Lipsa Acharya

Abstract

4.0  

Lipsa Acharya

Abstract

ଅମୂଲ୍ଯ ଉପହାର

ଅମୂଲ୍ଯ ଉପହାର

6 mins
148


  ଦୀପାକୁ ଦୁଇଦିନ ହେଲା ଘରଲୋକ ବଦଳିଲା ବଦଳିଲା ପରି ଲାଗୁଥିଲେ। ଯେମିତି ତାଙ୍କୁ କିଚ୍ଥି ଲୁଚାଉଚ୍ଥନ୍ତି ସେମାନେ ! ସ୍ବାମୀ ବିବେକକୁ ପଚାରି ପଚାରି ଥକି ଗଲେଣି; ସେ କିଚ୍ଥି କହୁ ନାହାନ୍ତି। ପୁଅ ଓ ଝିଅ ବି ସେମିତି କିଚ୍ଥି କହୁ ନ ଥିଲେ। ବାରମ୍ବାର ପଚାରିବା ପରେ କେହି କିଚ୍ଥି ନ କହିବାରୁ ଶେଷରେ ନିଷ୍ପତି ନେଲେ ନା ଆଉ ପଚାରିବେ ନାହିଁ। ସେ ନିଶ୍ଚତ ଥିଲେ ; ତାଙ୍କ ପିଠି ପଚ୍ଥପଟେ କିଚ୍ଥି ଗୋଟିଏ ବଡ ଧରଣର ଷଡ଼ଯନ୍ତ୍ର ଚାଲିଚ୍ଥି। ଦୀପା ଅଧିକା କିଚ୍ଥି ନ ପଚାରି ଲଲ୍ ରେ ଥିବା ଝୁଲା ଉପରେ ବସିଗଲେ ଖଣ୍ଡିଏ ବହିଟେ ଧରି।


ପଢୁ ପଢୁ ସଂଧ୍ଯା ହେଇଗଲା। ଲଲ୍ ରେ ଲାଗିଥିବା ବିଜୁଳି ବଲ୍ପ ଜଳି ଉଠିଲା। ଦୀପାର ଧ୍ଯାନ ଭଙ୍ଗ ହେଲା ; ମନେ ମନେ ବିରକ୍ତ ହେଇ କହିଲେ ସେତେବେଳୁ ଏଇଠେ ବସିଚ୍ଥି କେହି ପଚାରିବାକୁ ଆସୁ ନାହାନ୍ତି।ନ ଆସନ୍ତୁ। ବହିର ପର ପୃଷ୍ଠାକୁ ଓଲାଟାଇ ପଢିବାରେ ଲାଗିଲେ। ବହି ଶେଷ ହେଇଯିବାରୁ ସେ ହାତ ଘଡି ରେ ସମୟ ଦେଖିଲେ ; ରାତି ନଅଟା ବାଜି ଗଲାଣି। ତଥାପି କେହି ବୁଝିବାକୁ ଆସୁ ନାହାନ୍ତି। ଏଥର ଗଲେ ଘରକୁ । ଦେଖିଲା ବେଳକୁ ବିବେକ , ରିମା, ରାଜା ଗପସପ ରେ ମଜ୍ଜି ଯାଇଚ୍ଥନ୍ତି। ଦୀପାକୁ ଦେଖି କିଚ୍ଥି ଲୁଚାଇଲା ପରି ତାଙ୍କୁ ଲାଗିଲା। ଦୀପା ଅଭିମାନ ରେ କିଚ୍ଥି ପଚାରିଲେ ନାହିଁ। ରାଗରେ ଗରଗର ହେଉଥାନ୍ତି। ରୋଷେଇ ଘରୁ ଯାଇ ଦେଖିଲା ବେଳକୁ ଆଳୁ ପରଟା ଓ ଚିକେନ କଷା ରନ୍ଧା ହେଇ ଥୁଆ ହେଇଚ୍ଥି। ଦୀପା ମନରେ ଭାବିଲେ , " ଆଜି ସୂର୍ଯ୍ଯ ପଶ୍ଚମ ଦିନରେ ଉଦୟ କେମିତି ହେଲେ?" ଏହି ସମୟରେ ରିମା ବୈଠକ ରୁମ୍ ରୁ ଚିଲେଇ କହିଲା , " ତୁ ପଢାରେ ମଜ୍ଜି ଯାଇଥିଲୁ ; ତୋତେ କାଇଁ ବିରକ୍ତ କରାଇବି ଭାବି ନିଜେ ରାନ୍ଧି ଦେଲି। ତୁ ବଢାବଢି କରି ଆଣେ ଖାଇବା ଭୋକ ଲାଗିଲାଣି।" ଦୀପା ଗୋଟିଏ ଦୀର୍ଘ ନିଶ୍ଵାସ ଚ୍ଥାଡି ଚାରୋଟି ପ୍ଲେଟ୍ ରେ ଖାଇବା ବାଢି ଡାଇନିଂ ଟେବୁଲ୍ ଉପରେ ରଖି ସମସ୍ତଙ୍କୁ ଡାକିଲେ।


ସବୁ ଚୁପ୍ ଚାପ୍ ବସି ଖାଉଥାନ୍ତି। କେହି କାହା ସହିତ କଥା ବି ହଉ ନାହାନ୍ତି। ଏ ନିରବତା ଦୀପାକୁ ନିଜ ଭିତରେ ମାରୁଥିଲା ; ମୁହଁ ଖୋଲି ପଚାରୁ ନ ଥିଲେ କଣ ହେଇଚ୍ଥି କହି। ରାତ୍ରି ଖାଇବା ଖାଇ ଯିଏ ଯାହା ରୁମ୍ କୁ ଚାଲିଗଲେ ଦୀପା ସହିତ ନ କଥା ହେଇ। ଦୀପା ମଧ୍ଯ କାହାକୁ ପଚ୍ଥରୁ ଡାକିଲା ନାହିଁ। ବାସନ ମାଜି ରୋଷେଇ ଘର ସଫା କରି ବେଡରୁମ୍ କୁ ଯାଇ ଦେଖିଲା ବିବେକ ଶୋଇ ପଡିଲେଣି। ଆଜି ପ୍ରଥମ ଥର ପାଇଁ ଦୀପାର ସ୍ବାମୀ ଆଉ ପିଲାମାନେ ତା' ସହିତ ଏପରି ବ୍ଯବହାର ଦେଖାଉ ଥିଲେ। ଦୀପା ଆଖିରେ ଲୁହ ଜକେଇ ଆସିଲା। ଲୁହକୁ ପୋଚ୍ଥି ଶୋଇଗଲା ଦୀପା।


ଫିସ୍ ଫିସ୍ କଥାବାର୍ତ୍ତାରେ ଦୀପାଙ୍କ ନିଦ ଭାଙ୍ଗିଗଲା। ଉଠି ଦେଖିଲା ବେଳକୁ ବିବେକ ନ ଥିଲେ।ଦୀପା ବିବେକଙ୍କୁ ଖୋଜି ଖୋଜି ବୈଠକ ରୁମ୍ ରେ ପହଞ୍ଚିଲେ। ରୁମ୍ ପୁରା ଅନ୍ଧାର ଥିଲା। ବିବେକ ଏଠି ବି ନାହାନ୍ତି କୁଆଡେ ଗଲେ। ଦୀପାଙ୍କ ହଠାତ୍ ମନେ ପଡିଲା ସେ ବାଥରୁମ୍ ନ ଦେଖି ଏପଟେ ଚାଲି ଆସିଲେ। ପୁଣି ଫେରି ଆସୁଥିଲେ ରୁମ୍ କୁ ; ସେତିକି ବେଳେ ବିଜୁଳି ଆଲୁଅ ଜଳି ଉଠିଲା। ସବୁ ଏକା ସ୍ବରରେ ହାପି ବର୍ଥଡେ କହି ଉଠିଲେ। ଦୀପା କିଚ୍ଥି ସମୟ ପାଇଁ ନିଜକୁ ବିଶ୍ବାସ କରି ପାରିଲେ ନାହିଁ। ଆଖି ଦୁଇଟି ଘଣ୍ଟା ଉପକୁ ଗଲା ସମାନ ୧୨ଟା ବାଜିଥିଲା। ଦୀପା ନିଜେ ଭୁଲି ଯାଇଥିଲେ ତାଙ୍କ ଜନ୍ମଦିନ କହି। କେମିତି ବା ମନେ ରଖିବେ ଆଗରୁ କେବେ ଜନ୍ମଦିନ ପାଳି ନ ଥିଲେ।


