Lipsa Acharya

Classics

4.6  

Lipsa Acharya

Classics

ଶ୍ରୀଲେଖାର ଡାଏରୀ

ଶ୍ରୀଲେଖାର ଡାଏରୀ

5 mins
411



ରମେଶ ବାବୁ ଆଜି ଦିନଦୁଇ ପହରଟା ରେ "ଅମାବାସ୍ୟା ଚନ୍ଦ୍ର" ବହି ପଢିବେ କହି ଘରଟା ସାରା ଖୋଜି ଦେଲେଣି । ହେଲେ, ବହିଟିକୁ ପାଉ ନାହାନ୍ତି । ଘରେ ତିନୋଟି ଭିନ୍ନ ଭିନ୍ନ ଜାଗାରେ ବହି ରଖି ଗୋଟିଏ ଚ୍ଥୋଟିଆ ଲାଇବ୍ରେରୀ ଟିଏ କରିଚ୍ଥନ୍ତି। ହଠାତ୍ ତାଙ୍କର ମନେ ପଡିଲା ବହିଟିକୁ କିଚ୍ଥି ଦିନତଳେ ଶ୍ରୀଲେଖା ପଢୁଥିଲା। ବୋଧହୁଏ ତା' ରୁମ୍ ରେ ଥିବ। 

    ଶ୍ରୀଲେଖା ରମେଶବାବୁଙ୍କ ଗୋଟିଏ ବୋଲି ଝିଅ। ରାଜନୈତିକ ବିଜ୍ଞାନ ରେ ପିଜି କରୁଚ୍ଥି। ବହୁତ ଶାନ୍ତଶିଷ୍ଟ ଝିଅଟିଏ। ଶ୍ରୀଲେଖାର ଅନୁପସ୍ଥିତି ରେ ତା' ରୁମ୍ କୁ ଯିବା ଠିକ୍ ହବ କି ନାହିଁ ବିଚାର କରୁଥାନ୍ତି ରମେଶ ବାବୁ । ଏପଟେ ପଢିବାର ପ୍ରବଳ ଇଚ୍ଚ୍ଥା ସପଟେ ଶ୍ରୀଲେଖା ଘରେ ନାହିଁ; ତା' ରୁମ୍ କୁ ଯାଇ ବହିଟାକୁ ଖୋଜିବାକୁ ପଡିବ। ରମେଶବାବୁ ଶ୍ରୀଲେଖାର ରୁମ୍ କୁ ବହି ଖୋଜିବାକୁ ଗଲେ। ଶ୍ରୀଲେଖାର ବହି ଥାକ ବେସ୍ ସୁନ୍ଦର ଆଉ ଆକର୍ଷଣୀୟ ଭାବରେ ସଜା ହେଇଚ୍ଥି। ବିନା ଖୋଜା ଖୋଜି କରି କେବଳ ଥରେ ନଜର ବୁଲେଇ ଆଣିଲେ ଇସ୍ପିତ ବହିଟି ଜଣେ ଆରାମରେ ପାଇଯିବ। ରମେଶ ବାବୁ ଥରେ ଆଖି ବୁଲାଇ ଆଣିଲେ। ଥାକର ମଝି ଭାଗରେ ହିଁ ବହିଟି ଥିଲା। ବହିଟାକୁ ବାହାର କରିବା ସମୟ ରେ ତାଙ୍କର ନଜର ପଡିଲା ବହି ଧାଡି ଅଡୁଆଳରେ ଲୁଚି ରହିଥିବା ଗୋଟିଏ ସବୁଜ ରଙ୍ଗର ସୁନ୍ଦର ଡାଏରୀ ଟିଏ। ରମେଶବାବୁ ଙ୍କ ଉତ୍ସାହ ବଡିଗଲା ଡାଏରୀ କୁ ପଢିବା ପାଇଁ । ଡାଏରୀକୁ ଆଣି ମୋଟା ମଲାଟକୁ ଓଲଟାଇଲେ ପ୍ରଥମପୃଷ୍ଠାରେ ଶ୍ରୀଲେଖା ର ବାୟଡାଟା ଲେଖା ହେଇଚ୍ଥି । ପର ପୃଷ୍ଠା ଓଲଟାଇଲେ ଯେଉଁଥିରେ ଲେଖାଥିଲା ," ମୋ ଡାଏରୀ କୁ ମୋ ବିନା ଅନୁମତି ରେ ପଢିବ ନାହିଁ । ଯଦି କେହି ପଢିଥିବ ଆଉ ମୁଁ ପରେ ଜାଣେ ତେବେ ତାକୁ ମାରି ଚ୍ଥତୁ ବନେଇ ଦେବି।" ରମେଶବାବୁ ନିଜ ହସକୁ ନିୟନ୍ତ୍ରଣ କରି ପାରିଲେ ନାହିଁ । ବୁହାଏ ହସିଲେ। ମନେ ମନେ ଭାବିଲେ ତାଙ୍କର ଶାନ୍ତ ଝିଅ ଭିତରେ ଏମିତି ଫାଜିଲିଆମି ଅଛି । ଡାଏରୀ ରେ କଣ ଲେଖା ହେଇଚ୍ଥି ରମେଶବାବୁ ଙ୍କ ପଢିବାକୁ ଆଗ୍ରହ ବଡିଲା। ହାତଘଣ୍ଟାକୁ ଅନାଇଲେ ଦିନ ୧:୩୦ ହେବାକୁ ଯାଉଚ୍ଥି। ଏଠି ବସି ପଢିଲେ ଶ୍ରୀଲେଖା ଆସିଲେ ଭାବିବ ବାପା ତା' ପଚ୍ଥରେ ତା' ଉପରେ ନଜର ରଖିଚ୍ଥନ୍ତି । ରମେଶବାବୁ "ଅମାବାସ୍ଯାର ଚନ୍ଦ୍ର" ବହିକୁ ପୂର୍ବ ସ୍ଥାନରେ ରଖିଦେଇ ଡାଏରୀ ଧରି ଶ୍ରୀଲେଖାର ରୁମ୍ ବାହାରକୁ ଆସିଗଲେ। 


