RAJENDRA DASH

Comedy

4.3  

RAJENDRA DASH

Comedy

ଗୁରୁଜୀଙ୍କ କୃଷ୍ଣ ସ୍ଵପ୍ନ

ଗୁରୁଜୀଙ୍କ କୃଷ୍ଣ ସ୍ଵପ୍ନ

5 mins
142



ସ୍ନେହରରାଜେନ୍ଦ୍ର , କେମିତି ଅଛ । ଆଶା କରେ ଭଲରେ ଥିବ । ତୁମ ସହ ଶେଷଦେଖାକୁ ୧୦ ବର୍ଷ ପୁରିଯାଇଛି , ବହୁତ ଦିନ ହେଇଗଲାଣି ନା .... ସତରେ , ବହୁତ କିଛି କଥା କହିବାର ଥିଲା ତୁମକୁ , କିଛି କହିଥିଲି , କିଛି କହି ପାରିନି ...... ହୁଏତ ଏଇଥି ପାଇଁ କହି ନଥିଲି ସେତେବେଳେ ତୁମର ବୟସ ହେଇ ନଥିଲା , ହୁଏତ ତୁମେ ବୁଝି ପାରି ନଥାନ୍ତ , ଏବେ ପାରିବ .... । 

ଜାଣେନା ତୁମେ କାହିଁକି ଗୁରୁ ବୋଲି ଅଭିହିତ କରିଥିଲା , ଜାଣେନା , ମୁଁ ତ ଥିଲି ଜଣେ ସାଧାରଣ ଶିକ୍ଷକ , କିନ୍ତୁ ତୁମେ ମୋତେ ଦେଖୁଥିଲ ଅସାଧାରଣ ଭାବେ , ଯେତେବେଳେ ସବୁ ଛାତ୍ର ମୋ ଅକ୍ଷମତା ଉପରେ ହସୁଥିଲେ ନେପଥ୍ୟରେ , ତୁମକୁ ଦିଶୁଥିଲା ମୋ ଗାଣିତିକ ପ୍ରତିଭା , ତୁମ ଚାରିପାଖ ମୋ ଠାରୁ କାମନା ବାସନାର ଅଭିଜ୍ଞତା ଉପରେ ଗବେଷଣା କରୁଥିଲା ବେଳେ ତୁମର ସେ ବୟସରେ ମୋତେ ଆଧ୍ୟାତ୍ମିକ ଗୁରୁ ଭାବେ ଗ୍ରହଣ କରୁଥିଲ । ମୁଁ ଜାଣେ ମୁଁ ସେ ଆସନ ପାଇଁ ହୁଏତ ଯୋଗ୍ୟ ନଥିଲି , ତୁମକୁ ମୋ ଯତକିଞ୍ଚିତ ଜ୍ଞାନ ବାଣ୍ଟିଥିଲି ବି , ସେଇଥିପାଇଁ ତୁମେ ହୃଦୟରେ ଆନ୍ତରିକ ହୋଇ ପାରିଥିଲ । ସେଇ ଆନ୍ତରିକତାର ଦ୍ଵାହି ନେଇ ମୁଁ ନିମ୍ନ କିଛି ପ୍ରସଙ୍ଗ ଉପରେ ତୁମ ସହ କିଛି ବାର୍ତ୍ତାଳାପ କରିବି ।


ତୁମେ ଜାଣ ମୁଁ କୃଷ୍ଣ ଭକ୍ତ , ଶ୍ରୀ ଗୋବିନ୍ଦଙ୍କ ଚରଣ ସୁଧାରେ ନିଜକୁ ସର୍ବଦା ନିମଜ୍ଜିତ କରିରଖେ , କିନ୍ତୁ ଜାଣେନା ଭକ୍ତ ହିସାବରେ ମୁଁ ଏଇ ପ୍ରଶ୍ନ ଉଠେଇବା ଉଚିତ କି ନୁହେଁ , ଆଉ କାହାକୁ ପଚାରି ପାରିବିନି ବୋଲି ତ ତୁମକୁ ପତ୍ରରେ ଲେଖୁଛି,