ରୀମା ଆଉ ରାଜା ଦୀପାଙ୍କୁ ଭିଢି ନେଇଥିଲେ କେକ୍ ପାଖକୁ। ଦୀପା ନିଜ ସାନଭାଇଙ୍କ ପରିବାର, ରୀମା, ରାଜା, ବିବେକ ଙ୍କ କିଚ୍ଥି ପରିଚିତ ସାଙ୍ଗଙ୍କୁ ଦେଖି ଆହୁରି ଖୁସି ହେଇଗଲେ। ସବୁ ତାଙ୍କ ଜନ୍ମଦିନ ପାଳିବା ପାଇଁ ଅଧ୍ଯରାତି ରେ ଦୈଡି ଆସିଚ୍ଥନ୍ତି। ରାଜା ଦୀପାକୁ ଚ୍ଥୁରୀ ବଡେଇ ଦେଇ କେକ୍ କାଟିବାକୁ କହିଲା। ଦୀପା କେକ୍ କାଟିବା ଆରମ୍ଭ କଲେ। ଘରଟି ହାପି ବର୍ଥଡେ ଟୁ ୟୁ ବାକ୍ଯରେ ଫାଟି ପଡୁଥିଲା। କେକ୍ କାଟି ବିବେକ, ରୀମା, ରାଜା ଆଉ ତାଙ୍କ ସାନ ଭାଇଙ୍କୁ କେକ୍ ଖୁଆଇଦେଲେ। କୋଲ୍ ଡ୍ରିଙ୍କ ଆଉ ପାସ୍ତା ଚିକିଲେଟ୍ ଖାଇ ସବୁ ଗୀତ ଲଗାଇ ଘଡିଏ ନାଚିଲେ ସବୁ। ଦୀପା ଆଗରୁ କେବେ ଏତେ ଖୁସି ହେଇ ନ ଥିଲେ। ଦୀପାର ସାନଭାଇ ହାଇ ମାରି ମାରି କହିଲେ ;" ଦିଦି ଆଉ ପିଲାମାନେ ଚାଲ ଶୋଇବା ୨ଟା ବାଜିଲାଣି। ରୁମ୍ ସଜାଇବାରେ ସାହାର୍ଯ୍ଯ କରି ମୁଁ ବହୁତ ଥକି ଯାଇଚ୍ଥି।" ଦୀପା ହସି ହସି ସହମତୀ ଦେଲେ।


ତା' ପର ଦିନ ଖରାବେଳେ ଦୀପା ତାଙ୍କୁ ମିଳିଥିବା ଉପହାସ ସବୁ ଖୋଲି ବସିଲେ। ଭଳିକି ଭଳି ରଙ୍ଗିନ ଜରି ଭିତରେ ରହିଚ୍ଥି ଉପହାର ର ରହସ୍ଯ। ରୀମା ଆଉ ରାଜା ଆସି ଦୀପା ପାଖରେ ବସିଲେ। ମାମା ଖୋଲ ଏଗୁଡିକ କିଏ କଣ ଦେଇଚ୍ଥି ଦେଖିବା। ଦୀପା ଖୋଲି ଦେଖୁଥାନ୍ତି ଗୋଟି ଗୋଟି କରି। ଉପହାର ଦେଖି ସବୁ ଖୁସି ହେଉଥିଲା । ତାହା ସହିତ ପରିହାସ ବି , "ୟାକୁ ଆଉ କିଚ୍ଥି ମିଳିଲା ନାହିଁ ;ଏଇଟା ଆଣିଲା।" ରୀମାର ତଳେ ପଡିଥିବା ଗୋଟିଏ ଚ୍ଥୋଟିଆ ବକ୍ସ ଉପରେ ଆଖି ପଡିଲା। ମାମା ଆଉ ଗୋଟିଏ ରହିଗଲା କହି ବକ୍ସ କୁ ଦୀପା ହାତକୁ ବଡାଇ ଦେଲା। ଦୀପା ଖୋଲି ଦେଖିଲା ବେଳକୁ ଗୋଟିଏ ପୁରୁଣା ଟେପ୍ ରେକଡ଼ର୍ । ରାଜା ଆଶ୍ଚର୍ଯ୍ଯ ହେଇ ପଚାରିଲା , " ମା' ଏଇଟା କିଏ ଦେଇଚ୍ଥି?" ରୀମା ଜରିକୁ ଟିକିନିଖି କରି ଦେଖି କହିଲା କିଏ ଦେଇଚ୍ଥି ଲେଖା ହେଇନି। ଦୀପା ରେକଡ଼ର୍ କୁ ଅନ୍ କଲେ

ଚାନ୍ଦର ଚାନ୍ଦିନୀ ପରି

ଆଇ ଲଭ ୟୁ

ରାଗର ରାଗିଣୀ ପରି

ଆଇ ଲଭ ୟୁ

ତୁମକୁ ଚାହେଁ ଏ ମନ

ସବୁରାତି ସବୁ ଦିନ..

