Kabiratna N.K. Behera

Romance Tragedy Action

4  

Kabiratna N.K. Behera

Romance Tragedy Action

ମରୁଦ୍ୟାନ

ମରୁଦ୍ୟାନ

7 mins
413


 ଆଜିର ସକାଳ ନେଇ ଆସିଛି ଅପୂର୍ବ ଆନନ୍ଦର 

ଏକ ଉଲ୍ଲସିତ ମୁହୂର୍ତ୍ତକୁ, ନାଲି ଟହଟହ ସୂର୍ଯ୍ୟ

ତାର ରକ୍ତିମ ଆଭା ଢାଳି ଦେଇଛି,ସବୁରି ମୁହଁରେ ଭରି

ଦେଇଛି ଉଜ୍ଜ୍ୱଳତାର ହସ। ସଭିଁଙ୍କ ପାଇଁ ଖବରଟି

ଥିଲା ଯେତିକି ଚମକପ୍ରଦ ସେତିକି ଆଶ୍ଚର୍ଯ୍ୟଜନକ।

କେହି କେହି ଶୁଣି ବି ସହଜରେ କରି ପାରୁ ନ ଥାନ୍ତି

ବିଶ୍ଵାସ, କେହି କେହି କହୁଥାନ୍ତି ଏ ଏକ ଅଲୌକିକ ମହିମା। ଭାଗ୍ୟ ଭଗବାନ ସାଥୀ ହେଲେ ଅସମ୍ଭବ ବି ସମ୍ଭବ ହୁଏ। ସବୁରି ମୁହଁରେ ପ୍ରଶଂସା ହିଁ ପ୍ରଶଂସା। ଶୁଭକାମନା କରି ଅଭିନନ୍ଦନ,କଲ୍ୟାଣ କରି ଆଶୀର୍ବାଦ ଦେଉଥାନ୍ତି।

ନିର୍ଝରାକୁ ଏ ଆନନ୍ଦର ମାହୋଲ ସ୍ଵପ୍ନ ଦେଖୁଥିବା ପରି ଲାଗୁଥାଏ, ଶୁଣିଲା ବେଳୁ ସେ ନିଜକୁ ପ୍ରକୃତିସ୍ଥ କରି ରଖି ପାରୁନି। ସତରେ ଆଜି ସେ ସରଗ ପରୀଟିଏ ହୋଇଯାଇଛି। ଆଶା ଆକାଂକ୍ଷା ତାର ଫଳବତୀ ହୋଇଛି, ସାଧନାର ସିଦ୍ଧି ପାଇଛି ସେ। ଈଶ୍ୱରଙ୍କ କରୁଣାରେ ଏ ମହୀମଣ୍ଡଳରେ ସେ

ଏକ ବିଶେଷ ସ୍ଥାନର ଅଧିକାରିଣୀ ହୋଇଛି। ସକାଳୁ ବିଛଣା ଛାଡ଼ି ଉଠୁ ଉଠୁ ତା ମୋବାଇଲ୍ରେ ମେସେଜ୍ ଦେଖି ନିଜକୁ ନିଜେ ବିଶ୍ଵାସ କରି ପାରୁ ନଥାଏ, ଏତେ ବଡ଼ ଖୁସି ଖବର କାହାକୁ ସେୟାର କରିବ, ଭାବି ଠିକ୍ କରି ପାରୁ ନ ଥାଏ।

ହର୍ଣ୍ଣ ବଜାଇ ଆସୁଥିବା ଗାଡ଼ି ତିନୋଟି ଆଗପଛ ହୋଇ ଦାଣ୍ଡ ଦୁଆରେ ଠିଆ ହେଲା। ନିର୍ଝରାର ଘର ଠିକଣା ପଚାରି ସଦର ଦୁଆର ମୁହଁରେ ସବୁ ସାମ୍ବାଦିକ ଭାଇମାନେ। ସ୍ଵାଗତ କରି

ଅଭିନନ୍ଦନ ଜଣାଇ ତାର ମନ୍ତବ୍ୟ ନେବାକୁ ଭିଡ଼ିଓ ରେକର୍ଡିଂ କରିବାକୁ ବ୍ୟାକୁଳ ସେମାନେ। ଉତ୍କଣ୍ଠାର ସହିତ ଘେରି ଗଲେ ସବୁ ବୟସର ଗ୍ରାମବାସୀ। ନିର୍ଝରା O.A.S. topper ହୋଇଛି। ଏ କମ୍ ବଡ଼ ଖୁସିର କଥା ନୁହେଁ। ତା ପାଇଁ ଥିଲା ଏ

ଏ ଆଶ୍ଚର୍ଯ୍ୟର କଥା। ଶୁଣିବା ଲୋକ ତାଟକା ହୋଇ ପଡ଼ିଲେ, ପରେ ପରେ ଖୁସିରେ ଫାଟି ପଡ଼ିଲେ ସାମ୍ବାଦିକ ବନ୍ଧୁଙ୍କର ସାକ୍ଷାତକାରର ଭିଡ଼ିଓ ଟିଭି ରେଡ଼ିଓର ବ୍ରେକିଙ୍ଗ୍ ନ୍ୟୁଜ୍ହୋ ଇଗଲା। ଖବର କାଗଜର ପୃଷ୍ଠା ଭର୍ତ୍ତି ନିର୍ଝରାର ଫୋଟ ଆଉ ଶୁଭେଚ୍ଛା ଅଧ୍ୟବସାୟର ଉଚ୍ଚ ପ୍ରଶଂସା ଅଭିନନ୍ଦନ, ପ୍ରଶ୍ନୋତ୍ତର

ମତାମତା ଭବିଷ୍ୟତର କାର୍ଯ୍ୟପନ୍ଥା ସମାଜ ପ୍ରତି ଅବଦାନ ଏମିତି ଅନେକ କଥା। ଆଜି ପାଇଁ ଏ ଏକ ଚାଞ୍ଚଲ୍ୟକର ସୁଖଦ ଖବର ହେଡ୍ ଲାଇନ୍  ହୋଇଗଲା ସାରା ରାଜ୍ୟର ସବୁ ଗଣମାଧ୍ୟମରେ କିଏ ଜାଣିଥିଲା ଏ ନିର୍ଝରାକୁ କେଇ ଜଣ

ଗାଁ ଲୋକ ଆଉ ସାଙ୍ଗସାଥି ବ୍ୟତୀତ ସବୁରି ଆଗରେ ତା ମୁହଁ ଥିଲା ସଂପୂର୍ଣ୍ଣ ଅଚିହ୍ନା। କାହିଁକି ନା ସେ ବଣର ମଲ୍ଲୀ ପରି ଫୁଟିଛି ଏକ ଅଜଣା ଅଦେଖା ସ୍ଥାନରେ ଅଖ୍ୟାତ ଛୋଟ ଗାଆଁରେ। ନାହିଁ ତାର ପ୍ରତିଭାଶାଳୀ ପିତୃ ପରିଚୟ କିମ୍ଵା ହୋଇ ନାହିଁ ସେ ଆଭିଜାତ୍ୟ ସମ୍ପନ୍ନ ଉଚ୍ଚ ବଂଶରେ ଜନ୍ମ।

ସେ ଥିଲା ଅତି ସାଧାରଣ ନିମ୍ନ ମଧ୍ୟବିତ୍ତ ପରିବାରର

ଏକମାତ୍ର କନ୍ୟା। ସାଧାରଣ ବର୍ଗର ଝିଅଟିଏ ହୋଇ

ଥିବାରୁ ମେଧାବୃତ୍ତି ଭିନ୍ନ ଅନ୍ୟ କିଛି ବିଶେଷ ସୁବିଧା ସୁଯୋଗ ପାଇନାହିଁ ଶିକ୍ଷାକ୍ଷେତ୍ରରେ। ଏଇ ନିର୍ଝରା ଜନ୍ମ ହେବା ପରେ ପରେ ମାଆ ତାର ଆଖି ବୁଜିଥିଲା ଡ଼ାକ୍ତରଖାନାରେ, ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ମଧ୍ୟ ବଞ୍ଚାଇ ପାରି ନଥିଲେ ଡ଼ାକ୍ତରମାନେ।

ଅସମୟରେ ଚାଲି ଗଲା ତାକୁ ଜନ୍ମ ଦେଇ। ବାପା ତାର ସାଥୀ ହରା ହୋଇ ଏକା ଏକା ନିର୍ଝରାକୁ ନେଇ ଜୀବନ ଜୀଇଁଥିଲା। ଲୋକେ କିଏ କେତେ ତା ବାପକୁ ଅମଙ୍ଗଳିଆ କହି ନିନ୍ଦା କଲେ, ତାକୁ ବି ଅଶୁଭ ଅଲକ୍ଷଣୀ କହି ଅପବାଦ୍ ଦେଲେ। ହେତୁ ହେଲା ପରେ ବାପାଙ୍କ ମୁହଁରୁ ଶୁଣିଛି। ବାପା ତାର ଝିଅର ମୁହଁକୁ ଚାହିଁ ଆଉ ଦ୍ଵିତୀୟ ସଂସାର କଥା କେବେ ଭାବିନି। ନିଜ ନିଜର ଶୁଭାକାଂକ୍ଷୀ ଆତ୍ମୀୟମାନେ ବାଧ୍ୟ

କରିଛନ୍ତି ପୁଣି ବାହା ହେବାକୁ ମାଆଟିଏ ବିନା ଛୁଆ ସାହା ପାଇବ କାହାର କେତେ କଥାର ବ୍ୟଥା ସହି ବି କାନକୁ ନେଇନି ବାପା ତାର ଅନ୍ୟର ପରାମର୍ଶ।ନିଜେ ଉଭୟ ମାଆ ବାପା ହୋଇ ପାଳିଛି ତାକୁ।କିଛି କିଛି ଊଣା ହେଉଥିଲେ ବି ବାପାର ସ୍ନେହ ଶ୍ରଦ୍ଧା ଭଲ ପାଇବା ଭିତରେ ସେ ପାଇଛି ତା ମାଆକୁ। ଗରିବ ଘରର ଝିଅଟିଏ ହେଲେ ବି ସେ ଥିଲା

ତା ବାପା ପାଇଁ ପରୀଟିଏ। ସେ ତା ବାପାଙ୍କୁ ଭଗବାନଙ୍କଠୁ ବି ବେଶି ଭକ୍ତି ଓ ବିଶ୍ଵାସ କରୁଥିଲା। ତା ବାପା ତା ପାଇଁ ଥିଲା ସବୁ କିଛି। ଏମ୍.ଏ. ପ୍ରଥମ ଶ୍ରେଣୀରେ ସ୍ଵର୍ଣ୍ଣ ପଦକ ସହିତ କୃତିତ୍ଵରେ ଉତ୍ତୀର୍ଣ୍ଣ ହେଲା ପରେ ବିଭିନ୍ନ ଚାକିରୀ ପାଇଁ ନିଜକୁ ପ୍ରସ୍ତୁତ କରୁଥାଏ। ହଠାତ୍ ହୃଦଘାତରେ ତା ବାପା ତାକୁ ଏକା କରି ଆରପାରିକୁ ଚାଲିଗଲା। ମୁଣ୍ଡରେ ତାର ବଜ୍ର ଖସି ପଡ଼ିଲା ସାରା ଆକାଶଟା ଭାଙ୍ଗି ପଡ଼ିଲା ତା ଉପରେ ସଂପୂର୍ଣ୍ଣ ରୂପେ ଏକା ହୋଇ ପଡ଼ିଲା ନିର୍ଝରା, ଆଖିରୁ ଝରିଲା ତାର 

ଅଶ୍ରୁ ଝର କଣ କରିବ ? ଦୁନିଆଁଟା ତା ପାଇଁ ପାଲଟିଗଲା ଘନ ଅନ୍ଧାର କିଏ କି ସାନ୍ତ୍ଵନା ଦେବ ଏ ଘୋର ବିପଦ କାଳେ ହାୟଃ ଆହାଃ କହି ସଂପର୍କୀୟମାନେ ଧିରେ ଧିରେ ଦୂରେଇ ଗଲେ।

ଦୁଃଖ ନଈର ବନ୍ୟାରେ ଭାସି ଭାସି ନିର୍ଝରା ଆତ୍ମବିଶ୍ୱାସର କୂଳରେ ପହଞ୍ଚିବାକୁ ଭରସା କଲା  ସେ ନିଜକୁ ନିଜେ ଆୟତ୍ତ କରି। ଘରର ରୋଷେଇ କରିବା ଛଡ଼ା ଅନ୍ୟ କିଛି କାମ

ଜାଣା ନ ଥିଲା ତାକୁ। ଚାକିରୀ କଣ ସଙ୍ଗେ ସଙ୍ଗେ

ମିଳିଯିବ ତା ରୁଚି ଆଉ ଯୋଗ୍ୟତା ଅନୁଯାୟୀ ? 

କଣ କରିବ ସେ ଜୀବନର ଦୋଛକି ରାସ୍ତାରେ ଏକା ଅସ୍ତବ୍ୟସ୍ତ ହୋଇ ପଡ଼ିଲା। ବାପା ମାଆ ବିନା ଝିଅଟିଏ ଯେ କେତେ ନିଃସହାୟା, ଏ କଥା ସେ ମର୍ମେ ମର୍ମେ ଅନୁଭବ କରିସାରିଲାଣି। ସବୁରି ଦୃଷ୍ଟି ସ୍ଵାର୍ଥ ଆଡ଼କୁ, ତ୍ୟାଗ କାହିଁ ? କାମାନ୍ଧଙ୍କ ଦୃଷ୍ଟି ତାର କଞ୍ଚା ଦେହ ଉପରେ ଭରସା ବିଶ୍ଵାସ କରିବ କାହାକୁ ? ଦୁନିଆଁରେ ବଞ୍ଚି ରହିବାକୁ ଲୋଡ଼ା ଲଢ଼େଇ ନିଜ ସାଥେ ନିଜେ କରି ଚାଲିବ ଲଢ଼େଇ କଠିନ ପରିଶ୍ରମ, ଅଧ୍ୟବସାୟ ଧୈର୍ଯ୍ୟ ସହିଷ୍ଣୁତାକୁ କରିବ ସେ ତାର ଆୟୁଧ , ଦୁଃଖ କଷ୍ଟକୁ କରିବ ନିଜର ସହଚର ଏ କଥା ମନରେ ସେ କରିନେଲା ଦୃଢ଼ ଓ ସ୍ଥିର  ବାପା ତାର ଥିଲେ ତାର ଖୁବ୍ ମିତବ୍ୟୟୀ ଓ ଦୂର ଦୃଷ୍ଟିସଂପର୍ଣ୍ଣ ବ୍ୟକ୍ତି। ସେ ସମୟର ଉଚ୍ଚ ଡ଼ିଗ୍ରୀଧାରୀ ଶିକ୍ଷିତ ନହେଲେ ମଧ୍ୟ ଅଳପ ପାଠରେ ସେ ଥିଲେ

ବେଶ୍ ଶୃଙ୍ଖଳିତ, ମାର୍ଜିତ। ସଂଯମତା ତାଙ୍କ ଜୀବନର

ଥିଲା ପରମ ବ୍ରତ। ବାପାଙ୍କ ପାଖରୁ ପାଇଛି ଅଶେଷ

ପ୍ରେରଣା ଆଗକୁ ବଢିବାର ଇନ୍ଧନ ଏବଂ ଉଚ୍ଚ ବିଚାର

ନିଜକୁ ଗଢ଼ିବାର କଳା କୌଶଳ।

    ସେହି ବାପା ତାର ଗୁଜୁରାଣ ମେଣ୍ଟାଇ ସଞ୍ଚୟ

କରିଥିଲେ ଜୀବନବୀମା। ତାଙ୍କର ମୃତ୍ୟୁପରେ ଆଶିଷ

ସ୍ଵରୂପ ପାଇଛି କିଛି ଅର୍ଥରାଶି ଜୀବନ ଅବଲମ୍ବନର 

ଏକମାତ୍ର ରାହା ସାହା ଭରସା। ସେ ଅର୍ଥର ସତ୍ ବିନିଯୋଗ ଭିତରେ ଛପି ରହିଛି ନିର୍ଝରାର ଭବିଷ୍ୟତ, ତା' ଭବିଷ୍ୟତ ତାକୁ ହିଁ ଗଢି଼ବାକୁ ହେବ। ଜନ୍ମରୁ ମାଆ ମଲା, ସେ ଦୁଃଖ କିଛି ନିର୍ଝରା ଜାଣିନି କି ତା ବାପା ଜାଣିବାକୁ ବି ଦେଇନି। ବାପାଙ୍କ

କୋଳରେ ଖେଳି ସ୍ନେହ ମମତାରେ ବଢ଼ି ଏଡ଼ୁଟିଏ ହୋଇଛି। ଏବେ ବାପାଙ୍କର ଅସମୟେ ମୃତ୍ୟୁ ପରେ ଏ ଦାରୁଣ ଦୁଃଖ ତାକୁ ମନେ ପ୍ରାଣେ ଘାଇଲା କରି ପକାଇଛି। ଜୀବନ ଯନ୍ତ୍ରଣାରେ ଛଟପଟ ହୋଇ ସଂସାରର ଜଞ୍ଜାଳ ସମ୍ଭାଳିବାକୁ ମନୋବଳ ଭାଙ୍ଗି ଯାଉଛି। ଏମିତି ଦୁଃଖ କାହା ଜୀବନରେ ନ ଆସୁ। ବାପାମାଆ ଛେଉଣ୍ଡ ହୋଇ ଅନାଥ ଭାବେ ବଞ୍ଚିବା 