 ବାଲ୍ୟ କାଳୁ ଯୌବନ ଯାଇ ବୟସର ଅପରାହ୍ନରେ ଉପନୀତ ମୁଁ , କୃଷ୍ଣ ଙ୍କ ଉପରେ ବହୁ ପୋଥି ପୁରାଣ ବି ପଢି ଦେଲି ମୁଁ , ହେଲେ ଏ ପର୍ଯ୍ୟନ୍ତ  ଏଇ ପ୍ରଶ୍ନ ଉତ୍ତର ପାଇଲିନି , ଘରେ ପୁଅ ଟିଏ ହେଲେ ସମସ୍ତେରାମ ଚନ୍ଦ୍ର ଟିଏ ପରି ହେଉ ବୋଲି ଚାହାନ୍ତି , କିନ୍ତୁ କେହି ଶ୍ରୀକୃଷ୍ଣ ପରି ହୁଅନ୍ତୁ ବୋଲି ଚାହାନ୍ତି ନାହିଁ , ନା ନା ........

ନିଜ ମସ୍ତିଷ୍କ ଉପରେ ବେଶୀ ଜୋର ଦେଇ କାରଣ ଖୋଜ ନାହିଁ । ମୁଁ ଉତ୍ତର ଚାହେନା , ମୁଁ ତ ଖାଲି ମୋ ଭାବନା ଆଦାନପ୍ରଦାନ କରିବାକୁ ଚାହେଁ ।


କୃଷ୍ଣ ...... ମୋ ଆରାଧ୍ୟ .... କିନ୍ତୁ ମୁଁ ଈର୍ଷ୍ୟା କରେ ତାଙ୍କୁ ମୁଁ , କାହିଁ ଜାଣରାଜେନ୍ଦ୍ର , ତୁମେ ଯେତେ ଚେଷ୍ଟା କର କେବେ କୃଷ୍ଣ ସମ ହେଇ ପାରିବନି , କେବେ ଦ୍ଵିତୀୟ କୃଷ୍ଣର ସମ୍ଭାବନା ନାହିଁ, ବାଲ୍ୟ କାଳୁ ବିପରୀତ ଲିଙ୍ଗ ମାନେ ତାଙ୍କ ସହ ପୀରତିରେ ବ୍ୟସ୍ତ , ସେ ପୀରତିର ଅବଶ୍ୟ ଅନେକରୂପ , ବାସଚ୍ଛଲ୍ୟ ମମତା ହେଉ , ଅବା ଯୌବନରେ ପ୍ରେମ , ହଉ ଅବା ବାନ୍ଧବୀର ସ୍ନେହ,। ସବୁ ନାରୀ ଙ୍କ ପ୍ରଥମ ପସନ୍ଦ ଶ୍ୟାମ । ନା ଦ୍ଵାପର ଯୁଗ ନୁହେଁ , ସବୁ ଯୁଗରେ , ତୁମେ ଏବେ ବି ପଚାରି ପାର ତୁମ ସ୍ତ୍ରୀ ଙ୍କୁ , ତୁମ ଭଉଣୀ ଙ୍କୁ , ତୁମ ମା ଙ୍କୁ ଅବା ତୁମ ତୁମ ଜେଜେମା ଙ୍କୁ , ଯୌବନରେ ପ୍ରତି ଟି ନାରୀର ପ୍ରଥମ ପ୍ରେମ ଜଣେ , କୃଷ୍ଣ । ତୁମରି ଶ୍ରେଣୀରେ ତୁମ ସାଙ୍ଗ ମାନେ ଯେତେବେଳେ ନିଜ ଆଶାୟୀ କନ୍ୟା ଙ୍କ ପ୍ରେମୀ ବିଷୟରେ ଗୋପନରେ ଜାଣିବା ପାଇଁ ମୋତେ ଗୁପ୍ତଚର ଭାବେ ନିଯୋଜିତ କରିଥିଲେ ସେତେବେଳେ ପ୍ରତି ଟି ଙ୍କ ଡାଏରୀରୁ କୃଷ୍ଣ ଫୋଟୋ ମୁଁ ଆବିଷ୍କାର କରିଥିଲି । 


