RAJENDRA DASH

Comedy Drama Fantasy

3  

RAJENDRA DASH

Comedy Drama Fantasy

ବିଶ୍ଵ ନିୟନ୍ତାଙ୍କ ଦୁଃଖ

ବିଶ୍ଵ ନିୟନ୍ତାଙ୍କ ଦୁଃଖ

6 mins
130


“ମହାପ୍ରଭୁ , ଉଠିଲେଣି , ଗୁରୁବାର ପରା ଆଜି , ଉଠନ୍ତୁ ““କଣ ହେଲା କିରେ ହନୁମାନ , ସକାଳୁ ସକାଳୁ କାହିଁ ଡାକ ଛାଡୁଛୁ ? କଣ ହେଇଛି , ଦେଖୁଛୁ ତ କୋରୋନା ପାଇଁ ସବୁ ଲୋକ ଙ୍କ କଥା ଶୁଣି ଶୁଣି ବିଳମ୍ବ ରାତ୍ର ରେ ନିଦ୍ରା ଯାଉଛି । ସେଥିରେ ପୁଣି ସକାଳୁ ସକାଳୁ ଡାକି ଦଉଛୁ ” ଅଳସ ଭାଙ୍ଗି ଜଗନ୍ନାଥ ଉତ୍ତର ଦେଲେ । 


“କଣ କରିବା ମହା ପ୍ରଭୁ , ସେଇ କୋରୋନା ନାଟ ତ ଚାଲିଛି , ଖାଲି ମଣିଷ ନୁହେଁ , ଆମ ମାନଙ୍କ ଉପରେ ବି ତାର ପ୍ରଭାବ ପଡିଛି , ଦେଖୁନାହାନ୍ତି ଦିନାକାତେ ନକୁଳ ଦାନ ରୁ ଆଜି ଶୁଖିଲା ତୁଳସୀ ପତ୍ର ରେ ସନ୍ତୁଷ୍ଟ ହେବା କୁ ପଡୁଛି , ଏଇଟା ତ ସାଇ ବାବା ଙ୍କ କୃପା ଯେ ଆଜି ରସଗୋଲା ମିଳି ଯାଉଛି , ଆପଣ ରସଗୋଲା ପ୍ରିୟ ବୋଲି ମୁଁ ଜାଣେ , ସେଇଥିପାଇଁ ସକାଳୁ ସକାଳୁ ସକାଳୁ ଉଠେଇଦେଲି । ”


“ହଁ ରେ ହନୁଆ , ଦିନ ଥିଲା ଆମ ବିଗ୍ରହ ପୂଜା ଘରେ ଶୋଭା ପାଉଥିଲା , ତାରିଣୀ, ଗଣେଶ ,ଲକ୍ଷ୍ମୀ ,ଶିବ, ରାମ ସମସ୍ତ ଙ୍କ ଗହଣ ରେ ପ୍ରାଧାନ୍ୟ ମୋତେ ମିଳୁଥିଲା । ମୁଁ ଆଉ ଶିବ ମିଶି ତୁମ ମାନଙ୍କ କେତେ ଝଗଡା ର ସମାଧାନ କରିଛୁ , ହେଲେ ଦୁର୍ଭାଗ୍ୟ !!!! କିଛି ଦିନ ଭିତରେ ବିଗ୍ରହ ରୁ ଫୋଟୋ କୁ ନିଜ ଆସ୍ଥାନ ରେ ପରିଣତ କରିସାରିଲିଣି । ”


“ଛାଡ଼ ପ୍ରଭୁ ତୁମେ ତ ହେଲେ ବି ଆଜି ଯାଏଁ ମୁରବି ଙ୍କ ପ୍ରଥମ ଆରାଧ୍ୟ , କିନ୍ତୁ ମୋତେ ତ ମୁରବି ବି ପଚାରନ୍ତିନି । ସେଇ ତାଙ୍କ ପୁଅ ଯାହା ଟିକେ ପଚାରୁ ଥିଲା , ପିଲା ବେଳେ ଯାହା ଟିକେ ମୋ ଚାଳିଶା ପଢୁଥିଲା , ଏମିତିକି ମୋତେ ଆରାଧ୍ୟ ମାନି ଆଜୀବନ ବ୍ରାହ୍ମଚାର୍ଜ୍ୟ ର ଶପଥ ବି ନେଇଥିଲା । କିନ୍ତୁ କଲେଜ ମାଟି ମାଡିଲା ଯେ ମୁଁ ଆଉ କିଏ ? ”


“ଯାହା କୁହ ପ୍ରଭୁ ,ଆଗରୁ ପ୍ରତିଯୋଗୀତା ଖାଲି ଆମ ଭିତରେ ଥିଲା , ଏମିତିକି ଆମେ ସମସ୍ତେ ସପ୍ତାହ ର ସବୁ ଦିନ ବାଣ୍ଟି ନେଉଥିଲୁ , ସୋମବାର ଶିବ ଙ୍କର , ମଙ୍ଗଳବାର ମଙ୍ଗଳା ର , ବୁଧବାର ଟା ବୁଧେଈ ର, ଗୁରୁବାର ତ ଲକ୍ଷ୍ମୀ ଙ୍କର ଓ ମୋର , ଶୁକ୍ରବାର ସନ୍ତୋଷୀ ପାଇଁ , ଶନିବାର ଟା ଶନି ଆଉ ହନୁମାନ ଙ୍କ ପାଇଁ , ଆଉ ରବିବାର ଟା ସୂର୍ଯ୍ୟ ଙ୍କ ପାଇଁ । ହେଲେ ଏବେ ତ ସେତିକି ବି ମିଳୁନି ,,, ସବୁ ଦିନ ସାଇ ଙ୍କ ନାମ ରେ , ଆମ କୁ ଯେମିତି ଭୁଲିଗଲେ ସମସ୍ତେ ” ତାରିଣୀ ବି ଅଭିମାନ ଭରା କଣ୍ଠ ରେ କହିଲେ 


“ସେ ଯାହା ହେଉ ଗୁରୁବାର ଦିନ ରେ ତାଙ୍କରି କୃପା ରୁ ଗୃହିଣୀ ଜଣଙ୍କ ରସଗୋଲା ଆଉ ପାଚିଲା କଦଳୀ ଚଢାନ୍ତି ନା ଆମ ପାଖେ ...........” ପେଟ ଅଣ୍ଡାଳି ଅଣ୍ଡାଳି ଗଣେଶ କହିଲେ ।


“କଣ ଶିବ , ତୁମେ କଣ କହୁଛ ?” ଶିବ ଙ୍କ ଶୁଖିଲା ମୁହଁ ଦେଖି ଜଗନ୍ନାଥ ତାଙ୍କୁ ବି ପଚାରିଲେ 


“ମୁଁ ଆଉ କଣ କହିବି ପ୍ରଭୁ , ମୁଁ ତ ଭୋଳା ସନ୍ୟାସୀ ଟିଏ , ବର୍ଷ କୁ ଥରେ ଅଧେ ଭଲ କି ଗଞ୍ଜେଇ ଟାଣିବାର ସୁଯୋଗ ମିଳେ , ଶିବରାତ୍ରି ଦିନ , ଗଞ୍ଜେଇ ଭାଙ୍ଗ ନିଶା ରେ ବହେ ଭକ୍ତ ବି କାଷ୍ଠା ଉପବାସ କରୁଥିଲେ ମୋ ପାଇଁ , ମହାଦୀପ ଉଠିବା ପରେ ଖାଉଥିଲେ , ହେଲେ ଆଜି କାଲି ତ ସାଇ ବାବା ଙ୍କ ମନ୍ଦିର ରେ ମହା ଦୀପ ଉଠିଲାଣି , ମୋ ମନ୍ଦିର ରେ କାଳେ ଜାଗା ହେଉନି ଆଉ ମୁଁ କାଳେ ବହୁତ ଡେରି ଯାଏଁ ତାଙ୍କୁ ଭୋକ ରେ ରଖୁଛି କହିକି ସବୁ ଭକ୍ତ ସାଇ ମନ୍ଦିର ଆଡେ ବାଟ କାଟିଳେଣି । ଘର ର ମୁରବି ଯାହା ପ୍ରସାଦ ଚଢାନ୍ତି , ସେଥିରୁ ସିଂହ ଭାଗ ତ ଆପଣ ଆଡକୁ ଯାଏ , ବାକି ଗୋଟେ ଭାଗ ଯାଏ ମୋ ପୁଅ ପାଖକୁ , ପେଟୁ ଟା ସିଏ , ନିଜ ପେଟ କାଟି ତାକୁ ଦେବାକୁ ପଡେ । ଆଉ ବାକି ତ ସାଇ ବାବା ଖା’ନ୍ତି । ଏପଟେ ପାର୍ବତୀ ବି ରାଗିକି କିଛି ଦେଉନି ଖାଇବାକୁ , ଗଞ୍ଜେଇ ଫୁଙ୍କି ଚଳିଯିବି ଭାବିଥିଲି ଯେ , ଠିକ ସମୟ ରେ କୋରୋନା ହେଇଗଲା , ଯାହା ଯେତିକି ଚୋରା ରେ ଗଞ୍ଜେଇ କାରବାର ହେଉଥିଲା ସେତକ ବି ନାହିଁ । ଭୋଳା କହି କି ଲୋକ ଠକି ଦେଉଛନ୍ତି, ଭୋକ ମୋତେ ବି ଲାଗେ ” ଶିବ ନିଜ ଉତ୍ତର ରଖିଲେ 


“ଶଙ୍କର ସେ ସବୁ ଠିକ ଯେ , ହେଲେ ପାର୍ବତୀ କାହିଁକି ଖାଇବାକୁ ଦେଉନି , ସେ କଥା କୁହ ,ତୁମେ ହିଁ ହଇରାଣ କରୁଥିବ ମୋ ଗେଲ୍ହା ଭଉଣୀ କୁ । ”


“ କଣ ଆଉ କହିବି ପ୍ରଭୁ , ସନ୍ୟାସୀ ବୋଲି କିଛି ପ୍ରସାଧନ ତ ମାରେନା ଅଙ୍ଗ ରେ , ସେଇ ଯାହା ପାଉଁଶ ବିଭୁତି ବୋଳି ହେଉଥିଲି , ସେଇଟା ପାର୍ବତୀ କୁ ବହୁତ ପସନ୍ଦ , କିନ୍ତୁ ସାଇ ଆସିଲେ ଯେ ସେ ମୋ ବିଭୁତି ରେ ବି ଭାଗ ବସେଇଲେ , ଆଜି କାଲି ସବୁ ବିଭୁତି ଚାଲିଯାଏ ଅଗଣିତ ସାଇଦେବାଳୟ କୁ , ମୁଁ ଆଉ ଲଗେଇ ପାରେନା ,ନିଅଣ୍ଟ ପଡୁଛି ମୋତେ , ସେଇଥିରେ ପାର୍ବତୀ ର ଅଭିମାନ , ଖାଲି କଣ ସେତିକି ? ଦଶ ଦିନ ଛୁଟି ମିଳେ ଟିକେ ପାର୍ବତୀ କୁ ବର୍ଷ ରେ , ନୁଆ ଶାଢୀ , ଚୁଡି ,ଫଳମୂଳ, ପନି ପରିବା କେତେ କଣ ମିଳେ ତାକୁ ସେଇ ଦଶ ଦିନ ରେ , ସେଇ ଦଶ ଦିନ କୁ ବି ସାଇ ନେଇ ଗଲେ ପ୍ରଭୁ ତାଙ୍କ ପଟ କୁ, ମୋତେ ସବୁବେଳେ ଖେଞ୍ଚିକି କହୁଛନ୍ତି ଯାଇ କି ସାଇ ଙ୍କୁ ଏ ବିଷୟ ରେ କହିବାକୁ । ମୁଁ ପାର୍ବତୀ ଙ୍କୁ ପ୍ରଶ୍ନ କରେ “ତୁମେ ପରା ମହିଷା ମର୍ଦ୍ଦିନୀ , ଯାଇ କହୁନ ସାଇ ଙ୍କୁ” । ସେ କହିଦିଅନ୍ତି “ବୁଢା ଲୋକ ଟେ , ବାପା ବୟସ ର , ମୁଁ ପୁଣି କଣ କହିବି ”  ”


“ସେତିକି ରେ ତୁମ ମୁହଁ ଶୁଖିଯାଉଛି ହର, ସାଇ ଗୁରୁବାର ଟା ଛଡେଇ ନେଲେ ଯେ ଲକ୍ଷ୍ମୀ ଙ୍କ ପାଖରୁ , ତା ମାନେ ବୁଝୁଛ ତ । ଷାଠିଏ ପଊଟି ତ ମିଳି ଯାଉଛି ସବୁ ଦିନ ଖାଇବାକୁ , କିନ୍ତୁ ଜାଣି ଶୁଣି ଲକ୍ଷ୍ମୀ କଉଟା ପୋଡି ଦଉଛନ୍ତି , କେଉଁଥିରେ ଲଙ୍କା ଢାଳି ଦେଉଛନ୍ତି , କେଉଟା ଲୁଣିଆ କରି ଦଉଛନ୍ତି, ଏପଟେ କୋରୋନା ପାଇଁ ମୁରବି ଖାଲି ତୁଳସୀ ଟିକେ ଦେଉଛନ୍ତି , ସେପଟେ ଲକ୍ଷ୍ମୀ ଙ୍କ ରୋଷ ର ରୋଷେଇ ପାଟି କୁ ଯାଉନି  ” ଦୁଃଖଭରା କଣ୍ଠ ରେ ଜଗନ୍ନାଥ କହିଲେ । 


