ପ୍ରବେଶ ପଥ-୨
ପ୍ରବେଶ ପଥ-୨
ସ୍ଵପ୍ନ …, ଏକ କଳ୍ପନା ନା ଆଉ କିଛି ? ମନୁଷ୍ୟକୁ ସର୍ବଦା ଲାଗି ଆସିଛି ସ୍ଵପ୍ନ କେବଳ ତା ନିଦରେ ସୀମିତ , ଏକ ଭାବନା ଯାହା ପ୍ରତିଫଳିତ ହୁଏ ସେତେବେଳେ ଯେତେବେଳେ ତାର ସମସ୍ତ ସ୍ନାୟବିକ କାର୍ଯ୍ୟକଳାପ ସୁପ୍ତ ହୋଇଯାନ୍ତି । ସ୍ଵପ୍ନ ଓ ସତ୍ୟ ଦୁହିଙ୍କୁ ସାଧାରଣତଃ ବିପରିତଗାମୀ ଭଳି ବିଚାର କରାଯାଏ । କିନ୍ତୁ ସ୍ଵପ୍ନ କଣ ସତ ରେ ସତ୍ୟ ନୁହେଁ ? ନିଜକୁ ଥରେ ପଚାର , ଆମେ ଦେଖୁଥିବା ସମସ୍ତ ସ୍ଵପ୍ନ କଣ ମିଛ ?? ଆମ ପରିପାର୍ଶ୍ଵ ରେ ଥିବା କୌଣସି ବାସ୍ତବତା ସହ କଣ ଏହାର ସମ୍ପର୍କ ନାହିଁ ? କ'ଣ ଏହା ଏକ ସଂଯୋଗ ମାତ୍ର ?
ସନ୍ ୧୯୯୮ ଡିସେମ୍ବର -
ନାଃ .......
'ସନି , ବାପା କଣ ହେଲା? ଚମକି ଗଲୁ ଯେ ବାପା; କିଛି ଖରାପ ସ୍ଵପ୍ନ ଦେଖିଲୁ କି ?
ହଁ ବୋଉ , ଚାରିଆଡେ ବହୁତ୍ ପାଣି ଥିଲା । ସମୁଦ୍ର'ରୁ ବହୁତ୍ ଉପର କୁ ପାଣି ଉଠିଯାଇଥିଲା, ସବୁଆଡେ ଖାଲି ପାଣି ଆଉ ପାଣି। ଘର ବାଡି ସବୁ କିଛି ଭାସି ଯାଉଛି , ଲୋକ ହା'ହାକାର କରୁଛନ୍ତି, ଆମ ବାଡି ନଡିଆ ଗଛ'ଠୁ ଦୁଇ ହାତ ଅଧିକା ପାଣି ଆସିଯାଇଛି ବୋଉ....... ମୁଁ ଦେଖୁଥାଏ, ମୋ ଆଖି ଆଗରେ ସମସ୍ତେ ଭାସି ଯାଉଛନ୍ତି, ମୋତେ ବଡ ଡ଼ର ଲାଗୁଛି ବୋଉ ।
ବର୍ତମାନ ସମୟ
Lab ଉଦ୍ଦେଶ୍ୟ ରେ ଯିବାକୁ ବାହାରୁ ଥାଏ ସନତ୍ । ଆଜି ବାପା ମା'ଙ୍କ ଶ୍ରାଦ୍ଧବାର୍ଷିକୀ । କାଲି ପରି ଲାଗୁଛି, 2004 ରେ ତାମିଲନାଡ଼ୁ ବୁଲିବାକୁ ଯାଇଥିଲେ ସେମାନେ। ବାପା ତାଙ୍କୁ ଛୁଟିରେ ବୁଲେଇ ନେବାକୁ କହିଥିଲେ ହେଲେ ସେଇ ସୁନାମି ତା ଜୀବନରେ ବି ସୁନାମି ନେଇ ଆସିଥିଲା।
ପୁନର୍ବାର ନିଜ report ଦେଖୁଥାଏ ସନତ୍ । ଗତ ରାତି ରେ ଦେଖିଥିବା sequence ମିଳୁ ନଥାଏ ତାକୁ। ବହୁତ ତନାଘନା କରି ସାରିଛି ସେ । କିନ୍ତୁ ସେହି ଏକା ଜିନିଷ , ତା'ହେଲେ ଗତ ରାତି ରେ ସେ ଦେଖିଥିବା sequence QTCA କଣ କେବଳ ଗୋଟେ ସ୍ଵପ୍ନ ଥିଲା? ଭଲ ସେ'ତ ଦେଖିଥିଲା ସେ ......ଆଉ ଯଦି ସ୍ଵପ୍ନ ହିଁ ହେଇଥାଏ, ତେବେ ଏହା'ର ମାନେ କ'ଣ? ଏଇ ସ୍ଵପ୍ନ ହିଁ ତ ଉଦ୍ବେଳିତ କରି ଆସିଛି ତାକୁ ପିଲା ବେଳୁ ।
Virus ର ଔଦ୍ଧତ୍ୟ ବଢି ବଢି ଚାଲିଛି। ବର୍ତମାନ ସୁଦ୍ଧା Virus ର 36 ଟି types ମିଳିସାରିଛି ।15 ଫୁଟ୍ ଦୂରତା ରେ ବି ଏହା ନିଜ ପ୍ରଭାବ ବିସ୍ତାର କରିବାକୁ ସକ୍ଷମ । ଯୁବପିଢୀ ବି ଏବେ ଏହା ଦୌରାତ୍ମ୍ୟ ରେ ମୃତ୍ୟୁବରଣ କରୁଛନ୍ତି । 2 ବର୍ଷ ରୁ ଅଧିକ ସମୟ ଲାଗି ବି ଆମେ ଏହି virus ବିଷୟରେ ଜାଣିବାକୁ ଅଜ୍ଞ । Vaccine (ପ୍ରତିଷେଧକ) ତ ବହୁତ ଦୂର ରେ ଅଛି .... ପରିସ୍ଥିତି ସତେ ଯେପରି ପ୍ରତିକୂଳ ଅଛି । ହାର୍ ମାନିବାକୁ ବାଧ୍ୟ କରି ଦେଉଛି ସତେ।
Dr. Andrew ଙ୍କ ଏଇ ଘୋଷଣା ସମ୍ପୂର୍ଣ୍ଣ lab ରେ ନୀରବତା ର ଆସର ଖେଳେଇ ଦେଇଥିଲା। ସତ ରେ କଣ ଏହା ହିଁ ବିନାଶ? ଏହା କଣ ଅନ୍ତ? ସମଗ୍ର ବ୍ରହ୍ମାଣ୍ଡ ର ସର୍ବଶ୍ରେଷ୍ଠ ମସ୍ତିଷ୍କ ଧାରୀ ବୋଲି ଡିଣ୍ଡିମ ପିଟୁ ଥିବା ମାନବ ର କଣ ସମସ୍ତ ବୁଦ୍ଧି ର ଶେଷ ଏଇଠି?
ରାତି 9:00
ନିଜ system ପାଖରୁ ଉଠିଲା ସନତ୍, ନିମିଷା'ର 10
missed call । ଜୀବନ ରେ ଜଣେ ନିମିଷା ହିଁ ତ ଅଛି ନିଜର ବୋଲି କହିବାକୁ। ସେ ହିଁ ତ ସମ୍ଭାଳିକି ରଖିଛି ସନତ୍ ର ଦୋଳାୟମାନ ଜୀବନ ନୌକା କୁ । ବାସ୍ କିଛି message କରି fridge ରେ ଥିବା ଖାଇବା ଗରମ କରି ଖାଇଦେଲା ସନତ୍ । ଓଫ୍ଫ!! ପୁଣି ଏକ ଦିନ ର ପରିସମାପ୍ତି। ନରମ ତକିଆ ର ସ୍ପର୍ଶ ତାକୁ ଖୁବ ଶୀଘ୍ର ନିଦ ମାଉସୀ କୋଳ କୁ ନେଇଗଲା । କିଛି କ୍ଷଣ ଅନ୍ତର ରେ ଗଭୀର ନିଦ୍ରା ରେ ଶୋଇ ଯାଇଥିଲା ସେ ।
"ସ୍ଵପ୍ନ , ଏକ କଳ୍ପନା ନା ଆଉ କିଛି ? ମନୁଷ୍ୟ କୁ ସର୍ବଦା ଲାଗି ଆସିଛି ସ୍ଵପ୍ନ କେବଳ ତା ନିଦ ରେ ସୀମିତ । ଏକ ଭାବନା ଯାହା ପ୍ରତିଫଳିତ ହୁଏ ସେତେବେଳେ ଯେତେବେଳେ ତାର ସମସ୍ତ ସ୍ନାୟବିକ କାର୍ଯ୍ୟକଳାପ ସୁପ୍ତ ହୋଇଯାନ୍ତି । ସ୍ଵପ୍ନ ଓ ସତ୍ୟ ଦୁହିଙ୍କୁ ସାଧାରଣତଃ ବିପରିତଗାମୀ ଭଳି ବିଚାର କରାଯାଏ । କିନ୍ତୁ ସ୍ଵପ୍ନ କଣ ସତ ରେ ସତ୍ୟ ନୁହେଁ ? ନିଜକୁ ଥରେ ପଚାର ଆମେ ଦେଖୁଥିବା ସମସ୍ତ ସ୍ଵପ୍ନ କଣ ମିଛ ?? ଆମ ପରିପାର୍ଶ୍ଵ ରେ ଥିବା କୌଣସି ବାସ୍ତବତା ସହ କଣ ଏହାର