   ବୈଠକ ଘରର ଆରାମ ଚୌକିରେ ବସି ରମେଶବାବୁ ଶ୍ରୀଲେଖାର ଡାଏରୀ ପଢିବାକୁ ଲାଗିଲେ -


୨-୭-୨୦୧୮


   କାଲି ଆମ କଲେଜରେ ନୂଆଁ ଆଡମିଶନ କରିଥିବା ପିଲାଙ୍କୁ ସ୍ବାଗତ କରାହେବେ। ସେଇଥି ପାଇଁ ଆଜି ବାପାଙ୍କ ସହିତ ମାର୍କେଟ୍ ଯାଇଥିଲି । ମୋର ଗୋଟିଏ ଫ୍ରେନ୍ସି ଲାଲ୍ ଶାଢୀ ଆଣିବାକୁ ବହୁତ ଇଚ୍ଚ୍ଥା ଥିଲା । ବାପା ମୋତେ ବୟନିକାରୁ ଗୋଟିଏ ପାଟ ଶାଢୀ କିଣି ଧରାଇ ଦେଲେ। ଯେମିତି କାଲି ମୁଁ ଓ୍ବେଲକମ୍ ପାର୍ଟିକୁ ନୁହେଁ ବାହାଘର ବେଦୀରେ ବସୁଚ୍ଥି। 


  ରମେଶବାବୁ ପର ପୃଷ୍ଠା ଓଲଟାଇଲେ..


୩-୭-୨୦୧୮


ଆଜି ସବୁ ବହୁତ ସୁନ୍ଦର ଦେଖା ଯାଉଥିଲେ । ଆଉ ମୁଁ ଭିଡ ଭିତରେ ଅଲଗା ଜୀବ ପରି ଲାଗୁଥିଲି। ଅବଶ୍ଯ ମୋର ପାରମ୍ପାରିକ ବସ୍ତ୍ର ଦେଖି ସାର୍ ବହୁତ ପ୍ରସଂଶା କଲେ ହେଲେ ପିଲା ମାନେ ! କେହି କେହି ତ ମୋତେ ହସରେ ଉଠାଇ ଦେଲେ। ଲିଜାର ହସ ଚ୍ଥଳରେ କହିଦେଲା ," ଆଲୋ ଏମିତି କଣ ଆସିଚ୍ଥୁ? ଓଠରେ ବେରଙ୍ଗ ଆଖିରେ କଜଳ ନାହିଁ ଆଉ ଏ ମୁଣ୍ଡ ଏମିତି କଣ ବେଶୀ ପକାଇଚ୍ଥୁ। ଏଇଟା କଲେଜ ସ୍କୁଲ୍ ନୁହେଁ ।" ତା' କଥା ଶୁଣି କାନ୍ଦିବାକୁ ମନ ହେଲା। ବହୁତ କଷ୍ଟ ରେ ନିଜକୁ ନିୟନ୍ତ୍ରଣ କଲି। ତାକୁ କେମିତି ବୁଝାଇଥାନ୍ତି ଏ ରୂପଚର୍ଯ୍ଯା କରିବା ବାପାଙ୍କୁ ପସନ୍ଦ ନୁହେଁ କହି।


୧୦-୭-୨୦୧୮


ଆଜି ମଣିଷ ମରୁ ମରୁ ବଞ୍ଚିଗଲା ବାପାଙ୍କ ଠାରୁ । ଲିଜା ଆଉ ରୀମାର ଅନୁରୋଧ ରେ ଗୁପୁଚୁପ୍ ଖାଉଥିଲି କଲେଜ ଚ୍ଥକ ପାଖରେ। ଠିକ୍ ହେଇ ସମୟରେ ମୋ ନଜର ପଡିଲା ବାପାଙ୍କ ଉପରେ । ମୁଁ ପୁରା ଡରି ଯାଇଥିଲି। ଯଦି ବାପା ଦେଖିବେ ତେବେ ସ୍ଥାନ କାଳ ଭୁଲି ଏଠାରେ ହଁ ଗାଳି କରିବା ଆରମ୍ଭ କରିଦେବେ। 


୨୭- ୧୦-୨୦୧୮


ଆଜି ଆମ କ୍ଲାସ୍ ର ସବୁପିଲା ଚିଲିକା ଯାଇଚ୍ଥନ୍ତି । ବହୁତ ମଜା କରୁଥିବେ। ଆଉ ମୁଁ ଘରେବସି "ରାଧାନାଥ" ଙ୍କ "ଚିଲିକା" ପଢି ମୋ କଳ୍ପନାର ମାନସରେ ଚିଲିକାକୁ ପରିକଳ୍ପନା କରୁଚ୍ଥି। ବାପା ଯିବାକୁ ଅନୁମତି କାହିଁକି ଦେଲେ ନାହିଁ କେଜାଣି? କଣ ସେ ବି ସମସ୍ତଙ୍କ ପରି ଭାବୁଚ୍ଥନ୍ତି ! ମୁଁ ଟିନା ଦିଦିଙ୍କ ପରି କାହା ପ୍ରେମରେ ପଡି ତାଙ୍କ ସମ୍ମାନ କଥା ଚିନ୍ତା ନ କରି ଘରଚ୍ଥାଡି ପଳାଇବି। ଟିନା ଦିଦି କିଚ୍ଥି ଠିକ୍ କଲା ନାହିଁ । ତା' ପାଇଁ ଆଜି ବି ମାମୁଁଙ୍କ ମୁଣ୍ଡ ତଳକୁ ହେଇଯାଏ ସମାଜ ଆଗରେ। ରାଜା ଭାଇ ବହୁତ ଭଲ ପିଲା। ଭଲ ଚାକିରୀ କରନ୍ତି । ଯାହା ସମ୍ପତ୍ତିରେ ମାମୁଁ ଙ୍କ ଠାକୁ ସମାଜରେ ଟିକିଏ ଊଣା। ଏଇଥି ପାଇଁ ମାମୁଁ ସେମାନଙ୍କ ବାହାଘର କଲେ ନାହିଁ । ମୁଁ ବୁଝି ପାରୁନି ମାମୁଁଙ୍କ ପାଇଁ ତାଙ୍କର ସମ୍ମାନ ବଡ ନା ଟିନାଦିଦିର ଖୁସି। ମୁଁ ମାତ୍ର କେବେ କାହାକୁ ଭଲ ପାଇବି ନାହିଁ । 


୨୨-୪-୨୦୧୯ 


ଆଜି ଦ୍ବିତୀୟ ସେମିଷ୍ଟାରର ଶେଷଦିନ ପରିକ୍ଷା ଥିଲେ । କାଲିଠାରୁ ଗ୍ରୀଷ୍ମଚ୍ଥୁଟି ଆରମ୍ଭ ହବ। ଆଜି ଗୋଟିଏ ଅଜବ ଘଟଣା ଘଟିଗଲା। ପରିକ୍ଷା ସରିବା ପରେ ମୁଁ ମୋ ବ୍ଯାଗ୍ ସଜାଡୁ ଥିଲି ଏହି ସମୟ ବିବେକ ଆସି ମୋତେ ପ୍ରୋପଜ୍ କଲା। ମୁଁ ତ ଆଶ୍ଚର୍ଯ୍ଯ ହେଇଗଲି। ତାକୁ ନାହିଁ କହି ଡରି ଦୈଡି ଆସିଚ୍ଥି। 



୨୬-୭-୨୦୧୯


ଲାଗୁଚ୍ଥି ବିବେକ ମୋତେ ପ୍ରେମ କରେ ବୋଲି କାହାକୁ କହିନି । ଭଲପିଲାଟେ ମୋ ସମ୍ମାନ କଥା ଚିନ୍ତାକରି କଥା କୁ ଆମ ଦୁଇଜଣଙ୍କ ଭିତରେ ରଖିଚ୍ଥି। ମୁଁ ତାକୁ ମନା କରିବା ପରେ ସେ ଆଉ ମୋତେ କେବେ କିଚ୍ଥି କହିନି। 


୪-୮-୨୦୧୯


ବିବେକ ସହିତ ଆଜି ଏକାନ୍ତରେ କଲେଜ ଲାଇବ୍ରେରୀ ରେ ଦେଖା ହେଇଗଲା। ମୁଁ ପୁରା ଡରି ଯାଇଥିଲି। ସେ ହସି ଦେଇ କହିଲା ," ମୋତେ ଟିକିଏ ସାହାର୍ଯ୍ଯ କର। ତୃତୀୟ ସେମିଷ୍ଟାର ପେପର ଟୁଉ ପାଇଁ କେଉଁ ବହି ପଢିବାକୁ ହବ ଟିକିଏ କୁହ।" ତା' କଥା ଶୁଣି ମୋ ମନରୁ ଭୟ ଚାଲିଗଲା। ମୁଁ ତାକୁ ବହି ଖୋଜି ବାହାର କରି ଦେଲି। 


