ନର୍ଥପୋଲ, ଆଲାସ୍କା ଭ୍ରମଣ
ନର୍ଥପୋଲ, ଆଲାସ୍କା ଭ୍ରମଣ
ରିହାନ ସ୍କୁଲ୍ ରୁ ଫେରି ବ୍ଯାଗ୍, ଜୋତା ବାହାର କରି ମନ ଦୁଃଖରେ ସୋଫା ଉପରେ ବସିଗଲା। ମନରେ ଅନେକ ଭାବନାର ତରଙ୍ଗ। କ'ଣ କରିବ ? କ'ଣ ନ କରିବ କୁ ନେଇ। କାଲିଠାରୁ ଗୀଷ୍ମଚ୍ଥୁଟି ଆରମ୍ଭ ହେଉଚ୍ଥି। ତା'ର ସବୁ ସାଙ୍ଗ ଚ୍ଥୁଟି ରେ କେଉଁ ଆଡେ ବୁଲିବାକୁ ଯିବେ ଆଲୋଚନା କରୁଥିଲେ। ସେ ଆଲୋଚନାକୁ ଶୁଣୁଥିଲା ସିନା କିଚ୍ଥି କହୁ ନ ଥିଲା। ସେ ଜାଣିଥିଲା ; ଚ୍ଥୁଟି ହେଲେ ବି ତା ଜୀବନ ଶୈଳୀରେ କୌଣସି ପରିବର୍ତ୍ତନ ଆସିବ ନାହିଁ। ଖାଲି ଯାହା ସେ ସ୍କୁଲ୍ ନ ଯାଇ ଘରେ ରହିବ। ଦିନସାରା ଟିଭି ଦେଖି, ଲୁଡୁ ଖେଳି କଟାଇବ। ତା' ପାଖରେ ବହୁତ ଗୁଡିଏ ବହି ଅଚ୍ଥି। ସେ ବେଳେବେଳେ ପଢେ। ଗୋଟିଏ ଦିନସିନା ଚ୍ଥୁଟି ହେଲେ ; ସେ କେମିତି କରି ଦିନଟେ କାଟି ଦବ । ଦୁଇମାସ ଚ୍ଥୁଟି ହେଲେ କରିବ କ'ଣ ? ରିହାନ ଅନେକ ବେଳୁ ଘରକୁ ଆସି ବଗିଚାର ଝୁଲାରେ ବସିଥିଲା। ବହୁତ ବିଳମ୍ବ ହେଇଯିବାରୁ ରିହାନର ମା' ମୀରା ବହୁତ ବ୍ଯସ୍ତ ହେଇ ପଡିଲେ। ଘର ବାହାରକୁ ଆସି ଦେଖିଲା ବେଳକୁ ରିହାନ୍ ଚୁପ୍ ଚାପ୍ ବସିଚ୍ଥି। ମନ ଉଦାସ କରି।
ମୀରା ଆସ୍ତେ ଯାଇ ରିହାନ ପାଖରେ ବସିଲେ। ରିହାନ୍ ର ଧ୍ଯାନ ନ ଥାଏ ମୀରା ଆଡେ। ସେ ତା' ନିଜର ଭାବନା ରାଜ୍ଯରେ ବୁଡିଥିଲା। ରିହାନର ମନର ଉଦାସକୁ ମୀରା ଠିକ୍ ସେ ବୁଝି ପାରୁଥିଲେ। ଆଜିକୁ ୪ବର୍ଷ ହବ ଏମିତି ହିଁ ହୁଏ। ଖରାଚ୍ଥୁଟି ପାଇଁ ଚ୍ଥୁଟି ଆରମ୍ଭ ହେଲେ ; ରିହାନ ସ୍କୁଲ୍ ରୁ ଫେରି ଏମିତି ହିଁ ଉଦାସ ହେଇଯାଏ। ଘରେ ମା' ପୁଅ ଦୁଇଜଣ। ମା' ସକାଳୁ ବାହାରି ଯାଆନ୍ତି ଅଫିସ୍। ରିହାନ ଏକୁଟିଆ ହେଇଯାଏ ଘରେ। ଆଗ ସେ ପିଲାଥିବା ସମୟରେ ଘରେ ଆୟା ଥିଲେ। ରିହାନକୁ ଅଧିକ ବିରକ୍ତ ଲାଗୁ ନ ଥିଲା। ଦିନସାରା ଘର ଭିତରେ ବୁଲିଚାଲି ରିହାନ ସମୟ କାଟି ଦେଉଥିଲା। ବର୍ତ୍ତମାନ ଆୟା ବି ନାହାନ୍ତି। କାଲିଠାରୁ ଖରାଚ୍ଥୁଟି ଆରମ୍ଭ ହେଲା ନାହିଁ ଯେ ରିହାନର ଜେଲ୍ ଦଣ୍ଡ ଆରମ୍ଭ ହେଇଗଲା। ଠିକ୍ ଦଶଟା ବେଳେ ମା' ରିହାନକୁ ଘରେ ରଖି ବାହାର ପଟେ ଚାବି ଦେଇ ଚାଲିଯିବେ ଅଫିସ୍। ଫେରିଲା ବେଳକୁ ଚାରିଟା। ସାଙ୍ଗରେ ଭାଇ କି ଭଉଣୀ କେହି ନ ଥାନ୍ତି। ଏକା ଏକା ଉଦାସ ଜୀବନ ରିହାନ ର। ମୀରା ଆଉଁସି ଦେଲେ ରିହାନର ମୁଣ୍ଡକୁ । ମୁଣ୍ଡ ଉପରକୁ କରି ମୁହଁ ବୁଲାଇ ରିହାନ ମୀରାକୁ ଚ୍ଥଳ ଚ୍ଥଳ ଆଖିରେ ଦେଖିଲା। ମୀରା ଆଉ ନଜକୁ ସମ୍ଭାଳି ପାରିଲେ ନାହିଁ। ରିହାନକୁ କୋଳକୁ ନେଇ କାନ୍ଦିଲେ। କ'ଣ କରିବେ ? ଏତେ ବଡ ଦୁନିଆଁ ରେ ମା' ପୁଅ ଦୁହେଁ ଏକୁଟିଆ।ଅଫିସରେ କାମ ନ କଲେ ଦୁଇପ୍ରାଣୀ ବଞ୍ଚିବେ କିପରି ?
ମୀରା ଆଖିରୁ ଲୁହ ପୋଚ୍ଥି ରିହାନକୁ ବୁଝାଇଲେ। ରିହାନର ଲୁହ ପୋଚ୍ଥି ମୀରା କହିଲେ , " ବାବା! ମୁଁ ଆଜି ତୁମ ପାଇଁ ତୁମ ପ୍ରିୟର ଚକିଲେଟ୍ କେକ୍ କରିଚ୍ଥି। ଭାବିଥିଲି ତୁମେ ସ୍କୁଲ୍ ରୁ ଫେରିଲେ ଦୁହେଁ ମିଶି ଖାଇବା। ହେଲେ, ତୁମେ ଉଦାସ ଭାବୁଚ୍ଥି ପଡିଶା ଘର ମହେଶକୁ ଖୁଆଇ ଦେବି।" ମା' ଙ୍କ କଥା ଶୁଣି ରିହାନ ଚଟ୍ କିନା ଉଠି ଯାଇ କହିଲା , " ମୋ ମାମା ହାତରନ୍ଧା କେକ୍ ମୁଁ ଖାଇବି। ଆଉ କାହାକୁ ଦେବି ନାହିଁ। ତୁମେ କେକ୍ ପ୍ଲେଟ୍ ରେ ସଜାଇ ରହ ମୁଁ ଫ୍ରେସ୍ ହେଇ ଖାଇବି।" ରିହାନ ମୀରାକୁ କେକ୍ ସଜାଇବା ଦାୟିତ୍ବ ଦେଇ ନିଜ ବ୍ଯାଗ୍ ଧରି ଘର ଭିତରକୁ ଗଲା।
କିଚ୍ଥି ସମୟ ପରେ ମୀରା ଆଉ ରିହାନ କେକ୍ ଖାଇବା ସହିତ ମୋଟୁ ଆଉ ପତୁଳ ଦେଖିଲେ ଟିଭିରେ। ରିହାନର ମୋଟୁ ଓ ପତୁଳ ସବୁଠାରୁ ପ୍ରିୟ କାର୍ଟୁନ୍। ବହୁତ ଗରମ ହେବା ଯୋଗୁଁ ମୋଟୁ ଡକ୍ତର ଝଟକ୍ ଙ୍କୁ କିଚ୍ଥି ଉପାୟ କରିବାକୁ ଅନୁରୋଧ କରେ। ଡକ୍ତର ଝଟକା ଫୁରୁଫୁରି ସହରର ଉପରେ ଥିବା ମେଘମାଳ ରେ ବରଫର ଘରସବୁ ତିଆରି କରି ଦେଲେ। ମୋଟୁ, ପତୁଳୁ, ଡକ୍ତର ଝଟକା, ସିଙ୍ଗମ୍ ସାର୍ ସବୁ ଯାଇ ସେ ବରଫ ଅଞ୍ଚଳରେ ଥିବା ଘରେ ରହିଲେ। ଏସବୁ ଦେଖୁ ଦେଖୁ ରିହାନ କହି ଉଠିଲା, " ମାମା ପାପା ବି ଏମିତି ବରଫ ଭିତରେ ଥିବା ଘରେ ରହୁଥିଲେ ନା !" ରିହାନର ଅଚାନକ୍ ଏପରି ପ୍ରଶ୍ନରେ ମୀରା ଆଘାତ ହେଲେ। ଯେଉଁ କଥାକୁ ସେ ମନ ପକାଇବାକୁ ଚାହୁଁ ନ ଥିଲେ ; ସେ ସବୁ ଦୃଶ୍ଯ ତାଙ୍କ ଆଗରେ ନାଚି ଉଠିଲା।"
ରିହାନ ର ପାପା ରମନ ଭାରତ ତରଫରୁ Acrtic circle ରେ ଥିବା ଫ୍ରିଜ୍ଟେ ବୈଜ୍ଞାନିକ ଗବେଷଣା କେନ୍ଦ୍ର ରେ କାମ କରୁଥିଲେ। ସେଠି ରହିବା ସମ୍ଭବ ପର ନୁହେଁ। ବର୍ଷସାରା ସେଠି ବରଫ। ଉତ୍ତର ମେରୁ ଆରମ୍ଭ ପରିଧିକୁ ରୁଷିଆ, କାନାଡା, ଫିନ୍ଲାଣ୍ଡ ର କିଚ୍ଥି ଅଞ୍ଚଳ ଲାଗିଚ୍ଥି। ତେଣୁ ରମନ Finland ଗୋଟିଏ ଗାଁ ରେ ରହିବାର। ଦରକାର ବେଳେ ସେ ଗୋବେଷଣା କେନ୍ଦ୍ରକୁ ଯିବା ଆସିବା କରନ୍ତି। ଦିନେ ରମନ ବରଫତଳେ ଚାପି ହେଇଗଲେ। ତାଙ୍କର ମୁତ୍ଯୁ ଶରୀର ମଧ୍ଯ ମିଳିଲା ନାହିଁ। ଇସ୍ରୋ ତରଫରୁ ମୀରା ଫୋନ ଯୋଗେ ଖରବ ପାଇଥିଲେ। ସେତେବେଳେ ରିହାନ୍ ସାତ ବର୍ଷର ହେଇଥିଲା। ଉଭୟ ମୀରା ଆଉ ରୋହନ ଅନାଥ ଥିଲେ। ପିଲାବେଳେ ଗୋଟିଏ ଆଶ୍ରମରେ ବଡ ହେଇଥିଲେ। ସାଙ୍ଗ ପରେ ପ୍ରେମ। ଶେଷରେ ସମ୍ପର୍କ ବିବାହର ରୂପ ନେଇଥିଲା।
ମୀରା ରିହାନ୍ ର ଡାକରେ ପ୍ରକୃତିସ୍ଥ ହେଲେ। ମା' ପୁଅ ମିଶି ରମନ ଙ୍କୁ ମନ ପକାଇ ବହୁତ ଗପିଲେ। କଥାବାର୍ତ୍ତା ସମୟରେ ରିହାନ ରମନର ଫଟୋକୁ ଦେଖି ଟିକିଏ ହସି ଦେଇ ; ଫଟୋ ପାଖରେ ଲାଗିଥିବା ପ୍ରଭୁ ଯିଶୁଙ
୍କୁ ଫଟୋକୁ ଅନାଇ ମନେ ମନେ କହିଲା, " ପ୍ରଭୁ ମୋ ପାପାଙ୍କ ମଲା ଶରୀର ମିଳି ନାହିଁ। ପ୍ଲିଜ୍ ତୁମେ ତାଙ୍କୁ ବଞ୍ଚାଇ ରହିଥାଏ। ଆଉ ସେ ଆମ ପାଖକୁ ଫେରି ଆସନ୍ତୁ।"
ଖରାଚ୍ଥୁଟି ଆରମ୍ଭ ହେଲା। ମେ ମାସର ଯେଉଁ ଖରା ବାପ୍ ରେ ; ସକାଳ ୬ ପୂର୍ବରୁ ସୂର୍ଯ୍ଯ ଆସି ସଂଧ୍ଯା ୬ ପରେ ଯାଉଚ୍ଥନ୍ତି। ମୀରା ନିଜ କାମରେ ଅଫିସ୍ ପଳାନ୍ତି ରିହାନ ଘରେ ଏକୁଟିଆ ସମୟ କାଟେ। ତିନିଦିନ ପରେ ମୀରା ଅଫିସ୍ ରୁ ଫେରି ସୋଫାରେ ବସିବା ମାତ୍ର ରିହାନ୍ ଗୋଟିଏ ଚିଠି ହାତକୁ ବଡାଇ ଦେଲା। ମୀରା କିଚ୍ଥି ବୁଝି ନ ପାରି ରିହାନକୁ ଅନାଇଲେ। ରିହାନ କହିଲା , " ମାମା ଚିଠିଟା North pole, alaska ରେ ଥିବା santa claus village ରୁ ଆସିଚ୍ଥି। ଦେଖେ ଏଇଟା ପାପା ଅକ୍ଷର ପରି ଲାଗୁଚ୍ଥି ମୋତେ। ମୀରା ମଧ୍ଯ ଚିଠିର ପ୍ରେରକ ଜାଗାରେ ଭଲକରି ଦେଖି ରିହାନ୍ କୁ କହିଲେ, " ତୁ ଠିକ୍ କହୁଚ୍ଥୁ। ଏଇଟା ତୋ ପାପା ଙ୍କ ଅକ୍ଷର।" ମୀରା ସାଙ୍ଗେ ସାଙ୍ଗେ ଚିଠି ଖୋଲି ପଢିଲେ। ପଢା ଯେତେ ଆଗକୁ ବଡୁଥାଏ ମୀରା ଆଖିରେ ଲୁହ ସେତେ ପରିମାଣରେ ବଡୁଥାଏ। ଚିଠି ପଢା ସାରି ମୀରା ରିହାନ୍ କୁ କୁଣ୍ଢେଇ ନେଇ କହିଲେ ତୋ ପାପା ବଞ୍ଚଚ୍ଥନ୍ତି। ଆଉ ସେ ଆମକୁ North pole, Alaska Santa Claus village ରୁ ଡାକିଚ୍ଥନ୍ତି। ସେ ଦିନ କିଚ୍ଥି ଲୋକ ତାଙ୍କୁ ବରଫ ତଳୁ ବାହାର କରି ହସ୍ପିଟାଲ୍ ନେଇ ଥିଲେ। ଆଉ ସେ କୋମା ରେ ଥିଲେ। ଏଇ କିଚ୍ଥି ଦିନ ହବ ସେ ଭଲ ହେଇ ନିଜର ସ୍ମରଣଶକ୍ତି ପାଇଚ୍ଥନ୍ତି। ରିହାନ୍ ଖୁସି ହେଇ ଯିଶୁଙ୍କୁ ପ୍ରମାଣ କରି କହିଲା ," ଯେଉଁଠି ଯିବା ଭାଗ୍ଯର କଥା ; ସେଇଠି ମୁଁ ଯିବି।" ମୋ ପାପାକୁ ତୁମେ ବଞ୍ଚାଇ ରଖିଚ୍ଥ। ଧନ୍ଯବାଦ ପ୍ରଭୁ।
ମୀରା ଆଉ ରିହାନ Finland ରେ ପହଞ୍ଚି , North pole Alaska ରେ ଥିବା Santa Claus village କୁ ଗଲେ। ସେଠାରେ ତାଙ୍କର ରମନ ସହିତ ଦେଖା ହେଲା। ମୀରା ଆଉ ରିହାନ୍ ରମନକୁ ଦେଖି ବହୁତ କାନ୍ଦିଲେ। ସେଇଠି ଭାରତୀୟ ନାହାନ୍ତି କହିଲେ ଚଳେ। ରମନ ସେଠାରେ ଥିବା ପୌଡ ଦମ୍ପତ୍ତି ଙ୍କ ଘରେ ରହୁଥିଲେ। ସେମାନଙ୍କ କେହି ପିଲାଚ୍ଥୁଆ ନ ଥିଲେ। ରମନ ମୀରା ଆଉ ରୋହନ ର ପରିଚୟ ସେମାନଙ୍କ ସହିତ କଲେ। ବୁଢୀମା' ମନ ଦୁଃଖରେ କହିଲେ ଏଠି ଭାରତୀୟ ଖାଇବା ଦ୍ରବ୍ଯ ମିଳିବା ବହୁତ କଷ୍ଟ। ଅନେକ ଚେଷ୍ଟା ପରେ ବି ମୁଁ ତୁମ ମାନଙ୍କ ପାଇଁ ଭାରତୀୟ ଖାଇବା ପ୍ରସ୍ତୁତ କରି ପାରିଲି ନାହିଁ। କେକ୍, ସୁପ୍ ଓ୍ବାଇନ୍ ତିଆରି କରି ରଖିଚ୍ଥି। ତୁମେ ମା' ପୁଅ ଫ୍ରେସ୍ ହେଇଯାଅ। ଖାଇବା ଟେବୁଲ୍ ଉପରେ ଓ୍ବାଇନ୍ ଦେଖି ମୀରା ନିଜକୁ ଅସହଜ ମନେ କଲେ। ରମନ ତାଙ୍କୁ ବୁଝାଇ ଦେଲେ ବରଫ ଦେଶରେ ଏସବୁ ପିଇବାକୁ ପଡେ। ଡରନାହିଁ ଏହା ସ୍ବାସ୍ଥ ପକ୍ଷ କ୍ଷତିକାରକ ନୁହେଁ। ଖାଇ ମୀରା ଆଉ ରିହାନ୍ ଆରାମ କଲେ।
ଘଣ୍ଟାର ଶବ୍ଦ ଶୁଣି ରିହାନ ର ନିଦ ଭାଙ୍ଗିଗଲା। ଦେଖିଲା ପାଖରେ ମୀରା ନାହାନ୍ତି। ମୀରା, ରମନକୁ ଖୋଜି ଖୋଜି ରିହାନ୍ ବୈଠକ ଘରେ ଯାଇ ପହଞ୍ଚିଲା। ସବୁ କୁଆଡେ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ। ରିହାନ୍ ସେମାନଙ୍କୁ ଚର୍ଚ୍ଚ ଘଣ୍ଟା ବାଜିବାର ଶବ୍ଦ ବିଷୟରେ ପଚାରିବାରୁ ବୁଡା ବ୍ଯକ୍ତି ଜଣକ କହିଲେ ଆଜି ମେ ୩୧, santa claus house ର memorial day. ଆଜି ବହୁତ ବଡ ପାର୍ଟି ଅଚ୍ଥି। ମୀରା ରିହାନକୁ ଶୀଘ୍ର ରେଡି ହେବାକୁ କହିଲେ। ରିହାନ୍ ବି ଫଟାଫଟ୍ ବାହାରି ଗଲା।
