RAJENDRA PRASAD DASH

Fantasy Thriller

4.7  

RAJENDRA PRASAD DASH

Fantasy Thriller

ପ୍ରବେଶ ପଥ-୧

ପ୍ରବେଶ ପଥ-୧

4 mins
418


"ନା ଏହା ଗଳ୍ପ ନୁହେ ନା ଏହା ମୋର କଲ୍ପନା , ହୁଏତ ତୁମକୁ ଏହା ଆଶ୍ଚର୍ଯ୍ୟ ଲାଗିପାରେ କାରଣ ତୁମର ତଥା କଥିତ ବିଜ୍ଞାନ ର ଜ୍ଞାତସାର ରେ ଏହା ନାହି , କିନ୍ତୁ ସୃଷ୍ଟି ଆରମ୍ଭ ରୁ ଏହା ଥିଲା , ଖାଲି ମନୁଷ୍ୟ ର ମାନସପଟ ରୁ ଏହା ହଜିଯାଇଛି , ସମୟ ଯାତ୍ରା ସମ୍ଭବ , କିନ୍ତୁ ବିଡମ୍ବନା ଏହି ଯେ ଏ ସବୁ ବୁଝେଇବା ପାଇଁ ସମୟ ନାହିଁ ଏବେ, ତୁମକୁ ଯିବାକୁ ହେବ, କେବଳ ତୁମ ଦ୍ଵାରା ହିଁ ଏହା ସମ୍ଭବ , ତୁମେ ହିଁ ବିବେଚିତ , ତୁମକୁ ଯିବାକୁ ହେବ ବହୁତ ଜଲ୍ଦି................. । "

ହଠାତ ଲାଗି ଆସିଥିବା ଆଖି ଖୋଲିଗଲା ସନତ୍ ର , କିଏ ସେଇ ବୃଦ୍ଧ, କାହିଁକି ବାରମ୍ବାର ତା ସ୍ଵପ୍ନ ରେ ଆସୁଛନ୍ତି, ସମୟ ଯାତ୍ରା କଥା କାହିଁକି କହୁଛନ୍ତି, ସନତ୍‌ କିଛି ବୁଝି ପାରୁ ନଥାଏ। ସନତ୍‌ ; ବରିଷ୍ଠ ଭୁତାଣୁବିତ୍‌ , ବୟସ ରେ ସହଯୋଗୀ ମାନଙ୍କ ଭିତରେ କନିଷ୍ଠତମ , ଦେଖିବାକୁ ସୋମ୍ୟ , ନାଁ ଅନୁସାରେ ଦେଖିବାକୁ ବି ଅନୁରୂପ, ଚେହେରା କୁ ଦେଖି କେହି କହି ବି ପାରିବେନି କି ସେ ତିରିଶ ଥର ପୃଥିବୀ ର ପରିକ୍ରମଣ ଅନୁଭବ କରିଛି ବୋଲି। ନିଜ କ୍ଷେତ୍ର ରେ ଦକ୍ଷତମ ଭାବେ କେନ୍ଦ୍ର ସରକାର ଙ୍କ ତରଫ ରୁ ବି ପୁରସ୍କୃତ ସେ ।

ତେବେ ବର୍ତମାନ ପରିସ୍ଥିତି ରେ ସେ ଗବେଷଣା ରେ କାର୍ଯ୍ୟରତ ଏକ ମହାମାରୀ ଭୂତାଣୁ ଉପରେ, ଯାହାର କାୟା ରେ ସମଗ୍ର ପୃଥିବୀ କବଳିତ। ମାନବ ଜଗତ ର ଅନ୍ତ ସତେ ଯେପରି ଦୃଶାୟମାନ , ସମଗ୍ର ପୃଥିବୀ ର ସମସ୍ତ ଆଗ ଧାଡି ର ବୈଜ୍ଞାନିକ ଙ୍କ ଶେଷତମ ପ୍ରୟାସ ସତ୍ବେ କୌଣସି ପ୍ରତିଷେଧକ ବାହାରି ପାରି ନାହି, ଭାରତ ତରଫ ରୁ ସନତ ହିଁ ପ୍ରତିନିଧିତ୍ଵ କରୁଥିଲା ବିଶ୍ଵ ବୈଜ୍ଞାନିକ ପରିଷଦ ରେ ।

ଏ ପରି ଭୂତାଣୁ ମାନବ ଇତିହାସ ରେ ପ୍ରଥମ ଥିଲା, ସତେ ପ୍ରତୀତ ହେଉଥିଲା ଯେପରି ଏକ ମହାଜାଗତିକ ଶକ୍ତି ପ୍ରଚ୍ଛନ୍ନ ରେ କେନ୍ଦ୍ରିତ ହେଇଛି ସେ ଭୂତାଣୁ ମଧ୍ୟ ରେ, ନିଜର ଅସ୍ଥିତ୍ଵ ନଥାଇ ଅନ୍ୟ କେଉଁ କୋଷିକା ଉପରେ ନିର୍ଭରଶୀଳ ହେଉଥିବା କୌଣସି ସାଧାରଣ ଭୂତାଣୁ ନଥିଲା ସେ, ପ୍ରତି ମୁହୂର୍ତ ସେ ନିଜକୁ ତ୍ୱରାନ୍ଵୀତ କରୁଥିଲା, ପରିମାର୍ଜିତ କରୁଥିଲା, କିମ୍ବା simple English ରେ କହିବାକୁ  ଗଲେ ନିଜକୁ update କରୁଥିଲା, ଏହା ହିଁ ହେଉଥିଲା ବୈଜ୍ଞାନିକ ଙ୍କ ପାଇଁ କାଠିକର ପାଠ । 

" ସାଧାରଣତଃ ଭୂତାଣୁ ମାନେ କୋଷିକା (cell) ର ନ୍ୟଷ୍ଟି (nucleus) ଉପରେ ନିର୍ଭର କରିଥାନ୍ତି , କିନ୍ତୁ ଏଇ ଭୂତାଣୁ ମଧ୍ୟରେ ନିଜର ଏକ ନ୍ୟଷ୍ଟି ଥିବା ପରି ଲାଗୁଛି। ସନତ୍‌ , ଏ ବିଷୟ ରେ ତୁମର ମତ କଣ ?"

ଡାଃ. Andrew ଙ୍କ ପ୍ରଶ୍ନ ରେ ଚମକି ଉଠିଲା ସନତ୍। ଗତ ରାତି ର ସ୍ଵପ୍ନ ବିଷୟ ରେ ଭାବି ହେଇ ସେ କେତେବେଳୁ ଯେ ଅନ୍ଯମନସ୍କ ଥିଲା ତାହା ସେ ନିଜେ ବି ଜାଣିନି ।

"Sir , ହୁଏତ ଆମକୁ DNA database କୁ ଆଉ ଥରେ ସମୀକ୍ଷା କରିବା ଦରକାର, ମନୁଷ୍ୟ ର । ହୁଏତ ଆମେ ଜାଣିଥିବା ତଥ୍ୟ ଭୁଲ ହେଇଥାଇପାରେ, ହୁଏତ sequencing of ଡ଼ିଏନଏ ଆମକୁ ଆଉ କିଛି କହୁଥାଇ ପାରେ । ହୁଏତ ଏଇ sequencing ସହ ଏଇ virus ର କିଛି ସମ୍ପର୍କ ଥାଇ ପାରେ । "

"ହେଇ ପାରେ, ………. ପ୍ରକୃତି ର ରହସ୍ୟ କୁ ବୁଝିବା ପାଇଁ ହୁଏତ ବିଜ୍ଞାନ ସାହାଯ୍ୟ କରିଛି, ଆଉ ପ୍ରତି ଥର ବିଜ୍ଞାନ ହି ବିଜ୍ଞାନ କୁ ଭୁଲ ପ୍ରମାଣ କରିଛି, ସେ ହେଉ ଅବା ATOM ଠୁ ବି କ୍ଷୁଦ୍ରତର Mesons ବୋଲି, ଅବା evolution (ବିବର୍ତନ) ରେ Darwin ଙ୍କ survival of fittest theory । ....... ତୁମେ ହୁଏତ ଠିକ ହେଇପାର ସନତ୍, କିନ୍ତୁ ଏବେ ପର୍ଯ୍ୟନ୍ତ ଏହା ଏକ hypothesis ହିଁ ହେଇପାରେ । "`

 କୌଣସି ଆଶାନୁରୂପ ସିଦ୍ଧାନ୍ତ ବିନା ସେ ଦିନ lab ରୁ ଫେରିଥିଲା ସନତ୍ । ଘରେ ପହଞ୍ଚି ପୁନର୍ବାର ତାର system ଆଗେ ବସିଯାଇଥିଲା ସେ, ସତେ ଯେପରି ପୁରା ମାନବ ଜଗତ କୁ ବଞ୍ଚେଇବାର ର ଗୁରୁ ଦାୟିତ୍ଵ ତାରି କାନ୍ଧ ରେ ନ୍ୟସ୍ତ ଥିଲା ।