ସମ୍ପର୍କ ନାହିଁ । କଣ ଏହା ଏକ ସଂଯୋଗ ମାତ୍ର ? ହୁଏତ ତୁମକୁ ଏହା ଅବାନ୍ତର ଲାଗିପାରେ କିନ୍ତୁ ଏହା ହିଁ ସତ୍ୟ ମନୁଷ୍ୟ ଦେଖୁଥିବା କିଛି ସ୍ଵପ୍ନ ଭୁଲିଯିବା ଅଥବା କିଛି ସ୍ଵପ୍ନ ସତ ହେଇଯିବା କେବେ ବି ସଂଯୋଗ ବଶତଃ ନୁହେଁ , ଏହା ତ ଆମ ଭ୍ରମ ମାତ୍ର ଯାହା ଆମକୁ ପ୍ରକୃତି ର ସମସ୍ତ ରହସ୍ୟ କୁ ବିଜ୍ଞାନ ଦ୍ଵାରା ଉନ୍ମୋଚନ କରାଇବାରୁ ବଞ୍ଚିତ କରେ। ବହୁ ସମୟ ରୁ ମାନବ ସମୟ ଯାତ୍ରା (time travel) ପାଇଁ ଚେଷ୍ଟା କରି ଆସିଛି । କୌଣସି ବସ୍ତୁ ର 7 ଟି fundamental dimensions ଥାଏ। Time travel ପାଇଁ ଏହି dimensions ଗୁଡ଼ିକ ମଧ୍ୟରୁ mass (ବସ୍ତୁତ୍ଵ ) ଓ time(ସମୟ) ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଗାଣିତିକ ଭାଷା ରେ mass ଓ time ର ଗୁଣଫଳ ଏକ constant ଥାଏ । କିନ୍ତୁ ସମୟ ଯାତ୍ରା ପାଇଁ ତୁମକୁ mass ଓ time ଉଭୟ କୁ ସ୍ଥିର ରଖିବାକୁ ହେବ। You have to bend both time and mass simultaneously । ଏଥିପାଇଁ ତୁମକୁ ସଂଯୋଗ ହେବାକୁ ପଡିବ master cell ସହ ।"
"କିଏ ଆପଣ? କଣ କହୁଛନ୍ତି ଏସବୁ ? ମୁଁ ଜଣେ ଭୁତାଣୁବିତ୍। ମୋତେ time travel ବିଷୟ ରେ କାହିଁକି କହୁଛନ୍ତି ?ଏ ସବୁ ସ୍ଵପ୍ନ ର ରହସ୍ୟ କ'ଣ?"
'"ମୁଁ ......ମୁଁ ତ ଜଣେ ବାର୍ତାବହ । ଜଣେ ସଚେତକ.... , ବାସ୍ ମନେ ପକେଇ ଦେବାକୁ ଚାହେଁ ତୁମ ମୂଳ ସ୍ୱରୂପ। ତୁମ ମୂଳ ଉଦ୍ଦେଶ୍ୟ । ତୁମ ସବୁ ପ୍ରଶ୍ନ ର ଉତ୍ତର।"
"କୁହନ୍ତୁ ଏ ସବୁ ର ମାନେ କଣ ? ଏ ସମୟ ଯାତ୍ରା କାହିଁକି? ମୁଁ ହିଁ କାହିଁକି ବିବେଚିତ ?"
"ତୁମ ସବୁ ପ୍ରଶ୍ନର ଉତ୍ତର ତୁମ ନାମରେ ହିଁ ଲୁଚି ରହିଛି ସନତ୍ । ନିଜକୁ ଜାଣିବାକୁ ଚେଷ୍ଟା କର । ନିଜ ଶକ୍ତିକୁ ବୁଝିବାକୁ ଚେଷ୍ଟା କର ।"
ହଠାତ୍ ସେ ଅଜଣା ବୃଦ୍ଧ କ୍ଷୀଣ ଆଲୋକ ସହ ହଜିଗଲେ ଦୂର ଦିଗବଳୟରେ .. I ସେହି କ୍ଷଣରେ ଏକ English alphabet ପରି କିଛି ଦିଶୁଥିଲା ସନତ୍ କୁ । Q ….
ନିଦ ରୁ ଚମକି ଉଠିଲା ସନତ୍ ।
To be continued........