ରହିବା କି କଷ୍ଟ ସେ ବୁଝି ପାରୁଛି। ବାପାମାଆଙ୍କର ଏ ଅତୁଳନୀୟ ଅବଦାନ ଥିବା ସତ୍ତ୍ଵେ ମଧ୍ୟ ପୁଅ ଝିଅମାନେ କାହିଁକି ଯେ ବାର୍ଦ୍ଧକ୍ୟର ଅସହାୟତାରେ ତାଙ୍କୁ ଉପେକ୍ଷା କରି ହେୟ ମଣୁଛନ୍ତି, ଅକଥନୀୟ ନିର୍ଯ୍ୟାତନା ଦେଉଛନ୍ତି ପୁଣି ନିଜଠୁ ଅଲଗା କରି ବୃଦ୍ଧାଶ୍ରମରେ ଛାଡ଼ି ଆସୁଛନ୍ତି। ଏ କଥା ଭାବି ସେ ମ୍ରିୟମାଣ ହୋଇପଡ଼େ। ବାପାମାଆଙ୍କୁ ବହୁତ ଝୁରି

ହୁଏ ମନେ ମନେ, ଆଖିରୁ ଲୁହ ଝରାଏ। ସବୁ ଦୁଃଖକୁ ଛାତିରେ ଚାପି ରଖି ନୂଆ କରି ଜୀବନ ଜିଇଁବାର ସଂକଳ୍ପରେ ନିର୍ଝରା ନିଜକୁ ନିଜେ ସାନ୍ତ୍ଵନା ହେଇ ନିଜ ଗୋଡ଼ରେ ଠିଆ ହେବ। ବାପାଙ୍କ ସଞ୍ଚିତ ଧନରେ ସେ ଦୋକାନଟିଏ କରିବ ଚା ପାନ ମିଶ୍ରିତ ତେଜରାତି, ତାପରେ ନିତ୍ୟକର୍ମ ରୋଷେଇ

ସହିତ ନିଜର ପଢ଼ାପଢ଼ି। ସବୁକୁ ସରୁଖୁରରେ କରିବାକୁ ମାନସିକ ଭାବେ ଏକ ଖସଡ଼ା ପ୍ରସ୍ତୁତ କଲା। ସହରକୁ ଯାଇଥିବା ମୁଖ୍ୟ ସଡ଼କ ଧାର ବାପା ଜେଜେଙ୍କ ଭିଟାମାଟି ଉପରେ ସେଇ ପୁରଣା ଟାଇଲି ଘର। ତାର କିଛି ଜରୁରୀ ଆବଶ୍ୟକତା ମନେ କରି ସେ ମରାମତି କଲା ରାସ୍ତା ଆଡ଼କୁ

ଏ ଦ୍ଵାର ଖୋଲିଲା ଦୋକାନ କରିବାର ଉଦ୍ଦେଶ୍ୟ ରଖି ବହୁ ଚିନ୍ତାକରି ଯୋଜନା ଅନୁସାରେ ସେ ଦୋକାନ ଖୋଲିଲା। ପ୍ରଥମେ ପ୍ରଥମେ କେମିତି ଅଡ଼ୁଆ ଅଡ଼ୁଆ ଲାଗୁଥିଲା ତାକୁ ଅନାଥିନୀ ଝିଅଟାକୁ ଦୋକାନ ଚଳାଇବାର ଦେଖି କିଏ ହେୟ ମଣି ବିଦ୍ରୁପରେ ପରିହାସ କରୁଥିଲା ତ କିଏ ତାର ଆତ୍ମବଳ

ଭାଙ୍ଗିବାକୁ ପ୍ରୟାସ କରୁଥିଲା। କେବଳ କେଇଜଣ ଆତ୍ମୀୟ ଗୁରୁଜନଙ୍କ ସମର୍ଥନ ଓ ପ୍ରଶଂସା ତାକୁ ଏ ସବୁ କରିବାରେ ସହାୟ ହୋଇଛି। ନିର୍ଝରା ଭଲ ମନ୍ଦ ସବୁ ଶୁଣେ, ପ୍ରତିବାଦ କରେନି କି ମନରେ ଗଣ୍ଠି କରି ରଖେନା କାରଣ ସେ ଯେଉଁ ଦୁଃଖ ପାଇଛି ତା ତୁଳନାରେ ଏ ସବୁ କିଛି ନୁହେଁ। ସେ ଭାବେ ଏସବୁ ହୀନ ମନ୍ୟତାର ଦଲକାଏ ପବନରେ ଉଡ଼ି ଆସୁଥିବା ଧୂଳିବାଲି ଶୁଖିଲା ପତ୍ର କାଠିକୁଟା, ସହନଶୀଳତାରେ ଝାଡ଼ୁରେ ଆଢ଼େଇ ଦେଇ ମନକୁ ଶାନ୍ତି ନିର୍ମଳ ରଖେ, ଦମ୍ଭକରି ଠିଆ

ହେବାକୁ ଆତ୍ମବଳ ସଞ୍ଚୟ କରେ। ସବୁ କର୍ମ ଜଞ୍ଜାଳ ମଧ୍ୟରେ ପଢ଼ିବାର ସମୟ ବାହାର କରି ମନ ଦେଇ ପଢ଼େ।  ନିର୍ଝରା ଦେଖିବାକୁ ବେଶ୍ ଭଲ ,ରୂପରେ ସୁନ୍ଦରୀ ତନୁପାତଳି ଆଖି ନାକ ଓଠର ଗଢ଼ଣଏମିତି ସବୁରି ଦୃଷ୍ଟି ଥରେ ପଡ଼ିଲେ କିଛି ସମୟ ସ୍ଥିର ହୋଇଯିବ।ଗୁଣରେ ଶାନ୍ତଶିଷ୍ଟା ମିଷ୍ଟଭାଷିନୀ। ବଡ଼ମାନଙ୍କୁ ସମ୍ମାନ କରେ ସାନଙ୍କୁ ସ୍ନେହ କରେ। ଏମିତି ଝିଅଟିଏକୁ ଦଇବ ଏତେ ଦୁଃଖ ଦେଲେ, ଭାବିଲେ ସାରା ସଂସାରଟା ଅଲଗା ଲାଗେ। ତଥାପି ସବୁ ଦୁଃଖକୁ ସରାଗରେ ସାଉଁଟି ନେଇ ସେ ଆଗକୁ ବଢ଼ିବାରେ ଯତ୍ନବାନ କାହାର ଦୟାର ପାତ୍ରୀଟିଏ ହୋଇ ରହିବାକୁ ଚାହିଁନି କି ନିଜ ଅସହାୟପଣ ପାଇଁ କାହାର ବୋଝ ହେବାକୁ ଆଶା ବି କରିନି। ଏକ ନୂଆ ଉଦାହରଣ ସୃଷ୍ଟି କରିଛି ସେ ସମାଜ ପାଇଁ। ଏହାରି ଭିତରେ ନିର୍ଝରର ବାହାଘର ପାଇଁ ଅନେକ ପ୍ରସ୍ତାବ ଆସିଛି। ହଁ ଭରିନି ସେ ହୃଦୟରୁ ସମର୍ଥନ ଜଣାଇ। ବୈବାହିକ ଜୀବନ ଯାବନ କରିବା ପାଇଁ ସଂସାରର ଏ ପବିତ୍ର ବନ୍ଧନକୁ ସେ ଭଲ ପାଏ। କିନ୍ତୁ ତାପୂର୍ବରୁ ନିଜକୁ ସୁନ୍ଦର କରି ଗଢି ତୋଳିବା, ଆତ୍ମନିର୍ଭରଶୀଳ ହେବା ଏକାନ୍ତ ବିଧେୟ ଓ ଜରୁରୀ ମଧ୍ୟ। ଏହା ବ୍ୟତିରେକ ଜୀବନର ପରିସରକୁ ସୁଖ ଶାନ୍ତି ଆସି ପାରେ ନାହିଁ।ସମସ୍ୟା ଘେରରେ ପଡ଼ି ମଣିଷ ଅଣନିଶ୍ଵାସୀ ହୋଇ ପଡ଼େ।ସମାଧାନ ବାଟ ଖୋଲି ପାଏନି। ଆଜିର ସମାଜରେ ଭଲ ପାଇବା ପ୍ରେମ କରି ବିବାହ କରିବା ଏ ସବୁ ମାନସିକତାର ବହୁତ ଦୂରରେ ସେ। ଆଧୁନିକ ଶିକ୍ଷିତା ଝିଅଟିଏ ହୋଇ ସେ ଏ ସବୁକୁ ଅବୈଧ ଭାବେ, ଏକ ବିକୃତ ମସ୍ତିଷ୍କର ବିଶୃଙ୍ଖଳିତ ଭାବଧାରା।ଏ ସବୁରେ ଜଡ଼ିତ ହୋଇ ଜୀବନ ଗଢ଼ି ହୁଏନା ବରଂ ବିଗିଡି ଯାଇ ବଞ୍ଚିବା ଦୁର୍ବିସହ ହୋଇପଡ଼େ। କେତେକ ପରିସ୍ଥିତିରେ ଏମିତି ସମୟ ବି ତା ଜୀବନରେ ଆସିଛି। ମାତ୍ର ସେ ହରାଇ ନାହିଁ ତାର ସ୍ଵତନ୍ତ୍ରତା କି ସାମୟିକତାର ଦୁର୍ବଳ ମୁହୂର୍ତ୍ତରେ ଉତ୍ତେଜିତ ହୋଇ ଢଳି ଯାଇନି କେବେ।ପାଦ ଖସି ଯିବାର ସମ୍ଭାବନାରେ ନିଜକୁ ସଂଯତ କରି ସଚେତନ ଅଛି। ଜାଗ୍ରତ କରି ରଖିଛି ନିଜକୁ ନିଜ

ଜୀବନ ଠିକ୍ କରି ଗଢ଼ିବାକୁ। ସେ ଏବେ ନିଜ ଲକ୍ଷ୍ୟ ପୂରଣ ପାଇଁ ସାଧନା ରତ। ସାଧନା ପଥରୁ ବିଚ୍ୟୁତ ହେଲେ ନିଜକୁ

ନିଜେ ହରାଇ ଦେବ, ସେହି ଭୟ ତାକୁ ସର୍ବଦା ଏକାଗ୍ର ରଖିଛି ତା ସଂକଳ୍ପ ପଥରେ। ମୃତ ପିତମାତାଙ୍କ ପ୍ରତି ଅପମାନ ହେବ, ଅପବାଦରେ ତାଙ୍କର ସ୍ବର୍ଗୀୟ ଆତ୍ମା ଶାନ୍ତି ପାଇବନି। ଏମିତି 

ନିନ୍ଦା ଘୃଣା ପାଇ ଜୀବନ କାଟିବାକୁ ସେ ଚାହେଁନା। ସେ ବୁଝେ ଜୀବନଟା ଶୃଙ୍ଖଳାର ଏକ ଲମ୍ବା ପଥ। ଆଦର୍ଶର ଆହ୍ଵାନରେ ନିଜକୁ ଉତ୍ସର୍ଗ କରିବା ପାଇଁ। ଅଳପ ଦିନର ଜୀବନ କର୍ମରେ ହୁଏ ଅମର। ଯେତିକି ବି ପ୍ରସ୍ତାବ ଆସିଛି ତା ଭିତରେ ସେ ଦେଖୁଛି ତା ଦୁର୍ବଳତାର ସୁଯୋଗ ନେଇ ଫାଇଦା ଉଠାଇବାରେ ଚାହାଁନ୍ତି ପ୍ରାୟତଃ ସମସ୍ତେ। ବାପାଙ୍କର ସ୍ଥାୟୀ ସମ୍ପତ୍ତି ଜମବାଡ଼ି, ଅର୍ଥରାଶି ତା ସହିତ ଶିକ୍ଷାକ୍ଷେତ୍ରରେ ତାର ଭଲ କେରିୟର୍। ଆଗକୁ ସେ ଚାକିରୀ ପାଇବାରେ ଏକ ନିଶ୍ଚିତତା ରହିଛି। ଏ ସବୁର ପ୍ରଲୋଭନର ନିଶା ସେମାନଙ୍କୁ ପାଗଳ କରିଛି। ତାଙ୍କର ଉଦ୍ଦେଶ୍ୟ ପୂରଣ ନ ହେବାରୁ ତାକୁ ପରୋକ୍ଷରେ ନିନ୍ଦା କରିଛନ୍ତି ଅନେକେ, ତା ପବିତ୍ର ଚରିତ୍ରକୁ ସନ୍ଦେହ କରିଛନ୍ତି ନା ନା ଗୁଜବ ମଧ୍ୟ ସୃଷ୍ଟି କରିଛନ୍ତି। କିଛିକୁ ସେ ଭ୍ରୁକ୍ଷେପ କରି ନାହିଁ ଦୁଃଖର ପାହାଡ଼ରୁ ଦୁର୍ଗମ ବନ୍ଧୁର ଶିଳା ଭେଦି କଳ କଳ ନାଦରେ ବହି ଆସିଛି ଏ ନିର୍ଝରା ସଫଳତାର ସାଗର ଛୁଇଁବାକୁ ଜନ୍ମର ସାର୍ଥକତା ପାଇଁ ପିତୃପୁରୁଷଙ୍କ ସମ୍ମାନକୁ ବଜାଇ ରଖିବାକୁ ଜୀବନକୁ ଠିକ୍ ଭାବେ ଉପଭୋଗ ଓ ଉପଯୋଗ କରିବାକୁ।ସେ ହାର ମାନିନି ବରଂ ତା ପାଖରେ ହାର ମାନିଛି ନିଷ୍ଠୁରତା,କିଛି ଦୁଷ୍ଟ ମଣିଷର ମନ୍ଦ ଉଦ୍ଦେଶ୍ୟ। ସବୁ ସହି ସେ ଆଜି ବିଜୟିନୀ  ଆଜି ଓ.ଏ.ଏସ୍. ତାଲିକାର ଶୀର୍ଷରେ ସେ। ନିଜକୁ ନିଜେ ପ୍ରମାଣ କରିଛି ସବୁରି ଆଗରେ

କଠିନ ପରିଶ୍ରମ, ଅଧ୍ୟବସାୟ, ଧୈର୍ଯ୍ୟ,ସହିଷ୍ଣୁତା ଓ

ମହତ ଉଦ୍ୟମର ଫଳ ସବୁବେଳେ ମଧୁର ଶାନ୍ତି ତୃପ୍ତି ଦାୟକ। ତା ଜୀବନ ମରୁରେ ସେ ଆଜି ଅନେକ ପ୍ରତୀକ୍ଷାର ମରୁ ଉଦ୍ୟାନଟିଏ ପାଲଟି ଯାଇଛି। ତା' ଆଖିର ସପନ କଳିକା ସବୁ ବାସ୍ତବତାର ଫୁଲ ହୋଇ ଫୁଟି ମହକୁଛନ୍ତି। ଫଗୁଣର ରଙ୍ଗ ନେଇ ବସନ୍ତ ଆମନ୍ତଣ କରି ଆଣିଛି ମଳୟକୁ।

   ନିର୍ଝରା ଆଜି ଖୋଜି ପାଇଛି ନିଜ ଭିତରେ ନିଜର ବିଶ୍ବାସ ଭରସାକୁ ଆଗାମୀ ଦିନ ପାଇଁ ଦେଖୁଛି ଅନେକ ସମ୍ଭାବନା ପ୍ରଶାସନ ବିଭାଗର ଉଚ୍ଚ ଆସନରେ ବସି ସମାଜ ପାଇଁ ସୃଷ୍ଟି କରିବ  କିଛି ନୂଆ ଅଧ୍ୟାୟ। ଜୀବନ ସଭିଙ୍କ ପାଇଁ ମରୁ ଆଶା ଆକାଂକ୍ଷା ସ୍ବପ୍ନର ସବୁ କୁଢ଼ କୁଢ଼ ବାଲି। ତାହାରି ମଧ୍ଯରେ ସେ ମରୁ ଉଦ୍ୟାନ ହୋଇ ଦୁନିଆଁକୁ ଯୋଗାଇବ ସେବା ତ୍ୟାଗ କରିବ ସମୂହ ଜନ କଲ୍ୟାଣ ଯୋଜନାକୁ ସାକାର ହୃଦୟରୁ ଉଛୁଳି ଆସିଲା ତାର ଭକ୍ତିର ନୈବେଦ୍ୟ ମାଆବାପାଙ୍କ ପ୍ରତି ମୁଣ୍ଡ ନୁଆଁଇ  ପ୍ରଣାମ କଲା କୃତଜ୍ଞତା ଜଣାଇଁ।

    ଦିବସର କାର୍ଯ୍ୟପନ୍ଥା ନେଇ କ୍ରମେ କ୍ରମେ ନିର୍ଝରା ଘରରୁ ସବୁ ସମ୍ଵାଦ ବ୍ୟାପି ଗଲା ଚାରିଆଡ଼େ ସେ ଅନାଇଁ ଥାଏ ତୀକ୍ଷ୍ଣଦୃଷ୍ଟିରେ ଜୀବନର ଲମ୍ବା ରାସ୍ତାକୁ ଆଗକୁ ପୁଣି ବଢିବାର ଦୃଢ଼ ସଂକଳ୍ପ ରଖି ଆତ୍ମ ଚିନ୍ତନର ଦୃଢ଼ ବିଶ୍ଵାସରେ ।


Rate this content
Log in

Similar oriya story from Romance