 "ନା ଏହା ଗଳ୍ପ ନୁହେ ନା ଏହା ମୋର କଲ୍ପନା , ହୁଏତ ତୁମକୁ ଏହା ଆଶ୍ଚର୍ଯ୍ୟ ଲାଗିପାରେ କାରଣ ତୁମର ତଥା କଥିତ ବିଜ୍ଞାନ ର ଜ୍ଞାତସାର ରେ ଏହା ନାହି , କିନ୍ତୁ ସୃଷ୍ଟି ଆରମ୍ଭ ରୁ ଏହା ଥିଲା , ଖାଲି ମନୁଷ୍ୟ ର ମାନସପଟ ରୁ ଏହା ହଜିଯାଇଛି , ସମୟ ଯାତ୍ରା ସମ୍ଭବ , କିନ୍ତୁ ବିଡମ୍ବନା ଏହି ଯେ ଏ ସବୁ ବୁଝେଇବା ପାଇଁ ସମୟ ନାହି ଏବେ, ତୁମକୁ ଯିବାକୁ ହେବ, କେବଳ ତୁମ ଦ୍ଵାରା ହିଁ ଏହା ସମ୍ଭବ , ତୁମେ ହିଁ ବିବେଚିତ , ତୁମକୁ ଯିବାକୁ ହେବ ବହୁତ ଜଲ୍ଦି। ସମୟ ବହୁତ କମ , ସମଗ୍ର ବିଶ୍ଵ କୁ କେବଳ ତୁମେ ତିନି ଜଣ ହିଁ ବଞ୍ଚେଇପାରିବ, ଏହା କୌଣସି ସଞ୍ଜୋଗବଶତଃ ନୁହେଁ , ପିଲା ଦିନୁ ପ୍ରତି ରାତି ରେ ତୁମେ ଦେଖୁଥିବା ଭିନ୍ନ ଭିନ୍ନ ସ୍ଵପ୍ନ ବି ସଞ୍ଜୋଗବଶତ ନୁହେ, ତୁମକୁ ଯିବାକୁ ହେବ ସୃଷ୍ଟି ର ଆରମ୍ଭ କୁ, ଯେଉଁଠି ତୁମ master cell (ପ୍ରଧାନ କୋଷ)ଏବେ ବି ତୁମ ଫେରିବାକୁ ଅପେକ୍ଷା କରିଛି। ତୁମକୁ ତୁମ ପ୍ରତି ଟି ପ୍ରଶ୍ନ ର ଉତ୍ତର ମିଳିବ କିନ୍ତୁ ତା ପୂର୍ବରୁ ତୁମକୁ ନିଜ ଅସ୍ତିତ୍ଵ ଜାଣିବାକୁ ହେବ, ତୁମ ନା ସନତ ହେବା କୌଣସି ସଂଯୋଗ ନୁହେ, ସମୟ ବହୁତ କମ ଅଛି , ବିନାଶ ଦ୍ଵାରଦେଶ ରେ , ତା ପୂର୍ବରୁ ତୁମକୁ ଯିବାକୁ ହେବ ସୃଷ୍ଟି ର ଆରମ୍ଭ କୁ, ତୁମକୁ ଜାଣିବାକୁ ହେବ ପ୍ରବେଶପଥ(the gateway) ବିଷୟ ରେ॥ ଜାଣିବାକୁ ହେବ ତୁମକୁ.............................................. "

ହଟାତ ନିଦ ଭାଙ୍ଗିଗଲା ସନତ୍ ର , ସେ କଣ ସ୍ଵପ୍ନ ଦେଖୁଥିଲା , ସ୍ଵପ୍ନ ଭଳି ଲାଗୁ ନଥିଲା ସେ ସବୁ, ସ୍ଵପ୍ନ ହି ଥିଲା ନା ସେ ଜାଣିଥିବା ସ୍ଵପ୍ନ ର ସଂଜ୍ଞା(definition) ବି ଭୁଲ?

ସାମ୍ନା screen ରେ ଥିଲା DNA sequencing ର code

ACGT TCGA CTAG TACH GTCA GACT ATCG ATGC TGCA GCTA GTAC ATCG ACGT TCGA CTAG TACH GTCA GACT ATCG ATGC TGCA GCTA GTAC ATCG ACGT TCGA CTAG TACH GTCA GACT ATCG ATGC TGCA GCTA GTAC ATCG ACGT TCGA CTAG TACH GTCA GACT ATCG ATGC TGCA QTCA …………………………………..GCTA GTAC ATCG ACGT TCGA CTAG TACH GTCA GACT ATCG ATGC TGCA GCTA GTAC ATCG QTCA ACGT TCGA CTAG TACH GTCA GACT ATCG ATGC TGCA GCTA GTAC ATCG ACGT TCGA CTAG TACH GTCA GACT ATCG ATGC TGCA GCTA GTAC ATCG ACGT TCGA CTAG TACH GTCA GACT ATCG ATGC TGCA GCTA GTAC ATCG ACGT TCGA CTAG TACH GTCA GACT ATCG ATGC TGCA GCTA GTAC QTCA…………………………. ATCG ACGT TCGA CTAG TACH GTCA GACT ATCG ATGC TGCA GCTA GTAC ATCG ACGT TCGA CTAG TACH GTCA GACT ATCG ATGC TGCA GCTA GTAC ATCG ACGT TCGA CTAG TACH GTCA GACT ATCG ATGC TGCA GCTA GTAC ATCG ACGT TCGA QTCA ………………………..CTAG TACH GTCA GACT ATCG ATGC TGCA GCTA GTAC ATCG ACGT TCGA CTAG TACH GTCA GACT ATCG ATGC TGCA GCTA GTAC ATCG ACGT TCGA CTAG TACH GTCA GACT QTCA………….. ATCG ATGC TGCA GCTA GTAC ATCG ACGT TCGA CTAG TACH GTCA GACT ATCG ATGC TGCA GCTA GTAC ATCG


QTCA !!!!!!!!!!!!! ହଠାତ୍ ଏଇ SEQUENCE ଦେଖି ଚମକି ଗଲା ସନତ୍‌ । 

 To be continued………………..



Rate this content
Log in

Similar oriya story from Fantasy