Dharitri Das

Children Stories

3  

Dharitri Das

Children Stories

ପ୍ରଶଂସା

ପ୍ରଶଂସା

2 mins
189



ଏକଦା ଗୋଟିଏ ରାଜ୍ୟରେ ଜଣେ ରାଜା ଥିଲେ। ସେ ଯାହା ବି କରୁଥଲେ ବା କହୁଥିଲେ ତାକୁ ଲୋକମାନେ ପ୍ରଶଂସା କରିବା ଉଚିତ୍ ବୋଲି ମାନୁଥିଲେ। ରାଜା ତ ଅବୁଝା।ତେଣୁ ସେ ଯେତେ ଭୁଲ କାମ କଲେବି ଲୋକମାନେ ଜାଣିଶୁଣି ତାଙ୍କୁ ବିରୋଧ ନ କରି ପ୍ରଶଂସା କରୁଥିଲେ।

     ଏହା ଦ୍ବାରା କ'ଣ ହେଲା ନା ଦିନକୁ ଦିନ ରାଜାଙ୍କର ଅଜାଣତରେ ଦୁଷ୍କର୍ମ ବଢ଼ିବାକୁ ଲାଗିଲା। ପାତ୍ର ମନ୍ତ୍ରୀ, ଅମାନତ୍ୟ ଗଣ କେହି ବି ତାଙ୍କୁ ଏ ବିଷୟରେ ଅବଗତ ନ କରାଇ ସଦା ସର୍ବଦା ପ୍ରଶଂସା କରି ଚାଲିଥିଲେ। କିନ୍ତୁ ପ୍ରତିବାଦ କରିବାର ସାହସ ସେମାନଙ୍କର ନ ଥିଲା।

      ଦିନକର କଥା ରାଜସଭାରେ ରାଜା ଏହିଭଳି ଏକ ଭୁଲ ନିଷ୍ପତ୍ତି ନେବା ବେଳେ ରାଜକୁମାର ବସି ଦେଖୁଥାନ୍ତି । ତାପରେ ପାରିଷଦ ବର୍ଗ ପ୍ରଶଂସା କରିବାକୁ ଲାଗିଲେ। ଏହାଦେଖି ରାଜକୁମାର ବିସ୍ମିତ ହୋଇଗଲେ।ଭାବିଲେ ଏମାନେ ସବୁ କିପରି ପାରିଷଦ ବର୍ଗ। ଏମାନେ ତ କେହି ରାଜାଙ୍କର ଆଦୌ ଶୁଭାକାଂକ୍ଷି ନୁହନ୍ତି।

    କାରଣ ଜଣେ ଶୁଭାକାଂକ୍ଷି କେବେହେଲେ ଖରାପ ବାଟରେ ଯିବାକୁ ଦେବନି।ସାମନା ଲୋକ ପଛେ ଖରାପ ଭାବୁ ତଥାପି ସେ ତାର ଭୁଲ ବିଷୟରେ ବାରମ୍ବାର ସୂଚନା ନିଶ୍ଚୟ ଦେବ। କାରଣ ସେ ଚାହିଁବ ତାର ବନ୍ଧୁ ନିଜ ଭୁଲ ବିଷୟରେ ଅବଗତ ହେଲେ ଯାଇ ନିଜକୁ ସୁଧାରିବାକୁ ଚେଷ୍ଟା କରିବେ ଏବଂ ଦିନେନା ଦିନେ ସୁନ୍ଦର ପଥ ଅନୁସରଣ କରି ଉତ୍ତମ ମଣିଷ ହୋଇ ପାରିବେ।

     

   ତେଣୁ ରାଜକୁମାର ଦୁଃଖ ପ୍ରକାଶ କରି ନୀରବ ରହିଲେ। ତହିଁ ଆରଦିନ ମିଛରେ କିଛି ଭୁଲ କରିବାର ଅଭିନୟ କରିଥିଲେ ରାଜାଙ୍କ ସମ୍ମୁଖରେ।ତାହା ଦେଖି ରାଜା ମର୍ମାହତ ହେଲେ। ଏପରି କରିବା ଭୁଲ ବୋଲି ବୁଝାଇବାକୁ ଚେଷ୍ଟା କଲେ। ରାଜକୁମାର କହିଲେ ବାପା ମୁଁ ଭୁଲ କରିଛି ବୋଲି ଆପଣ ଯଦି ଜାଣି ପାରୁଛନ୍ତି ତେବେ ନିଜେ କରୁଥିବା ଭୁଲ ବିଷୟରେ ଅବଗତ ହେଉ ନାହାଁନ୍ତି କାହିଁକି।

