STORYMIRROR

Dharitri Das

Comedy Drama

3  

Dharitri Das

Comedy Drama

ହସ କଥା

ହସ କଥା

1 min
204


ଦିନେ ମୁଁ ମୋ ପୁଅର ହୋମ ୱାର୍କ କରାଇବାକୁ ଯାଇ ଦେଖିଲି "ଆଳସ୍ୟ" 'ସ' ଜାଗାରେ 'ଶ' ଲେଖା ଯାଇଛି। ଭାବିଲି ଅନ୍ୟମନସ୍କ ଭାବେ ଲେଖି ଦେଇଛନ୍ତି ବୋଧେ। ତା ପର ଦିନ ଦେଖିଲି "ଆବଶ୍ୟକତା" ରେ ' ଶ ' ଜାଗାରେ ସ ଲେଖା ଯାଇଛି। "ଶୋଭା" ରେ ସ ଲେଖାଯାଇଛି। ଏହିପରି ଭୁଲ୍ ବାର ବାର ଦେଖିବା ପରେ ମୁଁ ସ୍କୁଲ ଯାଇ ଅଧ୍ୟକ୍ଷଙ୍କ ନିକଟରେ ଜଣାଇବା ପରେ ଏକଥା ବିଦ୍ୟାଳୟ ସମ୍ପାଦକଙ୍କ କାନରେ ପଡ଼ିଲା। ମାତ୍ର ତାଙ୍କର ଉତ୍ତର କ'ଣ ଥିଲା ଶୁଣିଲେ ଆପଣ ହସି ହସି ଗଡିଯିବେ । ତାଙ୍କର ଉତ୍ତର ଥିଲା ଏଥିରେ ସଂପୃକ୍ତ ଶିକ୍ଷକଙ୍କର କିଛି ବି ଭୁଲ ନାହିଁ। କାରଣ ତାଙ୍କ ଶିକ୍ଷକ ତାଙ୍କୁ ତାହା ଶିଖାଇଛନ୍ତି। ପିଲାଦିନରୁ ସେ ଯାହା ଶିଖୁଛନ୍ତି ନା।

ଏଥର କୁହନ୍ତୁ ବନ୍ଧୁ ପୀଢ଼ି ପରେ ପୀଢ଼ି କ'ଣ ଆମ ପିଲା ତାହାହିଁ ଶିଖିବେ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy