STORYMIRROR

Dharitri Das

Abstract

4  

Dharitri Das

Abstract

ବାଘ କାହାଣୀ

ବାଘ କାହାଣୀ

2 mins
16


     ଥରେ ଜଣେ ରାଜା ମୃଗୟା ନିମନ୍ତେ ଏକ ଜଙ୍ଗଲକୁ କିଛି କର୍ମଚାରୀଙ୍କ ସହ ବାହାରି ଥିଲେ। ଜଙ୍ଗଲ ଭିତରେ କିଛି ବାଟ ଯିବା ପରେ ସେ ଏକ ଗଛ ମୂଳରେ ବିଶ୍ରାମ ନେବାକୁ ଚାହିଁଲେ।ତମ୍ବୁ ଟାଣି ଫୁଲର ବିଛଣା ବିଛେଇବାକୁ ହେଲା। ତହିଁ ପରେ ରାଜା ବିଶ୍ରାମ ନେଲେ। ଏହି ସମୟରେ ରାଜା ଚିନ୍ତା କଲେ କିଛି ସମୟ ଏକୁଟିଆ ରହି ନିର୍ଜନତାକୁ ଅନୁଭବ କଲେ କେମିତି ହୁଅନ୍ତା। ତା ପରେ ସେ ସମସ୍ତଙ୍କୁ ଜଙ୍ଗଲରେ ମୃଗୟା ନିମନ୍ତେ ନିର୍ଦ୍ଦେଶ ଦେଲେ ଏଵଂ ତାଙ୍କୁ ଏକୁଟିଆ ଛାଡ଼ି ଚାଲିଯିବାକୁ କହିଥିଲେ।

     ରାଜାଙ୍କ ଆଦେଶ କିଏ ବା ଅନ୍ୟଥା କରି ପାରିବ।ତେଣୁ ସମସ୍ତେ ରାଜାଙ୍କୁ ଏକା ଛାଡ଼ି ଚାଲି ଯାଇଥିଲେ। ତାପରେ ରାଜା ନିଶ୍ଚିନ୍ତରେ କିଛି ସମୟ ଶୋଇବେ ବୋଲି ଭାବିଲେ। ତେଣୁ ସେ ତାହାହିଁ କରିଥିଲେ। କିନ୍ତୁ ଛାଇ ନିଦ ମାଡି ଆସିଛି କି ନାହିଁ ହଠାତ୍ ଏକ ବିକଟାଳ ସ୍ୱର ଶୁଣି ରାଜା ଚମକି ପଡ଼ିଥିଲେ ।

     ତଡତି ଉଠି ପଡ଼ି ଚାରି ଆଡ଼କୁ ଚାହିଁଲେ ମାତ୍ର ସେ ଯାହା ଦେଖିଲେ ସେଥିରେ ତାଙ୍କ ଛାତିରୁ ଅତଡ଼ା ଖସି ଗଲା। ସେ କ'ଣ କରିବେ କିଛି ବୁଝି ପାରିଲେ ନାହିଁ। ପାଟିରୁ ବି ଭାଷା ବାହାରିଲା ନାହିଁ।ଭୟରେ ଥରିବାକୁ ଲାଗିଲେ।

    କିଛି ସମୟ ପରେ ଦେଖିଲେ ବାଘଟି ତାଙ୍କ ଆଡ଼କୁ ଆସୁଛି। ସେ ଆହୁରି ଜୋରରେ ଥରିଲେ।ଭଗବାନଙ୍କୁ ପ୍ରାର୍ଥନା କଲେ। ହଠାତ୍ ତାଙ୍କ ମୁଣ୍ଡକୁ ଏକ ସୁନ୍ଦର୍ ବୁଦ୍ଧି ଦିଶିଲା। ସେ ପାଖରେ ଥିବା ବରଗଛ ଉପରକୁ ଚଢ଼ିଗଲେ। ଏବଂ ବାଘ ଗର୍ଜନ କରି କରି ଶେଷରେ ଚାଲି ଗଲା। 

    ଆପଣ ଭାବୁଥିବେ ରାଜା ମୃଗୟା ନିମନ୍ତେ ବନସ୍ତ ମଧ୍ୟରେ ଭ୍ରମଣ କରିବା ପାଇଁ ଯାଇଛନ୍ତି ଅର୍ଥ ସାଥିରେ କିଛି ଅସ୍ତ୍ର ତ ନିଶ୍ଚୟ ନେଇଥିବେ। ତେବେ ବାଘକୁ ସାମନା ନ କଲେ କାହିଁକି ? କାରଣ ରାଜା ମୃଗୟା ନିମନ୍ତେ ଯାଆନ୍ତି ସତ କିନ୍ତୁ ନିଜେ କୌଣସି ପ୍ରାଣୀଙ୍କର କ୍ଷତି କରନ୍ତି ନାହିଁ।ତେଣୁ ସେ ବାଘର କ୍ଷତି କରିବା କଥା ଚିନ୍ତା ନ କରି ନିଜର ସୁରକ୍ଷା ପାଇଁ ଗଛ ଉପରେ ଚଡ଼ିଗଲେ। ବାଘଟି ଚାଲିଗଲ ପରେ ସେ ଗଛରୁ ଓହ୍ଲାଇ ଆସି ଥିଲେ।

    ତାଙ୍କର ଉପସ୍ଥିତ ବୁଦ୍ଧି ତାଙ୍କୁ ସୁରକ୍ଷା ପ୍ରଦାନ କରି ଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract