Lipsa Acharya

Fantasy Inspirational

3  

Lipsa Acharya

Fantasy Inspirational

ବିଦେଶୀ କଫି ଦେଶୀ ଚା'

ବିଦେଶୀ କଫି ଦେଶୀ ଚା'

6 mins
198


ମା' ଚା' ଦିଅ। ଖଟରେ ପଡି ରହି ଚିଲ୍ଲାଉଥାଏ ଦିଆ। ଦୁଇ ତିନିଥର ଚିଲ୍ଲାଇ ସାରିଲାଣି ହେଲେ; ମା' ଙ୍କ ଜବାବ ଆସୁଚ୍ଥି ନା ସେ ଚା' ନେଇ ଆସୁଚ୍ଥନ୍ତି। ସକାଳୁ ସକାଳୁ କାହାକୁ ବା ଇଚ୍ଚ୍ଥା ହବ ଉଠି ଯାଇ ନିଜେ ଚା' ପିଇବାକୁ। ଦିଆ ପୁଣି ଥରେ ଚିଲେଇଲା , " ମା' ଚା ଦିଅ।"


" ଏଇଟା ଘର ନାହିଁ ଦିଆ ହଷ୍ଟେଲ। ଏଠି ନା ମାଉସୀ ଅଚ୍ଥନ୍ତି ; ନା ଏଠି ସକାଳୁ ସକାଳୁ ତୋତେ ଚା' ମିଳିବ।"

ରିଆର କଥା ଶୁଣି ଦିଆ ଉଠି ବସିଲା। କାଲି ହଷ୍ଟେଲ୍ ଆସିଲା ପାଠ ପଢିବ କହି। ସେଇଟା ପୁଣି ଭାରତ ବାହାରେ ବ୍ରାଜିଲ ର ରିଓ ଡେ ଜେନେରିଓ city. ଦିଆ ଚୁପ୍ ଚାପ୍ ବସି ରହିଲା। ତାକୁ ଏପରି ଚୁପ୍ ଦେଖି ରିଆ ପଚାରିଲା , " କଣ ଭାବୁଚ୍ଥୁ? ଘରକଥା କି ?" " ହଁ, ରିଆ! ସକାଳୁ ମା' ହାତ ତିଆରି ସମଲା ଚା' ନ ପିଇଲେ ମୋ ଦିନ ଆରମ୍ଭ ହେଉ ନ ଥିଲା। ଆଉ ଆଜି..। କହୁ କହୁ ଦିଆର ଆଖିରେ ଲୁହ ଆସିଗଲା। ରିଆ ଦିଆକୁ ବୁଝାଇବାକୁ ଯାଇ କହିଲା , " ତୁ ନିଜେ Federal university of ରିଓ ଡେ ଜେନେରିଓ ରେ ପଢିବାକୁ ଚାହୁଁଥିଲୁ। ସେଥିପାଇଁ ବହୁତ ପରିଶ୍ରମ ମଧ୍ଯ କରିଥିଲୁ। ତୋ ପାଇଁ ମୋତେ ବି ଏଇଠି ପଢିବାକୁ ସୁଯୋଗ ମିଳିଲା। ନ ହେଲେ ; ମୁଁ ଏତେବେଳକୁ କାହାକୁ ବାହା ହେଇ ପିଲାଚ୍ଥୁଆ ଜନ୍ମ କରି ଘର କୋଣ ରେ ପଡି ରହିଥାନ୍ତି।"

ରିଆ କହୁ କହୁ ନିଜ ଅତୀତ କଥା ମନେ ପକାଇଲା। ଦିଆ ଆଉ ରିଆ ପିଲାଦିନର ସାଙ୍ଗ। ଦୁହେଁ ଏକାଠି ଗୋଟିଏ ସ୍କୁଲ୍ ରେ ପଢୁଥିଲେ। ୨ ପରେ ବି ଏସ ସି ରେ ରିଆ ନର୍ସିଂ ଆଉ ଦିଆ ହୁମାନ ସଇଁସ ପଢିଲା। ଦୁଇଜଣଙ୍କ କଲେଜ ଅଲଗା ଥିଲେ ବି ସେମାନଙ୍କ ସମ୍ପର୍କ ପୂର୍ବ ପରି ଅତୁଟ ରହିଥିଲା।


ଦିନେ ଦୁହେଁ ପାର୍କରେ ବୁଲୁଥିବା ସମୟରେ ଦିଆ ରିଆ କୁ କହିଲା ଚାଲ୍ ଆମେ ଦୁଇଜଣ ଆମେରିକା ରେ ପିଜି କରିବା। ରିଆ କୁହେ ତୋ ମୁଣ୍ଡ ଖରାପ ହେଇଗଲାଣି କି ? ଆମେ କୁଠେ ଆଉ ଆମେରିଆ କେଉଁଠି? ତା' ଚ୍ଥଡା ତୁ ଗୋଟିଏ କଥା ଜାଣିନୁ ," ଦୁଇଦିନ ପରେ ମୋତେ ପୁଅ ଘର ଲୋକ ଦେଖିବାକୁ ଆସୁଚ୍ଥନ୍ତି!" । ଦିଆ ଚମକି ପଡି କହିଲା ," ତୁ ଏତେ ଶୀଘ୍ର ବାହା ହେଇଯିବୁ କାହିଁକି? ତୋତେ ସବୁ ୧୯ ବର୍ଷ ହେଲା।" 

" ଦିଆ , ଏଇଟା ତ ସବୁଠାରୁ ବଡ ଆସୁବିଧା। ଆମ ଦେଶରେ ୧୮ ବର୍ଷ ପରେ ଜଣେ ଝିଅର ବାହାଘର ହେଇ ପାରିବ। ସେତେବେଳୁ ଜଣେ ସ୍ନାତକ ବି ସାରି ନ ଥିବ। ସେଥିପାଇଁ ବହୁତ ଜଣ ଝିଅ ନିଜର ସ୍ନାତକ ବି ଶେଷ କରି ପାରନ୍ତି ନାହିଁ । ମୁଁ ବି ବାହାଘର ପରେ ପଢି ପାରିବି କି ନାହିଁ ମୁଁ ଜାଣିନି।"


"ତୁ ଏତେ କଷ୍ଟ ରେ ପଢୁଚ୍ଥୁ। ନର୍ସିଂ ପଢିବା କଣ ସହଜ ହେଇଚ୍ଥି। ଶୁଣୁ କାହା ପାଇଁ ବି ପାଠ ପଢା ବନ୍ଦ କରିବା ଠିକ୍ ନୁହେଁ। ଆଜି ଯଦି ପୁଅ ଘର କଥାରେ ପଡି ପଢାଚ୍ଥାଡି ଦେବୁ ସେମାନେ କାଲି ଆଜିଠାରୁ ବି ବଡ ବଳିଦାନ ଚାହିଁବେ। ଶୁଣୁ ତୁ ମୋ ସହିତ ଆମେରିକା ଯିବୁ ପିଜି ପଢିବା ପାଇଁ।"

" ଏଇଟା କେମିତି ସମ୍ଭବ?"

" କାହିଁକି ନୁହେଁ। ଦେଖେ ଆମେରିଆ ପ୍ରତିବର୍ଷ ଗୋଟିଏ 100% scholarship ପରିକ୍ଷା କରେ । ଯେଉଁମାନେ ସେଥିରେ ପାସ୍ କରନ୍ତି ସେମାନଙ୍କୁ ପଢା ଓ ହଷ୍ଟେଲ୍ ଖର୍ଚ୍ଚ ମାଗଣା ଥାଏ। ଏହା ସହିତ ଚ୍ଥାତ୍ରବୃତ୍ତି ଟଙ୍କା ବି ମିଳେ। "

" ଦିଆ ଯେତେ ସହଜରେ ତୁ ଏସବୁ କହିଦେଲୁ ; ସେତେ ସହଜ ନୁହେଁ ଏସବୁ ହେବା।"


" ଜୀବନରେ କୌଣସି ଜିନିଷ ସହଜରେ ମିଳି ନ ଥାଏ। ଆମ ଦ୍ବାରା ଏଇକାମଟି ହେଇ ପାରିବ ନାହିଁ ଭାବିବା ପ୍ରଥମେ ଆମ ମାନସିକତାକୁ ଦୁର୍ବଳ କରି ଦେଇଥାଏ। ପଢିବା ଠାରୁ ସହଜ କାମ ଏ ଦୁନିଆଁ ରେ ଆଉ କିଚ୍ଥି ନାହିଁ। ଆମେ ହବ କି ନ ହବ କିଚ୍ଥି ନ ଭାବି ପଢା ଆରମ୍ଭ କରିବା। ସ୍ନାତକ ସରିବାକୁ ଆହୁରି ଗୋଟିଏ ବର୍ଷ ବାକି ଅଚ୍ଥି। ଆମେ ଆଜି ଠାରୁ ଆରମ୍ଭ କଲେ ପରିକ୍ଷା ହେବା ପୂର୍ବରୁ ପୁରା ସିଲାବସ୍ ପଢି ପାରିବା।"

" ଦିଆ ଘରେ ମୋତେ ବାହା କରାଇବା ପାଇଁ ଅଣ୍ଟା ଭିଡିଲେଣି; ତୁ ମୋତେ ଆମେରିକାରେ ପିଜି କରିବା କୁ ସ୍ବପ୍ନ ଦେଖାଉଚ୍ଥୁ।"


" ଶୁଣୁ କଥା ପଡିଚ୍ଥି। ତୁ ବାହା ହଉନୁ କାଲି। ତୁ ଚୁପ୍ ଚାପ ପଢା ଆରମ୍ଭ କରେ। ଥରେ ପରିକ୍ଷାରେ ପାସ୍ ହେଇଗଲେ ଘରଲୋକ ବି ରାଜି ହେଇଯିବେ।"

" ହେଉ , ମୁଁ ତୋ କଥା ମାନିବି।"

" ଆମ ଦୁଇଜଣଙ୍କୁ ଯଦି ଫେଡେରାଲ ଉନିଭେର୍ସିଟି ଅଫ ରିଓ ଡେ ଜେନେରିଓ. ଯଦି ଆଡମିଶନ ହେଇଯିବ ତେବେ ବହୁତ ଭଲ ହବ। କାହିଁକି ନା ହୁମାନ ସାଇନ୍ସ, ନର୍ସିଂ ପାଇଁ ବହୁତ ପ୍ରସିଦ୍ଧ। "


ରିଆ ଅତୀତରୁ ଫେରି ଆସି ଦିଆର ମୁହଁକୁ ଚାହିଁ କହିଲା , " ଶେଷରେ ତୋ ପାଇଁ ମୁଁ ବାହା ନ ହେଇ ଏଠି ପଢିବାକୁ ଆସିଲି। ତୁ ଠିକ୍ କହିଥିଲୁ ପରିକ୍ଷାରେ ପାସ୍ ପରେ ବାବା ମୋ ଝିଅ ଆମେରିକା ରେ ମାଗଣା ପଢିବ କହି ବହୁତ ଖୁସି ହେଇ ଯାଇଥିଲେ।" ଏତିକି କହି ରିଆ ଦିଆରୁ କୋଳାଗ୍ରତ କରିଲା। ମୁଁ ତୋ ପାଇଁ ଚା' ର ଆୟୋଜନ କରି ପାରିବି ନାହିଁ। ତୁ ଶୀଘ୍ର ବାହାରେ ନ ହେଲେ ଆମେ ପ୍ରଥମ ଦିନରେ ହଁ ବିଳମ୍ବ ହେଇଯିବା। ଭଗବାନଙ୍କ ବହୁତ କୃପା ଆମ ଦୁଇଜଣଙ୍କୁ ଗୋଟିଏ ରୁମ୍ ମିଳିଗଲା।

ଦୁହେଁ ବାହାରିଗଲେ ନିଜ ନିଜ ବିଭାଗକୁ ପ୍ରଥମ ଦିନର କ୍ଲାସ୍ କରିବାକୁ।


ଏହା ଭିତରେ ଦୁଇମାସ କଟିଯାଏ। ହଷ୍ଟେଲ୍ କ୍ଲସ୍ କୁ ଯିବା ଆସିବା ପଢା ଏସବୁ ଭିତରେ ଦିଆ ଆଉ ରିଆର ସମୟ କଟିଯାଏ। ସେମାନେ ଠିକ୍ ରେ ରିଓ ଡେ ଜେନେରିଓ ସହରକୁ ଠିକ୍ ରେ ଦେଖି ନ ଥିଲେ। ଦିନେ ସଂଧ୍ଯାରେ ସେମାନେ ସମୟ ବାହାର କରି ସହର ବୁଲିବାକୁ ବାହାରି ପଡିଲେ। ସହର ବୁଲିବା କେବଳ ବାହାନା ଥିଲା ସେମାନଙ୍କୁ କିଚ୍ଥି ପଢା ଉପକରଣ କିଣିବାର ଥିଲା। ଆଗରୁ କେବେ ହଷ୍ଟେଲ୍ ବାହାରକୁ ଯାଇ ନାହାନ୍ତି। ଦୁଇଜଣ ଯାକ ନିଜ ବିଭାଗ ପିଲା ମାନଙ୍କ ସହିତ ମଧ୍ଯ ଠିକ୍ ରେ ମିଳାମିଶା କରି ନ ଥିଲେ। ଦିଆର ଜଣେ ସ୍ଥାନୀୟ ସହପାଠୀ ସହିତ ଭଲ ସମ୍ପର୍କ ତିଆରି ହେଇ ସାରିଥିଲା। ସେ ସେମାନଙ୍କୁ ସାହାର୍ଯ୍ଯ କରିବ କହି କଥା ଦେଇଥିଲା।


 ହଷ୍ଟେଲ୍ ଫାଟକ ପାଖରେ ପହଞ୍ଚି ଦେଖିଲେ ଏଲିନା ଆଗରୁ ଆସି ସେମାନଙ୍କୁ ସେଠି ଅପେକ୍ଷା କରିଥିଲା।

ମାର୍କେଟ୍ ରେ ଆବଶ୍ୟକତା ଜିନିଷ କିଣି ସେମାନେ sugarloaf mountain ଆଉ lpaneme btazil beach ଗଲେ ବୁଲିବାକୁ। ଫେରିବା ସମୟରେ ଦିଆର ଗୋଟିଏ କଫି ସପ୍ ଉପରେ ନଜର ପଡିଲା। ଯେଉଁଠି ତଳେ ଚା' ମିଳେ ବୋଲି ଲେଖାଥିଲା। ହଷ୍ଟେଲ୍ ରେ ବେଳେବେଳେ ଦିଆ କଫି ପିଇଦିଏ। କଫି ସପ୍ ଟି ମାଲିକ ଜଣେ ଭାରତୀୟ ଥିଲେ। ସାଇନ୍ ବୋର୍ଡ ରେ ରାଜେଶ ମହାପାତ୍ର ଦେଖି ଦିଆ ରିଆକୁ ଠାରି କହିଲା , " ଚାଲ୍ ଆଜି ଚା' ପିଇବା। ପୁରା ଭାରତୀୟ ଶୈଳୀରେ ପ୍ରସ୍ତୁତ । ଏ ବିଦେଶୀ ଶୈଳୀ ବ୍ଲାକ୍ କଫି ପିଇ ପିଇ ମୋ ପାଟି ଅସୁଆଦିଆ ହେଇଗଲାଣି।" ରିଆ ହସି ହଁ କଲା। ଏଲିନା, ଦିଆ ଆଉ ରିଆ କଫି ସପ୍ କୁ ଯାଇ ଗୋଟିଏ ଟେବୁଲ୍ ପାଖରେ ବସିଲେ। ଦିଆ ନିଜ ପାଇଁ ଆଉ ରିଆ ପାଇଁ ଚା' ମଗାଇଲା। ଏଲିନା ବି ଚା' ପିଇବ କହିଲା।

ଦିଆ ଚା' କୁ ପାଟିରେ ଦେଇ ଥୁ ଥୁ କରି ବାହାର କରିଦେଲା। ରାଗି ଯାଇ କର୍ମଚାରୀ ଉପରେ ଚିଲାଇଲା ଏଗୁଡ କି ଚା'? ଚା' କରିବା ଜଣା ନାହିଁ। ରିଆ ଦିଆକୁ ଶାନ୍ତ ହେବା ପାଇଁ କହୁଥିଲା। ଏଲିନା ଦିଆର ଏପରି ବ୍ଯବହାର ଦେଖି ଚମକି ପଡିଲା। ଦିଆକୁ ସବୁ ଲୋକ ଏକା ଲୟରେ ଅନାଇଲେ। ରିଆ ଦିଆକୁ ଚୁପ୍ ହେବା ପାଇଁ କହି ହାତରୁ ଧରି ବସାଇଲା। ଦିଆ କର୍ମଚାରୀ ଙ୍କୁ କହିଲା, " ତୁମ ମାଲିକ ରାଜେଶ ମହାପାତ୍ର ଙ୍କୁ ଡାକ।" ରିଆ ଦିଆକୁ ଏପରି ନ କରିବାକୁ କହିଲା। ଦିଆ କେଉଁ ଶୁଣିବା ଝିଅ କି। କିଚ୍ଥି ସମୟ ପରେ ଜଣେ ଯୁବକ ଆସି ସେଠାରେ ପହଞ୍ଚିଲେ। ନିଜକୁ ରାଜେଶ କହି ପରିଚୟ ଦେଲେ।


ଦିଆ ରାଗି ଯାଇ କହିଲା, " ଆପଣ ଏମିତି ଚା' ଦିଅନ୍ତି ନିଜ ଗ୍ରାହକ ମାନଙ୍କୁ। ଏତେ ଅସୁଆଦିଆ।"

ରାଜେଶ ବହୁତ ଶାନ୍ତ ରେ କହିଲା ମ୍ଯାମ୍ କଣ ହେଲା ? ଆପଣଙ୍କୁ ଚାହା କାହିଁକି ପସନ୍ତ ଆସିଲା ନାହିଁ। ଆମ କଫି ସପ୍ ର ବହୁତ ନାମ। ଏଠାରେ ସବୁଠାରୁ ଭଲ ସ୍ବାଦର ଚା' ଆଉ କଫି ମିଳେ।


" ଆଚ୍ଚ୍ଥା! ଏ ଚା' ରେ ନା ଅଦା, ଗୋଲ ମରିଚ, ଡାଲଚିନି, ଅଳେଇଚ କିଚ୍ଥି ବି ପଡିନି। ନିଜେ ଚାଖି କି ଦେଖେ କେତେ ଅସୁଆଦିଆ ଲାଗୁଚ୍ଥି। ଖାଲି କ୍ଷୀର ଆଉ ଚାହାପତି ସହିତ ଆଉ କଣ ଗୋଟିଏ ପକାଇ କରିଚ୍ଥ। ପିତା ପିତା ଲାଗୁଚ୍ଥି।"

ରାଜେଶ ଚା'କୁ ପିଇ କହିଲେ , " ମ୍ଯାମ୍ ଏଥିରେ ରେଡ୍ ଓ୍ବାଇନ୍ ପଡିଚ୍ଥି। ଆପଣଙ୍କୁ କହିବାର ଥିଲା ଆପଣଙ୍କୁ ପୁରା ଭାରତୀୟ ଦେଶୀ ଶୈଳୀର ଚା' ଦରକାର।" 


" ବିଦେଶ ଆସି ପୁରା ବିଦେଶୀ ହେଇଗଲେଣି। ଆପଣଙ୍କୁ ଆଉ ଅଦା ପକା ଚା' ଭଲ ଲାଗିବ କି? କଳା କଳା ଦେଖା ଯାଉଥିବା କଫି ଆଉ ରେଡ୍ ଓ୍ବାଇନ୍ ପକା ଚା' ଭଲ ଲାଗୁଥିବ ସେଥି ପାଇଁ ଏସବୁ ବିକ୍ରି କରନ୍ତି।"