 ଜନ୍ମରୁ ଷୋହଳ ବର୍ଷ ଯାଏଁ ରାଧା ଙ୍କ ସହ ପ୍ରେମରଚନା କରିଥିଲେ , ସାଥେ ଥିଲେ ସହସ୍ର ଗୋପ ନାରୀ , ପୁରାଣ ଯାହା ବି କହୁ, ତୁମେ ସାଧାରଣ ମଣିଷ ହିସାବରେ ଭାବ , ଆଜିର ଯୁଗରେ ଗୋଟିଏ ଝିଅକୁ ବି ସମ୍ଭାଳିବା କେତେ ମୁସ୍କିଲ , କିନ୍ତୁ ମହା ପ୍ରଭୁ ଏକ ସାଙ୍ଗେ ଷୋହଳ ବର୍ଷରେ ଷୋହଳ ସହସ୍ର ଜଣଙ୍କ ମୁଣ୍ଡରୁ ଓଢଣା କାଢିଦେବାର କାରଣ ହେଉଥିଲେ ।


ହେଲେ ସେ କାହିଁକି ? ମୁଁ କାହିଁକି ନୁହେ , ମୋ ବାନ୍ଧବୀକୁ ପଚାରିଥିଲି ମୁଁ ମୋ କଲେଜ ବେଳେ , ସେ କହିଥିଲା କୃଷ୍ଣ କଳା ସେଇଟା । ମୁଁ ବି ତ କଳା , ଷୋହଳ ସହସ୍ର ଦୂରରେ ଥାଉ , ଝିଅ ଙ୍କ ଷୋହଳ ଅଣା ଦ୍ରୁଷ୍ଟି ମୋ ଉପରେ ପଡେନି , ଶୁଣିବାକୁ ମିଳେ , “ ହେଃ , କଉଠୁ ଆସିଲା କାଳିଆ ଭୁଆ ମୁହାଁ , କଣ ନା ପ୍ରେମ କରିବ , ଆଇନାରେ ମୁହଁ ଦେଖିକି ଆସେ ପୁଅ , ତା ପରେ ପ୍ରେମ କରିବୁ ।”

ପୁଣି , ଗୋଠ ଜଗିବାକୁ ଗଲା ବେଳେ ଅବୋଲା ଗାଈକୁ ବାଟରେ ଆଣିବାକୁ ଭଙ୍ଗା ବଇଁଶି ଖଣ୍ଡରେ ଆମ ଗୋବିନ୍ଦ ଙ୍କ ସୁରରେ ଖାଲିରାଈ ନୁହେଁ ପୁରା ଗୋପପୁର ବାଈ ଥିଲା । ମା କହୁଥିଲା ମୁଁ କାଳେ ଭଲ ଗୀତ ଗାଏ , ସେଇ କଥାକୁ ବିଶ୍ଵାସ କରି ମୁଁ ବି ଭାବିଲି ହୁଏତ ଭଅଁର ହେଲେ କାଳେ କେଉଁ ଫୁଲ ବୋଲ ମାନିଯିବ, କିନ୍ତୁ ଉତ୍ତରରେ ମୁଁ ଶୁଣିଥିଲି କଣ ଜାଣ ,“ ପୋଡା ମୁହାଁ , ତୋ ଚଉଦ ପୁରୁଷରେ କେହି ଥରେ ଗୀତ ଗାଇଥିଲେ ?, କାହିଁ ବାଟରେ ଘାଟରେ ଆଗରେ ପଛରେ ସବୁ ଆଡେ କାନ ଟା ପାଖେ ଭେମ୍ବାରଡି ଛାଡୁଛୁ , ମନେ ମନେ ଟୋକା କୃଷ୍ଣ । ”


କାହିଁ ରାଜେନ୍ଦ୍ର , ମୁଁ କଣ ପୁରୁଷ ନୁହେଁ , ସେତେବେଳେ ଭକ୍ତି ନୁହେଁ , ଈର୍ଷା ଆସେ ସେଇ ଚକ୍ରଧାରୀ ଙ୍କ ଉପରେ ।

