STORYMIRROR

Sachidananda Behera

Romance Inspirational Children

2  

Sachidananda Behera

Romance Inspirational Children

ମୋ ଜୀବନର ଆଦର୍ଶ ଗୁରୁ

ମୋ ଜୀବନର ଆଦର୍ଶ ଗୁରୁ

2 mins
150


 ମଣିଷ ଏକ ସାମାଜିକ ପ୍ରାଣୀ ,ସମାଜରେ ବସବାସ କରିବା ତାର ଧର୍ମ।ଜନ୍ମ ଠାରୁ ମୃତ୍ୟୁ, ଏନ୍ତୁଡ଼ି ଠାରୁ ମାଶାଣୀ ଏହି ଦୁଇଟି ପରିସ୍ଥିତିରେ ମଣିଷ ସମାଜ ଚାଲେ,ଚାଲୁଛି, ଚାଲିବ।ହେଲେ ଏହି ଦୁଇଟି ପରିସ୍ଥିତି ସମୟରେ ମଣିଷ ସମାଜକୁ ସତ ପଥଗାମୀ,ଅଦର୍ଶୀ ମଣିଷ ଟିଏ ଗଢିବାରେ ସବୁଠାରୁ ବଡ଼ ହାତ ହେଉଛି *ଗୁରୁ*ଙ୍କର । ଯେତେଦିନ ପର୍ଯ୍ୟନ୍ତ ମଣିଷ ସଭ୍ୟତା ଧରାଧାମରେ ନିଜ ଇହଲୀଳା ଚଳାଇଥିବା ସେବେ ପର୍ଯ୍ୟନ୍ତ ମଣିଷ ସମାଜକୁ ଦିଗଦର୍ଶନ ଦେବାକୁ ଗୁରୁଙ୍କର ଆବିର୍ଭାବ ସୁନିଶ୍ଚିତ।



   ଗୁରୁ ଅର୍ଥ କେବଳ ଯିଏ ବିଦ୍ୟାଳୟରେ ଶିକ୍ଷା ଦିଏ ସେ ନୁହଁ ,ପ୍ରକୃତରେ ଆମେ ଛୋଟରୁ ଛୋଟ କଥା ଯାହାଠାରୁ ଶିକ୍ଷାକରୁ, ଅର୍ଥାତ ଜ୍ଞାନ ଅର୍ଜନ କରନ୍ତି ସେ ଗୁରୁ।ସେ ବିଦ୍ୟାଳୟର ଶିକ୍ଷକ ହେଇପରନ୍ତି,ଘରେ ବାପମାଆ,ଭାଇ ଭଉଣୀ, ପରିବାର,ପରିବେଶ,ସମାଜ,ଏବଂ ପଶୁପକ୍ଷୀ ।ଯାହାଠାରୁ ଆମେ ଛୋଟରୁ ଛୋଟ ଜିନିଷ ଶିକ୍ଷା କରିଥାନ୍ତି ସେ ଗୁରୁ।ଉଦ୍ଧବଙ୍କର ୨୪ଗୁରୁଥିଲେ ଯାହା ମଧ୍ୟରେ ଘରଚଟିଆ ,ପିଂମ୍ପୁଡ଼ି ଇତ୍ୟାଦି କିଛି ପଶୁପକ୍ଷୀ ମଧ୍ୟ ଯାହାକୁ ସେ ଆଦର୍ଶ ଗୁରୁ ମଣୁଥିଲେ।

 

   ସେହିଭଳି ପ୍ରତିଟି ମଣିଷ ଜୀବନରେ ଜଣେ ଆଦର୍ଶ ଗୁରୁ ରହିବା ଆବଶ୍ୟକ ଯେ ତମକୁ ଦୁଃଖ ବେଳେ ସାନ୍ତ୍ବନା, ସୁଖ ବେଳେ ଉତ୍ସାହ, ବିପଦ ବେଳେ ଭଲ ବନ୍ଧୁ,ଆପଦ ବେଳେ ଭଲ ସାଥୀ ଆଉ ଅଭାବ ବେଳେ ସିନ୍ଦୁକ ହେଇପାରୁଥିବ।ଯଥାର୍ଥରେ କଗିବାକୁ ଗଲେ ,

   "ଗୁରୁ ହେଉଛନ୍ତି ଦେବତା 

               ଶିଖାନ୍ତି ଆମକୁ ମାନବିକତା,

     ଅନ୍ଧାରୁ ବାଟ କାଢ଼ନ୍ତି ଆଳୁଅକୁ

              ସରସ କରନ୍ତି ଶିଷ୍ୟ ଜୀବନକୁ।"

 ସେହିପରି ମୋ ଜୀବନର ଆଦର୍ଶ ଗୁରୁ ହେଉଛନ୍ତି ମୋ ମନ ଯିଏ ମୋତେ ପ୍ରତିଟି ପରିସ୍ଥିତିରେ ଅର୍ଥାତ ସୁଖ,ଦୁଃଖ,ଭଲ,ମନ୍ଦ,ବିପଦ,ଆପଦ ସମୟରେ ମୋ ଭଲ ସାଥି, ଭଲ ଗୁରୁର ଭୂମିକା ଲିଭେଇଛି।ଏହା ପ୍ରତିଟି ମଣିଷ ପାଖରେ ମନ ଆଦର୍ଶ ଗୁରୁ ହେବା ଅଵଶ୍ୟକ ଯିଏ ପ୍ରତିଟି ପରିସ୍ଥିତିର ସମାଧାନ ତମକୁ ଦେବ।ଏବଂ ତୁମର ଆଦର୍ଶ ଗୁରୁ ତୁମ ମାଆ ବାପା ହେବା ଆବଶ୍ୟକ ଯାହାଙ୍କ ପାଖରେ ସବୁ ଅସୁବିଧାର ସମାଧାନ ସମ୍ଭବ,ଯାହାଙ୍କ ପଣତରେ ଯାହାଙ୍କ କୋଳରେ ସବୁ ଦୁଃଖର ଶାନ୍ତି ଅଛି।



    ସାମ୍ପ୍ରତିକ ସମୟରେ ଗୁରୁଙ୍କୁ ଶିଷ୍ୟ ଭୁଲି ଯାଉଛନ୍ତି,ଆମେ ସମ୍ପ୍ରତି ଆମେ ଆମକୁ ଦ୍ରୋଣ,ଅର୍ଜୁନଙ୍କ ସହ ତୁଳନା କରୁଛନ୍ତି କିନ୍ତୁ ଥରେ ଭାବୁନାହାନ୍ତି କେତେଥର ଆମେ ଦ୍ରୋଣଙ୍କ ଅସୁବିଧାରେ ଯାଇ ଠିଆହୋଇଛନ୍ତି।ଯଦି ତମ ପାଇଁ ଜଣେ ଆଦର୍ଶ ଗୁରୁ ହୋଇଛି ତେବେ ତୁମକୁ ବି ଆଦର୍ଶ ଶିଷ୍ୟର ଭୂମିକା ନିଭେଇବାକୁ ପଡିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance