STORYMIRROR

Dharitri Das

Inspirational

3  

Dharitri Das

Inspirational

ଅଭିବୃଦ୍ଧି

ଅଭିବୃଦ୍ଧି

2 mins
12


       ଉତ୍କଳ ପ୍ରଦେଶର ଏକ ଛୋଟିଆ ଗାଆଁ ଥିଲା।ତାହାର ନାମ ଥିଲା ଇଚ୍ଛାପୁର। ସେହି ଗ୍ରାମରେ ମଧୁ ନାମରେ ଏକ ଛୋଟ ବାଳକ ଥିଲା। ସାନ ସିନା ଦାନ ତା ମହାନ୍ ଥିଲା। ଦିନେ ବିଦ୍ୟାଳୟ ଯିବା ବାଟରେ ଦେଖିଲା ଗାଆଁର ରାସ୍ତା ଉପରେ ଗୋରୁ ଗାଈ ବାନ୍ଧି ରାସ୍ତାକୁ ବହୁତ୍ ଅପରିଷ୍କାର କରୁଥିଲେ। ଏସବୁ ଦେଖି ସେ ବିଚଳିତ ହୋଇ ପଡ଼ିଥିଲା। ରାତିରେ ତାକୁ ନିଦ ଆସିଲା ନାହିଁ। ଭୋର ହେବା କ୍ଷଣି ସେ ନିଜର ନିତ୍ୟକର୍ମ ସାରି ବାହାରି ପଡ଼ିଲା ସାଙ୍ଗ ମାନଙ୍କ ପାଖକୁ।

       ଯେହେତୁ ସେଦିନ ରବିବାର ଥିଲା। ସାଙ୍ଗମାନଙ୍କୁ ଏକାଠି କରାଇବା ପାଇଁ ସହଜ ହୋଇଥିଲା। ସମସ୍ତେ ମିଳିମିଶି ନିଜ ଗ୍ରାମର ଅଭିବୃଦ୍ଧି କିପରି ହୋଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ। ଶେଷରେ ସେମାନେ ନିଷ୍ପତ୍ତି ନେଲେ କି ପ୍ରତି ରବିବାର ମିଳିମିଶି ଏଥିପାଇଁ ଯାହା କରିବାକୁ ପଡ଼ିବ ତାହା ହିଁ କରିବେ।

        ତା ପର ରବିବାର ସମସ୍ତେ ଆସି ଗାଆଁ ମୁଣ୍ଡରେ ଥିବା ବରଗଛ ତଳେ ଏକାଠି ହୋଇ ଚିନ୍ତା କଲେ ଯେ ଆଗ ଆମକୁ ଗାଆଁ ଦାଣ୍ଡ ସଫା ରଖିବାକୁ ହେବ। ତେଣୁ ସେମାନେ କିଛି ସ୍ଲୋଗାନ ଲେଖି ଗାଆଁ ସାରା ବୁଲି ସ୍ଲୋଗାନ ଦେବା ସହ ରାସ୍ତାରେ ଗାଈ ବାନ୍ଧୁଥିବା ମଉସା ମାଉସୀ ମାନଙ୍କୁ ବୁଝାଇବାକୁ ଚେଷ୍ଟା କରିବା ସହ ଗାଆଁ ରାସ୍ତାକୁ ସୁନ୍ଦର୍ ଭାବରେ ସଫା କରିଥିଲେ।

        ଏହିପରି ଭାବରେ ପ୍ରତି ରବିବାର ସେମାନେ ନିଜ ପରିଶ୍ରମରେ ଗାଆଁ ଦାଣ୍ଡ ସମତୁଲ କରିବା, ରାସ୍ତାର ଦୁଇ କଡ଼ରେ ଗଛ ଲଗାଇବା,ଗାଆଁରେ ଏକ ପୁସ୍ତକାଗାର ପ୍ରତିଷ୍ଠା କରିବା,ସଭିଙ୍କୁ ପାଇଖାନା ବ୍ୟବହାର କରିବାକୁ ପ୍ରବର୍ତ୍ତାଇବା, ଗାଆଁ ପୋଖରୀକୁ ସଫା ରଖିବା,ମଝିରେ ମଝିରେ ବ୍ଲିଚିଂ ପକାଇବା ଆଦି ଅନେକ କାର୍ଯ୍ୟ କରିବାରେ ସଫଳ ମଧ୍ୟ ହୋଇ ପାରିଥିଲେ। ସେମାନେ ଏହିପରି ଭାବରେ ନିଜ ଗ୍ରାମର ଅଭିବୃଦ୍ଧି କରିବାକୁ ଚେଷ୍ଟା କରିଥିଲେ।

         ଗ୍ରାମର ସୁନ୍ଦର୍ ପରିବେଶ ଦେଖି ଗ୍ରାମର ସରପଞ୍ଚ ଯେତେବେଳେ ଜାଣିବାକୁ ପାଇଲେ ଯେ ମଧୁ ଏବଂ ତାର ସାଙ୍ଗ ମାନଙ୍କ ଯୋଗୁଁ ଏସବୁ ସମ୍ଭବ ହୋଇ ପାରିଛି ସେତେବେଳେ ସେ ପିଲାମାନଙ୍କୁ ଡାକି କହିଥିଲେ ପାଠ ପଢାରେ ମନ ନ ଦେଇ ଏସବୁର କାହିଁକି ମନ ବଲାଇଛ। ଏକଥା ଶୁଣି ମଧୁ କହିଲା "ଆଜ୍ଞା ଏସବୁ କରିବା ଦ୍ଵାରା ଆମ୍ଭମାନଙ୍କର ପାଠ ପଢାରେ କୌଣସି ବି ଅସୁବିଧା ହେଉନି।ଆଉ ସରକାର କେବେ ଏସବୁ କରିବେ ବୋଲି ଆମେ ଖରାପ ପରିବେଶରେ ରହି ନିଜକୁ ଅସୁବିଧାରେ ପକାଇବାକୁ ଚାହୁଁ ନାହୁଁ।"ତାର କଥା ଶୁଣି ଅନ୍ୟ ପିଲାମାନେ ତା ସ୍ଵରରେ ସ୍ୱର ମିଳାଇ ହଁ ମଧୁ ଠିକ୍ କହିଛନ୍ତି ବୋଲି ଏକା ସ୍ଵରରେ କହିଥିଲେ।ଏଥିରେ ସରପଞ୍ଚ ଅତ୍ୟନ୍ତ ପ୍ରୀତ ହୋଇଗଲେ।

        ଦିନେ ଏକ ସଭା ଡକାଇ ସମସ୍ତ ଗ୍ରାମବାସୀଙ୍କ ସହ ଏମ.ଏଲ.ଙ୍କୁ ଡାକି ଗ୍ରାମର ଅଭିବୃଦ୍ଧି ଦେଖିବା ପରେ ସେମାନଙ୍କୁ ପ୍ରଶଂସା କରିବା ସହ ପୁରସ୍କୃତ ମଧ୍ୟ କରିଥିଲେ।

      ଖାଲି ସେତିକି ନୁହେଁ ତା ପରଦିନ ଖବର କାଗଜରେ ଓ ଟିଭିରେ ମୁଖ୍ୟ ଖବର ଭାବେ ପ୍ରଚାରିତ ହୋଇଥିଲା ଯେ ଇଚ୍ଛାପୁର ଗ୍ରାମର ଅଭିବୃଦ୍ଧି କିପରି ଛୋଟ ଛୋଟ ପିଲା ମାନଙ୍କ ପାଇଁ ସମ୍ଭବ ହୋଇ ପାରିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational