Lipsa Acharya

Others

4.0  

Lipsa Acharya

Others

ସ୍ମରଣିକାର ଶେଷପୃଷ୍ଠା

ସ୍ମରଣିକାର ଶେଷପୃଷ୍ଠା

6 mins
286


ପ୍ରିୟର ସ୍ମରଣିକା,

   

ଆଜି ମୁଁ ତୁମ ତୋଫା ଶରୀରକୁ ଶେଷଥର ପାଇଁ କାଳିର ରଙ୍ଗରେ ରକ୍ତାକ୍ତ କରିବାକୁ ଯାଉଚ୍ଥି । ତୁମ ଶେଷପୃଷ୍ଠା ଟା ଆଜି ଭରିଯିବ ମୋ ଭାବନାରେ । କେଉଁ ଏକ ସନ୍ଧ୍ୟାରେ ସାହିଗଳି ମୁହଁରେ ପଡିଥିବା ସିମେଣ୍ଟ ପିଣ୍ଡାରେ ବସି ଭାବନା ଜୁଆରରେ ଉଚ୍ଛୁଳୁ ଥିବା ସମୟରେ ତୁମେ ତୁମ ଶରୀରର ମୁହାଣକୁ ଖୁସିରେ ଉନ୍ମୁକ୍ତ କରି ଦେଇଥିଲ । ଆଉ ମୁଁ ଖୁସିରେ ସମାଧି ନେଇଥିଲି । ସମାଧିରେ ଲିନ୍ନ ହେବାପରେ ମୋର ଆଉ ତୁମ ମଧ୍ୟରେ କୌଣସି ପାର୍ଥକ୍ୟ ରହିଲା ନାହିଁ । ମୁଁ ଭୁଲିଗଲି କି ମୁଁ ଜଣେ ଝିଅ, କାହାର ଭଉଣୀ, କାହାର ସାଙ୍ଗ କହି । ତୁମ ଅସ୍ତିତ୍ୱରେ ମିଶି ମୁଁ କେବଳ ଗୋଟିଏ କଥା ଭାବିଲି ମୁଁ ଜଣେ କବି, ଜଣେ କଥାକାର ଆଉ କେହି ନୁହେଁ । 


ଆସ୍ତେ ଆସ୍ତେ ତୁମ ଭିତରେ ମୁଁ ନିଜକୁ ହଜାଇ ଦେଲି । ମୋ ଲେଖା ମୋ ଦୁନିଆଁ ହେଇଗଲା । ମୋ କଲମ ସ୍ମରଣିକା ନାମରେ ପରିଚିତ ହେଲା । ମୁଁ କୁଆଡେ ଭଲ ଲେଖେ କହି ସବୁ ପ୍ରଶଂସାରେ ପୋତି ଦେଲେ । ମୋତେ କାଇଁ ଲାଗେ ନାହିଁ ମୁଁ ଭଲ ଲେଖେ କହି । ମୁଁ ଆଜି ବି ନିଜକୁ ପାଠକ ବୋଲି ଭାବେ । ଏବେ ହିଁ ପଢିବା ଆରମ୍ଭ କଲି ମୀନାବଜାର କଭର ପୃଷ୍ଠାରେ ଚ୍ଥପି ହେଇ ଆସିଥିବା ସେହି କୁନି ଝିଅର ଗଭୀର ଆଖିକୁ ଅନାଇ ସୂଚିପତ୍ର ପୃଷ୍ଠାକୁ ଲେଉଟାଇଲି । ଜହ୍ନମାମୁଁର ବିକ୍ରମବେତାଳର ବେତାଳର ଜଟିଳ ପ୍ରଶ୍ନକୁ ରାଜାଙ୍କ ସରଳ ଉତ୍ତର ବୁଝିବାକୁ ଚେଷ୍ଟା କଲି । ଆଜି ହିଁ ସ୍କୁଲ୍ରେ ସାହିତ୍ୟ ଦିଦି ସଚ୍ଚି ରାଉତରାୟଙ୍କ "ଚ୍ଥୋଟ ମୋର ଗାଁ ଟି" ମୁଖସ୍ତ କରାଇଲେ । ସ୍କୁଲ୍ ଇନ୍ସପେକ୍ଟର ଆସିଲେ ତାଙ୍କ ଆଗରେ ଗାଇବା ପାଇଁ । ତା' ପୂର୍ବରୁ ଦିଦି ବନ୍ଦେ ଉତ୍କଳ ଜନନୀ, ବଣ ଆଉ ବଣୀ ମୁଖସ୍ତ କରିଥିଲେ । ଖାଲି କ'ଣ କବିତା କାହାଣୀ ଅନେକ ଶିଖାଇଚ୍ଥନ୍ତି । ଯେମିତି ଭାଇ ଭଉଣୀ କହ କାହାଣୀ, ହରି ଶଙ୍କର, ରେବତୀ ଏମିତି ଅନେକ କିଚ୍ଥି । ହେଲେ ସେଦିନ ନୂଆ ଶ୍ରେଣୀରେ ସାହିତ୍ୟ ବହିର ସୁଚୀପତ୍ରରେ ପଢିଲି," ଲୌହ ମାନବର ରକ୍ତ ଭୋଜି" ଶାନ୍ତୁନୁ କୁମାର ଆଚାର୍ଯ୍ୟ । ବଡ ଆଗ୍ରହରେ ପୃଷ୍ଠା ଲେଉଟାଇଲି ପଢିଗଲି ଗୋଟିଏ ନିଃଶ୍ୱାସରେ । ଶେଷ ବେଳକୁ ଆଖି ଭିଜି ଯାଇଥିଲା ଲୁହରେ । ପ୍ରଥମ ଥର ମନରେ ପ୍ରଶ୍ନ ଆସିଥିଲା ଲେଖକ କିଏ ? ସେ ପ୍ରଶ୍ନର ଉତ୍ତର ମୁଁ ଆଜି ବି ଖୋଜେ । 


ମୋ ଭିତରେ ଥିବା ମନ୍ତ୍ରମୁଗ୍ଧ ପାଠକଟି ମୋ ଅଜାଣତରେ ଲେଖକର ରୂପ ନେଲା । କେଉଁ ଏକ ଦୁଃଖଦ ବେଦନାକୁ ନେଇ ସବୁଜରଙ୍ଗ ମଲାଟ ଖାତାର ଧଳା ଶରୀରରେ କରିଥିଲି ପ୍ରଥମ ଶବ୍ଦ ସଂଯୋଜନା । ସେହି ଖାତାକୁ ଲୁଚାଇ ରଖିଥିଲି ମୋ ବ୍ୟାଗର ବନ୍ଦ ଦୁନିଆରେ । ବେଳେବେଳେ ଲେଖେ ଯେବେ ମନ କାନ୍ଦି ଉଠେ । ଅନିୟମିତତା ଯୋଗୁଁ ମୋ ସାହିତ୍ୟ ବହି ପଢା ଲେଖା ଉପରେ ଭାରି ପଡିଗଲା । ମୁଁ ଭୁଲିଗଲି ମୁଁ ଜଣେ ଲେଖକ କହି । ହେ, ଲେଖକ ନାମଟା ସେତେବେଳେ କେହି ଯଦି କହିଥାନ୍ତା ସ୍କୁଲର ବଡ ଖେଳ ପଡିଆରେ ରଙ୍ଗୀନ ପରଜାପତି ପରି ଉଡି ଦୁଇ ଘେରା ବୁଲି ଆସିଥାନ୍ତି । ସେମିତି କିଚ୍ଥି ହେଲା ନାହିଁ । ସମୟ କ୍ରମରେ ଦେହ ଆଉ ମନରେ ଭରିଗଲା ଯୌବନର ଲହର । ପୁଣି କଲମ ଉଠିଲା କେଉଁ ଏକ ଅପରିଚିତଙ୍କ ପ୍ରେମରେ । ଦେଖିନଥିଲି ତା' ଚେହେରା, ଶୁଣି ନ ଥିଲା ତା' କଣ୍ଠ ସୁର, ବସିନଥିଲି ତା' ସହିତ ସିନେମା ହଲରେ ବୁଲିନଥିଲି ତା' ସହିତ ପାର୍କର ଗାଲିଚାରେ ଚାଲି । 

ବାସ୍ ! ଏକ ପରିଚିତ ଅନୁଭବ ଥିଲା ; ତା' ଅସ୍ତିତ୍ୱକୁ ନେଇ । ଯାହା ଆଜି ବି ଅବାସ୍ତବ ଆଉ ମୋ ସ୍ୱପ୍ନର ରାଜ ଉଆସରେ ବାସ୍ତବ ନୃପ । ମୁଁ ଲେଖି ଚାଲିଲି ପ୍ରେମର କିଚ୍ଥି ମହକକୁ ମୋ ଡାଏରୀରେ ସଜେଇ । ଦିନେ ପଶ୍ଚିମ ଆକାଶର ମେଘ ଦେଖି ହାତଟା ଆପେ ଆପେ ଚାଲିଲା କଲମ ନେଇ ଧଳା ଶରୀରରେ ଏକ ବିଶାଦ ପ୍ରେମକୁ ନେଇ । ମଁ ମୋ ଲେଖା ଦୁନିଆଁରେ ହଜି ଯାଇଥିଲି । କେମିତି ଜାଣିଥାନ୍ତି ମୋ ଅଜାଣତରେ ପଚ୍ଥ ବେଞ୍ଚପିଲା ତାକୁ ପଢୁଚ୍ଥନ୍ତି । ମୋ ପରି ପଚ୍ଥ ବେଞ୍ଚପିଲା ଭୁଲି ଯାଇଥିଲେ ଶ୍ରେଣୀ କକ୍ଷରେ ମୌଳିକ ଅଧିକାର ପଢା ହେଉଚ୍ଥି କହି । ଏମିତି ଏନ୍ତୁଡିଶାଳା ପ୍ରସ୍ତୁତ ହେଇଗଲା ଲେଖକଟିଏ ସାଜିବାର । ସେ ଦିନ ଗୁଡିକରେ ସକାଳୁଆ କଲେଜର ସ୍ନିଗ୍ଧ ସକାଳରେ ଲାଇବ୍ରେରୀ ସିଡି ପାଖରେ ମୋ ପ୍ରେମ କବିତାର ଚର୍ଚ୍ଚା ବହୁତ ହେଉଥିଲା । ସବୁ କୁହାକୁହି ହେଉଥିଲେ ମୁଁ କାଳେ ପ୍ରେମରେ ପଡିଲିଣି ? କିଏ ସେ ପୁଅ ଜାଣିବା ପାଇଁ ଦୁଇଜଣ ସାଙ୍ଗ ଡିଡେଟିଭ୍ ସାଜିଗଲେ । ସବୁ ଚ୍ଥାନ୍ ବିନ୍ କରି ପାଇଲେ ନାହିଁ କିଚ୍ଥି । ମୁଁ ଯେତେବେଳେ କଲେଜରୁ ଆସି ବିଶ୍ୱବିଦ୍ୟାଳୟରେ ପହଞ୍ଚିଲି ମୋର ମନରେ ରସିକତା ଗାମ୍ଭୀର୍ଯ୍ୟତାରେ ଭରିଗଲା । ମୁଁ ଖୋଜିବାକୁ ଲାଗିଲି ଜୀବନ କଣ ? ପଢିବାକୁ ଲାଗିଲି ବହି ପରେ ବହି । ଭୁଲିଗଲି ମୁଁ କାଳେ କବି କହି । ସକାଳୁ ଉଠି ବା ଠାରୁ ରାତି ଶୋଇବା ଯାଏଁ, ଏମିତିକି ମୋ ସ୍ୱପ୍ନ ବି ମହକି ଯାଉଥିଲା କାହାଣୀର ବାସ୍ନାରେ । ଏତେ ବହି କିଟ ହେଇଗଲି ଯେ ; ରୋଷେଇ ଘର ପାଖରେ ବସି ଭଜା, କ୍ଷୀର ପୋଡି ପାଉଁଶ ହେଲା ପରେ ବି ଜାଣି ପାରିନଥିଲି । ଅନେକ ଥର ରାସ୍ତାରେ ଚାଲିଲା ବେଳେ ମୃତ୍ୟୁ ମଧ୍ୟ ସ୍ପର୍ଶ କରି ସଫଳ ନହେଇ ଫେରି ଯାଇଚ୍ଥି । ମୋର ଏଇ ସାହିତ୍ୟ ପଢିବା ପ୍ରେମ ଯୋଗୁଁ । ବିଶ୍ୱବିଦ୍ୟାଳୟ ପଢା ସରିଲା ନାହିଁ ଯେ ; ମୋ ଭିତରେ ଥିବା ପାଠକ ପଣ ମରି କଥାକାର ଜନ୍ମ ନେଲା ମୋ ଅଜାଣତରେ । 


ସେଦିନ ସ୍ମରଣିକା ସହିତ ସାକ୍ଷାତ ହେଲା ପରେ ; କଥାକାର ସାଜିଗଲି କେତେବେଳେ ତା' ଡିଜିଟାଇଲ୍ ଧଳା ଶରୀରରେ ଭାବନାକୁ ରୂପ ଦେଉ ଦେଉ । ଭଲହେଲା ସ୍ମରଣିକା ମୋ ପେନ୍ ନାମଟା କିବୋର୍ଡ ଅଙ୍ଗୁଳି ସାହାର୍ଯ୍ୟରେ ଚାଲୁଚ୍ଥି । ଆଉ ଅଦୃଶ୍ୟ ରହୁଚ୍ଥି ଘର ଲୋକଙ୍କ ନଜରକୁ । କାହିଁକି ନା ଲେଖକ ହେଲେ ଅନେକ କଥା ଲୁଚାଇବାକୁ ପଡେ । ଯେମିତି କି କ୍ଷଣିକ ଆବେଗରେ ଲେଖା ହେଇଥିବା ପ୍ରେମ ଆଉ ବିଦ୍ରୋହ । ଯେଉଁ ବିଦ୍ରୋହର ସ୍ୱର ମୋ ପାଟି ଉଚ୍ଚାରଣ କରି ପାରେ ନାହିଁ ; ତାହା କଲମ ମୁନ ଖଣ୍ଢା ହେଇ କରି ପକାଏ । ବେଳେବେଳେ ବୈଶାଖର ଖାଁ ଖାଁ ଖରା ଝାଞ୍ଜିକୁ ବସନ୍ତର ମଳୟ ରୂପରେ ସଜାଇ ଦିଏ । ଆଉ ଦୀନକୃଷ୍ଣ ଦାସଙ୍କ ଭାଷାରେ କବି ସିଏ ଯିଏ ମିଚ୍ଥକୁ ସତ ଆଉ ସତକୁ ମିଚ୍ଥ କରି ଲେଖି ପକାଏ । ସେହି ପରି କବି ପାଲଟି ଯାଏ । କେଜାଣି ମୁଁ ମୋ ଭିତରେ ଥିବା ଏଇ କବିତ୍ୱକୁ ଅଧିକ ଭଲପାଇ ବସେ ପୁରା ଦୁନିଆଁକୁ ଭୁଲି । 


  ସେଇଥିପାଇଁ ଆଜି ଜଣେ ଆତ୍ମୀୟ କାଠଗଡାରେ ଠିଆ କରାଇ ପ୍ରଶ୍ନ କରି ପକାଇଲେ," ତୁମ ପାଇଁ କେଉଁଟା ବଡ ତୁମ ଲେଖା ନା ସମ୍ପର୍କ ?" ଲେଖା ଆଗରେ କଣ ସମ୍ପର୍କ ମୂଲ୍ୟହୀନ ? ତୁମ କବିତ୍ୱ ତୁମ ପାଖରେ ରହିବ ସମ୍ପର୍କକୁ ଗୁରୁତ୍ୱ ଦେଇ ଶିଖ । କେମିତି ମୁଁ ବା ତାଙ୍କୁ ବୁଝାଇବି କବିତ୍ୱ ଆଉ କଥାକାର ଦୁଇଟା ଅଲଗା । ଗୋପିନାଥଙ୍କ ଭାଷାରେ "ମୁଁ କଣ ଲେଖେ ; ଲେଖା ପରା ମୋତେ ମାଡି ବସେ । " ମ୍ୟାଲେରିଆ ଜ୍ୱର ଆସିଲେ ରୋଗୀକୁ ଯେପରି କମ୍ବଳ ଖୋଡାଇ ମାଡି ବସିବାକୁ ପଡେ ଠିକ୍ ସେହି ପରି ମୋତେ ଲେଖା ମାଡିବସେ । ମନକୁ ଅସ୍ତବ୍ୟସ୍ତ କରି ପକାଏ ଭାବନା ଯେଉଁ ପର୍ଯ୍ୟନ୍ତ ଶବ୍ଦର ରୂପ ନେଇ ବାହାରକୁ ନ ଆସିଚ୍ଥି । ଆଜି ମୋ ଆଗରେ ସମ୍ପର୍କ ଆଉ ଲେଖା ଦୁଇଟି ବଲ୍ ଝୁଲେଇ ଦିଆ ଯାଇ ଭାବିଚିନ୍ତି ଗୋଟିଏକୁ ବାଚ୍ଥିବାକୁ କୁହା ହେଇଚ୍ଥି । ସମ୍ପର୍କ ସମାଜିକ ମଣିଷର ମୂଲ୍ୟବାନ ରତ୍ନ । ଲେଖା ନିଜପାଇଁ ଅମ୍ଲଜାନ୍ । ନିଜକୁ ତ ମାରିହବ ହେଲେ ସମ୍ପର୍କକୁ ନୁହେଁ । ତଥାପି ସେହି ଆତ୍ମୀୟ କରନ୍ତି ତୁମର ଏଇ ଲେଖା ପାଗଳାମୀ ପାଇଁ ମୋ ଭିତରେ ତୁମ ପାଇଁ ଆତ୍ମୀୟତା ନାହିଁ । "ତୁମ ଗୋଟିଏ ସମୟ ବାହାର କରୁନ ସେହି ସମୟରେ ଲେଖିବ" ଏପରି କିଚ୍ଥି ପ୍ରସ୍ତାବ ମିଳିଚ୍ଥି ବିଚାର କରିବାକୁ । ହେଲେ, କଣ ଲେଖିବା ପାଇଁ ମୁଁ କଣ ଟାଇମ୍ ଟେବୁଲ୍ କରିବି ? ଲେଖା ତ ମାଡି ବସିଯାଏ ବେଳ ଅବେଳରେ ସ୍ଥାନ କାଳ ପାତ୍ର କିଚ୍ଥି ନ ଦେଖି । ଏତେ ଆଲୋଚନା କେବଳ ମୋ ଲେଖାକୁ ନେଇ ତେଣୁ ଆଜି ଠିକ୍ କଲି ଲେଖାଯାଉ ଆଜି ରାତିରେ ସ୍ମରଣିକାର ଶେଷ ପୃଷ୍ଠା । 

  

  ରାତି ସରି ସରି ଆସିଲାଣି, ପୂର୍ଣ୍ଣିମାର ଜହ୍ନ ମଉଳିବାକୁ ବସିଲାଣି । ତଥାପି ଏ ଶେଷପୃଷ୍ଠା ସରୁ ନାହିଁ । ହଁ ସ୍ମରଣିକାର ଶରୀର କାଗଜ କଲମ ଧାରୀ ଶରୀର ହେଇଥିଲେ ; କାଗଜର ଧଳା ଅଂଶ କାଳିର ଅନ୍ତିମ ବିନ୍ଦୁରେ ଭିଜି ସାରି ଯାଇଥାନ୍ତା । ମୋ ସ୍ମରଣିକା ଡିଜିଟାଇଲ୍ । ତେଣୁ ତା' ଶେଷ ପୃଷ୍ଠାରେ ମୋ ଆଙ୍ଗୁଳି କିବୋର୍ଡର ଶେଷ ଶବ୍ଦ ଲେଖି ଯବନିକା ପକାଇ ପାରୁ ନାହିଁ । କେଜାଣି ପୁଣି କେବେ ଦେଖା ହବ ଜୀବନର ଚଳାପଥରେ । ଦେଖା ହବ କି ନାହିଁ ସେଇଟା ବି ଗୋଟିଏ ପ୍ରଶ୍ନବାଚୀ । ସ୍ମରଣିକା ଆଜି ତୁମର ଶେଷପୃଷ୍ଠା ଲେଖା ହେଉ ନାହିଁ ମୋ ଭିତରେ ମୁଁ ସମାଧି ନେଉଚ୍ଥି । ତୁମେ ଅତି ନିଜର ହେଇ ରହିବ ମୋ ଶେଷ ନିଃଶ୍ୱାସ ଯାଏଁ । ମୁଁ ସ୍ମୃତିର ବେଳାଭୂମିରେ ବସି ମନେ ପାଇବି ; ଦିନେ ମୁଁ କଥାକାର ପାଗଳ ଥିଲି । ଏ ରାତି ସରି ଆସିଲାଣି କିଚ୍ଥି ସମୟ ପରେ କୁଆ ରାବି ଉଠିବେ ପ୍ରଭାତ ହେବାର ସୂଚନା ଦେଇ । 


  ଏଥର ରହିବାକୁ ହବ ତୁମ ଠାରୁ ଦୂରେଇ । ମୋ ଭାବନା ଝରକାରେ ତୁମକୁ ଦୂରରୁ ଦେଖି ହସି ନେବି । ତୁମେ ବି ମୋତେ ଦେଖି ହସି ନେବ । ହଁ, ଏମିତି କି ସେବା କରିବା ପାଇଁ ମୁଁ ମୋ ଭାଗ୍ୟରେ ଲେଖି ଆଣିଥିଲି । ମୋ ଲେଖାର ଦୁନିଆଁ ସରି ନାହିଁ । ସରିଚ୍ଥି ସତ ବାହ୍ୟ ରୂପରେ ହେଲେ ଜୀବିତ ଅଛି ରହିବ ମୋ ହୃଦୟର ଅଦେଖା କୋଣରେ ସାଇତି ହେଇ । 

        ଇତି 

    ତୁମର ଭିତରେ ଥିବା ତୁମର ଏକ ଅଂଶ । 



Rate this content
Log in