୁତ କଥା ଶିଖିଗଲି। ପ୍ରକୃତରେ ତୁମକୁ ଯିଏବି ଦେଖିବ କିମ୍ବା ତୁମ କଥା ଶୁଣିବ ତେବେ ଅନେକ କଥା ନିଶ୍ଚିତ ଭାବେ ଶିଖିବ । ତେଣୁ ତୁମକୁ ବହୁତ ବହୁତ ଧନ୍ୟବାଦ।



Rate this content
Log in

Similar oriya story from Romance