Dharitri Das

Children Stories Inspirational

4.5  

Dharitri Das

Children Stories Inspirational

ଏକତାର ବଳ ହିଁ ପ୍ରକୃତ ବଳ

ଏକତାର ବଳ ହିଁ ପ୍ରକୃତ ବଳ

2 mins
208


      ହରିଆନାର ଏକ ଦୁର୍ଗମ ଅଞ୍ଚଳରେ ଦଳେ ମଇଁଷି ଚରିବାକୁ ଯାଇଥିବା ସମୟରେ ଗୋଟିଏ ମଇଁଷି ଦଳରୁ ବାହାରି ଏକା ହୋଇ ଯାଇଥିଲା । ଏହି ସମୟରେ ଦୁଇଟି ସିଂହ ଆସି ତାକୁ ଆକ୍ରମଣ କରିବାକୁ ଲାଗିଲେ । ମଇଁଷି ଯେତେ ଚେଷ୍ଟା କଲେ ବି ସିଂହ ଦୁଇଟି କବଳରୁ ମୁକୁଳିବା କଷ୍ଟକର ହୋଇ ପଡିଥିଲା । କେବଳ ଚିତ୍କାର କରିବା ସାର ହୋଇଥିଲା ।


      ଏହି ସମୟରେ ଦୂରରେ ଥିବା ମଇଁଷିପଲ ତାହାର ବିତ୍କାର ଶୁଣି ଧାଇଁ ଆସିଥିଲେ । ସେମାନେ ସିଂହ ଦୁଇଟିକୁ ଭୟ ନକରି ନିଜ ନିଜ ଜୀବନକୁ ଖାତିର ନକରି ଏକତ୍ରିତ ଭାବରେ ସାହସର ସହିତ ଆକ୍ରମଣରେ ଶିକାର ହୋଇଥିବା ମଇଁଷିଟିକୁ ଉଦ୍ଧାର କରିବାକୁ ସେମାନେ ସିଂହଦ୍ବୟଙ୍କୁ ଆକ୍ରମଣ କରିବାକୁ ଲାଗିଲେ । ଉଭୟଙ୍କ ମଧ୍ୟରେ କିଛି ସମୟ ଯୁଦ୍ଧ ଲାଗିବା ପରେ ଶେଷରେ ସିଂହ ଦୁଇଟି ହାରିଯାଇ ପଳାୟନ କରିବାକୁ ବାଧ୍ୟ ହୋଇଥିଲେ ଏବଂ ମଇଁଷିଟି ରକ୍ଷା ପାଇ ଯାଇଥିଲା ।


ଆଜ୍ଞା ଏକଥା କୌଣସି କାଳ୍ପନିକ କାହାଣୀ ନୁହେଁ । ଏହା ଏକ ନିଛକ ସତ୍ୟ ଘଟଣା। ଯାହାକି କ୍ୟାମେରାରେ ରେକର୍ଡ ହୋଇ କ୍ୟାମେରା ସବୁ ଦେଖୁଛି କାର୍ଯ୍ୟକ୍ରମରେ ପ୍ରସାରିତ ହୋଇଥିଲା ।


      ଆମ ଗାଁର ମଧୁ ଅଜା ଆମ ଗାଁର ଯୁବଗୋଷ୍ଠୀଙ୍କୁ ଏକାଠି କରି ଗପ ଆକାରରେ ଏକଥା ଶୁଣାଇ ଥିଲେ । ଏବଂ ସେମାନଙ୍କୁ ବୁଝାଇଥିଲେ ଯେ “ଦେଖ ମଇଁଷିମାନେ ପଶୁ ହେଲେ ବି ସେମାନଙ୍କର ଏକତା ସେମାନଙ୍କୁ ନିଶ୍ଚିତ ବିପଦ ମୁଖରୁ ବଞ୍ଚାଇ ପାରିଲା। ତେଣୁ ଏକତାର ବଳ ହିଁ ପ୍ରକୃତ ବଳ । ଏଥିପାଇଁ ତୁମେମାନେ ସଦା ସର୍ବଦା ଏକତ୍ରିତ ହୋଇ ଶତୃର ସାମନା କଲେ କେବେବି ହାର ମାନିବ ନାହିଁ। ନିଜ ନିଜ ଭିତରେ ଯାହାବି ମନୋମାଳିନ୍ୟ ଥାଉ, ବାହାରକୁ ବାହାରିଲେ ତୁମେ ସବୁ ଏକତ୍ରିତ ହୋଇଯିବ । ଯେପରିକି ତୁମ ଭିତରେ ଥିବା ମନୋମାଳିନ୍ୟ କଥା ବାହାରକୁ ପ୍ରକାଶ ନ ପାଇବ । ତେବେ ଯାଇ ଆମ ସମାଜ ସରସ ସୁନ୍ଦର ଶତୃ ବିହୀନ ସମାଜ ହୋଇ ପାରିବ ।"

      ଆଜ୍ଞା ମଧୁ ଅଜାର କଥା ଶୁଣି ଆମ ଗାଁର ସମସ୍ତେ ଶପଥ ନେଲୁ ଯେ ମଧୁଅଜା କହୁଥିବା କଥା ଆମେ ପାଳନ କରିବୁ । ଖାଲି ଆମେ ନୁହେଁ ଆମ ଓଡିଶା ବାସୀ ତଥା ଭାରତ ବାସୀଙ୍କୁ ମଧ୍ୟ ଅନୁରୋଧ କରୁଛୁ “ଆସନ୍ତୁ ଆମ ସହିତ ହାତ ମିଳାନ୍ତୁ । ସଭିଏଁ ଏକତ୍ରିତ ହେବା ଆମ ଦେଶକୁ ଶତ୍ରୁ କବଳରୁ ରକ୍ଷା କରିବା । ସୁସ୍ଥ ସମାଜ ଗଢିବା।


ଆସ ଆସ ଆସରେ ପିଲେ

ସଭିଏଁ ହୋଇ ଏକତ୍ରିତ 

ଏକତାର ବଳେ ଜିଣିବା

ଶତ୍ରୁ ଭୟ ଦୁରେ ତଡ଼ିବା

ହୋଇବା ଯେବେ ଆମେ ଏକ

ରକ୍ଷା ହେବ ଦେଶର ଟେକ ।



Rate this content
Log in