ରାଜେଶ ଏଥର ଭିଷଣ ରୂପରେ ରାଗି ଗଲେ। ଦିଆର ଖୋଲାଥିବା ହାତବ୍ଯାଗ୍ ରୁ ତା' କଲେଜ id ବାହାର କରି ପଢି ତାଙ୍କୁ କହିଲେ , " ତୁମ university ର world rank-298, ଆଉ National rank -2. କହି ପାରିବ କେବେ ପ୍ରତିଷ୍ଠା ହେଇଥିଲା ?"

" ମୁଁ କେମିତି ଜାଣିବି?"

" ଆମେରିକା କୁ ପଢିବାକୁ ଆସିଗଲ ହେଲେ କଲେଜ କେବେ ତିଆରି ହେଇଥିଲା ଜାଣିନ । ତୁମେ ଓଡିଶା ର କି?"

ରିଆ ହଁ କଲା।


" ଓଡିଶାର କେଉଁ ଜାଗାରୁ?"

ରିଆ ଉତ୍ତର ଦେଲା ଗଂଜାମ।

ଦିଆ ରାଗରେ ଗରଗର ହେଉଥିବା ଯୋଗୁଁ ରାଜେଶ୍ ର କୌଣସି ଉତ୍ତର ଦେଉ ନ ଥିଲା।

ରାଜେଶ କହିଲେ ," ମୋ ଜେଜେବାପାଙ୍କ ବାପା ଆମେରିକା ଆସି ଏଇଠି ପ୍ରଥମେ ଏଇ କଫି ସପ୍ କରିଥିଲେ। ଏହି ସପ୍ ଟା ଆମର ପାରମ୍ପାରିକ ଆମଦାନୀର ମାଧ୍ଯମ। ଆମର ପ୍ରକୃତ ଘର ଗଂଜାମ। ମୁଁ ଆରବର୍ଷ ଯାଇଥିଲି।" ଦିଆକୁ ଅନାଇ ରାଜେଶ କହିଲା , " ମ୍ଯାଡମ୍ ! ତୁମ କଲେଜ ଜୁନ୍ 5 , 1979 ରେ ତିଆରି ହେଇଥିଲା। ଯାହା ଖଲ୍ଲିକୋଟ କଲେଜ ଠାରୁ ୧୦୦ ବର୍ଷ ପରେ। ଦେଖେ ସେଠାର ଶିକ୍ଷା ବ୍ଯବସ୍ଥା ଆଉ ଏଠାର ଶିକ୍ଷା ବ୍ଯବସ୍ଥା। ଖଲ୍ଲିକୋଟ କଲେଜ ର ନାମ ଜାତୀୟ rank ରେ ବି ନାହିଁ। ଏଠି ଯେଉଁ ଚା' ପାଇଁ ହାଙ୍ଗାମା କରୁଚ୍ଥନ୍ତି ; ତାହା ଯଦି ନିଜ ଦେଶରେ ଶିକ୍ଷା ପାଇଁ କରିଥାନ୍ତେ ତେବେ ଆପଣଙ୍କୁ ଏଠି ପଢିବାକୁ ଆସିବାକୁ ପଡି ନ ଥାନ୍ତା। ପଢା ସରିଲା ପରେ ବି ଆପଣ ଏଠାରେ ଚାକିରୀ କରି ରହିଯିବେ। ଭାରତରେ କେତେ ଅବା ଆପଣଙ୍କୁ ଦରମା ମିଳିବ। ବସନ୍ତୁ ମୁଁ ଆପଣଙ୍କ ପାଇଁ ଗୋଟିଏ ମସଲା ଚା' ନେଇ ଆସୁଚ୍ଥି।"

ରାଜେଶ ଯିବା ପରେ ଦିଆ ଲଥ୍ କରି ବସିଗଲା ଶବ୍ଦ ଶୂନ୍ଯ ହେଇ।



Rate this content
Log in

Similar oriya story from Fantasy