RAJENDRA DASH

Tragedy Classics

4.1  

RAJENDRA DASH

Tragedy Classics

ମାଂସ ର ବିଳାପ

ମାଂସ ର ବିଳାପ

2 mins
333


ଭବ୍ୟ ଅଟ୍ଟାଳିକା ର ତୁଳିତୁଳ୍ପ ଶେଯ ରେ ବସି ବସୁନ୍ଧରା ପ୍ରଶ୍ନିଳ ଆଖି ରେ ସ୍ମୃତି ରୋମନ୍ଥନ କରୁଥିଲେ ନିଜ ଅତୀତ ର। ନିଜେ ସ୍ଥିତପ୍ରଜ୍ଞ ଭାବେ ନେଇଥିବା ସିଦ୍ଧାନ୍ତ ରେ ଆଜି ସେ ନିଜେ ମଧ୍ୟ ସନ୍ଦିହାନ । ଜୀବନ ସାରା କଣ ସେ ଭୁଲ୍ ନିଷ୍ପତି ନେଇ ଆସିଛନ୍ତି, ଏ ପ୍ରଶ୍ନ ଟି ସତେ ଯେପରି ତାଙ୍କୁ ଭିତରୁ ବ୍ୟସ୍ତ ବିବ୍ରତ କରୁଥାଏ ।


ମନେ ପଡୁଥାଏ ଦରିଦ୍ରତା ସୀମାରେଖା ତଳେ ସଙ୍କୁୁୁୁଚିତ ହୋଇ, ମଦ୍ୟପ ବାପା ର ଦୌରାତ୍ମ୍ୟ ସହି ନ ପାରି ପିଲାବେଳେ ମାଆ ସହ ଚାଲି ଆସିଥିଲେ ସେ ଏଇ ଗୋଆ ସହର କୁ । ଜୀବନ ଚର୍ଯ୍ୟା ପାଇଁ ମାଆ ତାଙ୍କୁ ହୋଟେଲ ର ଗୋଟିଏ କୋଣ ରେ ବସାଇ whisky , scotch ର ଗ୍ଲାସ୍ ସହ ବସିଥିବା gentleman ଙ୍କ ମନୋରଞ୍ଜନ ପାଇଁ ପରିବେଷଣ କରୁଥିଲେ ସଙ୍ଗୀତ । ସଙ୍ଗୀତ ପରିବେଷଣ ତ ସରିଯାଉ ଥିଲା । ରାତି ୧୦ ପରେ ମୁକ୍ତା ଦେଈ ସାଥେ ଘର କୁ ପଠେଇ ଦେଇ ମାଆ ଯେ କାହିଁକି ସକାଳୁ ଘର କୁ ଫେରୁଥିଲା e କଥା ତାଙ୍କ ଶୈଶବ ମସ୍ତିଷ୍କ ବିଶ୍ଳେଷଣ କରିବାକୁ ଅସମର୍ଥ ଥିଲା । 


କୈଶୋର ର ଆଗମନ ସହ ତାଙ୍କ ପାଦ ପଡ଼ିଥିଲା ମାଆ ଙ୍କ ସଙ୍ଗୀତ ପରିବେଷଣ ମଞ୍ଚ ରେ , ମାଆ ଙ୍କ ତାଳ ସହ ନୃତ୍ୟ ର ଛନ୍ଦ ଦେବାକୁ । କିଶୋରୀ ମନ ର ଉତ୍ଫଲ୍ଲିତ ଚିତ୍ତ କେତେବେଳେ ଯେ ସେ ନୃତ୍ୟ ନିପୂଣ ପାଦ ଯୁଗଳ କୁ ଘୁଙ୍ଗୁର ର ବନ୍ଧନ ରୁ ମୁକ୍ତି କରି ଅଶଡ ଚଳଚ୍ଚିତ୍ର ଜଗତରେ ବାନ୍ଧି ଦେଇଥିଲା , ସେ ସମୟ ର ହିସାବ ତାଙ୍କୁ ମନେ ନାହିଁ, ମନେ ପକେଇବାକୁ ଚାହାନ୍ତି ନାହିଁ ମଧ୍ୟ ସେ । 