ଆଇ ଲଭ ୟୁ ରୀମା .

ଏହି ସମୟରେ ରାଜା କହି ଉଠିଲା " ମାମା ଏଇଟା ତ ତୁମ ସ୍ବର। " ରୀମା କହିଲା, " ମୋତେ କଣ ଏଇ ଗୀତ ଗାଇ ଶୁଆଉଥିଲୁ କି? ମାମୁଁ ବୋଧହୁଏ ତୋ ଅଜାଣତରେ ରେକଡ୍ କରି ନେଇଚ୍ଥନ୍ତି। ଆଜି ତୋତେ ତୋ ସ୍ବର ଶୁଣାଇଦେଲେ। " ଦୀପା କିଚ୍ଥି ନ କହି ଚୁପ୍ ଚାପ ବସିଥିଲା। ଏହି ସମୟରେ ବକ୍ସ ଭିତରେ ଚିଠି ଉପରେ ନଜର ପଡିଲା। ତାକୁ ଆଣି ପଢିଲା ,:-

ପ୍ରିୟର ଦୀପା,

           କେମିତି ଅଚ୍ଥୁ ବଦମାସ୍? ଏତେ ଦିନ ଭିତରେ ମୋତେ ଭୁଲି ନିଶ୍ଚତ ଯାଇଥିବୁ । ଖୋଜିବି ନ ଥିବୁ। ମୁଁ ଦେଇଥିବା ଉପହାର ଟି ତୋତେ ଭଲ ଲାଗିବ ବୋଲି ମୋର ଆଶା। ସବୁବେଳ କହୁ ନା " ତୁ ମୋତେ କେବେ ଜରୁରୀ ଭାବୁନୁ। ସବୁବେଳେ ଅଣଦେଖା କରୁଚ୍ଥୁ କହି। ଦେଖ ମୁଁ ତୋ ସ୍ବରରୁ ଆଜି ଯାଏଁ ମୋ ପାଖରେ ସାଇତି ରଖିଥିଲି। "


ମୁଁ ଜାଣେ! ତୁ ଭାବୁଥିବୁ ଏତେ କଥା କହିଲାଣି କ୍ଷମା ମାଗୁନି କାହିଁ। ନା ମୁଁ ସେଦିନ ତୋତେ କ୍ଷମା ମାଗିଥିଲି ନା ଆଜି ମାଗିବି। ଦୀପା ଭୁଲ୍ ଠିକ୍ ର ହିସାବ ତୁ କରୁ । ଆଉ ନିଜକୁ ସବୁବେଳେ ଠିକ୍ ପ୍ରମାଣ କରିବାରେ ଲାଗୁ। ମୋର କୌଣସି ସଫେଇ ଦେବାର ନାହିଁ। ଆଗ ଝଗଡା ହେଲେ ତୁ ମୋତେ ପଚାରୁଥିଲୁ ନା ;" ମୋ ଭଲ ପାଇବାରେ କଣ କମ୍ ରହିଗଲା ଯେ ତୁ ଆଉ ଗୋଟିଏ ସାଙ୍ଗ ଦେଖୁଚ୍ଥୁ।" ମୁଁ ବି କେବେ ରାଗୁ ନ ଥିଲି। ଭାବୁଥିଲି ତୁ ମୋତେ ସେତିକି ଭଲପାଉ ବୋଲି ଏପରି କହୁଚ୍ଥୁ। ହେଲେ, ସେ ଦିନ ମୁଁ ତୋତେ ଅଣଦେଖା କରି କଲେଜରେ ପହଞ୍ଚୁ ପହଞ୍ଚୁ ଶ୍ରୀୟା ପାଖକୁ ଯାଇ କଥା ହେଲି କହି ତୁ ଯାହା ନାହିଁ ତାହା କହିଗଲୁ। ମନେ ଅଚ୍ଥି ଥରେ କହିଥିଲୁ ;"ମୋର କଣ ସ୍ବାଭିମାନ ନାହିଁ? ତୁ ସମସ୍ତଙ୍କ ସହିତ କଥା ହଉଚ୍ଥୁ ମୋତେ ଅଣଦେଖା କରି ଆଉ ମୁଁ କୁକୁର ପରି ତୋ ପଚ୍ଥରେ ଦୈଡୁଚ୍ଥି।" ଏବେ କହ ତୋ ନିଜର ଯଦି ସ୍ବାଭିମାନ ଆତ୍ମସମ୍ମାନ ଅଚ୍ଥି ତେବେ ତୋ ଆଗରେ ଠିଆ ହେଇଥିବା ଲୋକର କଣ ନାହିଁ। କାହିଁକି ମଁ ତା' ସହିତ କଥା ହଉଚ୍ଥି ? କଣ କଥା ହଉଚ୍ଥି ପଚାରି ବୁଝିବା ବଦଳରେ ରାଗି ଯାଇ ମନକୁ ଯାହା ଆସିଲା ତାହା କହିଗଲୁ। ଯେତେ ନିବିଡ ସମ୍ପର୍କ ହେଉ ନା କାହିଁକି ବ୍ଯବହାରରେ ଗୋଟିଏ ଶାଳୀନତା ରହିବା ଦରକାର। ସହିବାର ବି ଗୋଟିଏ ସୀମା ଥାଏ ଦୀପା। ସେଦିନ ସବୁ ସୀମା ଟପିଗଲୁ ତୁ। କଲେଜ ପରିସରରେ ସବୁ ପିଲା ଆମକୁ ହିଁ ଦେଖୁଥିଲେ। ଶେଷରେ ମୁଁ ବି ମୁହଁ ଖୋଲି ତୋତେ ଆତ୍ମବର୍ଗୀ କହି ଗାଳି ଦେଲି। ସତରେ ତୋର ବହୁତ ego । ତୁ ଚାହୁଁ ତୋ ଆଖାପାଖି ଲୋକ ତୁ ଯେପରି ଚାହୁଁ ସେପରି କରନ୍ତୁ। ସବୁବେଳେ ତୋ ପାଦତଳେ ରୁହନ୍ତୁ। ହେ! ତୋତେ ବୁଝାଇ କିଚ୍ଥି ଲାଭ ନାହିଁ। ନା କୌଣସି ଫରକ୍ ତୋତେ ପଡିବ। ତୁ ମୋ ବିନା ବହୁତ ଖୁସିରେ ଥିବୁ। ନୂଆଁ ସାଙ୍ଗଙ୍କୁ ପାଇ ଭୁଲି ଯାଇଥିବୁ ।


