Lipsa Acharya

Others

4.5  

Lipsa Acharya

Others

ଗୋଲାପ ବଗିଚା

ଗୋଲାପ ବଗିଚା

6 mins
155


ଆକାଶ ସାରା କଳା ମେଘରେ ଭର୍ତ୍ତି ହେଇଚ୍ଥି। କାଚ ଝରକା ବାଟେ ଆକାଶକୁ ଅନାଇ ଦେଇ ଆଦିତ୍ୟ ପୂର୍ବ ପରି ଲାପଟପରେ ଲାଗିଗଲେ। ହେଇ ସମୟରେ ତାଙ୍କର ପି.ଏ. ରୁପ୍ସା ଆଦିତ୍ୟ ପାଖକୁ ଆସି ଚୁପ୍ ଚାପ୍ ଠିଆ ହେଲା। ଆଦିତ୍ୟ ଲାପଟପକୁ ଅନାଇ ରହି ପଚାରିଲା, " କଣ କହିବାକୁ ଚାହଁ ରୁପ୍ସା ?"। ଆଦିତ୍ୟର ପ୍ରଶ୍ନ ଶୁଣି ଟିକିଏ ହଡବଡ ହେଇ ରୁପ୍ସା ଉତ୍ତର ଦେଲା, " ସାର୍ ! ଆମେ ଆଗାମୀ ପ୍ରୋଜେକ୍ଟ ପାଇଁ ଯେଉଁ ଜାଗାଟା ବାଚ୍ଥିଥିଲେ; ସେହି ଜାଗାକୁ କିଣିବା ଅସମ୍ଭବ ଲାଗୁଚ୍ଥି ।" ଆଦିତ୍ୟ ଗମ୍ଭୀର ସ୍ୱରରେ କହିଲେ," ରୁପ୍ସା ଅସମ୍ଭବ ଶବ୍ଦ ଏ ଆଦିତ୍ୟ ଜୀବନରେ ନାହିଁ । ଜାଗାର ମାଲିକଙ୍କୁ ଆଗ ଅପେକ୍ଷା ଅଧିକ ଟଙ୍କା ଅଫର୍ କର । ସେ ଜାଗା ମୋତେ ଯେମିତି ହେଲେ ଆବଶ୍ୟକ ।" ରୁପ୍ସା କିଚ୍ଥି ସମୟ ଚୁପ୍ ରହି କହିଲେ,"ସାର୍ ଆଗ ଅପେକ୍ଷା ଅଧିକ ଟଙ୍କା ଅଫର୍ କରା ହେଇଥିଲା ତଥାପି ଜାଗା ମାଲିକାଣି ଜାଗା ବିକ୍ରି କରିବାକୁ ପ୍ରସ୍ତୁତ ନୁହଁନ୍ତି ।" ରୁପ୍ସାର କଥା ଶୁଣି ଆଦିତ୍ୟ ହସି ହସି କହିଲେ ଗୋଟିଏ ଝିଅ ଆଗରେ ତମେ ସବୁ ହାର ମାନି ଆସି ଯାଉଚ୍ଥ । ଆଦିତ୍ୟ ରୁପ୍ସାକୁ ଆଜିର ସବୁ କାମ ସ୍ଥଗିତ ରଖିବାକୁ କହି ନିଜେ ଜମି ମାଲିକାଣିଙ୍କୁ ଦେଖା କରିବାକୁ ବାହାରିଲେ। 