     ଏହା ଶୁଣି ରାଜା କହିଲେ କାହିଁ ଆଜି ପର୍ଯ୍ୟନ୍ତ କେହି ବି ମୋତେ ଭୁଲ କରିଥିବାର କହି ନାହାଁନ୍ତି। ବରଂ ପାରିଷଦ ବୃନ୍ଦଙ୍କ ଠାରୁ ପ୍ରଜାମାନଙ୍କ ପର୍ଯ୍ୟନ୍ତ ସଭିଏଁ ମୋର ଭୂରି ଭୂରି ପ୍ରଶଂସା କରନ୍ତି।

     ରାଜକୁମାର କହିଲେ ତାହାହିଁ ତ ମୋ ଦୁଃଖର କାରଣ । କେବଳ ସେହି କଥା ଆପଣଙ୍କୁ ଚେତାଇ ଦେବା ପାଇଁ ଏହା ମୋର ଅଭିନୟ ଥିଲା।ଜଣେ ପିଲା ହେଉ ଅବା ବୁଢ଼ା ଜାଣତରେ ହେଉ ଅବା ଅଜାଣତରେ ଯଦି କିଛି ଭୁଲ କରିଦିଏ ତେବେ ତାହା ଦୋଷାବହ ନୁହେଁ। 

    ଦେଖଣାହାରୀ ଯଦି ତାକୁ ଚେତାଇ ନ ଦିଏ ତେବେ ତାହା ମସ୍ତବଡ ଭୁଲ ହୋଇଥାଏ। ଯଦି ଜଣେ ଠିକ୍ ବାଟରେ ଯିବାକୁ ଚାହୁଁଛି ତେବେ ତାକୁ ସେହି ବାଟରେ ଯିବାକୁ ପ୍ରେରଣା ଦିଅ। ପ୍ରଶଂସା କର। ମାତ୍ର ଭୁଲ ବାଟରେ ଯାଉଥିବା ଲୋକକୁ ପ୍ରଶଂସା କଲେ ସେ କେବେବି ଠିକ୍ ବାଟରେ ଚାଲିପାରିବ ନାହିଁ।

       ଆଜିକାଲି ଦୁନିଆରେ ତୋଷାମଦିଆଙ୍କ ସଂଖ୍ୟା ବହୁତ୍। ନିଜର ସ୍ବାର୍ଥ ପାଇଁ କିମ୍ବା ଭଲେଇ ହେବା ପାଇଁ ଭୁଲ ଠିକ୍ ନ ବାଛି କେବଳ ପ୍ରଶଂସା କରି ଚାଲନ୍ତି।ଫଳରେ ଭଲ ମଣିଷ ଆହୁରି ଭଲ ହେବା ବେଳେ ଖରାପ ମଣିଷଟି ଅଧିକରୁ ଅଧିକ ଖରାପ ହେବାରେ ଲାଗେ। 

            ଏହାପରେ ରାଜା ନିଜର ଭୁଲ ବୁଝପାରିଲେ ରାଜ ପାରିଷଦ ବର୍ଗଙ୍କୁ ଡ଼କାଇ ଏ ସବୁ କଥା କହିଲେ। ଏବଂ ସେମାନଙ୍କ ବିଚାରଧାରା ବଦଳାଇବାକୁ ପରାମର୍ଶ ଦେଇ କହିଲେ ଭୁଲ ସବୁବେଳେ ଭୁଲ ହିଁ ହୋଇଥାଏ। ତେଣୁ ଭୁଲ କରୁଥିବା ବ୍ୟକ୍ତିଙ୍କୁ ସେ ବିଷୟରେ ଚେତାଇ ଦେବା ଉତ୍ତମ ବ୍ୟକ୍ତିଙ୍କର କର୍ତ୍ତବ୍ୟ ହେବା ଉଚିତ୍। 

   ରାଜାଙ୍କ କଥା ଶୁଣିବା ପରେ ପାରିଷଦ ବର୍ଗ ନିଜ ଭୁଲ ବୁଝିବା ସହିତ ଅନୁତାପ ମଧ୍ଯ କଲେ।

      ତେଣୁ ବନ୍ଧୁଗଣ ଆପଣଙ୍କର ଭୁଲକୁ ଆପଣଙ୍କୁ ସୂଚାଇ ଦେଉଥିବା ଲୋକ ହିଁ ପ୍ରକୃତରେ ଆପଣଙ୍କର ହିତାକାଙ୍କ୍ଷି ଅଟେ। ଏକଥାଟିକୁ ସହୃଦୟତାର ସହିତ ବିଚାର କରିବା ହୁଅନ୍ତୁ। ଯଦି ମୋ କଥାଟି ଆପଣଙ୍କୁ ଭଲ ଲାଗୁଥାଏ ତେବେ ଗ୍ରହଣ କରନ୍ତୁ ନଚେତ୍ ଦୟାକରି ଭୁଲି ଯାଆନ୍ତୁ।



Rate this content
Log in