ଦ୍ରୌପଦୀ ଙ୍କ ଅନ୍ୟ ନାମ ଥିଲା କୃଷ୍ଣା , ଦ୍ରୌପଦୀ ଙ୍କ ପରି ମୋର ବି ଜଣେ ବାନ୍ଧବୀ ଥିଲା କୃଷ୍ଣା । ଜାଣ , ଦ୍ରୌପଦୀ ଶ୍ୟାମଳୀ ଥିଲେ , ତାଙ୍କୁ ଧରାର ଶ୍ରେଷ୍ଠା ଅନନ୍ୟା ବୋଲିକୁହା ହେଉଥିଲା , କିନ୍ତୁ ତାଙ୍କ ଏକାନ୍ତ ଅଭିନିଷ୍ଟ ଥିଲେ କାହ୍ନୁ । କୃଷ୍ଣ ଙ୍କ ପ୍ରରୋଚନାରେ ଅର୍ଜୁନ ଙ୍କୁ ମନର ମଣିଷ ସାଜି କୃଷ୍ଣ ଙ୍କ ସଖା ପାଲଟି ଯାଇଥିଲେ , ପ୍ରେମ କିନ୍ତୁ ଥିଲା ସବୁବେଳେ ମନ ଭିତରେ ତାଙ୍କର ।

 ମୋ ଜୀବନରେ ବି କୃଷ୍ଣା ଥିଲେ , କିନ୍ତୁ ପରିସ୍ଥିତି ଟିକେ ଅଲଗା ଥିଲା , ଏଠି ମୋର ଥିଲା କୃଷ୍ଣା ଙ୍କ ପ୍ରତି ଅହେତୁକ ପ୍ରେମ । କେମିତି ବା ନ ଆସିବ । ଯୌବନର ମଳୟ ବୋହିଲା ବେଳେ ,ଗଣିତର କଣ୍ଟକିତ ମରୁରାସ୍ତାରେ ଚାଲିଲା ବେଳେ ପ୍ରୀତିର ପାନୀୟ କିଏ ଅବା ନ ପିବାକୁ ଚାହେଁ , । ହଁ , ଅବଶ୍ୟ ତୁମେ କହିପାର ମୃଗତୃଷ୍ଣା ବୋଲି , ହେଲେ ମୁଁ କେମିତି ଜାଣିଥାନ୍ତି କହିଲ ? ଶେଷରେ କେବଳ ବାନ୍ଧବୀରେ ସନ୍ତୁଷ୍ଟ ହେବାକୁ ପଡିଲା ମୋତେ ,


  ସେ ଦିନ ଯୁଦ୍ଧରେ କ୍ଷତାକ୍ତ ହେଇ ଆସିବା ପରେ କାହ୍ନା ଙ୍କ ହାତରରୁଧିର ଦେଖି ସହି ନପାରି ତାଙ୍କ ପଣତ ଚିରି ବାନ୍ଧିଦେବା ସମୟରେ ସେତେବେଳେର କୃଷ୍ଣା କେବେ ଭାବି ନଥିଲେ ଯେରକ୍ଷାର ଏକ ଅନନ୍ୟ ପର୍ବର ସେ ଜନନୀ ହେବେ ବୋଲି ,

କୃଷ୍ଣ ବି ସେଇ ଚିର ପଣତ କାନିର ସୂତା ସୂତାର ସୁଧମୂଳ ସହରକ୍ଷାର ବଚନ ପାଳନ କରିଥିଲେ ।

ମୁଁ ବି ସେ ଦିନ ଯୁଦ୍ଧରୁ ଫେରିଥିଲି , ମୋ କୃଷ୍ଣା ଙ୍କୁ ହଇରାଣ କରିଥିବା ଗୋଟେ ଟୋକାକୁ ବହେ ଛେଚି ଦେଇ ଆସିଥିଲି । ଆଉ ଆସିବା ପରେ ମୋ ମୁଣ୍ଡରୁ ଝାଳ ପୋଛି ମୋ ହାତରେରକ୍ଷାର ଡୋରୀ ପିନ୍ଧେଇ ଦେଇଥିଲେ ମୋ କୃଷ୍ଣା । ମୋର ଅନାବିଳ ସ୍ନେହରେ ସେ କାଳେ ମୋ ଠାରେ ମେଳାରେ ତାର ହଜି ଯାଇଥିବା ବଡ ଭାଇକୁ ଦେଖୁଥିଲା ।


