Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

RAJENDRA DASH

Others Children

3  

RAJENDRA DASH

Others Children

ଚାପଗ୍ରସ୍ତ

ଚାପଗ୍ରସ୍ତ

3 mins
48



ହଁ ...ମିନୁ ॥କଣ ଖବର କେମିତି ଅଛୁ , ଆଉ ତୋ ପତି ପରମେଶ୍ଵର ଆଚ୍ଛା ..ବିଟୁ କେମିତି ଅଛି । କିଛିଦିନ ଭିତରେ ଗୁଲୁ ଗାଲିଆ ହେଇଗଲାଣି । ହଁ ପରା.. ତୁ କହିଲୁ ଆମ ପିଲା ବେଳ କଥା ଆମକୁ ଆମ ବାପା ମା ମାନେ କେମିତି ସବୁ କଥାରେ ବାଧ୍ୟ କରୁଥିଲେ । ମୋତେ ତ ବାପା ସବୁବେଳେ ସେ ରଶ୍ମିତା ସହ ସେ ଏଇଟା କରୁଛି , ସେଇଟା କରୁଛି, ମୁଁ କାହିଁ କରୁନି ହେଲେ ଆମ ପିଲାଙ୍କୁ ଦେଖ.. ମୁକ୍ତ ଆକାଶର ବିହଙ୍ଗ ପରି ଲାଗନ୍ତି ।ଆଉ ଆମେ ସବିତାର ମୋ ଠୁ ଗଣିତରେ ଅଧିକା ନମ୍ବର ଥିଲା ବୋଲି ଠିଆ ଗୋଇଠା ଖାଇଛି ବାପାଙ୍କ ଠାରୁ କେତେ ଚାପଗ୍ରସ୍ତ ଥିଲେ ଆମେ ସତେ । ଶୁଣେ ପରେ କଥା ହେବା...ଇଏ ଡାକିଲେଣି । କାହିଁକି କେଜାଣି ଗୋଟିଏ ବୋଲି ରବିବାର , ସେଇ ଛୁଟିଟାରେ ପୁଅ ସହ ବାପା କଥା ବି ବୁଝିବାକୁ ପଡୁଛି। ହେ........ ହେ... ହେ (ହସିଦେଇ) ହଉ ରହୁଛି... । ତର ତର ରେ ଫୋନ କାଟି ଦେଲେ ମୋ ସହଧର୍ମିଣୀ ।

ମୋ ଆଡେ କଟାକ୍ଷ ଦେଇ କହିଲେ , କଣ ମିଷ୍ଟର ଭୁଲିଗଲ କି କ୍ୟାମେରା ଦାୟିତ୍ଵ ତୁମର ଆଜି ନୂଆ ଭିଡିଓ କରିବାର ଅଛି ।


ଥାଉ ନା ଶିଖା , ନିଶ୍ଵାସ ନେବାକୁ ଦିଅ ପିଲାଟାକୁ ।ହସିବା ଖେଳିବା ବୟସ ଏବେ ତାର କାହିଁକି ଏ ପାଲା ସବୁ ?”


ତୁମେ କଣ ଜାଣିଛ କହିଲ? ପିଲା କେତେ ସ୍ମାର୍ଟ ହେଲେଣି । କେତେ କେତେ ଜିନିଷ କରି ୟୁ ଟ୍ୟୁବ ଫେସବୁକରେ ଛାଡୁଛନ୍ତି । କିଏ କେତେ ନାଚି କୁଦି କଣ କଣ କଲେଣି , ତୁମ ଭଉଣୀ ଝିଅ କଥା କହିଲ ସଂସ୍କୃତ ଶ୍ଳୋକ ଠୁ ଆରମ୍ଭ କରି ସବୁ ରାଜ୍ୟ ର ରାଜଧାନୀ , ରାଜ୍ୟ ର ଭାଷା ସବୁ କାହିଁକି ୟୁଟ୍ୟୁବ ରେ ଭିଡିଓ ଛାଡିଛି । ତୁମେ କଣ ଚାହୁଁଚ ? ଆମ ଜିତ୍ ପଛରେ ପଡିଯାଉ । କେବେ ନୁହେଁ ,ମୁଁ ଥିବା ଯାଏଁ ସେ ସବୁବେଳେ ଆଗରେ ରହିବ । ସବୁ କଥା ରେ ସେ ଆଗରେ ରହିବ ।


କିନ୍ତୁ ଶିଖା ......!


ତୁମେ ଚୁପ ରୁହ । ଯଉ ମଫକୁ ସେଇ ମଫ ରହିବା । କେମିତି କେଜାଣି ଇଂଜିନିୟର (ଯନ୍ତ୍ରୀ) ଟେ ହେଲ, ଦୁନିଆ ଯାଇ କଉଠି ହାଇ ଜମ୍ପ ମାରିଲାଣି । କଣ ନା ହସିବା ଖେଳିବା ବୟସ ... କିଛି ଜାଣିନ ତୁମେ ବୁଝିଲ , ଯେତିକି କୁହ ହଉଛି ସେତିକି କର। ଚୁପ୍ ଚାପ କ୍ୟାମେରା ଧରି ଠିଆ ହୁଅ ।

 ଉତ୍ତମ ଦାମ୍ପତ୍ୟ ଜୀବନ ପାଇଁ ଗୃହିଣୀ କଥାଟା ମାନିନେବା ପାଇଁ କେଉଁ ଏକ ମହାପୁରୁଷ କହିଥିଲେ । ମୁଁ ମଧ୍ୟ ଏଥିରୁ ବ୍ୟତିରେକ ହେବାକୁ ଚାହୁଁ ନଥିଲି । ସ୍ତ୍ରୀ କଥା ଅକ୍ଷରେ ଅକ୍ଷରେ ମାନିନେଲି ।

ଜୀତ୍ ବେଟା , ଆ ଜାଓ , ମାମ୍ମା ଆଜ ଆପକେ ଭିଡିଓ ବନାୟେଙ୍ଗେ, ଔର ବେଟା ଓଡ଼ିଆ ମେ ହି ବୋଲନା...ଠିକ ହେ ମେରା ସୋନା ବଚା, ତୁମ ମାମ୍ମା କେ ଆଛେ ବଚେ ହୋ ନା ।


ପୁଅ ର ଅମଙ୍ଗ ଚେହେରା ଦେଖି ବିପ୍ଳବୀର ପ୍ରତିବାଦ ସ୍ଵର ଭାସି ଆସିଥିଲା । ଅବଶ୍ୟ କ୍ଷଣସ୍ଥାୟୀ ଥିଲା କିନ୍ତୁ ଆସିଥିଲା ।

ଥାଉ ନା ଶିଖା..ତାର ଇଚ୍ଛା ନାହିଁ କାହିଁ ଜବରଦସ୍ତି କରୁଛ ପିଲାଟା ସହ । ଆଉ ଏ ଓଡିଆରେ କହିବାର ଯଥାର୍ଥତା କଣ ? ତୁମେ ହିଁ ତ କହିଲ ପୁଅକୁ ହାଇ କ୍ଲାସ ଇଂରାଜୀ ମିଡିୟମ ସ୍କୁଲରେ ଛାଡିବା । ଓଡିଆରେ ପଢିଲେ ପୁଅର ଭବିଷ୍ୟ ନାହିଁ ବୋଲି । ମନେ ଅଛି ଶିଖା....?କାଳେ ଓଡିଆ ଛୁଙ୍କ ବାଜିଯିବ ବୋଲି ମା’ ବାପାଙ୍କୁ ତୁମେ ଗାଁ ଙ୍କୁ ପଠେଇଦେଲ । ତା ସହ ଘରେ ଆରମ୍ଭ କରିଦେଲା ଇଂରାଜୀ ବିପ୍ଲବ । ଘରେ ବାହାରେ ସବୁଠି ଇଂରାଜୀରେ କଥା ହେବ ବାଧ୍ୟତା ମୂଳକ । ଏପରିକି ଖାଇବା ପିନ୍ଧିବା ଆଚାର ବ୍ୟବହାର ସବୁଠୁ ଓଡିଆରୁ ଢେର ଦୂରରେ ରଖିଥିଲା ତୁମେ ଆମ ମାନଙ୍କୁ । ଇଚ୍ଛା ନଥାଇ ବି ମୁଁ ଆଦରି ନେଇଥିଲି ତୁମ ଢାଞ୍ଚାରେ .... ପୁଣି ଏ କି ପ୍ରହସନ । 


