ତାଓ୍ବାଙ୍ଗ ମଠରେ କିଚ୍ଥି ଦିନ
ତାଓ୍ବାଙ୍ଗ ମଠରେ କିଚ୍ଥି ଦିନ
"ନା ଆଉ ହବ ନାହିଁ। ମୋତେ ଟିକିଏ ଶାନ୍ତି ଦରକାର। କାମ କାମ ସବୁବେଳେ କାମ। ଏଇ ଅଫିସ୍ କାମରେ କାଲି କଲିକତା ତ ଆଜି ମୁମ୍ବାଇ। ଘରେ ମଣିଷ ଦିନେ ବି ରହି ପାରୁନି। ପିଲାମାନଙ୍କ କଥା ବୁଝି ହେଉନି। ଜୀବନଟା ଫ୍ଲାଇଟ୍, ଟ୍ରେନ୍ ଆଉ କାରରେ ଯିବା ଆସିବା କରି କଟିଯିବ। ନା ମୋର କିଚ୍ଥି ସମୟ ଦରକାର। ସେ ସମୟ ଗୁଡିକ କେବଳ ମୁଁ ମୋ ସହିତ କାଟିବି।" ଏମିତି କିଚ୍ଥି ଜୀବନରୁ ବିରକ୍ତ ହେଇ ଯାଇଥିବା ଆକାଶ ତାଙ୍କ ସ୍ତ୍ରୀ ନୀତାକୁ କହୁଥାନ୍ତି। ନୀତା ମଧ୍ଯ ଚୁପ୍ ଚାପ ଶୁଣୁଥାନ୍ତି ସ୍ବାମୀଙ୍କ କଥା। ମଣିଷ ଯଦି ଦିନରାତି ନିଜର ଆଉ ନିଜ ପରିବାରର ଆବଶ୍ଯକତା ପୂରଣ ପାଇଁ ଦିନରାତି କାମ କରିବ ତେବେ ତା' ଅବସ୍ଥା କଣ ଯେ ହବ? ସବୁ ଶାରୀରିକ ସୁସ୍ଥତା ଦେଖନ୍ତି ହେଲେ ମାନସିକ ସୁସ୍ଥତା ବି ଆବଶ୍ଯକ କେହି ବୁଝି ପାରନ୍ତି ନାହିଁ। ନୀତା ଆକାଶକୁ ଅଫିସ୍ ରୁ କିଚ୍ଥିଦିନ ଚ୍ଥୁଟି ଆଣି ଘରେ ପିଲାଙ୍କ ସହିତ ରହିବାକୁ ପରାମର୍ଶ ଦେଲେ। ଆକାଶ ମଧ୍ଯ ନୀତାଙ୍କ କଥା ମାନି ସେମିତି କଲେ। ଦୁଇଦିନ ପରେ ଯେଉଁ ବିଷାଦ କୁ ସେହି ବିଷାଦ ହେଇଗଲେ ଆକାଶ। ନୀତା ଜଣେ ଶିକ୍ଷୟତ୍ରୀ। ନୀତା ଆଉ ପିଲାମାନେ ସ୍କୁଲ୍ ଗଲା ପରେ ଘରଟା ରେ ଏକୁଟିଆ ହେଇ ପଡନ୍ତି ଆକାଶ।
ସେଦିନ ସଂଧ୍ଯାରେ ନୀତା ସ୍କୁଲ୍ ରୁ ଫେରିବା ସମୟରେ ଆକାଶଙ୍କ ପିଲାଦିନ ସାଙ୍ଗ ବିଜୟକୁ ସାଙ୍ଗରେ ଧରି ଫେରିଥିଲେ। ଏତେ ଦିନପରେ ବିଜୟକୁ ଦେଖି ଆକାଶ ବହୁତ ଖୁସି ହେଇଗଲେ। ଚ୍ଥାତକୁ ଯାଇ ଦୁଇବନ୍ଧୁ ଗପିଲେ। କଥା ହେବା ସମୟରେ ବିଜୟ ଆକାଶଙ୍କୁ କହିଲେ ; "ସେ ଆର ମାସରେ ତାଓ୍ବାଙ୍ଗ ଯିବେ ବୋଲି ଭାବୁଚ୍ଥନ୍ତି।" ଆକାଶ ପଚାରିଲେ ଆରେ ଏଇଟା କେଉଁ ଜାଗା ଏଠି କଣ ଅଚ୍ଥି ? ଆକାଶର ଉତ୍ତର ଦେଇ ବିଜୟ କହିଲେ ,"ତାଓ୍ବାଙ୍ଗ ଅରୁଣାଚଳ ପ୍ରଦେଶ ରେ ମ୍ଯାକ ମାହନ୍ ଲାଇନ ( ଭାରତ ଓ ଚୀନ ମଧ୍ଯରେ ଥିବା ଅଦୃଶ୍ଯ ସୀମାରେଖାର ନାମ) ପାଖରେ ଅଚ୍ଥି। ସେଠି ତିଦ୍ଦତ ଲାସା ବାହାରେ ଥିବା ସବୁଠାରୁ ବଡ ବୈଦ୍ଧ ମନ୍ଦିର।" ବିଜୟଙ୍କ କଥା ଶୁଣି ଆକାଶ କହିଲେ," ତୁ ଟିକଟ କରିଦେଲୁ କି ମୋ ପାଇଁ ବି କରେ ।ମୁଁ ଯିବି ତୋ ସହିତ।" ହଁ, ଯିବୁ ଯେ ସେଥିପାଇଁ ଇନର୍ ଲାଇନ୍ ଅନୁମତି ଆବଶ୍ଯକ ଭାରତ ସରକାରଙ୍କ ଠାରୁ। ସେଇଟା କେମିତି ପାଇବି ବୋଲି ଆକାଶ ପ୍ରଶ୍ନ କରିବା ମାତ୍ର ବିଜୟ କୁହନ୍ତି କୋଲକତା, ଗୁଆହାଟି, ତେଜପୁର ଏବଂ ନୂଆଦିଲ୍ଲୀରେ ଏହାର କାର୍ଯ୍ଯାଳୟ ଅଚ୍ଥି। ଅନ୍ ଲାଇନ୍ ଆବେଦନ କରି ହବ। ସବୁ ଶୁଣି ଆକାଶ ସ୍ଥିର କଲା ସେ ଆର ମାସକୁ ତାଓ୍ବାଙ୍ଗ ଯିବ।
ଦେଖୁ ଦେଖୁ ତାଓ୍ବାଙ୍ଗ ଯିବା ସମୟ ଆସିଗଲା। ଜାଗାଟି ଅରୁଣାଚଳ ପ୍ରଦେଶରେ ଥିଲେ ମଧ୍ଯ ଗୌହାଟୀ ଠାରୁ ପାଖ । ତେଣୁ ସେମାନେ ଗୌହାଟୀରେ ପହଞ୍ଚି ହେଲିକେପ୍ଟର ଦ୍ବାରା ତାଓ୍ବାଙ୍ଗ ପହଞ୍ଚିଲେ। ବସ୍ ଯୋଗେ ତାଓ୍ବାଙ୍ଗ ମଠ ଗଲେ। ଏହି ଅଞ୍ଚଳରେ ମୋନ୍ପାଲୋକ ମାନେ ବାସ କରନ୍ତି। ଯେଉଁମାନେ ତିଦ୍ଦତୀ ମାନଙ୍କ ଗୋଟିଏ ଜାତି ଶାଖା। ତାଓ୍ବାଙ୍ଗ ମଠକୁ ତିଦ୍ଦତୀୟ ଭାଷାରେ ଗାଡେନ ନାମଗୋଲ ଲାଟସେ କୁହାଯାଏ। ଯାହାର ଅର୍ଥ ଘୋଡାମାନଙ୍କ ଦ୍ବାରା ମୋନନୀତ ଦେଶ। ଏହି ମଠ ଟି ୫ମ ଦଲାଇଲାମା ନାଗଓ୍ବାଙ୍ଗ ଇଚ୍ଚ୍ଥା ଅନୁସାରେ ମେରାଲାମା ଲୋତ୍ରେ ଏହାକୁ ପ୍ରତିଷ୍ଠା କରିଥିଲେ। ଏଠାରେ ୬ଷ୍ଠ ଦଲାଇଲାମା ଙ୍କ ଜନ୍ମ ହେଇଥିଲା। ତେଣୁ ଏହି ଜାଗା ବୈଦ୍ଧ ଧର୍ମାଲମ୍ବୀ ଲୋକ ମାନଙ୍କ ପାଇଁ ଗୋଟିଏ ତୀର୍ଥସ୍ଥଳୀ। ମଠଟି ୩ତାଲା ହେବା ସହିତ ୬୮ଜଣ ଅନ୍ତବାସୀ ରହିପାରିବା