ଛାଡ , କଣ ଆଉ କହିବି , କଲେଜରୁ ସେଇ ଦୁଃଖରେ ଫେରି ଆସିଲି ଗାଁକୁ , ଇଚ୍ଛା ନଥାଏ ଆଉ କଲେଜ ମାଟି ମାଡିବାକୁ । ପବନ ସାଥେ ଉଡିଯିବାକୁ ମନ ହେଉଥାଏ , ଘର ଛାତକୁ ଯାଇଥାଏ । ସାମ୍ନାରେ ଥିଲେ ଆଠ ଜଣ ସମବୟସୀ ତରୁଣୀ । ତରୁଣୀ ନୁହେଁ , ମୋ ସାମ୍ନାରେ ଥିଲେ କୃଷ୍ଣ ଙ୍କ ଅଷ୍ଟ ପାଟରାଣୀ , । ମୁଣ୍ଡିଆ ଟେ ମାରି କହିଲି ଯାହା ହେଉ ପ୍ରଭୁ ଏତେ ଦିନକେ ଡାକ ଶୁଣିଲ । ସେମାନଙ୍କ ସାନିଧ୍ୟ ପାଇବାକୁ ତାଙ୍କ ସହ ସନ୍ଧ୍ୟା ଆଳତି ଦେଖିବାକୁ ଯାଇ ନିଜ ପାଣ୍ଡିତ୍ୟ ଦେଖେଇଥିଲି ମନ୍ଦିରର ପଣ୍ଡିତ ଙ୍କ ଆଗରେ ................. ଶିଶୁପାଳ ହେଇ ଫେରି ଆସିଲି ଲମ୍ଫଟ , ବଜାରୀ , ଛତରା ଶୁଣି ।

ସ୍ଵପ୍ନ ଭାଙ୍ଗିଗଲା କୃଷ୍ଣ ହେବାକୁ ସେଇଠାରେ ମୋର । ଜାଣିଗଲି , କୃଷ୍ଣ ନିଜେ ହିଁ ଚାହାନ୍ତିନି ଦ୍ଵିତୀୟ କୃଷ୍ଣ ଜନ୍ମ ହୁଅନ୍ତୁ ବୋଲି ।

……………….. 

କାଲି ସ୍ତ୍ରୀ ଙ୍କ ଝିଅ ବାହାଘର ପାଇଁ ବ୍ୟସ୍ତତା ଦେଖି ନିଜେ ଯାଇ ଝିଅକୁ ପଚାରିଲି ,“ ମା’ରେ , ତୋ ମନରେ କିଏ ଅଛନ୍ତି କି , କହ ମୋତେ..... ମୁଁ ଯାଇ ତାଙ୍କ ବାପା ମା ଙ୍କ ସହ କଥା ହେବି ।”

“ନାଇଁ ବାପା , କୃଷ୍ଣ ଙ୍କ ଛଡା ଆଉ କେହି ମୋ ମନରେ ନାହାନ୍ତି ”

ସହିପାରିଲିନି ଆଉ, ସେଥିପାଇଁ ଏଇ ଚିଠି ଲେଖୁଛି ....

ଫୋନ କି ମେସେଜରେ ଏ ସବୁ ଲେଖି ହେବନି , ପତ୍ନୀ ଙ୍କୁ ପାସୱାର୍ଡ ଜଣା ଅଛି , ଗୋପନୀୟତାକୁ ଦ୍ରୁଷ୍ଟିରେରଖି ଚିଠି ଲେଖୁଛି ।

  ତୁମର

  ଗୁରୁଜୀ 


Rate this content
Log in

Similar oriya story from Comedy