ହଁ, ଆଉ ଗୋଟିଏ କଥା। ହୁଏତ ମୁଁ ତୋତେ ସେ ଦିନ ଗାଳି କରି ନ ଥାନ୍ତି। ଏକରେ ତୁ ସମସ୍ତଙ୍କ ଆଗରେ ମୋତେ ଗାଳି କରୁଥିଲୁ। ଦୁଇରେ ମୋ ଚୁନି ତଳେ ଲୁଚି ରହିଥିବା ହାତରେ ପଟି ପଡିଥିଲା ତାହା ତୋ ନଜରରେ ପଡିଲା ନାହିଁ। ପଡିବ ବା କେମିତି? ତୁ ସବୁବେଳେ ନିଜକଥା ହଁ ଭାବୁ। କଣ କହିଥିଲୁ ସେ ଦିନ , " ତୁ କଣ ଜମିମାଲିକ ସବୁ ଭାଗ ନେବାକୁ ତୋ ପାଖକୁ ଆସୁଚ୍ଥନ୍ତି। ବାହାନା କରୁଚ୍ଥୁ । ଆକାର୍ଷଣ କମିଗଲାନି ସେଥିପାଇଁ।" ହେଲେ, ଦୀପା ତୋ ଚ୍ଥଡା ମୋର ଅନ୍ଯ ସାଙ୍ଗମାନେ ବି ଅଚ୍ଥନ୍ତି। ସେମାନଙ୍କ ପ୍ରତି ମୋର କିଚ୍ଥି କର୍ତ୍ତବ୍ଯ ଆଉ ଦାଇତ୍ବ ଅଚ୍ଥି। ଏକଥା ବୁଝିବାକୁ ତୁ ପ୍ରସ୍ତୁତ ନ ଥିଲୁ। ସେ ଦିନ ଶ୍ରୀୟାକୁ ମୁଁ ତା' ଜ୍ଯାକେଟ୍ ଫେରାଇବାକୁ ଯାଇଥିଲି। ତା' ପୂର୍ବଦିନ ଘରକୁ ଯିବା ସମୟରେ ରାସ୍ତାରେ ମୋର ଦୁର୍ଘଟଣା ହେଇଗଲା। ଶ୍ରୀୟା ମୋତେ ହସ୍ପିଟାଲ୍ ନେଇ ଯାଇଥିଲା। ମୋତେ ଶୀତ ଲାଗିବାରୁ ସେ ମୋତେ ତା' ଜ୍ଯାକେଟ୍ ଦେଇଥିଲା। ସେ ଦିନ କଲେଜରେ ପରିକ୍ଷା ଥିଲା କହି ବାପା ମୋତେ କଲେଜରେ ନେଇ ଚ୍ଥାଡିଥିଲେ। ତୋ ରାଗ ଦେଖି ମୁଁ ତୋତେ କିଚ୍ଥି କହିବା ଉଚିତ୍ ମନେ କଲି ନାହିଁ। ମୁଁ ଯାହା ବି କହିଥିଲେ ତୁ ତାକୁ ବାହାନା ବୋଲି ଭାବି ନେଇଥାନ୍ତୁ। ତୋର ଏପରି ବ୍ଯବହାର ମୋତେ ବାଧ୍ଯ କରିଥିଲା ତୋ ଠାରୁ ଦୂରେଇ ଯିବାକୁ।


ତୋର ଗୋଟିଏ ଇଚ୍ଚ୍ଥା ଥିଲା ତୋ ଜନ୍ମଦିନ ବହୁତ ଧୁମ୍ ଧାମ୍ ରେ ପାଳିବାକୁ। ଆଜି ତୋର ସେହି ସ୍ବପ୍ନ ପୁରଣ ହେଇଗଲା। ଆଶା ଆଜି ବହୁତ ଖୁସି ରେ ଥିବୁ। ମୋର କୌଣସି ଆବଶ୍ଯକ ଆଜି ନ ଥିବ। ତୋ ପାଖରେ ସବୁ ଅଚ୍ଥନ୍ତି। ଜାଣିଚ୍ଥି ଚିଠିକୁ ପଢି ମନ ଦୁଃଖ କରିବୁ। ତୋ ଖୁସିରେ ଦିନରେ ତୋତେ ଦୁଃଖ ଦେଇଥିବାରୁ ମୁଁ ଦୁଃଖିତ ମୋତେ କ୍ଷମା କରିଦବୁ।

                              ଇତି

                                 ରୀମା।

ଦୀପା ନିଜ ଲୁହକୁ ଲୁଚାଇ ଝିଅ ରୀମାକୁ ପଚାରିଲା , " ତମେ ସବୁ କେମିତି ଜାଣିଲ ଆଜି ମୋ ଜନ୍ମଦିନ କହି।" ମାମା ସତକଥା ହେଲା , " ଚାରିଦିନ ତଳେ ମୋ ପାଖକୁ ଜଣେ ଆଣ୍ଟି ଫୋନ କରିଥିଲେ। ସେ କୁଆଡେ ତୁମ ସାଙ୍ଗ। ସେ କହିଲେ।" ଦୀପା ମୁହଁରେ ଆଶାର କିରଣ ଦେଖାଗଲା। ଏତେ ବର୍ଷପରେ ହୁଏତ ସେ ରୀମା ସହିତ ମିଶି ପାରିବ। ଦୀପା ତା' ଝିଅ ରୀମାକୁ ସେ ଆଣ୍ଟିକୁ ଫୋନ କରିବା ପାଇଁ କହିଲା। ରୀମା ଫୋନ କଲାଇଲା। ଫୋନ ନ ଲାଗିବାରୁ କହିଲା , " ମାମା ସେ ନମ୍ବର ବର୍ତ୍ତମାନ ଉପଲବ୍ଧ ନାହିଁ କହୁଚ୍ଥି।"

ଦୀପାର ହଠାତ୍ ମନେ ପଡିଗଲା ; ସେ ଦିନ ଝଗଡା ଲାଗିବା ସମୟରେ ରୀମା ତାକୁ କହିଥିଲା , " ମୁଁ ଦୁନିଆଁ ଭିଡରେ ଏମିତି ହଜିଯିବି ଯେ ; ତୁ ଖୋଜିଲେ ବି ମୋ ଅସ୍ତିତ୍ବକୁ ପାଇବୁ ନାହିଁ। ମୁଁ ଜାଣିଚ୍ଥି ତୁ ମୋତେ ଖୋଜିବୁ ନାହିଁ। ଆଜି ତୋର ମୁଁ ଆବଶ୍ଯକ ଆଉ ଦିନେ ସେହି ଆବଶ୍ଯକ ବଦଳି ଯିବ।"



Rate this content
Log in

Similar oriya story from Abstract