୧୫-୧୨-୨୦୧୯


ମୁଁ ଧିରେ ଧିରେ ବିବେକ ଆଡରୁ ଡଳି ଯାଉଚ୍ଥି ଯାହା ଠିକ୍ ନୁହେଁ । ବାପା ମୋ ବାହାଘର ପାଇଁ ପ୍ରସ୍ତାବ ଦେଖିଲେଣି। ହେଲେ, ଏ ମୋ ମନ ଉପରେ ମୋର ନିୟନ୍ତ୍ରଣ ରହୁ ନାହିଁ । ବିବେକର ବ୍ଯକ୍ତିତ୍ବ ବହୁତ ଭଲ । ତା' ବ୍ଯବହାର ମୋତେ ବହୁତ ଭଲ ଲାଗେ। ହଁ, କଥାବାର୍ତ୍ତା ଚାଲିଚଳନି ରେ ବହୁତ ଚଗଲାମି ରହିଚ୍ଥି। ତାକୁ ଦେଖିଲେ ଲାଗେ ସେ ଜୀବନକୁ ଉପଭୋଗ କରେ ସବୁ ସମୟ ରେ । ତାକୁ ଯଦି ମୁଁ ବାହା ହୁଏ ବହୁତ ଖୁସିରେ ରଖିବ ସେ । ଏସବୁ ମୋ ପାଇଁ ଭାବିବା ପାପ। ବାପା ଜାଣିଲେ ମନ ଦୁଃଖ କରିବେ। ମୁଁ କେବେ ବିବେକକୁ ଜାଣିବାକୁ ଦେବି ନାହିଁ ; ମୋ ମନରେ ତା' ପାଇଁ ଦୁର୍ବଳତା ଆସି ଯାଇଚ୍ଥି କହି।" 


   କବାଟ ଖୋଲିବା ଶବ୍ଦ ଶୁଣି ରମେଶବାବୁ ଜାଣିଗଲେ ଶ୍ରୀଲେଖା କଲେଜ ରୁ ଫେରିଲାଣି କହି। ଡାଏରୀ କୁ ଲୁଚାଇ ସମନା ଟେବୁଲ୍ ରେ ପଡିଥିବା ଖବର କାଗଜ ଟିକୁ ପଢିବାର ବାହାନା କଲେ। ଶ୍ରୀଲେଖା ରମେଶବାବୁ ଙ୍କ ପାଖକୁ ଆସି ଖବର କାଗଜ ଟାକୁ ଟାଣି ନେଇ ଦେଖି ହସି ହସି କହିଲା, " ବାବା ଚାରିଦିନ ତଳର ପେପରକୁ ପଢୁଚ୍ଥ କଣ ? ତମର କଣ ସ୍ମରଣଶକ୍ତି କମି ଗଲା କି ?" ରମେଶବାବୁ ଶ୍ରୀଲେଖାକୁ ଡ୍ରେସ୍ ବଦଳାଇ ଫ୍ରେସ୍ ହେବାକୁ ତାଗିତ୍ କଲେ। ଶ୍ରୀଲେଖା ସେଠାରୁ ଚାଲିଯିବା ପରେ ରମେଶବାବୁ ମନେ ମନେ ଭାବିଲେ ," ଅନୁଶାସନର ଭଉଁରୀ ଭିତରେ ପଡି ପିଲାଟା ତା' ଜୀବନକୁ ଉପଭୋଗ କରିବା ଭୁଲି ଯାଇଚ୍ଥି । ସବୁବେଳେ ମୁଁ ଭାବୁଥିଲି ମୋ ଝିଅ କୁ ବହୁତ ଖୁସିରେ ରଖିଚ୍ଥି। ହେଲେ ତା' ଓଠ ତଳ ଖୁସି ମନର ଭୟର ପ୍ରତିଚ୍ଥବି।" 


ରମେଶବାବୁ ନିଜକୁ ନିଜେ କହିଲେ , " ନା ଆଜି ଠାରୁ ସେ ଆଉ ଶ୍ରୀଲେଖା କୁ ଡରି ଡରି ବଞ୍ଚିବାକୁ ଦେବେ ନାହିଁ । ସେ ଯେମିତି ଚାହିଁବ ସେମିତି ବଞ୍ଚିବ ତା' ଜୀବନକୁ। ମୁଁ ତା'ର ସ୍ବାଧିନତା କୁ ଚ୍ଥଡାଇବି ନାହିଁ ।"    


Rate this content
Log in

Similar oriya story from Classics