ଅନେକ ବର୍ଷ ହବ ଆଦିତ୍ୟର ଜୀବନ ବେରଙ୍ଗ ହେଇ ରହିଚ୍ଥି । କାମକୁ ଚ୍ଥାଡି ଦେଲେ ଅନ୍ୟ କୌଣସି କଥାରେ ଆଦିତ୍ୟ ମୁଣ୍ଡ ପୁରାଏ ନାହିଁ। ବିବାହ ବୟସ ଉପନୀତ ହେଇ ସାରିଚ୍ଥି । ମାଆ ଗୋଟିଏ ଦୁଇଟା ଝିଅ ଦେଖି ଆସିଲେଣି। ମାତ୍ର ଆଦିତ୍ୟ ବାହା ହେବାକୁ ରାଜି ନୁହେଁ। ବାହାଘର ଉଦ୍ଧଶ୍ୟ ନେଇ କୌଣସି ଝିଅକୁ ଦେଖିବାକୁ ଯାଇଚ୍ଥି। ଆଦିତ୍ୟର ମନରେ କେହି ଝିଅ ଥିବାର ସନ୍ଦେହ କରି ବାପା ମା ତାକୁ ସିଧାସଳଖ ପଚାରି ସାରିଲେଣି । ଆଦିତ୍ୟ ହସି କି ନ ଶୁଣିଲା ପରି ରହିଯାଏ। ଆଦିତ୍ୟ ପ୍ରେମ କରେ । ଯାହା ବିଷୟରେ ସେ ନିଜେ ଜାଣି ନାହିଁ ସେହି ଝିଅ କଥା କଣ କହିବ ବାପା ମାଆଙ୍କୁ। ଆଦିତ୍ୟକୁ ସେହି ଝିଅର ନାମ ଜଣା ନାହିଁ। 


ଆଦିତ୍ୟ କାରର ପଚ୍ଥ ସିଟରେ ବସି ନିଜ ଅତୀତର ଭାବନାରେ ବୁଡି ରହିଚ୍ଥନ୍ତି। କାର କାଚ ଅଧା ତଳକୁ ରହିଚ୍ଥି। ବର୍ଷା ଆଗମନର ପବନ ଆଦିତ୍ୟ ଶରୀରକୁ ଚୁଇଁ ଚାଲି ଯାଉଚ୍ଥନ୍ତି। ସମସ୍ତଙ୍କ ନଜରରେ ଆଦିତ୍ୟ ଜଣେ ଭଲ ମଣିଷ। ହେଲେ, ଆଦିତ୍ୟ ନିଜେ ଜାଣନ୍ତି ନିଜେ କଣ? ବେଳେବେଳେ ଆଦିତ୍ୟ ଅଣନିଃଶ୍ୱାସୀ ହେଇ ପଡନ୍ତି। ଭାବନ୍ତି ସବୁ କଥା ମାଆଙ୍କୁ କହିଦେବେ। ପର ମୁହୂର୍ତ୍ତରେ ଅଟକି ଯାଆନ୍ତି । କଥା ଶୁଣିଲେ ମାଆଙ୍କ ଯେଉଁ ଆତ୍ମଗର୍ବ ଅଚ୍ଥି ପୁଅକୁ ନେଇ ତାହା ଭାଙ୍ଗି ଯିବ। ଆଦିତ୍ୟଙ୍କ ଭିତରେ ଦଶବର୍ଷ ତଳେ ଗୋଟିଏ ପଶୁତ୍ୱ ଜନ୍ମ ହେଇ ମରିଗଲା ତାହା କେବଳ ଦୁଇଜଣ ଜାଣିଚ୍ଥନ୍ତି। ଜଣେ ଆଦିତ୍ୟ ଆଉ ଜଣେ ସେହି ଝିଅ ଯାହାର ପ୍ରେମରେ ଦିନେ ଆଦିତ୍ୟ ପଡିଥିଲା। ଓ୍ବାନ୍ ସାଇଡ୍ ଲଭ୍ ଥିଲା । 


ଘଟଣା ଆଦିତ୍ୟ ଦଶମ ଶ୍ରେଣୀରେ ପଢୁଥିବା ସମୟର। ଦିନେ ଆଦିତ୍ୟ ସ୍କୁଲରୁ ଫେରିବା ସମୟରେ ଗୋଟିଏ ସୁନସାନ୍ ଗଳିରେ ଝିଅଟିଏ ଯାଉଥିବାର ଦେଖିଲେ। ସେହି ଗଳିରେ ଯିବାର କୌଣସି ଆବଶ୍ୟକ ନ ଥିଲା ଆଦିତ୍ୟର । ବାସ୍ ! ଆଦ୍ୟ ଯୌବନ ମନରେ ଉଠୁଥିବା ଉତ୍ସାହ ପାଇଁ ଚାଲିଗଲେ ସେହି ଗଳିରେ ଝିଅଟିର ମୁହଁକୁ ଦେଖିବା ଉଦ୍ଧେଶ୍ୟ ରେ। ଝିଅଟିର ଅଣ୍ଟା ପର୍ଯ୍ୟନ୍ତ ଲମ୍ବା ବେଣୀ ଅଚ୍ଥି। ସ୍କୁଲ୍ ୟୁନିଫର୍ମରୁ ଜଣା ପଡି ଯାଉଥିଲା ଝିଅଟି କୌଣସି ସରକାରୀ ସ୍କୁଲ୍ରେ ପଢୁଚ୍ଥି। ଆଦିତ୍ୟ ଝିଅଟିର ପାଖାପାଖି ପହଞ୍ଚି ଗଲା। କେହି ପଚ୍ଥରୁ ଆସୁଚ୍ଥି କହି ଝିଅଟି ପଚ୍ଥକୁ ବୁଲିଲା। ତୋଫା ଗୋରା ରଙ୍ଗର ଝିଅଟେ ହାତରେ ଲାଲ୍ ଗୋପାଲ ଗଚ୍ଥଟେ ଧରିଚ୍ଥି। ଆଦିତ୍ୟକୁ ଦେଖି ଝିଅଟି ଡରିଗଲା। ଡରିବା ବି ସ୍ୱାଭାବିକ କଥା। ଝିଅଟି ବଡ ବଡ ପାଦ ପକାଇ ଚାଲିବାକୁ ଲାଗିଲା। ଆଦିତ୍ୟ କେଉଁ ଚ୍ଥାଡିବା ପିଲା ? ସାଇକେଲକୁ ଝିଅଟିର ଯିବା ରାସ୍ତାରେ ଆଡୁକା କରି ନିଜେ ଠିଆ ହେଇଗଲା। ଝିଅଟିକୁ ତୁମ ନାମ କଣ ? ବୋଲି ପ୍ରଶ୍ନ କଲା ଆଦିତ୍ୟ । ଝିଅଟି କିଚ୍ଥି ନ କହି ଆଦିତ୍ୟକୁ ଅଣଦେଖା କରି ଯିବାକୁ ବାହାରିଲା। ଝିଅକୁ ଯିବାର ଦେଖି ଆଦିତ୍ୟ କୁହେ," ତୁମକୁ ଏ ଲାଲ୍ ଗୋଲାପ ଗଚ୍ଥ କଣ ତୁମ ପ୍ରେମିକ ଦେଇଚ୍ଥି ?" ଆଦିତ୍ୟର କଥା ଶୁଣି ଝିଅଟି ଚିଡି ଯାଇ କହିଲା," ଏବେ ବୃକ୍ଷରୋପଣ ସପ୍ତାହ ଚାଲିଚ୍ଥି। ଲୋକମାନଙ୍କୁ ଚାରା ବଣ୍ଟା ହେଉଚ୍ଥି। ଲୋକମାନେ ଯେଉଁ ଭଳି ଗଚ୍ଥ କାଟୁଚ୍ଥନ୍ତି ଆଗକୁ ଭୟଙ୍କର ପରିସ୍ଥିତି ହବ। ଗଚ୍ଥ ମୁଁ ସ୍କୁଲରୁ ଆଣିଚ୍ଥି ଲଗେଇବାକୁ ଘରେ।" ଆଦିତ୍ୟ ସେଦିନ ଅଧିକା କିଚ୍ଥି ପଚାରିବାକୁ ଇଚ୍ଚ୍ଥା କଲା ନାହିଁ। ହୁଏତ ପଚାରିଲେ ପରିସ୍ଥିତି ବିଗିଡି ଯିବ।  