“ମୋ ଦେବତା ତୁଲ୍ୟ ବଡ ଭାଇ ଙ୍କ ଜନ୍ମ ଦିନ ପାଳନ ର ଖୁସି ଟା କୁ ବି ସାଇ ଛଡେଇ ନେଲେ । ମୁଁ ଏବେ ତୁମ ଉପରେ ବ୍ରାହମାସ୍ତ୍ର ପ୍ରୟୋଗ କରିବି । ସାଇ , ପ୍ରସ୍ତୁତ ରୁହ “ ରାମ, ସୀତା ଲକ୍ଷ୍ମଣ ଥିବା ସେ ଫୋଟୋ ରୁ ଧନୁ ଟଙ୍କାରି ଲକ୍ଷ୍ମଣ ପ୍ରସ୍ତୁତ ହେଲେ 


“ଆରେ ବାୟା ରହ ରହ , ସବୁବେଳେ ଏତେ ଅଧର୍ଯ ହେଲେ ଚଳିବ ? କିହୋ ସାଇ କଥା କଣ , କାହିଁ ଆମ ଭାତ ହାଣ୍ଡି ଭାଙ୍ଗୁଛ କହିଲ , କେତେ ବରିଷ୍ଠ ତୁମେ ଆମ ମାନଙ୍କ ଠାରୁ , ଆମ କଥା ବି ଟିକେ ଭାବ । “


ମୁହଁ ଅଧୋନିତ କରି ସାଇ ଉତ୍ତର ଦେଲେ ,”କହିବି , କିନ୍ତୁ କହିବି କଣ । ସାଧାରଣ ମଣିଷ ଟିଏ ହେଇ ଜନ୍ମ ହେଇଥିଲି , ମଣିଷ ସେବା କରିବାକୁ ଚାହୁଁଥିଲି । ଲୋକ ଭଗବାନ କରିଦେଲେ ମୋତେ । ମୂର୍ତି କରି ପୂଜା କଲେ। ବଞ୍ଚିଥିବା ବେଳେ ଶୁଖିଲା ରୁଟି ଶାଗ ଭଜା ରେ ବଞ୍ଚି ଯାଉଥିଲି , ହେଲେ ମୁ ମରିଯିବା ପରେ ମୋତେ ନିତି ସକାଳେ କ୍ଷୀର ରେ ଗାଧୋଇ ଦିଆଯାଏ , ଶିବ ତ ନାମ କୁ ବଦ୍ନାମ, ତାଙ୍କ କ୍ଷୀର ନାଁ ରେ ପାଣି ମିଶେଇ ଗାଧୁଆ ଯାଏ , ମୋତେ ତ ଓମଫେଡ଼ , ପ୍ରଗତି ର ସଦ୍ୟ କଟା ଖୋଳ ରୁ ବାହାରୁଥିବା କ୍ଷୀର ରେ ସ୍ନାନ କରାଯାଏ । ବଞ୍ଚି ଥିବା ବେଳେ ଭଙ୍ଗା ମସ୍ଜିଦ ରେ ରହୁଥିଲି , ମରିଗଲା ପରେ ମୋ ପାଇଁ ଗଢା ଯାଏ ବହୁ ଭବ୍ୟ ରମ୍ୟ ମନ୍ଦିର । ଲୋକ ଙ୍କ ସେବା ପାଇଁ ମୁଁ କହିଥିଲି , ଆଉ ଏମାନେ ସେବା ନା ରେ ମୋ କଥା କୁ ବ୍ୟବସାୟ ରେ ପରିଣତ କରିଦେଲେ । ମୁଁ ତ କହିଥିଲି ମୁଁ ସବୁଥିରେ ଖୁସୀ , ମୋ କଥା ର କଦର୍ଥ ବାହାର କରି ଏମାନେ ଯେଉଁ ନାଟ ଚଳେଇଛନ୍ତି, ସେଥିରେ ମୁଁ ବି ଅତିଷ୍ଠ । ପ୍ରତି ଗୁରୁବାର ରେ ମୋତେ ପାଲିଙ୍କି ରେ ବସେଇ ଢୋଲ କୀର୍ତ୍ତନ ସହ ବୁଲୁଥିବା ଏଇ ତଥା କଥିତ ମହାନ ଭକ୍ତ ମାନଙ୍କୁ ଥରେ ପଚାର , ମୁଁ କହିଥିବା ୧୧ ଗୋଟି କଥା କୁ କେଉଁ ମାନେ ପାଳନ କରୁଛନ୍ତି ? ପାଳନ ତ ଦୂର ରେ ଥାଉ, କେତେ ଜଣ ମନେ ରଖିଛନ୍ତି ଅବା । ମୁଁ କହିନି ଭକ୍ତି କରିବାକୁ ତୁମେ ମୋ ଭଜନ କୀର୍ତ୍ତନ କର । ମୁ ତ କହିଛି ସମସ୍ତଙ୍କୁ ଶ୍ରଦ୍ଧା କରିବାକୁ , ମୋ କଥା ପାଳନ ନ କରି ଖାଲି ସାଇ ସତ ଚରିତ ପଢିଦେଲେ , କି ଆପଣ ଙ୍କ ଭାଗବତ ପଢିଦେଲେ ,ଅବା ଲକ୍ଷ୍ମୀ ଙ୍କ ମାଣବସା କରିଦେଲେ, ଅବା ହନୁମାନ ଚାଳିଶା ପଢିଦେଲେ ପାପ ରୁ ମୁକ୍ତି ପାଇଯିବେ ଏ ଭ୍ରାନ୍ତ ଧାରଣା ମୁଁ ସେମାନ ଙ୍କ ମନ ରୁ କେମିତି ବାହାର କରିବି ? ବେଳେ ବେଳେ ତ ଶ୍ଵାସ ରୁଦ୍ଧ ହୋଇଯାଏ ,ଯେବେ ନିଜ କଳା ଧନ କୁ ଲୁଚେଇବାକୁ ଦାନ ନାଁ ରେ ଅଜଶ୍ର ସମ୍ପତି ମୋ ଗୋଡ଼ ତଳେ ଢାଳି ଦିଅନ୍ତି , ଆପଣ ମାନେ ବି ସମ ଦଶା ରେ ଭୋଗୀ ଆପଣ ନିଜେ ଜାଣନ୍ତି । ମୁଁ ତ ସାଧାରଣ ଫକିର ଟିଏ ହେବାକୁ ଚାହିଁ ଥିଲି , ଏ ରସଗୋଲା , ଏ ପାରାୟଣ , ଏ ଚକୋଲେଟ , ଏ ସବୁ ରେ ପ୍ରୟୋଜନ ନାହିଁ , ଭଲ ମଣିଷ ଟିଏ ହୁଅ , ଦରକାରୀ କୁ ସେବା ଦିଅ , ସେତିକି ଦରକାର ମୋର । ମଜା କଥା ଏଇଟା ମୋତେ ରାତ୍ରି ରେ ଚାଦର ଟୋପି ମଶାରୀ ଦେଉଥିବା ମଣିଷ ମାନେ ଏ ଯାଏଁ କୋରୋନା ପାଇଁ କେମିତି ମୋ ମୁହଁ ରେ ମାସ୍କ ପିନ୍ଧେଇ ନାହାନ୍ତି ସେ କଥା ଭାବୁଛି । ଯାହା ହେଉ ବିପତ୍ତି ସମୟ ୟେ , ଆସନ୍ତୁ ବରଂ ମୋ ନାଁ ରେ ଆସିଥିବା ରସଗୋଲା କୁ ମିଳିମିଶି ଉପଭୋଗ କରିବା । .................................................................


“ଗୁରୁବାର ପରା ଦିନେ , ଏ ପିଲା ସକାଳ ନଅ ଟା ଯାଏଁ ଶୋଇକି ରହିବ , ରାଜା ...... ଉଠେ ......... ଯାଇକି ଗାଧୋଇକି ଆସି ବାବା ଙ୍କ ଆଳତି ନେ ”ମା’ ଙ୍କ ଡାକ ରେ ଉଠି ପଡିଲି ମୁଁ , ଆଉ ଅଧୁଆ ମୁହଁ ରେ ଠାରେ ଅନେଇ ଦେଲି ମୋ ବିଶ୍ଵ ନିୟନ୍ତା ମାନଙ୍କ ଆଡକୁ ।


Rate this content
Log in

Similar oriya story from Comedy