STORYMIRROR

Lipsa Acharya

Romance

4.5  

Lipsa Acharya

Romance

ଅଦିନିଆ ମେଘ ପରର ସୁନେଲୀ କିରଣ

ଅଦିନିଆ ମେଘ ପରର ସୁନେଲୀ କିରଣ

5 mins
239


ରୀମା ଆଉ ତା' ମା ସୀମା ମଧ୍ଯରେ ପାଟି ତୁଣ୍ଡ ହେଉଚ୍ଥି। ରୀମା ପଶ୍ଚିମ ଆକାଶରେ ଉଠୁଥିବା ମେଘକୁ ଦେଖି ଟିଉସନ୍ ଯିବା ପାଇଁ ମନା କରୁଥାଏ। ସୀମା ରୀମାକୁ ଟିଉସନ୍ ଯିବାକୁ ତାଗିତ୍ କରି କହୁଥାନ୍ତି ," ଏ ମେଘ ବରଷିବ ନାହିଁ। ବାହାନା ନ କରି ଟିଉସନ୍ ଯାଆ। ରୀମା ର ଟିଉସନ୍ ଯିବାକୁ ଜମାରୁ ଇଚ୍ଚ୍ଥା ନ ଥିଲା। ଏକରେ ଅଦିନିଆ ମେଘ; ଦୁଇରେ ଟିଉସନ୍ ରେ କେବଳ ରାଜନୈତିକ ବିଜ୍ଞାନ କ୍ଲାସ୍ ଥାଏ। ରୀମା ଭୁଇଁରେ ଲୋଟି ଯାଇ କହୁଥାଏ ," ମା' ମୁଁ ଯିବି ନାହିଁ ଟିଉସନ୍ ଗୋଟିଏ କ୍ଲାସ୍ ଅଚ୍ଥି।" ରୀମାର କଥା ଶୁଣି ସୀମା କହିଲେ ," କ୍ଲାସ୍ ଗୋଟିଏ ହେଉ କି ଚାରିଟା ଯିବାକୁ ହବ। ପରିକ୍ଷା ପାଖେଇ ଆସିଲାଣି । ୨ ବୋର୍ଡ ପରିକ୍ଷାକୁ ଖେଳ ଘର ବୋଲି ଭାବିଚ୍ଥୁ।" ରୀମା ଯାହା କହିଲେ ବି ସୀମା ଶୁଣିବାକୁ ପ୍ରସ୍ତୁତ ନ ଥିଲେ। ଶେଷରେ ରୀମା ବାଧ୍ଯହେଇ ଗୋଟିଏ ଫିକା ସବୁଜରଙ୍ଗର ଚୁଡିଦାର ପିନ୍ଧି ସାଇକେଲ୍ ନେଇ ବାହାରିକା ଟିଉସନ୍ କୁ। ରାଗରେ ରୀମା ସାଙ୍ଗରେ ଚ୍ଥତା କି ରେଇନ୍ କୋର୍ଡ ନେଇ ନ ଥିଲା।

    ପଶ୍ଚିମ ଆକାଶରେ ଉଠି ଥିବା ମେଘ ଧିରେ ଧିରେ ପୁରା ଆକାଶଟାକୁ ନିଜର କବଳକୁ ନେଇଗଲା। ରୀମା ସାଇକେଲ୍ ଚଲାଉ ଚଲାଉ ମୁହଁ ଟେକି ଆକାଶକୁ ଅନାଉ ଥାଏ ଆଉ ମନେ ମନେ ସୀମାକୁ ଗାଳି କରୁଥାଏ। ଏହି ସମୟରେ ବଡ ବଡ ବରକୋଳି ଆକାରର ବର୍ଷା ବିନ୍ଦୁ ଆକାଶରୁ ଖସିବାରେ ଲାଗିଲା। ରୀମା ବର୍ଷାର ପହିଲି ଟୋପା ସ୍ପର୍ଶରେ ରୋମାଞ୍ଚିତ ହେଲା। ହଠାତ୍ ତା'ର ମନେ ପଡିଲା ଟିଉସନ୍ ଯିବାକୁ ଆହୁରି ୧୦ ମିନଟ୍ ଲାଗିବ। ରୀମା ସାଇକେଲ୍ ର ବେଗ ବଡେଇବାରେ ଲାଗିଲା। ସାଇକେଲ୍ ର ବେଗ ଠାରୁ ବର୍ଷାର ବେଗ ଅଧିକ ହେବାକୁ ଲାଗିଲା। ରୀମା ଯଦି ଆଗକୁ ଯିବ ତେବେ ନିଶ୍ଚିତ ଓଦା ହେଇଯିବ। ରୀମା ରାସ୍ତାର ଦୁଇକଡ କୁ ଆଖି ବୁଲାଇଲା। ଗୋଟିଏ ବନ୍ଦ ଦୋକାନ ପିଣ୍ଡାରେ ନିଜକୁ ଆଶ୍ରୟ ନେବାକୁ ଜାଗା ଠିକ୍ କଲା। ସାଇକେଲକ୍ ରୁ ସାଇଡ୍ କରି ଯାଇ ରୀମା ଦୋକାନର ପିଣ୍ଡା ଉପରେ ଠିଆ ହେଲା। ସେହି ଦୋକାନ ପାଖରେ ତା' ଚ୍ଥଡା ଆଉ କେହି ଆଶ୍ରୀୟ ନେଇ ନ ଥିଲେ। ରୀମା ମା' ଙ୍କ ଅନୁମାନ ମିଚ୍ଥ ହେଲା , ଆଉ ବର୍ଷା ହେଲା କହି ମନେ ମନେ ବହୁତ ରାଗୁଥିଲା। ଏହି ସମୟରେ ଗୋଟିଏ ପୁଅ ସେହି ଦୋକାନ ପିଣ୍ଡାରେ ଆଶ୍ରୟ ନେବାକୁ ଆସିଲା। କାହିଁକି କେଜାଣି ରୀମାର ହୃଦୟ ସ୍ପନ୍ଦନ ହଠାତ୍ ବଡିଗଲା। ତା' ମନରେ ଅନେକ ଭଲ ଖରାପ ଭାବନାର ମିଶ୍ର ଚିନ୍ତା ମନକୁ ଆସିଲା।

     ରୀମା ଚୁପ୍ ଚାପ ଠିଆ ହେଇ ବର୍ଷାକୁ ଅନାଉ ଥାଏ। ମଝିରେ ମଝିରେ ହାତ ଘଡିକୁ । କ୍ଲାସ୍ ଆରମ୍ଭ ହେଇ ସାରିଥିବ ବର୍ଷା ଥମିବାର ନାମ ନେଉ ନାହିଁ। ଏହି ସବୁ ଭିତରେ ରୀମା ପୁଅଟିକୁ କଣେଇ କଣେଇ ଦେଖୁଥାଏ ମଝିରେ ମଝିରେ । ପୁଅଟି ବିନା କୌଣସି ଚିନ୍ତାରେ ହାତ ପାପୁଲିକୁ ବର୍ଷାରେ ଭିଜାଇ ଠିଆ ହେଇଥାଏ। ଯେମିତି ବର୍ଷା ଥମି ଗଲେ ତାକୁ କଷ୍ଟ ହବ। ରୀମା ମନେ ମନେ କହୁଥାଏ ,"ଆଜି ଯାଏଁ ବର୍ଷାରେ ଭିଜିବାକୁ ପାଗଳ ଥିବା ପୁଅକୁ କେବେ ଦେଖି ନ ଥିଲି।" ରୀମା ପୁଣି ହାତ ଘଡିକୁ ଦେଖିଲା । କ୍ଲାସ୍ ଆରମ୍ଭ ହେଇ ଅଧଘଣ୍ଟା ହେଇଗଲାଣି। ଏବେ ନା ସେ କ୍ଲାସ୍ କରିବାକୁ ଟିଉସନ୍ ଯାଇ ପାରିବ ନା ଘରକୁ ଫେରି ପାରିବ। ରୀମାର ନଜର ସେ ପୁଅ ଉପରକୁ ପୁଣିଥରେ ଗଲା। ପୁଅଟି ଦୋକାନର ପିଣ୍ଡା ଉପରେ ପଡିଥିବା ଖବର କାଗଜକୁ ଉଠାଇ ସେଥିରୁ ଡଙ୍ଗା ପ୍ରସ୍ତୁତ କରୁଥିଲା। ରୀମା ଶେଷରେ ବିରକ୍ତ ହେଇ ପୁଅକୁ କହିଲା ," ଚୁପ୍ ଚାପ ଠିଆ ହେଇ ପାରୁନ। ବର୍ଷାରେ ଭିଜିବାକୁ ଏତେ ଇଚ୍ଚ୍ଥା ତେବେ ପୁରା ଭିଜୁନ ହାତ ପାପୁଲି କୁ କାହିଁକି ଭିଜାଉଚ୍ଥ। ଚ୍ଥୋଟ ପିଲା ଙ୍କ ପରି କଣ ଡଙ୍ଗା ବନାଇ ଭଷାଉଚ୍ଥ। "

ରୀମାର ବିରକ୍ତି ଭରା କଥା ଶୁଣି ପୁଅଟି ଡଙ୍ଗା ଭାଷାଇ କହିଲା, " ମେମ୍ ଆପଣ ବିରକ୍ତ କାହିଁକି ହେଉଚ୍ଥନ୍ତି? ମୁଁ ତ ଆପଣଙ୍କୁ ହଇରାଣ କରୁ ନାହିଁ। ମୋ କାମ କରୁଚ୍ଥି।"

ପୁଅଟିର କଥା ଶୁଣି ରୀମା ମୁହଁ ବୁଲାଇ ଠିଆ ହେଲା କିଚ୍ଥି ଉତ୍ତର ନ ଦେଇ। ରୀମାକୁ ଚୁପ୍ ରହିବାର ଦେଖି ପୁଅଟି ନିଜ ଆଡୁ କଥା ଆରମ୍ଭ କଲା , " ମେମ୍ ଆଜି କାହା ଉପରେ ରାଗିଚ୍ଥନ୍ତି ? ଯେଉଁଥି ପାଇଁ ଗୋଟିଏ ଅଜଣା ଲୋକ ଉପରେ ବିନା କାରଣରେ ବିରକ୍ତ ହେଉଚ୍ଥନ୍ତି।" ପୁଅଟିର ପ୍ରଶ୍ନ ଶୁଣି ରୀମା କିଚ୍ଥି ନ କହି ହାତ ଘଡିକୁ ଚାହିଁ ଆକାଶକୁ ଅନାଇଲା। କଳାମେଘର ଚାଦର ଆସ୍ତେ ଆସ୍ତେ ହଟି ଯାଇ ସୁନେଲି କିରଣ ବିଚ୍ଥୁରିତ ହେଇ ପଡିଲା। ବର୍ଷା ପୂର୍ବ ପରି ସେମିତି ହେଉଥାଏ। ରୀମା କଣେଇ ପୁଅଟିକୁ ଅନାଇଲା । ପିଲାଟି ମୋବାଇଲ୍ ରେ କାହା ସହିତ ସେଠିଆ ହେଇ ଥିବା ଜାଗାର ଠିକଣା କହୁଥିଲା।

କିଚ୍ଥି ସମୟ ପରେ ବର୍ଷା ଟିକିଏ ଥମିବାରୁ ରୀ

ମା ସାଇକେଲ୍ ପାଖକୁ ଯାଇ ସିଟ୍ ପୋଚ୍ଥିଲା। କଣ କରିବ ଟିଉସନ୍ ଯିବ ନା ଘରକୁ । ମା' ଙ୍କ ଉପରେ ରାଗିଥିବା ଯୋଗୁଁ ରୀମା ନିଷ୍ପତ୍ତି ନେଲା ଟିଉସନ୍ ଯିବ। ସାଇକଲ୍ ବୁଲାଇ ବାହାରିବା ସମୟରେ ଗୋଟିଏ ବାଇକ୍ ଆସି ସେଠାରେ ପହଞ୍ଚିଲା। ବାଇକ୍ ଆରୋହୀ ହେଲମେଟ୍ ପିନ୍ଧିଥିଲେ ବି ରୀମା ତାଙ୍କୁ ଚିହ୍ନି ପାରିଲା। ରୀମାର ରାଗ ଏକାଥରେ ବାହାରକୁ ଆସିଗଲା , " ତୁ ଦେଖିବାକୁ ଆସିଚ୍ଥୁ ; ମୁଁ ଟିଉସନ୍ ଗଲି ନା ବାଟରେ କଣ କରୁଚ୍ଥି ଦେଖିବାକୁ। ଆଜି କେତେ ହଇରାଣ ହେବାକୁ ପଡିଲା।" ଏହି ସମୟରେ ରୀମା ସହିତ ଦୋକାନ ପିଣ୍ଡାରେ ଥିବା ପୁଅଟି ପାଖକୁ ଆସି କହିଲା , " ତୁମେ ଦୁଇଜଣ ପରସ୍ପରକୁ ଚିହ୍ନିଚ୍ଥ।" 

ବାଇକ୍ ଆରୋହୀ ଜଣକ ମୁଣ୍ଡରୁ ହେଲମେଟ୍ ବାହାର କରି କହିଲା , " ଏ ମୋ ଭଉଣୀ ରୀମା। " ପୁଅଟି ବାଇକ୍ ଆରୋହୀ ଙ୍କୁ କହିଲା , " ରମନ ତୋ ଭଉଣୀର କଣ ହେଇଚ୍ଥି ? ଏତେ ଚିଡିଚିଡି ହଉଚ୍ଥନ୍ତି।" ରୀମା ରାଗିଯାଇ କହିଲା," ଆପଣଙ୍କ କଣ ଅସୁବିଧା ମୁଁ ଚିଡିଚିଡା ହେଲେ?"। ରମନ ରୀମାକୁ ତାଗିତ୍ କଲା ଏବଂ ବୁଝାଇ କହିଲା ," ମା' କଣ ଜାଣିଥିଲେ ବର୍ଷା ହବ କହି। ପବନ ହେଉଥିଲା ତେଣୁ ସେ ଭାବିଥିଲେ ପବନରେ ମେଘ ଉଡି ଯିବ କହି। ଶୁଣୁ ତୁ ଆଉ ଟିଉସନ୍ ଯାଆ ନା । ଚାଲ୍ ଘରକୁ ଯିବା।" ରୀମାର ରାଗ ଶାନ୍ତ ହେଇ ନ ଥାଏ। ସେ କିଚ୍ଥି ନ କହି ମୁହଁ ବୁଲାଇ ଠିଆ ହେଲା। ରମନ ଟିକିଏ ହସି କହିଲା ," ଝିଅ ଚାଲ୍ ଚାର୍ଟ ଖାଇବା।" ତଥାବି ରୀମା ମୁହଁ ବୁଲାଇ ଠିଆ ହେଇ ଥିଲା। ରୀମର ଏଇ ନଖରାମୀ ଦେଖି ପାଖରେ ଠିଆ ହେଇଥିବା ପୁଅଟି ବହୁତ ହସି ହସି କହିଲା ," ତୁମ ଭାଇଙ୍କ ଭାଷାରେ ତୁମକୁ ଚାର୍ଟ ଲାଞ୍ଚ ଦେଇ କୌଣସି କାମ ହାସଲ କରି ହବ। ଆଉ ତୁମକୁ ଚାର୍ଟ ଖାଇବାକୁ ଡାକିଲେ ଆସୁନ।" ରୀମା ରାଗ ଗରଗର ହେଇ ରମନକୁ କଟମଟ ଆଖି କରି ଅନାଇଲା। ରମନ ରୀମା ସହିତ ସେହି ପୁଅର ପରିଚୟ କରି କହିଲା ," ଝିଅ ଏ ମୋ ସାଙ୍ଗ ମହେଶ।" ମହେଶ ନାମଟା ଶୁଣି ରୀମା ସାଙ୍ଗେ ସାଙ୍ଗେ ଶାନ୍ତ ପଡିଗଲା। କାହିଁକି ନା ରୀମାର ମନେ ପଡିଗଲା ," ରମନ ସହିତ ଝଗଡା ଗଲା ସମୟରେ ସେ ଚିଡି କୁହେ ," ବେଶୀ ନଖରାମୀ ଦେଖାଇଲେ ମହେଶ ସହିତ କାଲି ହିଁ ତୋ ବାହାଘର କରାଇ ଦେବି।" ରୀମାକୁ ଟିକିଏ ଲାଜ ଲାଗିଲା । ପଶ୍ଚିମ ଆକାଶରେ ସୂର୍ଯ୍ଯ ଅସ୍ତ ମୁହଁ ହେବାକୁ ଆରମ୍ଭ କରୁଥିଲେ । ସେ ସୁନେଲି କିରଣ ପ୍ରଭାବରେ ପୂର୍ବ ଆକାଶରେ ଇନ୍ଦ୍ରଧନୁ ପଡିଥିଲା। ରୀମାର ନଜର ଇନ୍ଦ୍ରଧନୁ ଉପରେ ପଡିବା ମାତ୍ର ସେ ରମନକୁ ହାତକୁ ବାଡାଇ କହିଲା ," ଭାଇ ଇନ୍ଦ୍ରଧନୁ ଦେଖେ।" ରୀମା ଭିତରେ ଗୋଟିଏ ଚ୍ଥୋଟ ପିଲାର ଚୁଲ୍ ବୁଲ୍ ପଣକୁ ଦେଖି ମହେଶ ମନେ ମନେ ହସୁଥାଏ। ରୀମା ପ୍ରକୃତିସ୍ଥ ହେଇ କହିଲା ,"ଭାଇ ଚାର୍ଟ ପେକ୍ କରି ଘରକୁ ନେଇ ଖାଇବି। ତୁ ନେଇ କି ଆସେ ମୁଁ ଘରକୁ ଯାଉଚ୍ଥି। କ୍ଲାସ୍ ସରି ଯାଇଥିବ ଟିଉସନ୍ ଯାଇ କଣ କରିବି?" ରୀମା ମହେଶକୁ ଟିକିଏ କଣେଇ ଚାହିଁ ସାଇକଲ୍ ନେଇ ସେଠାରୁ ଘର ଅଭିମୁଖ୍ଯ ବାହାରିଲା।

ମହେଶ ହସି ହସି ରମନକୁ କହିଲା ," ତାହା ହେଲେ ଶେଷରେ ମେମ୍ ଙ୍କ ସହିତ ଦେଖା ହେଇଗଲା। ମୋ ସହିତ ବାହା କରାଇଦବୁ ବୋଲି କଥାଟା ଚିଡେଇବା ରେ ରହିବ ନା ବାସ୍ତବ ଆଡକୁ ଯିବ।"

ରମନ ହସି ହସି କହିଲା ," ଆରେ ତୁ ଯଦି ରାଜି ହେବୁ ସତରେ ତୁମ ଦୁଇଜଣଙ୍କ ବାହାଘର କରାଇ ଦେବି। ହେଲେ , ଏବେ ନୁହେଁ। ଆମେ ଦୁଇଜଣ ୩ ଶେଷ ବର୍ଷ ପଢୁଚ୍ଥେ ଆଉ ସେ ୨ ଶେଷ ବର୍ଷ ପଢୁଚ୍ଥି। ଯାଉ ୩,୪ ବର୍ଷ। "

ମହେଶ ରମନର ପେଟକୁ ହାଲୁକା ମାରି କହିଲା ," ତୁ ଏମିତି କହୁଚ୍ଥୁ ଯେମିତି ମୁଁ କାଲି ତୋ ଉଭଣୀକୁ ବାହା ହେବା ପାଇଁ ବରଯାତ୍ରୀ ଧରି ଯାଉଚ୍ଥି।"

" ଆ ରେ ..ନାହିଁ । ସେମିତି କିଚ୍ଥି ନାହିଁ। ମୁଁ ତୋତେ ୫ବର୍ଷ ହେଲା ଜାଣିଚ୍ଥି । ଆଉ ସବୁ ଭାଇ ଚାହାନ୍ତି ତାଙ୍କ ଭଉଣୀ ଖୁସିରେ ରହୁ। ତାକୁ ବହୁତ ଭଲ ଜୀବନ ସାଥିଟେ ମିଳୁ। ମୋ ନଜରରେ ରୀମା ପାଇଁ ତୁ ଠିକ୍ ରହିବୁ। ଦେଖେ ତୁ ଯଦି ରାଜି ହବୁ ତେବେ ତୋ ଚାକିରୀ ହେଇ ସାରିଲା ପରେ ମୁଁ ତମ ଘରେ ଆଉ ଆମ ଘରେ କଥା ପକାଇ ତମ ଦୁଇଜଣଙ୍କ ବାହାଘର କରାଇ ଦେବି। ତୋତେ ରୀମା ବାହା ହେଲେ ସବୁ ବେଳେ ମୋ ମନରେ ଆଉ ଭୟ ରହିବ ନାହିଁ । ଆଜିକାଲି ଶାଣୁଘରେ ଯେଉଁ ଅତ୍ଯାଚାର ଟିଭି ଓ ଖବର କାଗଜରେ ପଢୁଚ୍ଥି ...।" ରମନ ଆଗକୁ ଆଉ କହି ପାରିଲା ନାହିଁ। ମହେଶ ରମନର କାନ୍ଧରେ ହାତ ପକାଇ କହିଲା ," ତୁ ଏମିତି ଭାବେ ନା। ତୁ ଯଦି ଚାହୁଁଚ୍ଥୁ ତେବେ ରୀମାକୁ ବାହା ହେବାରେ ମୋର କୌଣସି ଅସୁବିଧା ନାହିଁ। ଏମିତି ରେ ବି ଏଇ କିଚ୍ଥି ମିନଟ୍ ର ଦେଖା ସାକ୍ଷାତରେ ଆମ ମେମ୍ ମୋତେ ବହୁତ ପସନ୍ଦ ଆସିଗଲେଣି।"

ଦୁଇ ସାଙ୍ଗ ମିଶି ଏକାଥରେ ହସିଲେ।



Rate this content
Log in

Similar oriya story from Romance