ଅଶଡ ଚଳଚ୍ଚିତ୍ର ର ସେ ବୁଢିଆଣୀ ଜାଲ ରୁ ଖସାଇ ଆଣି ଜୀବନ ର ପ୍ରକୃତ ଉଦ୍ଦେଶ୍ୟ ର ସ୍ବପ୍ନ ଦେଖିଥିଲେ ଏଇ ଜୀବନ । ଜୀବିକା ରେ ସେ ଜଣେ ସାମ୍ବାଦିକ । ଅଶଡ ଚଳଚ୍ଚିତ୍ର ର ନାୟିକା ମାନଙ୍କ ଜୀବନୀ ର ସାକ୍ଷାତକାର ଦେବା ପ୍ରକାରାନ୍ତେ ଜୀବନ ଙ୍କ ସହ ତାଙ୍କ ପରିଚୟ । ଜୀବନ ବିବାହିତ ବୋଲି ଜାଣି ସୁଦ୍ଧା ତାଙ୍କ ବଳିଷ୍ଠ ବ୍ୟକ୍ତିତ୍ଵ ରେ ପ୍ରଭାବିତ ହୋଇଥିଲେ ବସୁନ୍ଧରା । 


ଭବ୍ୟ ଅଟ୍ଟାଳିକା ର ତୁଲିତୁଳ୍ପ ଶେଯ ରେ ବସି ବସୁନ୍ଧରା ପ୍ରଶ୍ନିଳ ଆଖି ରେ ସ୍ମୃତି ରୋମନ୍ଥନ କରୁଥିଲେ ନିଜ ଅତୀତ ର । ଅଙ୍ଗ ଅଙ୍ଗ ଆଜି ଯନ୍ତ୍ରଣା ରେ ବିରହିତ । ଶରୀର ର ଉତ୍ତାପ ଦ୍ଵିତୀୟ ସୂର୍ଯ୍ୟଙ୍କ ଅବସ୍ଥିତି ଜାହିର କରୁଥିବା ଭଳି ତାଙ୍କୁ ପ୍ରତୀତ ହେଉଥାଏ । ତଥାପି ଜୀବନ ଅଟକୁ ନଥାନ୍ତି , ପୁରୁଷାର୍ଥ ପ୍ରମାଣ ର ଅଦମ୍ୟ ପ୍ରୟାସ ଜାରି ରହିଥାଏ ତାଙ୍କର । ସହି ପାରୁ ନଥାନ୍ତି ବସୁନ୍ଧରା , ଆଖି ରୁ ଦୁଇ ଧାର ଲୁହ ର ଅବିରତ ଧାରା । ଜୀବନ ର ପ୍ରକୃତ ଉଦ୍ଦେଶ୍ୟ ର ସ୍ବପ୍ନ ଦେଖାଉଥିବା ମଣିଷ ଟି ଆଜି ନିଜେ ଦୁଃସ୍ଵପ୍ନ ପାଲଟି ଯାଇଛି । କାରଣ ମାଆ ର ଅସ୍ତ୍ରୋପଚାର (operation) ପାଇଁ ଦରକାର ଥିବା ପାଞ୍ଚ ଲକ୍ଷ ଟଙ୍କା ପ୍ରତିବଦଳ ରେ ବସୁନ୍ଧରା ଜୀବନ ଙ୍କ କାମାଗ୍ନି କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପ୍ରଶମିତ କରିବାର ସନ୍ଧି କରିଥିଲେ । ଦିନେ ଏଇ ମଣିଷ କୁ ଭରସା କରି ସମାଜ ର ମୁଖ୍ୟ ସ୍ରୋତ କୁ ଫେରି ଆସିଥିବା ବସୁନ୍ଧରା ଙ୍କ ହୃଦୟ ଧିକ୍କାରୁ ଥାଏ ଏଇ ମଣିଷ କୁ ନିଜ ମନ ର ମଣିଷ ରୂପେ ବାଛି ନେଇ ଥିବାରୁ । ଜୀବନ ଙ୍କ ବାସନା ପୂରଣ ର ପ୍ରତି ଟି ମୁହୂର୍ତ୍ତ ରେ ବସୁନ୍ଧରା ଙ୍କ କର୍ଣ୍ଣ ଗୁଜ୍ଜରିତ ହେଉ ଥାଏ ତାଙ୍କ ପ୍ରତି ଟି ମାଂସ ର ବିଳାପ


Rate this content
Log in

Similar oriya story from Tragedy