ଦୁଇଦିନ ପରେ ଆଦିତ୍ୟର ପୁଣି ସେହି ସୁନସାନ ରାସ୍ତାରେ ପାଦ ଦିଏ। ଝିଅଟି ସେହି ରାସ୍ତା ଦେଇ ଘରକୁ ଫେରୁଥିଲା। ଅନ୍ୟ ସବୁ ଗଳି ପରି ସେହି ଗଳିରେ ଗହଳି ଚହଳି ନ ଥିଲା। ଆଦିତ୍ୟ ଗଳି ଆରମ୍ଭରେ ଝିଅଟିକୁ ଜଗି ରହିଥିଲା। ଝିଅଟି ଆଦିତ୍ୟକୁ ଦେଖି ବିରକ୍ତ ହେଲା। କିଚ୍ଥି ନ କହି ନିଜ ବାଟରେ ଚାଲିଲା। ଆଦିତ୍ୟ ସାଇକେଲକୁ ଗଡାଇ ଝିଅଟିର ପଚ୍ଥେ ପଚ୍ଥେ ଗଲା। ପୁଣି ସେହି ପ୍ରଶ୍ନ ଆଦିତ୍ୟ ସେହି ଝିଅକୁ କଲା। ତୁମ ନାମ କଣ ? ଝିଅଟି କୌଣସି ଉତ୍ତର ନ ଦେଇ ନିଜ ବାଟରେ ଚାଲିଗଲା। ଆଦିତ୍ୟ ଝିଅଟିକୁ ତା' ଘର ଯାଏଁ ଅନୁସରଣ କରେ ନାହିଁ। ସେହି ଶୁନଶାନ୍ ରାସ୍ତାଟା ପାର ହେଇଗଲେ ଫେରି ଆସେ । ଆସ୍ତେ ଆସ୍ତେ ଆଦିତ୍ୟ ସବୁଦିନେ ସେ ଝିଅକୁ ଅନୁସରଣ କଲା । ଝିଅଟି ବହୁତ ବିରକ୍ତ ହୁଏ। ଅନେକ ଥର ରାଗି ଆଦିତ୍ୟକୁ କହିଚ୍ଥି ମୋ ପଚ୍ଥରେ ଆସ ନାହିଁ। ଘରେ ଜାଣିଲେ ମୋତେ ସ୍କୁଲ୍ ଯିବାକୁ ଦେବେ ନାହିଁ। କାହିଁକି ମୋତେ ହଇରାଣ କରୁଚ୍ଥନ୍ତି। ଏପରି ଅନେକ କଥା କୁହେ ଝିଅଟି। ଆଦିତ୍ୟ ବାରମ୍ବାର ସେ ଝିଅକୁ ତା' ନାମ ପଚାରିବା ପରେ ବି କୌଣସି ଉତ୍ତର ପାଇନଥିଲା। ଚ୍ଥୋଟିଆ ନାମଟେ ଜାଣି ନ ପାରୁଥିବାରୁ ଆଦିତ୍ୟ ମନରେ କ୍ରୋଧ ଆସୁଥାଏ। ବେଳେବେଳେ ଆଦିତ୍ୟ ଭାବେ ଝିଅଟିକୁ ଡରାଇ ଧମକାଇ ତା' ନାମ ଜାଣିବ। ଏଇ ଭିତରେ ଦିନେ ପ୍ରେମ ଦିବସ ଆସି ପହଞ୍ଚି ଯାଏ। ଆଦିତ୍ୟ ନିଷ୍ପତ୍ତି ନିଏ ସେ ଆଜି ଯେମିତି ହେଲେ ଝିଅଟିର ନାମ ପଚାରି ବୁଝିବ। ସ୍କୁଲ୍ ଯିବା ସମୟରେ ସେମାନଙ୍କ କେବେ ସାକ୍ଷାତ ହେଇ ପାରେ ନାହିଁ। ସବୁବେଳେ ସ୍କୁଲରୁ ଫେରିବା ସମୟରେ ଆଦିତ୍ୟ ସେହି ଝିଅକୁ ଅନୁସରଣ କରେ। ଗୋଲାପ ଗଚ୍ଥରୁ ଆଦିତ୍ୟ ଅନୁମାନ କରି ଦେଇଥିଲା ଝିଅକୁ ରକ୍ତ ଗୋପାଲ ବହୁତ ପସନ୍ଦ। ତଥାପି ନିଜ ଇଚ୍ଚ୍ଥା ଅନୁସାରେ ଧଳା ଗୋଲାପ ଫୁଲ କେଇଟା କିଣିବାର ଯୋଜନା କଲା। ଗୋଟିଏ ସୁନ୍ଦର କାର୍ଡ ନିଜ ହାତରେ ତିଆରି କଲା। ନାମ ତ ଜାଣି ନ ଥିଲା। ଯାହା ଆଇ ଲଭ୍ ୟୁ ଜାନ୍ ଲେଖା ହେଇଥିଲା। ଗୋଟିଏ ଡ୍ରେସ୍କୁ ସ୍କୁଲ୍ ବ୍ୟାଗ୍ ଭର୍ତ୍ତି କଲା। ସେଦିନ ସ୍କୁଲ୍ ଚ୍ଥୁଟି ହେବା ପରେ ଶୀଘ୍ର ବାଥରୁମ୍ରେ ଡ୍ରେସ୍ ବଦଳାଇ ସାଇକେଲ୍ ନେଇ ସ୍କୁଲରୁ ବାହାରିଲା। ଗୋଟିଏ ଦୋକାନରୁ ଧଳା ଗୋଲାପର ଫୁଲ କେଇଟା କିଣି ହାତରେ କାର୍ଡ ଧରି ସୁନସାନ୍ ରାସ୍ତାରେ ଝିଅଟିକୁ ଅପେକ୍ଷା କଲା। ଝିଅଟି ଗଳିରେ ପ୍ରବେଶ କରୁ କରୁ ଆଦିତ୍ୟ ତା'ପାଖରେ ପହଞ୍ଚି ଗୋପାଲ ଆଉ କାର୍ଡ ଦେଇ ଆଇ ଲଭ୍ ୟୁ କହି ପ୍ରେମ ନିବେଦନ କଲା। କିଚ୍ଥି ସମୟ ଚୁପ୍ ରହି ଆଦିତ୍ୟ ପୁଣି କହିଲା," ମୁଁ ତୁମକୁ ବହୁତ ଭଲପାଏ। ଏଇ ଥର କୁହ ତୁମ ନାମ କଣ ?" ଝିଅଟି କିଚ୍ଥି ନ କହି ନିଜ ବାଟରେ ଯିବାକୁ ବାହାରିଲା ଏହି ସମୟରେ ଆଦିତ୍ୟ ଝିଅଟିର ହାତକୁ ପଚ୍ଥପଟୁ ଭିଡି ଧରି ଚ୍ଥୁରୀ ଦେଖାଇ ଦମକ ଦେଇ ପଚାରିଲା,"ତୁମ ନାମ କଣ କୁହ?" ଝିଅଟି ନିଜକୁ ମୁକ୍ତ କରିବା ପାଇଁ ଚେଷ୍ଟା କରୁଥିଲା ଆଦିତ୍ୟର ଉତ୍ତର ନ ଦେଇ। ଏହି ଚେଷ୍ଟା ସମୟରେ ଅସାବଧାନତା ହେତୁ ଝିଅଟିର ହାତ କଟି ଗଲା ଚ୍ଥୁରୀରେ। ଆଦିତ୍ୟ ଆଣିଥିବା ଧଳା ଗୋଲାପ ଉପରେ ରକ୍ତର ଚ୍ଥିଟା ପଡି ଲାଲ୍ ହେଇଗଲା। ଏ ସବୁ ଦେଖି ଆଦିତ୍ୟ ଚ୍ଥାନିଆ ହେଇ ଝିଅଟିର ହାତକୁ ଚ୍ଥାଡି ଦେଲା। କଣ କରିବ କିଚ୍ଥି ବୁଝି ପାରିଲା ନାହିଁ। ଆଦିତ୍ୟ ନିଜ ପକେଟରୁ ରୁମାଲ ବାହାର କରି କଟି ଯାଇଥିବା ସ୍ଥାନରେ ବାନ୍ଧି ଦେଲା। ଝିଅଟିକୁ କ୍ଷମା ମାରିଲା।  


ଝିଅଟି ଲୁହ ଭରା ଆଖିରେ କହିଲା," ତୁମ ଭୁଲ୍ ନୁହେଁ। ପ୍ରଥମ କଥା ହେଲା ତୁମ ମନରେ ଏପରି ହିଂସ୍ର ଆଚରଣ କରିବାକୁ ଭାବନା ଜନ୍ମ ହେଲା କିପରି ? ତୁମର ବୟସ ସବୁ ୧୪ବର୍ଷ ଆଉ ତୁମେ ଅପରାଧ କରିବାକୁ ଚିନ୍ତା କଲଣି। ତୁମେ ବହୁତ ଭଲଘରର ପିଲା ହେଇଥିବ । ତୁମ ପୋଷାକ ଚାଲି ଚଳନିରୁ ଜଣା ପଡେ। କୁହେ ତୁମେ ଏପରି କରିଚ୍ଥ ଜାଣିଲେ ତୁମ ବାପା ମାଆଙ୍କ ସମ୍ମାନ ରହିବ ତ। ତୁମେ ଯଦି ମୋତେ ହଇରାଣ କରିବା ଚ୍ଥାଡି ଦେବ, ତେବେ ମୁଁ ଏକଥା କାହାକୁ କହିବି ନାହିଁ। " ଆଦିତ୍ୟ ହଁ ହଁ କରି ସାଇକେଲ୍ ନେଇ ଯିବାକୁ ବାହାରିଲା । ଦୁଇ ପାଦ ଆଗକୁ ଯାଇଚ୍ଥି କି ନାହିଁ ଝିଅଟି ପଚ୍ଥରୁ ଡାକି କହିଲା," ଏ ବୟସରେ ହେଉଥିବା ପ୍ରେମ ପ୍ରେମ ନୁହେଁ। ଗୋଟିଏ ଆକର୍ଷଣ। ହାସଲ କରିବାର ଉନ୍ମାଦନା ଥାଏ।" 