କଣଟା ଜାଣିଛ କହିଲ ତୁମେ । ନା’ ନା’ ନ କହି ନ କହି ତ ବହୁତ କଥା କହିଗଲଣି । ବୁଦ୍ଧି ଶୁଦ୍ଧି ବୋଲି ତ ମୁଣ୍ଡରେ କିଛି ନାହିଁ । ଆରେ ସମାଜରେ ଚଳିବାକୁ ହେଲେ ଲୋକଙ୍କୁ ଦେଖେଇବାକୁ ପଡେ । ମୋ ପୁଅ ଓଡିଆ ବି କହିଶିଖିଛି । ସେ ଖାଲି ସଂସ୍କୃତ ଶ୍ଳୋକ , ହିନ୍ଦୀ କବିତା କି ଇଂଲିଶ ରାଇମ୍ସ ନୁହେଁ , ପ୍ରାଞ୍ଜଳ ଓଡିଆ ବି କହିପାରିବ। ଗୂଢ କଥା ତ ଏଇଟା ଯେ ଓଡିଆରେ ଭିଡିଓ କରି ପ୍ରବାସୀ ଓଡିଆଙ୍କ ହ୍ଵାଟ୍ସଆପ ଗ୍ରୁପ ରେ ଲିଙ୍କ  ସେୟାର କରିଦେଲେ ଲାଇକ ର ତ ସୁଅ ଛୁଟି ଆସିବ । ତୁମେ ପା’ ନିଜେ ଜଣେ ଲେଖକ ! କଣ ତ ସେଇଟା ... ଉଚ୍ଚ ହେବ ପାଇଁ କର ଯେବେ ଆଶା , ଊଚ୍ଚ କର ଆଗେ ନିଜ ମାତୃଭାଷା । ମାତୃଭାଷା ଉଚ୍ଚ ହେଉ କି ନ ହେଉ ଲୋକଙ୍କୁ ତ ଜଣା ପଡିବ ଆମେ କେତେ ଓଡିଆ ପ୍ରେମୀ । ଏତେ କଥା ନ କହି ରେକର୍ଡ କର ।

ଜିତ୍ ବେଟା ଆ ଜାଓ .. ଏକ୍ , ଚୁପଚାପ ଆଓଗେ ୟା ଦୁଂ ଘୁମାକେ ଏକ୍ ଲାଫା ।

ପତ୍ନୀଙ୍କ ମାଡ଼ ଡ଼ରରେ ବାଧ୍ୟ ପୁଅଟିଏ ପରି ନିଜ ଅଭିନୟ ପାଇଁ ପ୍ରସ୍ତୁତ ହେଲା ଜିତ୍ । କ୍ୟାମେରା ଧରି ମୁଁ ବି ପ୍ରସ୍ତୁତ ହେଲି କିନ୍ତୁ ଜିତ୍ ର ଆଖି ଦେଖି ମୁଁ ବୁଝି ପାରୁଥିଲି ମୋର କିମ୍ବା ଆପଣ ମାନଙ୍କ ପିଲାଦିନ ଠାରୁ ଆମ ପିଲାମାନେ ଆଜି ଅଧିକ ଚାପଗ୍ରସ୍ତ । 


Rate this content
Log in