STORYMIRROR

Sunanda Mohanty

Fantasy Others

4  

Sunanda Mohanty

Fantasy Others

ମୁଖପୁସ୍ତିକା

ମୁଖପୁସ୍ତିକା

2 mins
0

ପ୍ରଥମ ଦିନ ସେ ଯେବେ ମତେ ଚିହ୍ନି କେମିତି ଅଛ ଅପା ପଚାରୁଥିଲେ, ହସିଦେଇ ଖୁବ ଭଲ ଅଛି କହିଦେଲି ସତ ହେଲେ କୋଉଠି, କେତେବେଳେ ଦେଖା ହୋଇଥିଲା ମନେ ପଡୁନଥିଲା ଜମା.। ତଥାପି ପଚାରି ଦେଲି, କୋଉଠି ଦେଖା ହୋଇଥିଲା ଆମର? ସେ ହସି ହସି କହିଲେ ହରିଦ୍ୱାର, ମନେ ପଡୁନି ଅପା?

  ହରିଦ୍ୱାରରେ ଓଡ଼ିଆ ଲୋକ, ପୁଣି ସାହିତ୍ୟିକ ବନ୍ଧୁ କାହା ସହିତ ଦେଖା ହେବା କଥା ତ ଜମା ମନେପଡ଼ୁନି.। ଘରେ ଆସି ସ୍ୱାମୀଙ୍କ ଆଗରେ ଖୁବ ପ୍ରଶଂସା କଲି ସାନଭାଇଟାର, ଅପା ଡାକୁଥିଲେ ନା। ଆଉ ପଚାରିଲି ହରିଦ୍ୱାରରେ ଓଡ଼ିଆ ଲୋକ କେହି ଦେଖା ହୋଇଥିଲେ କି ଆମ ସହିତ? ସେ କହିଲେ ନା ତ? ଚିଡି ମାଡିଲା, ଏଣୁ ତେଣୁ କେତେ କଥା ଭିତରେ କହିପକେଇଲି କୋଉଥିରେ ସାଥ ନଦେଲ ନାହିଁ ଅନ୍ତତଃ ସ୍ମୃତି ଫେରିପାଇବାରେ ବି ସାହାଯ୍ୟ ସହଯୋଗ ମିଳୁନି. । ସେ ବି ଚିଡ଼ିଗଲେ କହିଲେ କାହାକୁ ମିଳୁଛି କି ! କଥା କୁ ନମାଜି ସେଇଠି ଛାଡିଦେଲି.। ଦାମ୍ପତ୍ୟ କଳି ତ ସବୁକଥାରେ. କେଜାଣି ମୋରି ଭାଗ୍ୟକୁ ବେଶି.। କାଳେ ଶୁଣି ପକେଇବେ ତୁନି ପଡିଲି.।

   ଯୋଗକୁ ତା ଆରଦିନ, ଅନ୍ୟ ଏକ ସାହିତ୍ୟ ଆସରରେ ଦେଖା ହେଲା ସେହି ସ୍ନେହୀ, ହସ ହସ ବଦନ ସାନାଭାଇ ସହ.। ମଣି କାଞ୍ଚନ ଯୋଗ ପରି ଲାଗିଲା.। ସହୃଦୟତା ବଢିଲା.। କବିତା ପଢା, ଫଟୋ ଉଠା ଆଧାରରେ ଫୋନ ନମ୍ବର ଦେବା ନେବା ବେଳେ ସେ କହିଲେ ଅଛି ଅପା ତୁମ ନମ୍ବର ତୁମ ନାମ ଲେଖା ହୋଇ ମୋ ପାଖେ ଏବେବି ଉପଲବ୍ଧ.। ନିବିଡ଼ ହୋଇ ପଚାରିଲି ସତରେ ଆମର କୋଉଠି ଦେଖା ହୋଇଥିଲା? ସାଙ୍ଗ ହୋଇ ହରିଦ୍ୱାର ଯାଇନଥିଲେ? ନା ତ. ଯାଇଥିଲି ସତ, ହେଲେ ପରିବାର ସାଥିରେ. ଆରେ ମନେ ପଡିଲା ମୁଖପୁସ୍ତିକାରେ ଦେଖା, ସମ୍ପର୍କ, ଭାବ ଓ ଫୋନ ନମ୍ବର ମେସେଜରୁ.। ସେ ଓ ମୁଁ ହସିଉଠିଲୁ.।

   ଘରେ ପହଞ୍ଚି କହିଲି ନାହିଁ ନାହିଁ ତୁମର ସାହାଯ୍ୟ ବିନା ମୁଁ ଆଜି ଯେମିତି ସାହିତ୍ୟ ଆସରକୁ ଯାଇପାରିଲି, ସାନାଭାଇ ସହ ସମ୍ପର୍କ, ସ୍ନେହ,ମମତା, ବନ୍ଧୁତ୍ୱ ମୁଖପୁସ୍ତିକା ବୋଲି ଜାଣିପାରିଲି.। କଣ ଆଜିକାଲି ମୁହଁରେ ସବୁ ଲେଖାହେଲାଣି ତାହାଲେ, ମୁଁ କହିଲି ସ୍ମାର୍ଟ ଫୋନ ଧରିଲେ ସିନା ବୁଝନ୍ତ, ସେ କହିଲେ ମୁଁ ଏମିତି ବି ଭଲ ଅଛି.। ବିବାହ ବାର୍ଷିକୀରେ ତୁମେ ଦେଇଥିବା ଫୋନ ମୁହଁ ଦେଖି ଦେଖି ବଞ୍ଚିବା ଶିଖିଛି.। ମୁଖପୁସ୍ତିକା ମୋର ଆବଶ୍ୟକ ନାହିଁ.। କିଛି କହିଲି ନାହିଁ.। ଖୁସି ଥିଲୁ ଯିଏ ଯାହା ଦୁନିଆଁରେ. ନାତି ଜହ୍ନର ଜନ୍ମ ଦିନ ଆସୁଛି, ଆଉ କଣ ଲୋଡ଼ା ଜୀବନରେ !


Rate this content
Log in

Similar oriya story from Fantasy