"ସାର୍ ଆମେ ପହଞ୍ଚି ଗଲୁ " ଡ୍ରାଇଭର୍ କହିବାରୁ ଆଦିତ୍ୟର ଧ୍ୟାନ ଭଙ୍ଗ ହେଲା। କାରରୁ ଓହ୍ଲାଇ ଦେଖିଲା ସେ ଯେଉଁ ଜାଗାକୁ କିଣିବାକୁ ଚାହୁଁଚ୍ଥି ତାହା ଗୋଟିଏ ଶିଶୁ ଉଦ୍ୟାନ। ଆଦିତ୍ୟ ଭିତରକୁ ପ୍ରବେଶ କଲା ପରେ ଜାଣିଲା ଏହା ଶିଶୁ ଉଦ୍ୟାନ ନୁହେଁ ବଂର ଶିଶୁ ମାନସିକ ଚିକିତ୍ସା ହସ୍ପିଟାଲ୍। ହସ୍ପିଟାଲ୍ ଭିତରକୁ ପ୍ରବେଶ କରୁ କରୁ ଗୋଟିଏ ଲାଲ୍ ଗୋଲାପ ବଗିଚା ଅଚ୍ଥି। ସେହି ବଗିଚା ପ୍ରାଙ୍ଗଣରେ ପିଲା ମାନଙ୍କ ଖେଳିବା ପାଇଁ ଦୋଳି, ଖସଡା, ଘୋଡା ଅନେକ ଖେଳନା ସାମଗ୍ରୀ ଅଚ୍ଥି। ଆଦିତ୍ୟ ଏ ସବୁ ଦେଖି ବହୁତ ଖୁସି ହେଇଗଲା । ଏହି ସମୟରେ ଜଣେ କର୍ମଚାରୀ ଆସି ଆଦିତ୍ୟଙ୍କୁ ଆଗମନର କାରଣ ପଚାରିଲେ। ଆଦିତ୍ୟ ଓନର ସହିତ ଦେଖା କରିବାକୁ ଚାହାଁନ୍ତି କହିଲେ। କର୍ମଚାରୀ ଜଣଙ୍କ ଆଦିତ୍ୟକୁ ଗୋଟିଏ ଚାଳଘର ଭିତରକୁ ନେଇଗଲେ। ଚେୟାରରେ ବସିବାକୁ କହି ଅପେକ୍ଷା କରିବାକୁ କହିଲେ। ଆଦିତ୍ୟ ଚାଳଘରେ ହସ୍ପିଟାଲ୍ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହେଇଗଲେ। ପର ମୁହୂର୍ତ୍ତରେ ଖୁସି ହେଲେ ସହର ମଧ୍ୟରେ ଏତେ ସୁନ୍ଦର ଜାଗା ଅଚ୍ଥି କହି। ଏହି ସମୟରେ ଆଦିତ୍ୟର ଆଖି କାନ୍ଥରେ ଲାଗିଥିବା ଫଟୋ ଉପରେ ପଡିଲା। ତାଙ୍କୁ ଝିଅଟି ଚିହ୍ନା ଚିହ୍ନା ଲାଗିଲା। ଏହି ସମୟରେ ତୋଫା ଗୋରା ରଙ୍ଗର ଝିଅଟେ ରୁମ୍ ଭିତରକୁ ପ୍ରବେଶ କରୁ କରୁ କହିଲା," କୁହନ୍ତୁ କଣ କାମ ଥିଲା। ନିଶ୍ଚତ ଆଧିକା ଟଙ୍କା ଅଫର୍ କରିବାକୁ ଆସିଚ୍ଥନ୍ତି। ଦେଖନ୍ତୁ ମୁଁ ଏ ଜାଗାକୁ ବିକ୍ରି କରିବାକୁ ଚାହୁଁ ନାହିଁ।" ଏସବୁ କହି ଝିଅଟି ଆଦିତ୍ୟ ଆଗରେ ପଡିଥିବା ଚେୟାରରେ ବସିଲା। ଏହାରି ଭିତରେ ଆଦିତ୍ୟର ଝିଅଟିର ହାତରେ ଥିବା କଟା ଦାଗ ଉପରେ ପଡିଲା। 


ଆଦିତ୍ୟ ମନେ ମନେ ଖୁସି ହେଇ ଗମ୍ଭୀର ସ୍ୱରେ ପ୍ରଶ୍ନ କଲା,"ମେମ୍ ଆପଣଙ୍କ ହାତରେ ଦାଗ ହେଲା କେମିତି ?" ଝିଅଟି ବିରକ୍ତ ହେଇ କହିଲା ତୁମର କଣ କାମ କୁହ। ମୋର ରୋଗୀ ମାନେ ଅପେକ୍ଷା କରିଚ୍ଥନ୍ତି। ଆଦିତ୍ୟ ଟିକିଏ ହସି କହିଲା,"ମେମ୍ ଏଇ ଦାଗ କିପରି ହେଲା କହିଲେ ମୁଁ ଆପଣଙ୍କୁ ହଇରାଣ କରିବି ନାହିଁ ଏଇ ଜାଗା ବିକ୍ର କରିବାକୁ।" ଝିଅଟି ଅଳ୍ପ ହସି ଆରାମରେ ଉତ୍ତର ଦେଲା,"ସ୍କୁଲରୁ ଫେରିବା ସମୟରେ ଗାଡି ଧକ୍କା ହେଇଗଲା। ଦର୍ପଣ କାଚରେ ହାତଟି କଟି ଗଲା।" 


ଝିଅଟିର ଉତ୍ତର ଶୁଣି ଆଦିତ୍ୟ ବସିବା ସ୍ଥାନରୁ ଉଠି ଯାଇ ଝିଅଟି ପାଖକୁ ଯାଇ ଗମ୍ଭୀର ସ୍ୱରରେ କହିଲା," ତୁମ ନାମ କଣ ? ନ କହିବାରୁ ପୁଅଟିଏ ଚ୍ଥୁରୀରେ ତୁମ ହାତ କାଟି ଦେଇଥିଲା। କଣ ଠିକ୍ କହିଲା ଡାକ୍ତର ଆକାଶି । ଆଉ ଆପଣଙ୍କ ଏତେ ସୁନ୍ଦର ହସ୍ପିଟାଲ୍ ବଗିଚାରେ ଲାଗିଥିବା ଗୋଲାପ ଗଚ୍ଥ ସବୁ ସେହି ପୁଅ ସହିତ ପ୍ରଥମ ଦେଖା ହେବା ସମୟରେ ଆପଣଙ୍କ ହାତରେ ଥିବା ଗୋଲାପ ଚାରାର ଶାଖା ପ୍ରଶାଖା। " 



Rate this content
Log in