ପରି କୋଠରୀ ଅଚ୍ଥି। ବିଜୟ ଓ ଆକାଶ ସେଠାରେ ପହଞ୍ଚିବା ମାତ୍ର ଜଣେ ଗେରୁଆ ବସ୍ତ୍ର ପରିଧାନ କରିଥିବା ବ୍ଯକ୍ତି ସେମାଙ୍କ ପାଇଁ ଉପଲବ୍ଧ ଥିବା ଗୃହକୁ ନେଇଗଲା। ଗାଧେଇ ଗେରୁରା ବସ୍ତ୍ର ପିନ୍ଧି ସଂଧ୍ଯା ପ୍ରାର୍ଥନାରେ ଉପସ୍ଥିତ ରହିବା ପାଇଁ ଉପଦେଶ ଦେଲା।
ଦୁଇସାଙ୍ଗ ଠିକ୍ ସମୟରେ ସଂଧ୍ଯା ପ୍ରାର୍ଥନା ନିମନ୍ତେ ପହଞ୍ଚଗଲେ। ଡିସେମ୍ବର ସଂଧ୍ଯାରେ ପ୍ରବଳ ତୁଷାର ପାତ ହେଉଥାଏ। ବରଫର ଘରେ ଗେରୁଆ ବସ୍ତ୍ର ପିନ୍ଧି ସେମାନେ ଯେ ପ୍ରାର୍ଥନା କରୁଚ୍ଥନ୍ତି; ତାହା ସେମାନେ ବିଶ୍ବାସ କରି ପାରୁ ନ ଥିଲେ। ସଂଧ୍ଯା ପ୍ରାର୍ଥନା ପରେ ମଠ ଭିତରେ ଥିବା ଲାଇବ୍ରେରୀକୁ ସେମାନେ ଗଲେ। ତାଳପତ୍ର ସହିତ ଚ୍ଥପା ବହି ବି ଥିଲା। କିଚ୍ଥି ପଢା ପଢି କରି ରାତ୍ରି ଭୋଜନ କରି ଶୟନ କକ୍ଷକୁ ଫେରିଲେ। ପରଦିନର ସୂର୍ଯ୍ଯ ତାଙ୍କ ଜୀବନକୁ ବଦଲାଇବାର ବାର୍ତ୍ତା ନେଇ ଆସିବ। ତା'ପର ଦିନ ସକାଳ ୪ଟାରୁ ଗାଧେଇ ସକାଳ ପ୍ରାର୍ଥନା ପରେ ବୈଦ୍ଧ ଧର୍ମ ଅନ୍ତର୍ଗତ ଧର୍ମୀୟ ବହି ଆଉ ତାର ତତ୍ବକୁ ଶ୍ରେଣୀ ଗୃହରେ ବସି ପଢିଲେ। ଗୋଟିଏ ଶୃଙ୍ଖଳା ରେ ଆବଦ୍ଧ ହେଇଗଲା ସେମାନଙ୍କ ଜୀବନ। ଜୀବନକୁ ଏକ ଭିନ୍ନ ରୂପରେ ଦେଖିବାକୁ ଲାଗିଲେ ସେମାନେ। ମନରେ ଆଗପରି କ୍ରୋଧ, ରାଗ, ଇର୍ଷା ନ ଥିଲା। ମନରେ ଅଦ୍ଭୁତ ଆଧ୍ଯାତ୍ମିକ ଶାନ୍ତି ଆସିଗଲା। ସାତଦିନ ପରେ ସେମାନେ ଜଙ୍ଗ ଜଳପ୍ରପାତ ଦେଖି ଆଉ ସ୍କିଲିଫ୍ଟ ରେ ବସି ବୁଲା ବୁଲି ପରି ନିଜ ଘରକୁ ଏକ ଭିନ୍ନ ମଣିଷ ହେଇ ଫେରିଲେ।
କର୍ମମୟୀ ଜୀବନ ତାଙ୍କର ବେଶ ଶାନ୍ତ ସୁନ୍ଦର ଆଉ ସୁନେଲି ଜୀବନ ଥିଲା। ବରଫ ଘରେ ଅଣନିଶ୍ବାସୀ ହେଉ ବୋଲି ଆମେ ରୂପକ କରି କହୁ। ପ୍ରକୃତରେ ସେହି ବରଫ ଘରେ ପାହାଡର ପାଦଦେଶରେ ଜୀବନ ବଞ୍ଚିବାର ମୂଳମନ୍ତ୍ର ଥାଏ ।
