ଭିନ୍ନ ଏକ ସନ୍ନ୍ୟାସୀ
ଭିନ୍ନ ଏକ ସନ୍ନ୍ୟାସୀ
ଭବ୍ୟ ବିଶାଳ ଦେବାଳୟ ସହ ନିଜ ଗୁରୁଦେବଙ୍କ ସୁଉଚ୍ଚ ପ୍ରତିମାର ପ୍ରତିଷ୍ଠା ଅବସରରେ ନିମନ୍ତ୍ରଣ ଉଦ୍ଦେଶ୍ୟରେ ଆଶ୍ରମକୁ ପଠାଇଥିଲେ ସେ ସୁସଜ୍ଜିତ ରଥ ।
ରଥ ପ୍ରସାଦ ସାମ୍ନାରେ ସ୍ଥିର ହେବା ମାତ୍ରେ ରଥ ଆଡ଼କୁ ଦୌଡ଼ିଯାଇଥିଲେ ରାଜନ୍ ଗୁରୁଙ୍କ କୁଶଳ ଜିଜ୍ଞାସାର୍ଥେ । ଗୁରୁଙ୍କ ଅବିରତ ଲୋତକର ରହସ୍ୟ ଭେଦ କରିବାକୁ ଅକ୍ଷମତା ପ୍ରକାଶ କରିଥିଲେ ନିଜ ପ୍ରଶ୍ନିଳ ଆଖିରେ ।
ଗୁରୁ ମଧ୍ୟ ଠଉରାଇ ନେଇ ଦୋଷାରୋପ ସ୍ୱରରେ କହିଥିଲେ," ମଣିଷ ଚିହ୍ନିବାରେ ମୋର ଭୁଲ୍ ହେଇଗଲା ରାଜନ୍ । ପର୍ଶୁରାମଙ୍କ ଦ୍ଵାରା ଧାରା ନିକ୍ଷତ୍ରୀୟ ହେବା ପରେ ମୁଁ ଭାବିଥିଲି ତୁମ ଭଳି ଜଣେ ଭିନ୍ନ ସନ୍ୟାସୀ ଯେ କି ନିଜ ଗୃହସ୍ଥ ଜୀବନକୁ ହେୟ କରି ହିମାଳୟକୁ ସମାଜ କଲ୍ୟାଣ ଓ ମୋକ୍ଷ ପ୍ରାପ୍ତି ପାଇଁ ତପସ୍ୟା କରିବାକୁ ଚାଲି ଆସିଥିଲା, ହୁଏତ ଏ କାର୍ଯ୍ୟ, ଏ ପଦବୀ ପାଇଁ ଉପଯୁକ୍ତ । ମୋକ୍ଷ ପ୍ରାପ୍ତିର ପ୍ରକୃତ ମାଧ୍ୟମ ତପସ୍ୟା ନୁହେଁ ବରଂ ମାନବ ସେବା ବୋଲି ମୁଁ ବୁଝାଇଥିଲି ସେ ଦିନ । ସେଥିପାଇଁ ଏହି ପ୍ରାନ୍ତର କ୍ଷତ୍ରିୟ ଶୂନ୍ୟ ହେବା ପରେ ତୁମକୁ ନିୟୋଜିତ କରିଥିଲି ଜଣ ସେବକ ହିସାବରେ । କିନ୍ତୁ ତୁମେ ଏ କଣ କରିଲ ରାଜନ୍???? ମୋତେ ମଧ୍ୟ ହତ୍ୟାକାରୀ ସଜେଇ ଦେଇ କୁଢ଼ କୁଢ଼ ଲୋକଙ୍କ ଶବ ଉପରେ ସୁସଜ୍ଜିତ ରଥ ଚଲେଇ ମୋତେ ଆମନ୍ତ୍ରଣ କରିଛ ଦେବାଳୟ ପ୍ରତିଷ୍ଠା ପାଇଁ । ମହାମାରୀର ପ୍ରକୋପରେ ଜନତା ହାୟ ହାୟ କରିଲା ବେଳେ ରାଜକୋଷ ଶୂନ୍ୟ କରି ତୋଲିଛ ଏଇ ମୋର ସୁରମ୍ୟ ପ୍ରତିମା !!!!! ନିଜ ସହ ମୋତେ ବି ହତ୍ୟାକାରୀ ସଜେଇ ଦେଲ ତୁମେ। କେଶ ନିଶ ଧାରୀ ଗେରୁଆ ବସ୍ତ୍ରାବୃତ ତୁମ ପରି ଜଣେ ଛଦ୍ମରୂପୀ ଶଠ ବ୍ରାହ୍ମଣ ବରଂ ସେଦିନ ପର୍ଶୁରାମଙ୍କ ପର୍ଶୁର ଆହାର ହୋଇଯିବା ଶ୍ରେୟସ୍କର ଥିଲା । ହୁଏତ ଏହା ଦ୍ଵାରା ମୁଁ ଏ ବିଶାଳ ପାପର ଭାଗିଦାରୀ ହୋଇନଥାନ୍ତି ।
*****
"ଏ ପିଲା ଯେତେବେଳେ କେଉଁଠି ଟିକିଏ ସମୟ ପାଇଲା, ଶୋଇଗଲା । ଉଠିକି ଟିଭି ଲଗା, ପ୍ରଧାନମନ୍ତ୍ରୀ ମନ୍ କି ବାତରେ କଣ କହିବେ ପରା "
ମାଆଙ୍କ ଡାକରେ ଆଖି ମଳି ମଳି ଉଠିଲି ମୁଁ ।