ସବୁ ମିଶି କିଚ୍ଥି ଦୂରରେ ଥିବା wold fomes , North pole Alaska ର Santa Claus village ରେ ଥିବା Santa Claus hours କୁ ଗଲେ। ତୁଷାର ଅଞ୍ଚଳ ଭିତରେ ସବୁ ବର୍ଗକୁ ଆକୃଷ୍ଟ କଲା ପରି ଚର୍ଚ୍ଚ ଆଉ ପାର୍କ । ରିହାନ୍ ଏସବୁ ଦେଖି ବହୁତ ଖୁସି ହେଇଗଲା । ପ୍ରଥମେ ଯିଶୁଙ୍କୁ ପ୍ରାର୍ଥନା କଲେ ସବୁ। ବୁଡା ବ୍ଯକ୍ତି ଜଣଙ୍କ ରିହାନକୁ ଚର୍ଚ୍ଚ ବିଷୟ ରେ କହିଲେ ଏହା , 1952 ରେ ତିଆରି ହେଇଥିଲା। ଏବର ନୂଆଁ ରୂପ। କୁହାଯାଏ ପ୍ରକୃତ ସାଣ୍ଟା ଏଇଠି ରହୁଥିଲେ। ଆହୁରି ଅନେକ କିଚ୍ଥି କହିଲେ। ସେମାନେ ଭିତରେ ଥିବା କ୍ଯାଣ୍ଡି( ଚକିଲେଟ୍) ସପ୍ କୁ ଯାଇ ବିଭିନ୍ନ ଧରଣର କ୍ଯାଣ୍ଡି ଧରି ବାହାପରୁ ଆସିଲେ। ୫୦ପୁଟ୍ ଉଚ୍ଚତାର world's largest santa କୁ ଦେଖି ରିହାନ୍ ବହୁତ ଖୁସି ହେଇଗଲା। ସମସ୍ତଙ୍କ ସହିତ ମିଶି ଫଟୋ ବାହାର କଲା। larger life three ରେ ଲାଗିଥିବା ଉପହାର କୁ ଡେଇଁ ଡେଇଁ ଧରିବାକୁ ଚେଷ୍ଟା କଲା। ଶେଷରେ ୩ଟା ଉପହାରକୁ ଧରିଲା। ପାଖରେ ଥିବା ଲୋକ ଜଣଙ୍କ ସେ ସବୁ ବାହାର କରି ରିହାନ୍ କୁ ଦେଲେ। ରିହାନ୍ ନିଜ ବାପାଙ୍କୁ ପାଇ ଯେତେ ଖୁସି ଥିଲା; ତା ଠାରୁ ଅଧିକ ଖୁସିଥିଲା ବୁଡା ଜେଜେବାପା, ବୁଢା ଜେଜେ ମା' ଙ୍କୁ ପାଇ। ଗୋଟିଏ ହାତରେ ଜେଜେବାପା ଆଉ ଗୋଟିଏ ହାତ ଜେଜେ ମା' ହାତ ରେ ଧରି ରିହାନ୍ ହଜିଗଲା santa claus house ରେ ହେଉଥିବା memorial day ଉତ୍ସବ ଭିତରେ। ଜୀବନରେ ବେଳେ ଏମୁହୂର୍ତ୍ତଚ ଆସିଯାଏ ଯାହା ଆମ କଳ୍ପନା ବାହାରେ ଥାଏ। ରିହାନ୍ ର ମନ ଗାଉଥାଏ:-
କୁଛ୍ ହେ ଜୁନୁନ୍ ସା
କୁଛ୍ ପାଗଲ୍ ପନ୍ ୟେ
ସୋ ବାତେଂ କର୍ ତା
ୟେ ବୁଦ୍ଦୁ ସା ମନ୍ ହେ